ବସନ୍ତ ଆସିଛି ବୋଲି

1 Min Read

ବସନ୍ତ ଆସିଛି ବୋଲି        

ବସନ୍ତ ଆସିଛି ବୋଲି –

ଫଗୁଣର ଓଠ ନାଲି

Samadhwani Support us

କୃଷ୍ଣ ଚୂଡା ଫୁଲେ ଫୁଲେ ଅଳୀ ଖେଳେ ଲୁଚକାଳୀ ॥0॥

ସୁରଭି ସଞ୍ଜୁଆ ବେଳେ …

ପ୍ରୀତିର ଚପଳା ଖେଳେ ।

ଫିକା ଫିକା ଦିଶେ ମୁହଁ …

ମୁରୁଜର ନାଲିମାରେ  ॥

ତା’ ଗୋଲାପି ଓଠ ଧାରେ ….

କହୁ ଥାଏ ଧୀରେ ଧୀରେ

ଖେଳିବି ରଙ୍ଗରେ ହୋଲି ଆସିବି ଆସନ୍ତା କାଲି ॥୧॥

ବାସନ୍ତୀ ରାତି ଆକାଶେ….

ତରା ଫୁଲର ଶେଯରେ ।

ଘୁମେଇଁ ପଡିଛି ସିଏ ….

ପ୍ରୀତି ଛୁଆଁ ଲାଜରେ  ॥

ସରଗ ମଥାନେ  ଜହ୍ନ,

ଦୋଳି ଖେଳେ ଝୁଲି ଝୁଲି

ମନ ତଳ କଥା ଯେତେ କହିଦେ’ମୋ’ଆଗେ ଖୋଲି॥୨॥

ପ୍ରୀତି ମଦିରାରେ ଭରା,

ଆଖିରେ ତା’ ସପନ

କାମନାର ନାୟିକା ସେ’

ଅଣାୟତ ଶ୍ରାବଣ

ଭିଜି ବାକୁ ଇଚ୍ଛା ହୁଏ,

ପ୍ରଣୟର ନିଶା ଜାଗେ ।

ଅନୁରାଗେ ଭରା ମନ, ଉଠେ ସତେ ଚହଲି ॥୩॥

***

ଗଗନ ବିହାରୀ ନାୟକ

ବିଡିଏ, କଲୋନୀ, ଚନ୍ଦ୍ରଶେଖର ପୁର, ଭୁବନେଶ୍ଵର-୧୬ ଫୋନ॰ ନଂ-୯୪୩୯୬୫୪୨୩୯

Share This Article