ଆବଶ୍ୟକତା :
ନାମ ପଞ୍ଜିକରଣ
1- ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପ୍ରଥମେ ନାମ ପଞ୍ଜିକରଣ (ରେଜିଷ୍ଟ୍ରେସନ) କରିବାପାଇଁ ପଡିଥାଏ । ତଳେ ରେଜିଷ୍ଟ୍ରସନ ଫର୍ମ ଦିଆଯାଇଛି । ସେହି ଫର୍ମରେ ଦିଆଯାଇଥିବା ବ୍ୟାଙ୍କ କିମ୍ବା UPI ସ୍କାନରେ (Registration Fee = Rs 50/- ) ଫି ଭରି ଏହାର ଏକ ଫଟୋ ରଖନ୍ତୁ । ରେଜିଷ୍ଟ୍ରେସନ ଫର୍ମ ପୂରଣ କରିବାପାଇଁ ଏହା ଜରୁରୀ ।
2- ରେଜିଷ୍ଟ୍ରେସନ କରିସାରିବା ପରେ ନିଜ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଗୁଗୁଲ ଫର୍ମରେ ପୁରଣ କରି ଦିଆଯାଇଥିବା ଇମେଲ (Email: samadhwani.culturaljournalism@gmail.com ) କୁ ପଠାଇବାକୁ ହେବ ।
3- ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ପ୍ରତି ପନ୍ଦର ଦିନରେ ନିଜ କାମର ଏକ ଡକ୍ୟୁମେଣ୍ଟ କପି ଓ ପିଡିଏଫ କପି ଯୋଗାଯୋଗ ପାଇଁ ଦିଆଯାଇଥିବା ଇମେଲରେ ପଠେଇବେ ।
4- ସବୁ କପି ଦାଖଲ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ ଅନଲାଇନରୁ ସଂଗ୍ରହ / online download କରିପାରିବେ ।
5- ରେଜିଷ୍ଟ୍ରେସନ ଫର୍ମ/ Registration Form: Click here
6- ଯୋଗାଯୋଗ ପାଇଁ :
ଫୋନ : 9438189779
ଇମେଲ: samadhwani.culturaljournalism@gmail.com
ଶୁଭେଛା ସହିତ
ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟାନାୟକ (ଅଧ୍ୟକ୍ଷ, ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର)
ସ୍ଵୟଂପ୍ରଭା ପାଢୀ (ନିର୍ଦ୍ଦେଶକ, ସମଧ୍ଵନି ସାଂସ୍କୃତିକ ଗବେଷଣା କେନ୍ଦ୍ର)
“ପ୍ରଶ୍ନାବଳୀ” / Questions
ପ୍ରଥମ ଭାଗ: “ଆମ ଗାଁ’ ଆମ ଜୀବନ”
ଏହି ବିଷୟ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଅଟେ
୧. ଗାଁ’ର ପୁରୁଣା ଗପ ଭିନ୍ନ ଭିନ୍ନ ସଂପ୍ରଦାୟର ବୟସ୍କ ଜେଜେ ମା ଓ ଜେଜେ ବାପାଙ୍କୁ ପଚାରିବା
ଆମ ଗାଁ’ର ନାମ ଏମିତି କାହିଁକି ରଖାଗଲା? ଏ ବିଷୟରେ ସେମାନେ ପିଲାଦିନେ କିଛି କଥା ବା କିଛି କାହାଣୀ ଶୁଣିଛନ୍ତି କି ?
କେବେ ଓ କିଏ ପ୍ରଥମେ ଗାଁ ବସାଇଥିଲେ?
ଆଗରୁ ଗାଁ କେମିତି ଥିଲା? ଜଙ୍ଗଲ, ନଦୀ, ପଶୁ-ପକ୍ଷୀ, ଗଛଲତା କ’ଣ କ’ଣ ଥିଲା ?
ପୁରୁଣା ଦିନରେ କେଉଁ ପର୍ବ ପାଳନ ହେଉଥିଲା? କେଉଁସବୁ ଉତ୍ସବ ଗାଁ’ରେ ହେଉଥିଲା ?
ଲୋକଙ୍କ ଭିତରେ ସମ୍ପର୍କ କେମିତି ଥିଲା ? ପରସ୍ପର ଦୁଃଖ ଓ ସୁଖରେ କେମିତି ମିଳିମିଶି ଚଳୁଥିଲେ ?
