Home / ସ୍ୱୟଂପ୍ରଭା ପାଢ଼ୀ

ସ୍ୱୟଂପ୍ରଭା ପାଢ଼ୀ

ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ଗବେଷିକା ଓ ସମ୍ପାଦକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।

ଓଡିଶୀରେ ଏକ ନୂତନ ଅଧ୍ୟାୟ ସୃଷ୍ଟିକଲା “ଦ ଷ୍ଟ୍ରିଙ୍ଗସ”

ଓଡିଶୀ ସଙ୍ଗୀତ ଶୁଣୀବାପାଇଁ ଏତେ ଋଚି ସମ୍ପୂର୍ଣ୍ଣ ଏକଥା ହୁଏତ ମଣିଷ ନ ଶୁଣିଲେ ବିଶ୍ୱାସ କରିପାରିବ ନାହିଁ। ଗତକାଲି ରବିନ୍ଦ୍ର ମଣ୍ଡପ ରେ “ଦ ଷ୍ଟ୍ରିଙ୍ଗସ” ତରଫରୁ ଜୟକିରଣ ଟ୍ରଷ୍ଟ ଆୟୋଜନ କରିଥିବା ଏକ ସାଂସ୍କୃତିକ ସଂନ୍ଧ୍ୟାରେ ଗ୍ରୁପ ଭାଓଲିନ ପରିବେଷଣ ସମୟରେ କିଛି ନୂଆ ନୂଆ …

Read More »

“ଭୂ ପାଲିନି- ଭୂପାଲି”

‘ଭୂପାଲି’ ରାଗକୁ ବର୍ଣ୍ଣନା କରିବାକୁ ଯାଇ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଅନ୍ୟତମ ଗୁରୁ ‘ଶ୍ରୀ ଧନେଶ୍ୱର ଦାସ’ କହିଥିଲେ ‘ଭୂ’ ଅର୍ଥାତ୍ ‘ଭୂମି’। ‘ଭୂ ପାଲିନି’ ଅର୍ଥାତ୍ ‘ଭୂମିକୁ ଯିଏ ପାଳନ କରନ୍ତି’। ଏହି ରାଗର ଲକ୍ଷ୍ୟ ହେଲା ଭୂମିର ସୃଷ୍ଟି ସମ୍ପର୍କରେ ଜାଣିବା ଏବଂ ଏହାର ରହସ୍ୟକୁ …

Read More »

‘ଶ’ରଙ୍ଗୀ – ‘ସାରଙ୍ଗୀ’ – “ଉସ୍ତାଦ୍ ସାବ୍ରି ଖାଁ ସାହେବ’

ସଙ୍ଗୀତର ସ୍ୱରରେ ବିଶ୍ୱବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ସାରଙ୍ଗୀର ପ୍ରଖ୍ୟାତ ବାଦକ “ଉସ୍ତାଦ୍ ସାବ୍ରି ଖାଁ ସାହେବ” ୮୮ ବର୍ଷ ବୟସରେ, ୨୦୧୫ ମସିହା ଡ଼ିସେମ୍ବର ୧ ତାରିଖରେ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟତାଟିଏ ସୃଷ୍ଟିକରି ସମସ୍ତଙ୍କ ଗହଣରୁ ବିଦାୟ ନେଇ ଚାଲିଯାଇଥିଲେ। ସେହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ …

Read More »

ତାରର ଯାଦୁଗରଙ୍କ ପାଦପଦ୍ମରେ ବିନମ୍ର ଶ୍ରଦ୍ଧାଞ୍ଜଳି

ତାଙ୍କର ତାରର ଯାଦୁଗରୀ ପୁରା ପରିବେଶକୁ ମନ୍ତ୍ରମୁଗ୍ଧ କରିପକାଏ ଓ ସଙ୍ଗୀତର ଏକ ଅପୂର୍ବ ପରିପ୍ରକାଶ କରିଥାଏ । ପିଲାଦିନରୁ ସାଙ୍ଗୀତିକ ପରିବେଶ ଭିତରେ ଆଖିଖୋଲିଥିଲେ ସେ । ପିତା ପଣ୍ଡିତ ଉମାଦତ୍ତ ଶର୍ମାଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ଖୁବ ଉଚ୍ଚସ୍ଥାନ ମିଳିଥିଲା। ଛୋଟବେଳେ ଯେତେବେଳେ କୁନି କୁନି …

Read More »

ପ୍ରଚଣ୍ଡ ପ୍ରତିଭାଧାରୀ ପଣ୍ଡିତ ଡ଼ଃ ଦାମୋଦର ହୋତା ଓ ତ୍ରିଧାରା ସଙ୍ଗୀତ ସମାରୋହ (ଶ୍ରଦ୍ଧାଞ୍ଜଳି)

ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ପ୍ରତିଭାର ଅଧିକାରୀ ପଣ୍ଡିତ ଡ଼ଃ ଦାମୋଦର ହୋତା ୨୦୨୨ ମସିହା ଫେବୃଆରୀ ୫ ତାରିଖ ଶ୍ରୀପଞ୍ଚମୀ ଦିନ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଣ୍ଡିତ ଦାମୋଦର ହୋତା ଥିଲେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଗୁରୁ …

Read More »

ସଙ୍ଗୀତ ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ୍ଣ କିଛି କଥା : ପରବିନ ସୁଲତାନାଜୀ

ଶାସ୍ତ୍ରୀୟ ସଙ୍ଗୀତ ଅତ୍ୟନ୍ତ ଗମ୍ଭୀର ଓ ଐଶ୍ୱରୀୟ ଜିନିଷ ଏତେ ସହଜରେ ଏହା ମିଳେନି । ସେଥିପାଇଁ ହିନ୍ଦୁସ୍ଥାନରେ ଆପଣଙ୍କୁ ଭଲ ସଙ୍ଗୀତକାର ହାତଗଣତି ମିଳିବେ ଯେଉଁମାନେ ସଠିକ ଭାବରେ ସଙ୍ଗୀତ ସାଧନା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତକୁ ଆମର ପୂର୍ବପୁରୁଷମାନେ ବହୁତ ଭଲଭାବରେ ଗାଇ ଏହାକୁ ଲୋକାଦ୍ରୃତ …

Read More »

ସର୍ବଧର୍ମ ସମୋନ୍ନୟର ବାର୍ତ୍ତା ଦିଏ “ପୀର ଜାହାନିଆ”

ସେଦିନ ପୀର ଜାହାନିଆ ପୀଠ ସମ୍ପର୍କରେ ଜାଣବାପାଇଁ ଧାଇଁଯାଇଥିଲୁ ଅସ୍ତରଙ୍ଗ ଅଞ୍ଚଳକୁ । ଭୁବନେଶ୍ୱରଠାରୁ ୮୦-୮୫ କିଲୋମିଟର ଦୂର ଅସ୍ତରଙ୍ଗ । ସମୁଦ୍ର କୂଳିଆ ଅଞ୍ଚଳ । ସମଗ୍ର ଅଞ୍ଚଳ ଝାଉଁ ଏବଂ ଅନ୍ୟାନ୍ୟ ଅନେକ ଗଛ ବୃକ୍ଷରେ ପରିପୂର୍ଣ୍ଣ । ଅସ୍ତରଙ୍ଗକୁ ପଶିବାପରେ ପୀର ଜାହାନିଆ ପହଞ୍ଚିବାଯାଏ …

Read More »

ଓଡ଼ିଶାରେ ସୌହାର୍ଦ୍ୟର ସଂସ୍କୃତି (ସାକ୍ଷାତକାର: ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ)

ବିଶିଷ୍ଟ ଗଣିତଜ୍ଞ ତଥା ଗଣିତ ପ୍ରୟୋଗ କେନ୍ଦ୍ରର ଉପଦେଷ୍ଟା ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ କେବଳ ଜଣେ ସୁନାମଧନ୍ୟ ଗଣିତ ବିଶେଷଜ୍ଞ ନୁହଁନ୍ତି ବରଂ ତାଙ୍କୁ ଜଣେ ସମାଜ ଚିନ୍ତକ ତଥା ସମାଜ ବିଜ୍ଞାନୀ କହିଲେ ଅତ୍ୟୁକ୍ତି ହେବନାହିଁ । ଗଣିତକୁ ସାଧାରଣ ପିଲାମାନଙ୍କ ସ୍ତରକୁ ନେବାପାଇଁ ସେ …

Read More »

ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ଓ ସଙ୍ଗୀତଜ୍ଞ

ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ସମ୍ପର୍କରେ ଚର୍ଚ୍ଚା କରିବା ସମୟରେ ପ୍ରଥମେ ମନରେ ଆସେ ସଙ୍ଗୀତ କଣ ? ଏହାର ଆମ ସାମାଜିକ ଜୀବନରେ ଭୂମିକା କଣ? ନାଟ୍ୟ ଶାସ୍ତ୍ର ଅନୁସାରେ ଅବଳା, ଵାଳ, ଗୋପାଳ ଓ ରାଜା ନିଜ ମନେ ମନେ ଯେଉଁ ଗୀତ ଗୁଣୁ ଗୁଣୁ ହୁଅନ୍ତି …

Read More »

ଗାଁ’

ଗାଁ ଦାଣ୍ଡି ଘର ସୁନା ଧାନ ବିଲ ଅଙ୍କାବଙ୍କା ଗାଁ ନଈ ଭାବିଛକି କେବେ ଇତିହାସ ପ୍ରୁଷ୍ଠା ନୀରବ କିଆଁ ତା ପାଇଁ ହଜି ହଜି ଗଲା ଗାଁ…. ପୋଛିଲା କିଏ ତା ନାଁ ଚାଷୀଭାଇ ଯହିଁ ଖତ ଭାର ଧରି ବିଲମାଳ ବୁଣି ଦିଏ ଧାନ ବିରି …

Read More »