ମୋତେ ହତିଆର କର ନାହିଁ

1 Min Read

ଯେଉଁ ଲେଖା ତୁମକୁ ନ ସୁହାଇଲା

ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,

ଦେଶକୁ ପଚାରୁଛି କିଏ ଯେ

ଲେଖକର ଲେଖାରେ

କେତେ ଦ୍ରୋହ ଥିଲା?

ଦେଶ ତେଣୁ କ୍ଷୁବ୍ଧ-

ସେ କରୁଛି ପ୍ରଶ୍ନ – ,

“ତୁମେ ସତେ ମତେ

କେତେ ଦୁର୍ବଳ ନ ଭାବୁଛ ଯେ,

କାହାର ଲେଖାରେ ମୁଁ

ଖଣ୍ଡ ବିଖଣ୍ଡିତ ହେବି ଓ

ସତ୍ତା ହରାଇବି?”

“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,

ସେମାନଙ୍କର ଲେଖାକୁ ନୁହେଁ,

ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛ

ଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।

“ଅନୁରୋଧ, ମୋତେ ଅପମାନିତ କର ନାହିଁ ।

ପୁଣି କହୁଛି

ମୁଁ ଏତେ ଭଂଗୁର ନୁହେଁ ଯେ

କାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବି

ଓ ସତ୍ତା ହରାଇବି ।

ଅନୁରୋଧ, କ୍ଷମତା ଦଖଲ ପାଇଁ

ମୋତେ ହତିଆର କର ନାହିଁ ।

ଯଦି ମୋତେ ମା କହୁଛ

ତାହାହେଲେ ଆନନ୍ଦିତ ହୁଅ ଦେଖି

ମୁଁ କିପରି ମୋ କୋଳରେ ନିର୍ବିକାର ସଭିଙ୍କୁ ଧରିଛି ”

Photo credit- https://bit.ly/2QzyXwl

Contents
ଯେଉଁ ଲେଖା ତୁମକୁ ନ ସୁହାଇଲାତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,ଦେଶକୁ ପଚାରୁଛି କିଏ ଯେଲେଖକର ଲେଖାରେକେତେ ଦ୍ରୋହ ଥିଲା?ଦେଶ ତେଣୁ କ୍ଷୁବ୍ଧ-ସେ କରୁଛି ପ୍ରଶ୍ନ – ,“ତୁମେ ସତେ ମତେକେତେ ଦୁର୍ବଳ ନ ଭାବୁଛ ଯେ,କାହାର ଲେଖାରେ ମୁଁଖଣ୍ଡ ବିଖଣ୍ଡିତ ହେବି ଓସତ୍ତା ହରାଇବି?”“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,ସେମାନଙ୍କର ଲେଖାକୁ ନୁହେଁ,ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।“ଅନୁରୋଧ, ମୋତେ ଅପମାନିତ କର ନାହିଁ ।ପୁଣି କହୁଛିମୁଁ ଏତେ ଭଂଗୁର ନୁହେଁ ଯେକାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବିଓ ସତ୍ତା ହରାଇବି ।ଅନୁରୋଧ, କ୍ଷମତା ଦଖଲ ପାଇଁମୋତେ ହତିଆର କର ନାହିଁ ।ଯଦି ମୋତେ ମା କହୁଛତାହାହେଲେ ଆନନ୍ଦିତ ହୁଅ ଦେଖିମୁଁ କିପରି ମୋ କୋଳରେ ନିର୍ବିକାର ସଭିଙ୍କୁ ଧରିଛି ”
Support Samadhwani

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