ଗାଁ ଲୋକେ କ’ଣସବୁ ଚାଷ କରୁଥିଲେ ? କ’ଣ ରାନ୍ଧିକି ଖାଉଥିଲେ?
ଆମ ଗାଁ ଦେବୀ-ଦେବତାଙ୍କୁ ନେଇ କିଛି କାହାଣୀ ଅଛି କି ? ସେ କେମିତି ଗାଁକୁ ରକ୍ଷା କରିଛନ୍ତି କିମ୍ବା ଅନ୍ୟ କିଛି ?
ବନ୍ୟା, ମରୁଡ଼ି ହେଲେ ଲୋକେ ସେତେବେଳେ କ’ଣ କରୁଥିଲେ?
ପୂର୍ବରୁ ଝଗଡା ହେଲେ ଲୋକେ କେମିତି ସମାଧାନ କରୁଥିଲେ ?
ବିବାହ ଉତ୍ସବ, ଜନ୍ମ ଓ ମୃତ୍ୟୁକୁ କେମିତି ଲୋକେ ପାଳନ କରୁଥିଲେ ? ଉତ୍ସବରେ ସେମାନେ କ’ଣ ଖାଉଥିଲେ ?
(ମନେରଖନ୍ତୁ ସାକ୍ଷାତକାର ଦେଉଥିବା ଲୋକଙ୍କୁ ତାଙ୍କର ନାମ ଓ ବୟସ ପଚାରିବେ ଓ ତା’ସହିତ ସେ ଯାହା କହିଛନ୍ତି ସବୁ କଥା ଅବିକଳ ବନ୍ଧନୀ କରି ନିଜ କପିରେ ଲେଖିବେ ।)
୨. ଗାଁ’ର ବର୍ତ୍ତମାନ ସମ୍ପର୍କରେ (ବୟସ୍କ ଲୋକ, ନିଜ ବାପା- ମା ବା ଶିକ୍ଷକଙ୍କୁ ପଚାରିବେ)
ଏବେ ଗାଁ’ରେ କେତେ ଘର ଅଛି ? କେତେ ଲୋକ ରହୁଛନ୍ତି ? କେଉଁ ସଂପ୍ରଦାୟର ଲୋକମାନେ ରହୁଛନ୍ତି?
ଆମ ଗାଁ’ର ବଡ଼ ପର୍ବ କେଉଁଗୁଡ଼ିକ? ସେଥିରେ କ’ଣ ହୁଏ? କେଉଁ ପିଠା ଓ ଭଲ ଖାଦ୍ୟ ରୋଷେଇ ହୁଏ?
ଗାଁ’ରେ ଡାକ୍ତରଖାନା, ସ୍କୁଲ, ପାଣି ବ୍ୟବସ୍ଥା କେମିତି ଅଛି ? ପ୍ରତ୍ୟେକ ବିଷୟରେ ପଦେ ଲେଖାଏଁ ଲେଖ।
ଗାଁ’ରେ କେଉଁ କଥା ନୂଆରେ ଘଟୁଛି ? ଗାଁ ବଦଳୁଛି କି? ଯେମିତି- ନୂଆ ମେସିନର ବ୍ୟବହାର, ସ୍କୁଲରେ ନୂଆ କଥା? ପଚାରି ବୁଝି ଲେଖ ।
୩. ଚାଷ ଓ ଖାଦ୍ୟର କାହାଣୀ (ଚାଷୀ ଓ ବୟସ୍କଙ୍କୁ ପଚାରିବେ) – (ଚାଷ କରୁଥିବା ଓ ବିଭିନ୍ନ ଜୀବିକା କରୁଥିବା ଲୋକଙ୍କୁ ଭେଟି ସାକ୍ଷାତକାର କରିବେ – ତାଙ୍କ ନାମ ଓ ବୟସ ପଚାରିବେ – ତାଙ୍କ କାମ ସମ୍ପର୍କରେ ଓ ରୋଜଗାର ସମ୍ପର୍କରେ ଏକ ସାକ୍ଷାତକାର ନେବେ )
– ଆଗରୁ କେଉଁ ଫସଲ ଚାଷ ହୁଏ? ଗାଁ’ରୁ କେଉଁ ଫସଲ ବଜାରକୁ ବିକ୍ରିପାଇଁ ଯାଏ ?
– ପୁରୁଣା ଫସଲ (ମାଣ୍ଡିଆ, କୁଦୋ, ସୁଆଁ) କାହିଁକି କମିଗଲା? କେଉଁ ଫସଲ ଆଉ ଚାଷ ହେଉନାହିଁ ?
