ସମଭାବାପର୍ଣ୍ଣ ସଂସ୍ଥାମାନଙ୍କ ସହଯୋଗମୂଳକ କାର୍ଯ୍ୟ

୨୦୦୫ ମସିହାରୁ ସମଧ୍ୱନି ସାଂସ୍କୃତିକ ସଂଗଠନ ଓଡ଼ିଶାର ସାଧାରଣ ଓ ଅବହେଳିତ ମଣିଷର ଅଭିବ୍ୟକ୍ତିକୁ ସାଂସ୍କୃତିକ ମାଧ୍ୟମରେ ପ୍ରକାଶ, ଲିପିବଦ୍ଧ, ସଂରକ୍ଷଣ ଓ ପ୍ରଚାର-ପ୍ରସାର କରିବା ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛି । ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହାକୁ ଲିପିବଦ୍ଧ କରାଯିବାପାଇଁ ଚେଷ୍ଟା ଜାରି ରହିଛି । ୨୦୨୬ ମସିହାରୁ ଏହି କାର୍ଯ୍ୟକ୍ରମକୁ ଏକ ସାମୂହିକ ରୂପ ଦେବାପାଇଁ ବିଭିନ୍ନ ସମଭାବାପର୍ଣ୍ଣ ସଂସ୍ଥା ଓ ସଂଗଠନମାନଙ୍କ ସହିତ ସହଯୋଗମୂଳକ କାର୍ଯ୍ୟ ଆରମ୍ଭ କରିବାପାଇଁ ଉଦ୍ୟମ କରାଯାଉଛି ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ :

  • ଓଡ଼ିଶାରେ ହଜି ହଜି ଯାଉଥିବା ବିଭିନ୍ନ ଅଞ୍ଚଳର ଲୋକସଂସ୍କୃତି, ଖାଦ୍ୟ, ପର୍ବ, ଉତ୍ସବ ଓ ଲୋକକଳା ବିଷୟରେ ଆଲୋଚନା କରିବା ଏବଂ ଏହାର ଇତିହାସ ଓ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିବା ଓ ଏହାକୁ ଆଲୋଚନାକୁ ଆଣିବା ।
  • ଓଡ଼ିଶାର ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ଜୀବନ ସଂଗ୍ରାମର କାହାଣୀକୁ ସମସ୍ତଙ୍କ ସାମ୍ନାକୁ ଆଣିବା ଓ ଏହି ଦିଗରେ ପଦକ୍ଷେପ ନେବାପାଇଁ ପ୍ରୟାସ କରିବା ।
  • ଏଥିପାଇଁ ବିଭିନ୍ନ ଅଞ୍ଚଳର କଳାକାର ତଥା ଅନୁଷ୍ଠାନମାନଙ୍କ ସହଯୋଗ ଯେ ଅପରିହାର୍ଯ୍ୟ, ତାହା ଆମେ ଗଭୀର ଭାବରେ ଅନୁଭବ କରୁଛୁ ।
  • ଓଡ଼ିଆ ଭାଷା ଓ ସଂସ୍କୃତି ସମ୍ପର୍କରେ ମୁଖ୍ୟ ସ୍ରୋତରେ ଯେତେ ଚର୍ଚ୍ଚା ହେଉଥିଲେ ବି, ଆନ୍ତରିକ ଓ ସ୍ଥାନୀୟସ୍ତରରେ ପ୍ରୟାସର ଘୋର ଅଭାବ ଅନୁଭୂତ ହୁଏ ।
  • ଆଜିର ଏହି ସମୟରେ ଏକାଠି ହୋଇ କାମ କଲେ, ହୁଏତ ନୂଆ ପିଢ଼ୀଙ୍କ ନିକଟରେ କିଛି ନୂଆ ବାର୍ତ୍ତା ପହଞ୍ଚିପାରିବ ।

ଏହି ଆଶା ଓ ବିଶ୍ୱାସ ନେଇ ସମଧ୍ୱନି ତରଫରୁ ଏକ ସହଯୋଗମୂଳକ କାର୍ଯ୍ୟ ଆରମ୍ଭ କରିବାପାଇଁ ଆହ୍ଵାନ ଦିଆଯାଉଛି ।

ଯେଉଁମାନେ ଆମ ସହିତ ହାତ ମିଶେଇବେ:

ଆମେ ବିନୀତ ଭାବରେ ଜଣେଇବାକୁ ଚାହୁଁଛୁ ଯେ, ଏହି ସହଯୋଗର ମୂଳ ଆଧାର ହେଉଛି ବୌଦ୍ଧିକ ସହଯୋଗ, ଆର୍ଥିକ ନୁହେଁ ।

ସମଧ୍ୱନି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପାଠକ ତଥା ଶୁଭେଚ୍ଛୁମାନଙ୍କର ବ୍ୟକ୍ତିଗତ ଆଗ୍ରହ ଓ ସ୍ନେହ ସହଯୋଗରେ କାମ କରି ଆସୁଛି ।

ଆମ ସହିତ ଯେକୌଣସି କାମରେ ଯୋଡ଼ିହେବା ମାନେ କୌଣସି ଆର୍ଥିକ ଲେନଦେନ ନୁହେଁ ।

ଏଠାରେ ଯାହା ବିନିମୟ ହେବ, ତାହା ହେଉଛି ଜ୍ଞାନ, ଅନୁଭବ ଓ ସଂସ୍କୃତି, ଯାହାର ମୂଲ୍ୟ କୌଣସି ଅର୍ଥରେ ମପାଯାଇ ପାରିବ ନାହିଁ ।

Collaborations with Friends: Working with Like-Minded Organizations

Since 2005, Samadhwani Cultural Organization has been working continuously to express, document, preserve, and promote the voices of ordinary and marginalized people of Odisha through cultural mediums. This work has been carried forward in collaboration with students from various schools and colleges across the state. From 2026, an initiative is being undertaken to give this program a collective shape by building collaborative partnerships with various institutions and organizations.

Objectives of this Program

  • To discuss, understand, and bring into wider conversation the history and current status of folk culture, food, festivals, and folk arts from various regions of Odisha that are gradually disappearing
  • To make efforts to bring forward the stories of struggle and resilience of artists from different parts of Odisha, and to take concrete steps in this direction
  • We deeply believe that the collaboration of artists and institutions from various regions is absolutely essential for this work
  • Despite much discussion about Odia language and culture in mainstream spaces, there remains a serious absence of sincere, ground-level effort
  • Working together at this moment may help carry new and meaningful messages to the next generation

With this hope and belief, Samadhwani extends an open invitation to begin a collaborative effort with like-minded friends.

To Those Who Join Hands with Us

We would like to humbly share one important understanding: the foundation of this collaboration is intellectual partnership, not financial transaction.

Samadhwani has always worked through the personal interest, affection, and support of its readers and well-wishers.

Joining hands with us does not involve any financial exchange whatsoever.

What will be shared here is something far more valuable: knowledge, experience, and culture, things whose worth cannot be measured in any currency.