ଆମେରିକା ଓ କାନାଡ଼ାର ଗାୟକ ଭୁବନେଶ୍ୱରର ଏକ ରାଗ ସିରିଜରେ ଅନ ଲାଇନ୍

ସ୍ୱୟଂପ୍ରଭା ପାଢ଼ୀ
ସ୍ୱୟଂପ୍ରଭା ପାଢ଼ୀ 101 Views
2 Min Read

ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ ରାଗ ସିରିଜ-୪ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ କାନାଡ଼ାର ବିଶିଷ୍ଟ ଜାଜ୍ ଗାୟକ କିମ୍ ଜ଼ଓମ୍ବିକ୍ ଏବଂ ବାସ ପ୍ଲେୟର ନିକୋଲସ୍ କାଲଇୟା ଏବଂ ଆମେରିକାର ୱୀଲିୟୋମ୍ ପିଟରସନ ୟୁନିଭରସିଟିର ପ୍ରଫେସର ପ୍ୟାଟନ୍ ମ୍ୟାକଡୋନାଲ୍ ୱେଷ୍ଟର୍ନ କ୍ଲାସିକାଲ ମ୍ୟୁଜିକ ପରିବେଷଣ କରିଥିଲେ।

Support Samadhwani

ତାଙ୍କୁ ଓଡିଶାରେ ପ୍ରଥମ ଥର ଗାଇବାର ସୁଯୋଗ ଅନ ଲାଇନ ମାଧ୍ୟମରେ ମିଳିଥିବାରୁ ସେ ଅତ୍ୟନ୍ତ ଖୁସିଥିବା ସହ ଫାଉଣ୍ଡେସନର ସଂସ୍ଥାପକ ମୁକୁନ୍ଦ ଦେବ ସହୁଙ୍କ ଠାରୁ ଅନଲାଇନ ରେ ସଂଗୀତ ଶିକ୍ଷା ଗ୍ରହଣ କରି ନିଜ ଗାୟନ ଶୈଳୀକୁ ବିଶ୍ଵ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେଇ ପାରିଛନ୍ତି ବୋଲି ପ୍ରକାଶ କରିଥିଲେ। କିମ୍ ଜ଼ଓମ୍ବିକ୍ ବିଶ୍ୱର ଦୁଇଥର ବେଷ୍ଟ ଫିମେଲ୍ ଜାଜ୍ ସିଂଗର୍ ଭାବରେ ମନୋନୀତ ହୋଇଛାନ୍ତି ଏବଂ ତାଙ୍କୁ ସଂଗୀତ ତାଙ୍କ ପରିବାରରୁ ମିଳିଛି ।

ପ୍ରଫେସର ପ୍ୟାଟନ୍ ମ୍ୟାକଡୋନାଲ୍ ୱୀଲିୟୋମ୍ ପିଟରସନ ୟୁନିଭରସିଟିରେ ମ୍ୟୁଜିକ ପ୍ରଫେସର ଅଛନ୍ତି ଏବଂ ସେ ଏକ ଧାରାରେ ଜଣେ ମରିମ୍ବା, ଡ୍ରମ୍ ଏବଂ ଧ୍ରୁପଦ୍ ଗାୟକ ଅଟନ୍ତି । ସେ ୱେଷ୍ଟର୍ନ କ୍ଲସିକଲ ମ୍ୟୁଜିକ କେମିତି ଭାରତୀୟ ଶାସ୍ତ୍ରୀୟ ସଂଗୀତ ଠାରୁ ଭିନ୍ନ ଏବଂ ଏକ ରାଗର ମହତ୍ତ୍ୱ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ଖୁବ ସୁନ୍ଦର ମାରିମ୍ବା ବାଦନ କରିଥିଲେ। ସୁଚନା ଯଗ୍ୟ ଯେ ପ୍ୟାଟନ୍ ଏବଂ ମୁକୁନ୍ଦ ଦେବ ଦୁହେଁ ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁଙ୍କ ଶିଷ୍ୟ ଅଟନ୍ତି।

କାର୍ଯ୍ୟକ୍ରମରେ ଡକ୍ଟର ଶ୍ରେୟା ପହ୍ୱା ଏବଂ ମୁକୁନ୍ଦ ଦେବ ୱେଷ୍ଟର୍ନ କ୍ଲସିକଲ ମ୍ୟୁଜିକର ମନବିଜ୍ଞାନ ପ୍ରଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ ଯାହାର ଉତ୍ତରରେ ପ୍ୟାଟନ୍ କହିଥିଲେ ଯେ ୱେଷ୍ଟର୍ନ ମ୍ୟୁଜିକ ଠାରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଧ୍ରୁପଦ୍ ମନକୁ ଶାନ୍ତ କରିବାରେ ସହାୟକ ଅଟେ। ୱେଷ୍ଟର୍ନ ମ୍ୟୁଜିକରେ ମନ ଆନନ୍ଦିତ ହୋଇଥାଏ ସତ କିନ୍ତୁ ଧ୍ରୁପଦ୍ ଗାୟନ୍ ରେ ଆତ୍ମା ଆନନ୍ଦିତ ହୋଇଥାଏ । ଆଜିର ଏହି ଅନ ଲାଇନ ଆଲୋଚନା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଡକ୍ଟର ବିନୋଦ ଗୁପ୍ତା।

Support Samadhwani

ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ ଦ୍ୱାରା “ଏକ ରାଗ ସିରିଜ” ପ୍ରତେକ ବୁଧବାର ସଂଧ୍ୟା ୫ଟାରେ ଫେସବୁକ ପେଜରେ ଆୟୋଜିତ ହେଉଅଛି। ଏଥିରେ ପଦ୍ମଶ୍ରୀ ଉମାକାନ୍ତ ଗୁଣ୍ଡେଚା, ପଣ୍ଡିତ ଅରୁଣ କଶଳକର ଏବଂ ଶାଶ୍ଵତୀ ମଣ୍ଡଳ ଏକ ରାଗ ରହସ୍ୟ ଉନ୍ମଚୋନ କରି ଅନ ଲାଇନ ରେ ହଜାର ହଜାର ସଂଗୀତ ରସିକ ମାନଙ୍କୁ ଆକର୍ଷିତ କରିଛନ୍ତି। ଆଗାମୀ ବୁଧବାର ଜ଼ୀ ଟିଭି ସା ରେ ଗା ମା ପା ଗଜଲ ଷ୍ଟାର ଜଜିମ୍ ଶର୍ମା ଲାଇଟ କ୍ଲାସିକଲ ମ୍ୟୁଜିକରେ “ଏକ ରାଗ”ର ମହତ୍ତ୍ୱ ବିଷୟରେ ଚର୍ଚ୍ଚା କରିବେ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।

Share this Article
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ଗବେଷିକା ଓ ସମ୍ପାଦକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।