– ଆଗରୁ କ’ଣ ଖାଦ୍ୟ ଖାଉଥିଲେ? ଏବେ ତାକୁ କାହିଁକି ଭୁଲିଗଲେ?
– ଗାଁ’ରେ କେଉଁ ଜୀବିକା କରୁଥିବା ଲୋକ ଅଛନ୍ତି? ସେମାନେ କ’ଣ କରନ୍ତି ଓ ସେସବୁକୁ କେଉଁଠି ବିକ୍ରିବଟା କରନ୍ତି ? ସେଥିରୁ କେତେ ରୋଜଗାର ହୁଏ ?
୪. ଗାଁ’ର ସଂସ୍କୃତି
ଆମ ଗାଁ’ରେ ପ୍ରତି ବର୍ଷ ନାଟକ ହୁଏ କି ? କିଏ କରନ୍ତି ? ପୂର୍ବରୁ ଏସବୁ ହେଉଥିଲା କି ? କେଉଁ ଗୀତ, ନାଚ, କଳା ପୂର୍ବରୁ ଗାଁ’ରେ ଥିଲା ? (ପୁରୁଣା ଗୀତ, କବିତା, ଢଗ ଗୁଡିକୁ ରେକର୍ଡ କରି ଖାତାରେ ଲେଖନ୍ତୁ)
ଗାଁ ପିଲାମାନେ କେଉଁ ଖେଳ ଖେଳନ୍ତି? ଗାଁ’ର ଝିଅ ଓ ପୁଅଙ୍କ ଭିତରୁ କେହି ଭଲ ଖେଳାଖେଳି କରନ୍ତି କି ? ଗାଁ’ରେ ଖେଳପଡ଼ିଆ ଅଛି କି ? ତୁମେ କଣ ଖେଳିବାକୁ ଭଲ ପାଅ ?
ଗାଁ’ର କିଛି ନିଜସ୍ୱ ସାଂସ୍କୃତିକ ପରିଚୟ ରହିଛି କି ? ସେ ସମ୍ପର୍କରେ ଲେଖନ୍ତୁ ଯେମିତି କିଛି ନୃତ୍ୟ, ବାଦ୍ୟ କିମ୍ବା ଅନ୍ୟାନ୍ୟ କଳା ।
୫. ଗାଁ’ର ସମସ୍ୟା ଓ ଜନଜୀବନ – ଗାଁ’ର ମୁରବି, ସ୍କୁଲ ଶିକ୍ଷକ, ଜାଣିବା ଶୁଣିବା ଲୋକଙ୍କୁ ପଚାରି ଲେଖିବେ ।
ଗାଁ’ରେ କ’ଣ ଅସୁବିଧା ଅଛି? ଗାଁ’ର ପାଣି, ରୋଜଗାର, ସ୍କୁଲ, ଡାକ୍ତରଖାନା ବିଷୟରେ ଗୋଟିଏ ଲେଖାଏଁ ପଦ ଲେଖ – ଏହାକୁ ଠିକ୍ କରିବାକୁ ଗାଁ ଲୋକେ କ’ଣ କରନ୍ତି ?
ପୁରୁଣା ଦିନରେ ଗାଁ’ରେ ସ୍କୁଲ ନଥିଲାବେଳେ ପିଲାମାନେ କେମିତି ପଢ଼ୁଥିଲେ? ଏବେ ଗାଁ’ରେ ସ୍କୁଲ ଅଛି କି? ସମସ୍ତ ପିଲା ସ୍କୁଲ ଯାଆନ୍ତି କି, ନା କିଛି ପିଲା ପଢ଼ିପାରନ୍ତି ନାହିଁ? କାହିଁକି ପଢ଼ିପାରନ୍ତି ନାହିଁ ? ସେମାନେ କ’ଣ କରନ୍ତି?
ଗାଁ’ର ଲୋକମାନେ ଦାଦନ ଯାଉଛନ୍ତି କି ? କେତେ ଲୋକ ଦାଦନ ଯାଇଛନ୍ତି ? କେଉଁ କାମ କରିବାକୁ ଯାଉଛନ୍ତି ?
ଆଗରୁ ଗାଁ ପାଖରେ ଜଙ୍ଗଲ ଥିଲା କି ? କେତେ ଥିଲା ଓ ଏବେ କେତେ ଅଛି? କାହିଁକି କମିଛି ?
