ଭଗବତୀ ପ୍ରିୟ ସାଥୀ

ମନମୋହନ ମିଶ୍ର
ମନମୋହନ ମିଶ୍ର 186 Views
3 Min Read

(ମୋହନ ‘ନୂଆ ଗପଟିଏ ଲେଖ’ କବିତା ବହିର ଅଂଶ ବିଶେଷ)

ଭଗବତୀ ପ୍ରିୟ ସାଥୀ
ସେ ଦିନ ନିର୍ଜନ ରାତି
ଆଦିବାସୀ ଛୁଆ ଘିନୁଆ ବାଣୁଆ
ପାରିଧିରେ ଥିଲା ମାତି ।
ପଶୁ ମହାବଳ ପଶିଥିଲା ଗୋଠେ
ମଣିଷ ରକତ ଭରି ନିଶ ଓଠେ
ମାଇଲା ଘିନୁଆ ବନ୍ଧୁକ ଚୋଟେ
ହୁକୁମ ହୋଇଲା ଦଶଟଙ୍କା ମୋଟେ
ତଥାପି ସେ ଗୋରା ପ୍ରଶଂସା ପତର
ଲେଖିଦେଲା ହାତ କାଟି ।

କେତେ ଦିନ ଗଲା ବିତି
ମଣିଷ – ବାଘର ହୋଇଲା ଶିକାର
କେତେ ଲୋକ ନିତି ନିତି ।

କାହା ଭୂଇଁ ଗଲା, ଗଲା କାହା ଘର
କା’ ହଳ ଫିଟିଲା କେ ଗୋତି ଚାକର
କୁଳ ଭୂଆଷୁଣି ଝିଅ ବୋହୁଙ୍କର
ମହତ ହୋଇଲା ତୁଠର ପଥର
ଜଣେ ଅଧେ ନୁହେଁ ଶହ ଶହ ଘର
ହା’ହା’କାରେ ଗଲା ଫାଟି ।
ସେଦିନ ନିର୍ଜନ ରାତି!
ଲହୁ ସର ସର ଗାମୁଛା ଗୁଡ଼ାଇ
ଚାଲିଛି ଘିନୁଆ ତରବର ହୋଇ
ପହିଲି କଚେରୀ ସକାଳୁ ବସଇ
ହାକିମ ଆସିବା ମଟର ଶୁଭଇ
ଜମା ହେଲେ ଲୋକେ କିଭଳି ବାଘ ସେ
ବାଣୁଆ ଆଣିଛି କାଟି ।

ହଟିଗଲେ ଲୋକେ ଏତ ରାମ କାର୍ଜି ।
କେତେ ଭୂଇଁ ବାଡ଼ ବାହୁବଳେ ଅର୍ଜୀ
ଥିଲା ଲୋକଟାଏ ଥିଲା ପରି ଥିଲା
ଆବ୍ବା ଆବ୍ବା ! କେହ୍ନେ ଏଡ଼େକଥା ହେଲା!

ଶୁଣିବୁ ସାହେବ କହିଲା ଘିନୁଆ
ବାଘ ମହାବଳ ହେଲେ ପଶୁଛୁଆ
ମରିଷ ପେଟରୁ ଜନମି ଏ ଶଳା
ମଣିଷ ସର୍ଜନା ନିତି ପଦା କଲା
ଶହେ ବାଘଠାରୁ ଅଧିକ ଏ ଶଳା
ବଧାଇ ନଦେବୁ କାଟି
ଏଥର ତାଲୁକା ଉଶ୍ୱାସ ହୋଇଛି
ଉଶ୍ୱାସ ହୋଇଛି ମାଟି ।
ଗରଜେ ନିର୍ଜନ ରାତି,
ଭଗବତୀ ପ୍ରିୟ ସାଥୀ!

ବଧାଇ ବେଳର ଘଣ୍ଟି ବାଜିଲା
ହାତ ଗୋଡ଼ ବେଡ଼ି ଛନ୍ଦ ଶୁଭିଲା
ତେଲ ସରସର ଚିକ୍କଣ ସେ ରସି
ବଧାଇ ପାଗଳ ସେ ବାଣୁଆ ହସି
ହସି ଛାତି ଦେଲା ପାତି,
ପେଶଳ ବୁକୁର ଶୀରା ଫୁଲି ଫୁଲି
ଚୁମିଲା ଜନମ ମାଟି ।
ଗରଜିଲା ନିଶା ରାତି
ବାଘର ପାରିଧି ଆଉ ହୁଏ ନାହିଁ
କାହାର ନପାଏ ଛାତି ।

