ଗାଁ ଇତିହାସ (ଆମ ଗାଁ ଆମ ଜୀବନ)

ଗାଁ ଇତିହାସ / ଆମ ଗାଁ ଆମ ଜୀବନ / Our Village, Our Life

ଆମ ଗାଁ ଆମ ଜୀବନ ହେଉଛି ୧୯୯୪ ମସିହାରୁ ଆରମ୍ଭ ହୋଇଥିବା ଏକ ଜୀବନ୍ତ ଗାଁ ଇତିହାସ ସଂଗ୍ରହ ଅଭିଯାନ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀମାନଙ୍କୁ ନିଜ ଗାଁ’ର ଇତିହାସ, ସଂସ୍କୃତି ଓ ଜୀବନଶୈଳୀ ନିଜ ଭାଷାରେ ଲେଖିବା ପାଇଁ ଅନୁପ୍ରାଣିତ କରାଯାଏ ।

ଆମ ଲକ୍ଷ୍ୟ: ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀମାନେ ନିଜ ନିଜ ଗାଁରେ ବୟସ୍କ ଲୋକଙ୍କ ପାଖରେ ବସି ସେମାନଙ୍କର ଅତୀତର ସ୍ମୃତି ଓ ଲୋପ ପାଇବାକୁ ବସିଥିବା ବା ହଜି ହଜି ଯାଉଥିବା ଖାଦ୍ୟ, ଫସଲ, ଓ ପ୍ରାକୃତିକ ଜ୍ଞାନ କୌଶଳକୁ ନିଜ ମାତୃ ଭାଷାରେ ଲିପିବଦ୍ଧ କରିବେ । ଏହା ଫଳରେ ମାତୃ ଭାଷା ଓ ନିଜ ମାଟି ମା’କୁ ସେମାନେ ଚିହ୍ନିପାରିବେ । ସେମାନେ ନିଜ ଗାଁର ଅତୀତ, ବର୍ତ୍ତମାନର ସମ୍ବଳ, ପ୍ରକୃତିକ ପରିବେଶକୁ ଭଲକରି ଜାଣିବେ ଓ ବୁଝିବେ । ଏହାକୁ ସେମାନେ କେମିତି ସୁରକ୍ଷିତ କରିବେ ବା ସଂରକ୍ଷଣ କରିବେ ଏକାଠି ହୋଇ ସେଥିପାଇଁ ବାଟ ବାହାର କରିବେ । ସେମାନଙ୍କୁ ଗବେଷଣାତ୍ମକ ଲେଖା, ଅଡିଓ,  ଭିଡ଼ିଓ, ଓ ଡ଼ିଜିଟାଲ ମାଧ୍ୟମରେ ପ୍ରଶିକ୍ଷିତ କରି ସ୍ଥାନୀୟ ଜ୍ଞାନ ଜୀବନ୍ତ ରଖିବାପାଇଁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀଙ୍କ ଦ୍ୱାରା ରଚିତ ଗାଁ ଜୀବନ ଉପରେ ପ୍ରବନ୍ଧ, ଗଳ୍ପ, ବିରଳ ଶସ୍ୟ ଓ ଦେଶୀ ଖାଦ୍ୟର ବ୍ୟଞ୍ଜନ, ଗାଁର ପ୍ରକୃତିକ ପରିବେଶ, ସଂସ୍କୃତି, ଉତ୍ସବ ଓ ଲୋକ ସଙ୍ଗୀତ ସବୁ କିଛି ସଂଗ୍ରହ କରିବାପାଇଁ ଆମର ପ୍ରୟାସ । କୋଭିଡ ଲକ୍‌ଡାଉନ ସମୟରେ, ଯେତେବେଳେ ପିଲାମାନେ ଗାଁରେ ଘରେ ରହୁଥିଲେ, ଏହି ଅଭିଯାନ ଶହ ଶହ ପିଲାଙ୍କୁ ନିଜ ନିଜ ଗାଁ ଉପରେ ଗବେଷଣା କରିବା ପାଇଁ ପ୍ରୋତ୍ସାହିତ କରିଥିଲା । ଶିଶୁ, ଅଭିଭାବକ, ଓ ବୟୋଜ୍ୟେଷ୍ଠ, ସମସ୍ତେ ଏକାଠି ବସି ଗାଁ ଇତିହାସ ଖୋଜିଲେ ଓ ଲେଖିଲେ।