ଜଙ୍ଗଲରୁ ଗାଁ ଲୋକେ କ’ଣ ସବୁ ଆଣୁଥିଲେ? (ଯେମିତି କାଠ, ଫଳ, ଔଷଧ)
ଗାଁ’ର ପାଣି, ମାଟି, ପବନ ଏବେ ବଦଳିଛି କି ? ପୂର୍ବ ଅପେକ୍ଷା କାହିଁକି ଖରାପ ହୋଇଛି ବୋଲି ଲୋକେ କହୁଛନ୍ତି ?
ଗାଁ’ରେଲୋକେ କେଉଁ କାମଧନ୍ଦା କରନ୍ତି? (ଯେମିତି ବୁଣାକାର, କମାର, କୁମ୍ଭାର, କାଠ ମିସ୍ତ୍ରୀ, ରାଜମିସ୍ତ୍ରୀ, ମାଛ ଧରା, ଚିତ୍ରକର, ବାଦ୍ୟ କାରିଗର ଭଳି )
ଗାଁ’ରେ ବିଭିନ୍ନ ସଂପ୍ରଦାୟର ଲୋକ କେମିତି ମିଶିକି ରହୁଛନ୍ତି? ସମସ୍ତେ ଏକାଠି ପର୍ବ ପାଳନ କରନ୍ତି କି ?
ଆମ ଗାଁ’ର ସବୁଠୁ ଧନୀ ଲୋକ କିଏ ? ସିଏ କ’ଣ କରନ୍ତି ଓ କେମିତି ଚଳନ୍ତି? ଆମ ଗାଁ’ର ସବୁଠୁ ଗରିବ କିଏ ? ସେ କ’ଣ କରନ୍ତି ଓ କେମିତି ଚଳନ୍ତି ?
୬. ଗାଁ’ର ଭବିଷ୍ୟତର ସଂରକ୍ଷଣ
ଗାଁ’ର ଜୀବନୀକୁ ଲିପିବଦ୍ଧ କରିବା କାହିଁକି ଜରୁରୀ? ଗାଁ’ର ଜୀବନୀ ଲେଖି ମୁଁ କ’ଣସବୁ ନୂଆ କଥା ଶିକ୍ଷା ପାଇଲି ? ଏସବୁ କଥା ପର ପିଢି ପାଇଁ ଆମେ କେମିତି ସାଇତି ରଖିପାରିବା ?
ଗାଁ’ର ସଂସ୍କୃତି ଓ ଇତିହାସକୁ ଡିଜିଟାଲ୍ ମାଧ୍ୟମରେ ସଂରକ୍ଷଣ କରିବା ପାଇଁ କିପରି ପଦକ୍ଷେପ ନିଆଯାଇପାରେ? ଏଥିପାଇଁ ନିଜେ କ’ଣ କରିପାରିବେ ?
ଗାଁ’ର ସାମାଜିକ ଓ ସାଂସ୍କୃତିକ ପରିଚୟକୁ ସଂରକ୍ଷଣ କରିବାରେ ଯୁବପିଢ଼ିର ଭୂମିକା କ’ଣ ହୋଇପାରେ?
ଗାଁ’ର ଅତୀତ ଓ ବର୍ତ୍ତମାନକୁ ଦେଖି ଏହାର ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ କ’ଣ? ଏକ ସୃଜନାତ୍ମକ ପ୍ରସ୍ତାବ ଦେବେ ।
ସୃଜନାତ୍ମକ କାର୍ଯ୍ୟ
ସାହିତ୍ୟ ରଚନା: ଗାଁ’ର ଏକ ଘଟଣା, ପର୍ବ କିମ୍ବା ସାଂସ୍କୃତିକ ପରିବେଷଣକୁ ନେଇ ଏକ କବିତା, ଗଳ୍ପ କିମ୍ବା ପ୍ରବନ୍ଧ ଲେଖିବେ ।
ଭିଜୁଆଲ୍ ଡକ୍ୟୁମେଣ୍ଟେସନ୍: ଗାଁ’ର ପ୍ରମୁଖ ସ୍ଥାନ, ପର୍ବ ଓ ଜୀବନଧାରାର ୨୦ଟି ଫଟୋ ଓ ଏକ ସଂକ୍ଷିପ୍ତ ଭିଡିଓ (୫ ମିନିଟ) ତିଆରି କରିବେ ।
ଦ୍ଵିତୀୟ ଭାଗ: ସଂସ୍କୃତି ସଂରକ୍ଷଣ
ନିମ୍ନ ବିଷୟ ଗୁଡିକ ଇଛାମୂଳକ – ଏହା ମଧ୍ୟରୁ ନିଜ ଆଗ୍ରହର ଗୋଟିଏ କିମ୍ବା ଦୁଇଟି ବିଷୟରେ ଲେଖିପାରିବେ
୧. ଆମ ଗାଁ’ର ସାହିତ୍ୟ
ଗାଁ’ରେ ଯେଉଁ ପ୍ରଚଳିତ ଲୋକଗାଥା, ଗୀତ, କବିତା, କାହାଣୀ, ଢଗ ଗୁଡ଼ିକ ରହିଛି ସେଗୁଡିକୁ ଲିପିବଦ୍ଧ କରିବେ ।
ଗାଁ’ରେ କୌଣସି ପୁରୁଣା ଲେଖା (ଶିଳାଲେଖ, ତାଳପତ୍ର, ପୁସ୍ତକ) ମିଳେ କି? ଏହା ଗାଁ’ର ସାହିତ୍ୟିକ ପରମ୍ପରା ଓ ସଂସ୍କୃତି ବିଷୟରେ କ’ଣ କହେ?