ବହୁଦିନ ତଳେ ଥରେ
ଫାସି ପାଇଥିଲା ଲେିନିନ ର ଭାଇ
ଋଷିଆର ବନ୍ଦିଘରେ ।
ପୋଛି ପୁତ୍ରହରା ଜନନୀର ବକ୍ଷୁ ଲୁହ
ପୁକାରିଲା ଦମ୍ଭେ ମଣିଷର ଶ୍ରେଷ୍ଠ ପୁଅ;
ନୁହେଁ ଏଇ ବାଟ ବଜାରେ ଦଳିତ ବାଜା
ତୋ ବୁକୁ ଲହୁରେ ତୋ ନିଶାଣ ତୁହି ଭିଜା ।
ଜାଗରେ ସର୍ବହରା,
ହାରିବାକୁ ହେବ ବନ୍ଧନ ଫାଶ
ଜିଣିବାକୁ ହେବ ଧରା ।

ଘିନୁଆ ଛାଡ଼ିଛି ଡ଼ାକ
ବିପୁଳ ମୋ କାନ୍ଧ ଉପରେ ଏ ପଟେ
ମୋ ଜାତି ନିଶାଣ ଟେକ ।
ଶିଆଳର ପରି ପଳାଉ ଶେଠଜୀ
ମରୁ ମହାରାଜା ବିଲାତକୁ ଭଜି
ଜାତିର ସମରୁ ଯାଇଅଛି ହଜି
କଂଗ୍ରେସୀ ବୁର୍ଜୁଆ ରଜା ।
ଆଜି ନୂଆ କରି ଜାତି ଗଢ଼ା ହେବ
ବଜାଅ ସମର ବାଜା ।

ଭଗବତୀ ପ୍ରିୟ ସାଥୀ
ଫୁଲି ଫୁଲି ଉଠେ ଲହୁର ଲହରୀ!
ତୋଳି ଏ ମହାନ ଜାତି ।
ଘିନୁଆର ଏବେ ହେବ ଦିନେ ଅଭିଷେକ
ସାଥୀ ଭଗବତୀ ନୂଆ ଗପଟିଏ ଲେଖ ।

