Home / ସାହିତ୍ୟ ସଂସ୍କୃତି / ଇତିହାସ / ଆମ ଗାଁ ବାଲିପଦରର ଇତିହାସ ଓ ଜୀବନୀ

ଆମ ଗାଁ ବାଲିପଦରର ଇତିହାସ ଓ ଜୀବନୀ

Share Samadhwani

୨୦୨୦ମସିହାରେ କରୋନା ସମୟରେ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିବା ‘ଆମ ଗାଁ ଆମ ଜୀବନ’ କାର୍ଯ୍ୟକ୍ରମରେ ନିଜ ଗାଁର ଜୀବନୀକୁ ଲିପିବଦ୍ଧ କରିବା ପାଇଁ ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀମାନେ ଏକାଠି ପ୍ରୟାସ ଆରମ୍ଭ କରିଥିଲେ । ଏହି ପ୍ରୟାସ ଫଳରେ ଏବେ ଅନେକ ଛାତ୍ର ଛାତ୍ରୀ ନିଜ ଗାଁର ଜୀବନୀ ଲେଖି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଯାହା ସମଗ୍ର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କପାଇଁ ପ୍ରେରଣାର ଉତ୍ସ ହୋଇଛି। ସ୍ମୃତିରେଖା ନାୟକଙ୍କର “ଆମ ଗାଁ ବାଲିପଦରର ଇତିହାସ ଓ ଜୀବନୀ” ଏହି ଉଦ୍ୟମର ଅଂଶବିଶେଷ ଯାହାକୁ ଏଠାରେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରାଯାଇ ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କୁ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିବା ‘ଆମ ଗାଁ ଆମ ଜୀବନ’ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରେରଣା ଦିଆଯାଉଛି । ଯେଉଁମାନେ ନିଜ ଗାଁ ସମ୍ପର୍କରେ ଲେଖିବା ପାଇଁ ଓ ଗାଁ କୁ ଆଉଥରେ ଜାଣିବା ପାଇଁ ପ୍ରୟାସ କରିବେ ସେମାନଙ୍କୁ ଆମେ ସ୍ୱାଗତ କରିବୁ ଓ ସହଯୋଗ କରିବୁ ସେମାନଙ୍କ ଲେଖାକୁ ସମଧ୍ୱନି ପୃଷ୍ଠାରେ ପ୍ରକାଶ କରିବାରେ । – ସମ୍ପାଦକ

ଆମ ଗାଁ ଗଞ୍ଜାମ ଜିଲ୍ଲାର ଘୁମୁସରତାଲୁକାରେ ଥିବା ବାଲିପଦର ଅଟେ । ଏଠାରେ ଏକର ପରିମାଣ ବାଲୁକାମୟ ଜମି ଉପରେ ଛୋଟ ଛୋଟ ପରିବାରକୁ ନେଇକି ୨୧ ଗୋଟି ଘର ଥିଲା । କାଳକ୍ରମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବଂଶଜ ଶାବର ଭଞ୍ଜ ଦେବ ଯେତେବେଳେ ଏହି ରାସ୍ତା ଦେଇ ଘୋଡ଼ାରେ ସାରା ଘୁମୁସର ଭ୍ରମଣ କରିବାକୁ ଆସନ୍ତି ସେତେବେଳେ ଏହି ବାଲୁକାମୟ ପଡ଼ିଆରେ ଥିବା ଗ୍ରାମଟିରେ ତମ୍ବୁ ପକାଇ ରାତ୍ର କାଳ ଯାପନ କରନ୍ତି । ପୁଣି ରାତି ପହିଲେ ଗୋଟେ ଝରଣାରେ ସ୍ନାନ କରନ୍ତି ଏବଂ ବାଲିରେ ଗୋଟିଏ ଶିବଲିଙ୍ଗ ସ୍ଥାପନ କରି ପୂଜା ସାରି ପୁଣି ଫେରି ଯାଆନ୍ତି । ଏହି ପରି ୨ବର୍ଷ ପରେ ରାଜା ଗୋଟେ ଶିବଲିଙ୍ଗ ଗାଁ ବାହାରେ ପ୍ରତିଷ୍ଠା କରି ମନ୍ଦିରର ନାମ ରଖିଲେ ବାଲଙ୍କେଶ୍ୱର ଏବଂ ଗାଁର ନାମ ରଖିଲେ ବାଲିପଦର । ଆମ ଗ୍ରାମର ଗ୍ରାମ ପଞ୍ଚାୟତ ହେଉଛି ବାଲିପଦର ଓ ବ୍ଲକ ହେଉଛି ବୁଗୁଡ଼ା ।