ଗାଁ’ର ଏକ ଘଟଣା, ପର୍ବ କିମ୍ବା ସାଂସ୍କୃତିକ ପରିବେଷଣକୁ ନେଇ ଏକ କବିତା, ଗଳ୍ପ କିମ୍ବା ପ୍ରବନ୍ଧ ଲେଖିବେ ।
୨. ସାଂସ୍କୃତିକ ବିକାଶ ଓ ପରିବର୍ତ୍ତନ
- ନିଜ ଗାଁ’ର ପାରମ୍ପରିକ ଗୀତ, ନୃତ୍ୟ ଓ କଳା ରହିଛି ଏକ ବର୍ଣ୍ଣନା ପ୍ରସ୍ତୁତ କରିବେ ? ଏଥିରେ କେଉଁ ସାମାଜିକ/ଧାର୍ମିକ/ଜାତିଗତ/ ସମ୍ପ୍ରଦାୟଗତ ପ୍ରଭାବ ଦେଖାଯାଏ? ପରବର୍ତ୍ତୀ ସମୟରେ ଏହା କିପରି ସାମୁହିକ ପରମ୍ପରାରେ ବଦଳିଛି ? ଏହା ସମୟ ସହ କିପରି ବଦଳିଛି ଦର୍ଶାଇବେ।
- ଗାଁ’ର ପର୍ବପର୍ବାଣି ଓ ରୀତିନୀତିରେ କେଉଁ କେଉଁ ସଂସ୍କୃତିର ଛାପ ରହିଛି? ବୟସ୍କ ଲୋକଙ୍କ କଥାରୁ ବିଶ୍ଳେଷଣ କରିବେ । (ଗାଇଡଙ୍କ ସହଯୋଗ ମଧ୍ୟ ନେଇପାର)
- ଆଧୁନିକତା ଓ ଶିକ୍ଷା ଆମ ନିଜ ଗାଁ’ର ସାଂସ୍କୃତିକ ପରିଚୟକୁ କିପରି ପ୍ରଭାବିତ କରିଛି? ଉଦାହରଣ ସହ ବିଶ୍ଳେଷଣ କରିବେ।
- ଆମ ଗାଁ’ରେ ପ୍ରଚଳିତ ଲୋକସାହିତ୍ୟ (ଗୀତ, କବିତା, ପ୍ରବଚନ ଇତ୍ୟାଦି) କେଉଁ ଭାଷା ଓ ସାମାଜିକ ସ୍ତରରୁ ଉଦ୍ଭବ ହୋଇଛି?