“ଆମ ଗାଁ ଆମ ଜୀବନ” କେବଳ ଏକ ଡ଼କ୍ୟୁମେଣ୍ଟ ଅଭିଯାନ ନୁହେଁ ବରଂ ଏକ ଜୀବନ୍ତ ଇତିହାସ, ଯାହା ଆମକୁ ସ୍ମରଣ କରାଏ, ଯେତେବେଳେ ଯୁବପିଢି ନିଜ ମୂଳକୁ ଲିପିବଦ୍ଧ କରନ୍ତି, ସେତେବେଳେ ସେମାନେ ଏକ ସମ୍ପୂର୍ଣ୍ଣ ସଂସ୍କୃତିର ଭବିଷ୍ୟତକୁ ସୁରକ୍ଷିତ କରନ୍ତି।

Latest ଗାଁ ଇତିହାସ (ଆମ ଗାଁ ଆମ ଜୀବନ) News

 “ଚିତାକୁଟା” ପଛର କାହାଣୀ: ଲେଣ୍ଡ୍ରି ଗାଁର ସ୍ମୃତିରୁ  

ଓଡ଼ିଶାରେ ଝିଅ-ବୋହୂମାନେ ଚିତା କୁଟାଇବାର ପରମ୍ପରା ରହିଛି । ବିଶେଷକରି ଆଦିବାସୀ ମହିଳାଙ୍କ ମୁହଁରେ ଓ…

Village History and Cultural Documentation Of Kelabagan Village

Editorial Note: In the summer of 2025, Samadhwani began a Village History…

Baso Hansda

ଆମ ଗାଁ ପରଶଖଣ୍ଡିର ଜୀବନୀ

ସଙ୍ଗୀତା ମହାନନ୍ଦ ୨୦୨୩ ମସିହାରେ ସଙ୍ଗୀତା ମହାନନ୍ଦ ଯେତେବେଳେ ପାଇକମାଳ ସ୍ଥିତ ଛେତଗାଁ ବିଦ୍ୟାଳୟର ଦଶମ…

ହିନ୍ଦୋଳ ଗାଁର ଇତିହାସ, ସଂସ୍କୃତି ଓ ଜନଜୀବନ

Since 2005, the "Aam Gaon Aam Jeevan" campaign has encouraged students to…

Ananya Priyadarshini

 ଗାଁ ଇତିହାସରୁ ଗନ୍ଧମାର୍ଦ୍ଦନ ପରମ୍ପରା ମେଳା

ମୀନା ମଲିକ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର କୁରାଢ଼ିଫସା ଗ୍ରାମର ଜଣେ ନର୍ସିଂ ଛାତ୍ରୀ। ୨୦୨୩…

Meena Mallik

ବିକ୍ରମ ନଗର: ମୋ ଗାଁର କଥା

Editorial Note: This village history of Vikram Nagar was written by Pratima…

ଆମ ଗାଁ ଆମ ଜୀବନ (ଗାଁ ଇତିହାସ) ଲିପିବଦ୍ଧ ପ୍ରତିଯୋଗୀତା ୨୦୨୬

ସମଧ୍ଵନି ତରଫରୁ ଓଡ଼ିଆ ଭାଷା ଦିବସ ୨୦୨୬ରେ ଘୋଷଣା କରାଯାଇଛି ଆମ ଗାଁ ଆମ ଜୀବନ…

ତିଲେଇମାଲର ସଂସ୍କୃତି ଓ ଇତିହାସ

ସମଧ୍ୱନି ୨୦୨୫ ମସିହା ଏପ୍ରିଲ ୧ ତାରିଖ ଓଡ଼ିଆ ଭାଷା ଦିବସରେ "ଆମ ଗାଁ ଆମ…

ଗନ୍ଧମାର୍ଦ୍ଦନ ପରମ୍ପରା ମେଳାର ଅନୁଭୂତି

୨୦୨୬ ମସିହା ଜାନୁଆରୀ ୮ ତାରିଖ ଦିନଟି ମୋ ପାଇଁ ଥିଲା ବହୁତ ଆନନ୍ଦ ଓ…

Himani Pradhan