ଶାନ୍ତିର ଗୀତ

Swayamprava Parhi (Chief Editor)
14 Views
1 Min Read

ଶାନ୍ତ ହୁଅ ହେ ବିଶ୍ଵ ମାନବ

 

Support Samadhwani

ଶାନ୍ତ ହୁଅ ହେ ବିଶ୍ଵ ମାନବ
ଶାନ୍ତିର ଗୀତ ଗାଅ …
ସୃଷ୍ଟିର ଅମୃତ ପ୍ରେମ ହୋଇ ଝରେ
ହୃଦୟେ ଧାରଣ କର

ସଭିଙ୍କ ଜୀବନେ ସ୍ନେହଁ – ପ୍ରେମ-ପ୍ରୀତି
ଝରୁଥାଉ ନିତି ଦିନ
ଏ ଜୀବ ଜଗତ ନଦୀ ଲତା ଝର
ବିଚରନ୍ତୁ ଭୟ ଶୂନ୍ୟ

ଭାଙ୍ଗିଯାଉ ପଛେ ଦେଶର ପ୍ରାଚୀର
ବଞ୍ଚିରହୁ ମାନବତା
ଯେତେ ରୂପ-ରଙ୍ଗ ଧର୍ମ ଜାତି ଭେଦ
ନହେଉ ପ୍ରେମରେ ବାଧା

Support Samadhwani

ଆକାଶରୁ ଧୂଆଁ ବାରୁଦର ଶବ୍ଦ
ଶୁନ୍ୟେ ଯାଉ ଅପସରି
ଅପସରି ଯାଉ ରକତର ହୋଲି
ବସନ୍ତର ପ୍ରେମ ଢାଳି

ଧୂଆଁ ଧୂସର ଏ ବିନାଶର ରଙ୍ଗ
ପ୍ରହେଳିକା ଯାଉ ହଜି
ସବୁଜ ପୃଥିବୀ ପ୍ରାଣେ ଭରିଉଠୁ
ସପତ ରଙ୍ଗର ହୋଲି

ଦ୍ଵେଷ ବିଦ୍ଵେଷର ଭାବ ହଜି ଯାଇ
ପ୍ରେମରଙ୍ଗେ ରଙ୍ଗୀ ଯାଉ
ସବୁରୀ ମନର ରଙ୍ଗ ମିଶିଯାଇ
କୃଷ୍ଣରଙ୍ଗ ରୂପ ନେଉ

ହେ ବିଶ୍ଵ ମାନବ ଏକ ହୃଦୟରେ
ପ୍ରେମ ରଙ୍ଗେ ହୋଲି ଖେଳ
ଜଳ ସ୍ଥଳ ବାୟୁ ଜୀବ ଜଗତରେ
ଶାନ୍ତିର ବାରତା ଦିଅ …
ଶାନ୍ତିର ଗୀତ ଗାଅ

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.