୩. ସାମାଜିକ ଗଠନ ଓ ଅର୍ଥନୀତି
- ନିଜ ଗାଁ’ର ବିଭିନ୍ନ ସଂପ୍ରଦାୟ ଭିତରେ କେଉଁଭଳି ସମ୍ପର୍କ ରହିଛି ? ନିଜ ଗାଁ’ର ସାମ୍ପ୍ରଦାୟିକ ସଂପ୍ରୀତିର ପରିବେଶକୁ ବର୍ଣ୍ଣନା କରି ଏକ ପ୍ରବନ୍ଧ ଲେଖିବେ । କେଉଁ ପର୍ବ ବା ଉତ୍ସବରେ ଗାଁ’ର ସବୁ ଲୋକ ଏକାଠି ହୁଅନ୍ତି ତଥା ପ୍ରତିବେଶୀ ବା ପଡୋଶୀ ଗାଁ’ମାନଙ୍କର ଲୋକ ଅଂଶଗ୍ରହଣ କରିଥାନ୍ତି ଲେଖିବେ? (ଗାଇଡଙ୍କ ସହଯୋଗ ନେଇପାରିବେ)
- ଗାଁ’ର ପୁରୁଣା ଅର୍ଥନୀତି (ଚାଷ, ହସ୍ତଶିଳ୍ପ, ବ୍ୟାପାର ଓ ଅନ୍ୟାନ୍ୟ ଜୀବିକା) ଏବେ କିପରି ବଦଳିଛି ଓ କାହିଁକି ବଦଳିଛି ? ଏହା ଗାଁ’ର ଜୀବନଧାରା ଓ ସାହିତ୍ୟ ଉପରେ କ’ଣ ପ୍ରଭାବ ପକାଇଛି?
- ଗାଁ’ରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଶ୍ରମ ବିଭାଜନ କିପରି ହୋଇଛି ? ଗାଁ’ର ଶିକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ନିଜର ଅଧ୍ୟୟନ କ’ଣ ?
- ଗାଁ’ରେ ଶିକ୍ଷା ଓ ସାକ୍ଷରତାର ବିକାଶ ସ୍ଥାନୀୟ ସାହିତ୍ୟ ଓ ମୌଖିକ ପରମ୍ପରା ଉପରେ କିପରି ପ୍ରଭାବ ପକାଇଛି? ଏଥିରେ କେଉଁ ପରିବର୍ତ୍ତନ ଜରୁରୀ ?
୪. ପରିବେଶ ଓ ସଂସ୍କୃତିର ସମ୍ପର୍କ
- ଆମ ଗାଁ’ର ପ୍ରାକୃତିକ ପରିବେଶ (ଜଙ୍ଗଲ, ନଦୀ, ପାହାଡ଼) ଏହାର ଲୋକସାହିତ୍ୟ ଓ ଧର୍ମୀୟ ବିଶ୍ଵାସରେ କିପରି ପ୍ରତିଫଳିତ ହୋଇଛି? ଏଗୁଡିକର ନାମକରଣ ପଛରେ ଥିବା ଇତିହାସ ଓ ଜନଶ୍ରୁତି ବିଷୟରେ ବି ଲେଖିବେ।
- ପୁରୁଣା ଦିନରେ ଗାଁ ଲୋକେ ପ୍ରକୃତି ସହ କିପରି ସମ୍ପର୍କ ରଖୁଥିଲେ? ଏହା ଏବେ କିପରି ବଦଳିଛି?
- ଗାଁ’ରେ ପ୍ରଚଳିତ ପୁରୁଣା ଖାଦ୍ୟପେୟ, ବସ୍ତ୍ର, ଚାଲିଚଳଣି କିପରି ସାହିତ୍ୟ ଓ ସଂସ୍କୃତିରେ ସ୍ଥାନ ପାଇଛି?
୫. ସାହିତ୍ୟିକ ଓ ଗବେଷଣାତ୍ମକ ବିଶ୍ଳେଷଣ
- ଗାଁ’ରେ ଶୁଣାଯାଉଥିବା ଲୋକଗାଥା କିମ୍ବା ଗୀତଗୁଡ଼ିକୁ (ସମଗ୍ର ଲୋକସାହିତ୍ୟ) ସାହିତ୍ୟର କୌଣସି ପର୍ଯ୍ୟାୟ (ପ୍ରାଚୀନ, ମଧ୍ୟକାଳୀନ, ଆଧୁନିକ) ସହ ତୁଳନା କରିବେ।
- ଗାଁ’ର ସଂସ୍କୃତି/ ପର୍ବପର୍ବାଣି/ ଉସବ/ ଉପରେ ଏକ ସାହିତ୍ୟିକ ରଚନା (କବିତା/ ଗଳ୍ପ/ ନାଟକ/ ପ୍ରବନ୍ଧ) ଲେଖିବେ ଓ ଏହାର ପଛରେ ନିଜର ଚିନ୍ତାଧାରାକୁ ବିଶ୍ଳେଷଣ କରିବେ ।