PHOTO CREDIT –

Support Samadhwani
Contents
(ମୋହନ ‘ନୂଆ ଗପଟିଏ ଲେଖ’ କବିତା ବହିର ଅଂଶ ବିଶେଷ)ଭଗବତୀ ପ୍ରିୟ ସାଥୀ ସେ ଦିନ ନିର୍ଜନ ରାତି ଆଦିବାସୀ ଛୁଆ ଘିନୁଆ ବାଣୁଆ ପାରିଧିରେ ଥିଲା ମାତି । ପଶୁ ମହାବଳ ପଶିଥିଲା ଗୋଠେ ମଣିଷ ରକତ ଭରି ନିଶ ଓଠେ ମାଇଲା ଘିନୁଆ ବନ୍ଧୁକ ଚୋଟେ ହୁକୁମ ହୋଇଲା ଦଶଟଙ୍କା ମୋଟେ ତଥାପି ସେ ଗୋରା ପ୍ରଶଂସା ପତର ଲେଖିଦେଲା ହାତ କାଟି ।କେତେ ଦିନ ଗଲା ବିତି ମଣିଷ – ବାଘର ହୋଇଲା ଶିକାର କେତେ ଲୋକ ନିତି ନିତି ।କାହା ଭୂଇଁ ଗଲା, ଗଲା କାହା ଘର କା’ ହଳ ଫିଟିଲା କେ ଗୋତି ଚାକର କୁଳ ଭୂଆଷୁଣି ଝିଅ ବୋହୁଙ୍କର ମହତ ହୋଇଲା ତୁଠର ପଥର ଜଣେ ଅଧେ ନୁହେଁ ଶହ ଶହ ଘର ହା’ହା’କାରେ ଗଲା ଫାଟି । ସେଦିନ ନିର୍ଜନ ରାତି! ଲହୁ ସର ସର ଗାମୁଛା ଗୁଡ଼ାଇ ଚାଲିଛି ଘିନୁଆ ତରବର ହୋଇ ପହିଲି କଚେରୀ ସକାଳୁ ବସଇ ହାକିମ ଆସିବା ମଟର ଶୁଭଇ ଜମା ହେଲେ ଲୋକେ କିଭଳି ବାଘ ସେ ବାଣୁଆ ଆଣିଛି କାଟି ।ହଟିଗଲେ ଲୋକେ ଏତ ରାମ କାର୍ଜି । କେତେ ଭୂଇଁ ବାଡ଼ ବାହୁବଳେ ଅର୍ଜୀ ଥିଲା ଲୋକଟାଏ ଥିଲା ପରି ଥିଲା ଆବ୍ବା ଆବ୍ବା ! କେହ୍ନେ ଏଡ଼େକଥା ହେଲା!ଶୁଣିବୁ ସାହେବ କହିଲା ଘିନୁଆ ବାଘ ମହାବଳ ହେଲେ ପଶୁଛୁଆ ମରିଷ ପେଟରୁ ଜନମି ଏ ଶଳା ମଣିଷ ସର୍ଜନା ନିତି ପଦା କଲା ଶହେ ବାଘଠାରୁ ଅଧିକ ଏ ଶଳା ବଧାଇ ନଦେବୁ କାଟି ଏଥର ତାଲୁକା ଉଶ୍ୱାସ ହୋଇଛି ଉଶ୍ୱାସ ହୋଇଛି ମାଟି । ଗରଜେ ନିର୍ଜନ ରାତି, ଭଗବତୀ ପ୍ରିୟ ସାଥୀ!ବଧାଇ ବେଳର ଘଣ୍ଟି ବାଜିଲା ହାତ ଗୋଡ଼ ବେଡ଼ି ଛନ୍ଦ ଶୁଭିଲା ତେଲ ସରସର ଚିକ୍କଣ ସେ ରସି ବଧାଇ ପାଗଳ ସେ ବାଣୁଆ ହସି ହସି ଛାତି ଦେଲା ପାତି, ପେଶଳ ବୁକୁର ଶୀରା ଫୁଲି ଫୁଲି ଚୁମିଲା ଜନମ ମାଟି । ଗରଜିଲା ନିଶା ରାତି ବାଘର ପାରିଧି ଆଉ ହୁଏ ନାହିଁ କାହାର ନପାଏ ଛାତି ।ବହୁଦିନ ତଳେ ଥରେ ଫାସି ପାଇଥିଲା ଲେିନିନ ର ଭାଇ ଋଷିଆର ବନ୍ଦିଘରେ । ପୋଛି ପୁତ୍ରହରା ଜନନୀର ବକ୍ଷୁ ଲୁହ ପୁକାରିଲା ଦମ୍ଭେ ମଣିଷର ଶ୍ରେଷ୍ଠ ପୁଅ; ନୁହେଁ ଏଇ ବାଟ ବଜାରେ ଦଳିତ ବାଜା ତୋ ବୁକୁ ଲହୁରେ ତୋ ନିଶାଣ ତୁହି ଭିଜା । ଜାଗରେ ସର୍ବହରା, ହାରିବାକୁ ହେବ ବନ୍ଧନ ଫାଶ ଜିଣିବାକୁ ହେବ ଧରା ।ଘିନୁଆ ଛାଡ଼ିଛି ଡ଼ାକ ବିପୁଳ ମୋ କାନ୍ଧ ଉପରେ ଏ ପଟେ ମୋ ଜାତି ନିଶାଣ ଟେକ । ଶିଆଳର ପରି ପଳାଉ ଶେଠଜୀ ମରୁ ମହାରାଜା ବିଲାତକୁ ଭଜି ଜାତିର ସମରୁ ଯାଇଅଛି ହଜି କଂଗ୍ରେସୀ ବୁର୍ଜୁଆ ରଜା । ଆଜି ନୂଆ କରି ଜାତି ଗଢ଼ା ହେବ ବଜାଅ ସମର ବାଜା ।ଭଗବତୀ ପ୍ରିୟ ସାଥୀ ଫୁଲି ଫୁଲି ଉଠେ ଲହୁର ଲହରୀ! ତୋଳି ଏ ମହାନ ଜାତି । ଘିନୁଆର ଏବେ ହେବ ଦିନେ ଅଭିଷେକ ସାଥୀ ଭଗବତୀ ନୂଆ ଗପଟିଏ ଲେଖ ।

https://www.google.com/search?tbm=isch&q=capital+punishment+art&chips=q:capital+punishment+art,g_1:1800%27s&usg=AI4_-kSpats_RjO7iXie6QHwzLsOcLV0ZA&sa=X&ved=0ahUKEwjFj-2ExLjfAhXIjqQKHYDsAtEQ4lYINCgB&biw=1366&bih=577&dpr=1#imgrc=Zy1Gc0Qj4jSGSM:

Share this Article