- ଗାଁ’ର ଜଣେ କଳାକାର, କିମ୍ବା ବୁଣାକାର କିମ୍ବା କୁମ୍ଭାର, କମାର ବା କୌଣସି ଜୀବିକା କରୁଥିବା ଲୋକଙ୍କ ଜୀବନ ଓ ତାଙ୍କ କାମ ଉପରେ ଏକ ତଥ୍ୟ ସମ୍ବଳିତ ନିବନ୍ଧ ଲେଖିବେ ।
ସୂଚନା
ସାକ୍ଷାତକାର ଓ ଗବେଷଣାରେ ଗୁଣାତ୍ମକ (Qualitative) ଓ ସଂଖ୍ୟାତ୍ମକ (Quantitative) ତଥ୍ୟ ସଂଗ୍ରହ କରିବେ ।
ଗାଁ’ର ସଂସ୍କୃତିକୁ ସାହିତ୍ୟ ଓ ଇତିହାସର ଦୃଷ୍ଟିରୁ ବିଶ୍ଳେଷଣ କରି ଏକ ଅନନ୍ୟ ଦୃଷ୍ଟିକୋଣ ଉପସ୍ଥାପନ କରିବେ ।
ନିଜ ଗବେଷଣାକୁ ସଫଳ କରିବା ପାଇଁ ବୟସ୍କଙ୍କ ସହ ଧୈର୍ଯ୍ୟ ଓ ସମ୍ମାନ ସହ କଥାବାର୍ତ୍ତା କରିବେ ।
ନିୟମାବଳୀ
ସମୟସୀମା: “ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ” ଓଡ଼ିଆ ନବବର୍ଷ ୧୪ ଏପ୍ରିଲ , ୨୦୨୫ରୁ ୩୦ ଅଗଷ୍ଟ , ୨୦୨୫ ମଧ୍ୟରେ ଅନୁଷ୍ଠିତ ହେବ।
ଗବେଷଣା ନିବନ୍ଧ ଦାଖଲର ଶେଷ ତାରିଖ: ୩୦ ଅଗଷ୍ଟ ୨୦୨୫ ସୁଦ୍ଧା ଗବେଷଣା ପ୍ରତିବେଦନ, ଫଟୋ, ଅଡିଓ/ଭିଡିଓ ଓ ସାହିତ୍ୟିକ ରଚନା ଜମା କରିବାକୁ ହେବ ।
*ଗ୍ରାଜୁଏସନ୍ ଛାତ୍ରଛାତ୍ରୀମାନେ ପ୍ରତି ୧୫ ଦିନରେ ନିଜ କାମର ସମୀକ୍ଷା ପାଇଁ ପିଡିଏଫ ପଠେଇବେ ।
ଗବେଷଣା ଖାତା ତିଆରି: ଗାଁ’ର ନାମରେ ଏକ ଖାତା/ପ୍ରତିବେଦନ ତିଆରି କରିବେ।
ପ୍ରଥମ ପୃଷ୍ଠା: ଗାଁ’ର ଭୌଗୋଳିକ ପରିଚୟ (ଜିଲ୍ଲା, ବ୍ଲକ, ପାଖାପାଖି ପ୍ରସିଦ୍ଧ ସ୍ଥାନ), ଏକ ସଂକ୍ଷିପ୍ତ ଐତିହାସିକ ଓଭାରଭ୍ୟୁ ଓ ଗବେଷଣାର ଉଦ୍ଦେଶ୍ୟ ଲେଖିବେ । ଖାତାରେ ଫଟୋ, ଚିତ୍ର ଓ ସାହିତ୍ୟିକ ରଚନା (କବିତା/ଗଳ୍ପ) ଯୋଗ କରିବେ।
ନିମ୍ନଲିଖିତ ଲିଙ୍କରେ ନିଜର ତଥ୍ୟ ପଞ୍ଜୀକରଣ/ registration କରିବେ : https://samadhwani.com/cultural-journalism-certificate-course
ସାକ୍ଷାତକାର: ଅତିକମରେ ୫ ଜଣ ବିଭିନ୍ନ ବୟସ୍କ ବ୍ୟକ୍ତିଙ୍କ ସହ (୬୦ ବର୍ଷରୁ ଅଧିକ) ସାକ୍ଷାତକାର ନେବେ।
ସାକ୍ଷାତକାରରେ ଅଡିଓ/ଭିଡିଓ ରେକର୍ଡିଂ କରିବେ, ସେମାନଙ୍କ ନାମ, ବୟସ, ପେଶା ଓ ଫଟୋ ସହିତ ଡକ୍ୟୁମେଣ୍ଟ କରିବେ।
ସାକ୍ଷାତକାରରୁ ପ୍ରାପ୍ତ ତଥ୍ୟକୁ ଲେଖିବେ ଓ ଏହାର ବିଶ୍ଳେଷଣ କରି ମଧ୍ୟ ଲେଖିବେ ।
ଅନୁସନ୍ଧାନ: ଗାଁ’ର ପୁରୁଣା ଦଲିଲ, ସାହିତ୍ୟ, ଲୋକଗାଥା, ଗୀତ ଓ ଐତିହାସିକ ଘଟଣାକୁ ଖୋଜିବେ।
ଜିଲ୍ଲା ଅଭିଲେଖାଗାର, ଗ୍ରାମପଞ୍ଚାୟତ ରେକର୍ଡ କିମ୍ବା ପୁରୁଣା ବୟସ୍କଙ୍କ ମୌଖିକ ବିବରଣୀରୁ ତଥ୍ୟ ସଂଗ୍ରହ କରିବେ।
ସୃଜନାତ୍ମକ ଅଂଶ: ଗାଁ’ର ସଂସ୍କୃତି ଓ ଜୀବନଧାରାକୁ ନେଇ ଏକ କବିତା, ଗଳ୍ପ କିମ୍ବା ପ୍ରବନ୍ଧ ଲେଖିବେ।
ଗାଁ’ର ଭବିଷ୍ୟତ ପାଇଁ ଏକ ଦୃଷ୍ଟିକୋଣ (Vision Statement) ପ୍ରସ୍ତୁତ କରିବେ।
ଜମା ପ୍ରକ୍ରିୟା:
ନିଜ ପ୍ରବନ୍ଧ କପିକୁ WORD and PDF ଫର୍ମାଟରେ ଏହି ଇମେଲକୁ ପ୍ରତି ପନ୍ଦର ଦିନରେ ପଠେଇବାକୁ ହେବ : ମେ – 15, ମେ – 30, ଜୁନ – 15, ଜୁନ – 30, ଜୁଲାଇ – 15, ଜୁଲାଇ – 30 ।
samadhwani.culturaljournalism@gmail.com
ସହଯୋଗ ବା ଗାଇଡ଼:
ଏହି କାମରେ ଛାତ୍ରଛାତ୍ରୀମାନେ ସହଯୋଗ ବା ଗାଇଡ଼ ପାଇବାପାଇଁ ନିମରେ ଦିଆଯାଇଥିବା ଗାଁ ଇତିହାସ ବିଶେଷଜ୍ଞ୍ନ, ପ୍ରଫେସର ଓ ଅଧ୍ୟାପକଙ୍କର ସହଯୋଗ ନେଇପାରିବେ ;
1- Swayamprava Parhi, Chief Editor, Samadhwani, Village History Expert
Email: samadhwani.culturaljournalism@gmail.com
Contact No: 9438189779
2- ଡ. ସୁଧୀର କୁମାର ସାହୁ/ Dr. Sudhir Kumar Sahu, Dean, Humanities, Jamshedpur Women’s University
Email – sudhirsahitya@gmail.com
Contact no: 94307 18658
3- ଡ. ଅଜିତ କୁମାର ମୁନୀ / Dr. Ajit Kumar Muni, Odia lecturer Aska Science College, Ganjam
Email: ajitkumarmuni2@gmail.com
Contact no: 94386 62878
ପୁରସ୍କାର
1- ସମସ୍ତ ଅଂଶଗ୍ରହଣକାରୀଙ୍କୁ ଗବେଷଣା କାମ ପାଇଁ ସାର୍ଟିଫିକେଟ୍ ପ୍ରଦାନ କରାଯିବ।
2- ସମସ୍ତ ଅଂଶଗ୍ରହଣକାରୀଙ୍କ ଲେଖା ଗୁଡିକୁ ସମଧ୍ଵନି ଡିଜିଟାଲ ପତ୍ରିକାରେ ପ୍ରକାଶ କରାଯିବ ।(ସେଥିପାଇଁ ଲେଖା ଗୁଡିକ ଟାଇପ ହୋଇ ଆମ ପାଖକୁ ଆସିବା ଜରୁରୀ)
3- ଉତ୍କୃଷ୍ଟ ଗବେଷଣାତ୍ମକ ଓ ସାହିତ୍ୟିକ ପ୍ରତିବେଦନକୁ ସମଧ୍ଵନି ପ୍ରିଣ୍ଟ ପତ୍ରିକାରେ ଓ “ଆମ ଗାଁ ଆମ ଜୀବନ” ପୁସ୍ତକରେ ପ୍ରକାଶ କରାଯିବ।