ଆମ ଗାଁର ଉତ୍ତର ପଶ୍ଚିମ ଦିଗ ଦେଇ ଦକ୍ଷିଣକୁ ଗୋଟିଏ ନଦୀ ଓ ନାଳ ପ୍ରଭାବିତ ହେଉଛି । ଗାଁକୁ ଲାଗି ଦୁଇଟି ବନ୍ଧ ବା ପୋଖରୀ ଅଛି । ଗାଁ ଠାରୁ ଅଳ୍ପ ଦୂରରେ ଥିବା ପୋଖରୀରେ ଜୀବଜନ୍ତୁ ଗାଧାନ୍ତି । ଗାଁର ଦକ୍ଷିଣରୁ ପୂର୍ବକୁ ଗୋଟିଏ ଜଙ୍ଗଲ ରହି0ଛି । ଏହି ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ରହୁଛନ୍ତି । ଏହି ବଣରେ ଶାଳ, ପିଆଶାଳ ଓ ଭିଭିନ୍ନ ପ୍ରକାର ଫୁଲ ଫଳ ଯଥା ତମାଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଇତ୍ୟାଦି ଫୁଲ ଅଛି ଆମ୍ବ, ବେଳ, କଇଠ, ଭଇଁଚ ଇତ୍ୟାଦି ଫଳ ମଧ୍ୟ ଅଛି ।

ଆମ ଗାଁର ଜନ ସଂଖ୍ୟା ୨୦୦୦ ରୁ ଅଧିକ ହେବ । ଗାଁର ଲୋକ ସମସ୍ତେ ମିଳିମିଶି ଚଳନ୍ତି । ପରସ୍ପର ପରସ୍ପରକୁ ସ୍ନେହ କରନ୍ତି । ଯେଉଁମାନେ ବଡ଼ ଅଫିସର ଓ ବଡ଼ ବ୍ୟବସାୟୀ ମାନେ ସୁନ୍ଦର ଘର କରି ରହନ୍ତି, ଭୋଗ ବିଳାସରେ ଦିନ କାଟନ୍ତି କିନ୍ତୁ ସବୁଟାରୁ ଛୋଟ ଘର ଅର୍ଥାତ୍ ଝାଟି ମାଟି ଘରରେ ରହୁଥିବା ଲୋକ ଦୁଃଖରେ ଜୀବନ ଯାପନ କରନ୍ତି ।

ଆମ ଗାଁରେ ବିଭିନ୍ନ ପ୍ରକାରର ଜାତି ଓ ଧର୍ମର ଲୋକମାନେ ବାସ କରନ୍ତି ମଧ୍ୟବିତ୍ତ ଲୋକମାନେ ପକ୍କା ଘରେ ରୁହନ୍ତି । ଗରିବ ଶ୍ରେଣୀର ଲୋକମାନେ ଚାଳ ଘରେ ରହନ୍ତି । କେତେ ଲୋକ ଗାଁରେ ରୋଜଗାର ପାଆନ୍ତି ତ ଆଉ କେତେ ଲୋକ ରୋଜଗାର ନ ପାଇଁ ବାହାରାଜ୍ୟକୁ ରୋଜଗାର ପାଇଁ ଚାଲିଯାଆନ୍ତି । ଅସୁବିଧାରେ ଚଳୁଥିବା ଲୋକଙ୍କ ପାଇଁ ସରକାର ଚିନ୍ତା କରନ୍ତି ।

ଆମ ଗାଁର ଅଧିକାଂଶ ଲୋକ ଶିକ୍ଷିତ ଓ ଜ୍ଞାନୀ । ଆମ ଗାଁର ପାଠ ପଢ଼ୁନଥିବା ପିଲାମାନଙ୍କୁ ବୁଝାଇ ଅଙ୍ଗନବାଡ଼ି ଦିଦିମାନେ ନେଇ ପଢ଼ାନ୍ତି। ଆମ ଗାଁରେ ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଛି ।

 

ଆମ ଗାଁର ସବୁଠାରୁ ବଡ଼ ସମସ୍ୟା ହେଉଛି ସ୍ୱାସ୍ଥ୍ୟ ସମସ୍ୟା । ଆମ ଗ୍ରାମର ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ଥିଲେ ମଧ୍ୟ କେତେବେଳେ ଡାକ୍ତର ରହନ୍ତି ନାହିଁ । କେତେବେଳେ ନର୍ସ ରହନ୍ତି ନାହିଁ । ଏହା ଆମ ଗ୍ରାମର ସବୁଠାରୁ ବଡ଼ ସମସ୍ୟା । ଆମ ଗ୍ରାମର ପ୍ରାକୃତିକ ବିପର୍ଯ୍ୟୟରେ ଲୋକମାନେ ଖାଇବା ପିଇବାରେ ଅସୁବିଧା ଭୋଗ କରନ୍ତି । ତାଙ୍କୁ ସରକାର ବିପର୍ଯ୍ୟୟ ସମୟରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଅନ୍ତି । ରହିବାକୁ ପଲିଥିନ୍ ଦିଅନ୍ତି ଏହିଭଳି ବିପନ୍ନ ଲୋକଙ୍କୁ ସରକାର ସାହାଯ୍ୟ କରନ୍ତି ।

ଆମ ଗାଁର ଲୋକମାନେ ବିଭିନ୍ନ ପ୍ରକାର ଜୀବିକା ଅର୍ଜନ କରି ଚଳନ୍ତି । ବହୁତ ଲୋକ ଚାଷ କରି ଜୀବିକା ନିର୍ବାହ କରନ୍ତି କିନ୍ତୁ ଅନ୍ୟ କେତେକ ଲୋକ କିଏ ଚାଷବାଷ କରନ୍ତିତ କିଏ କୁକୁଡ଼ା ଚାଷ କରନ୍ତି ତ ଆଉ କେତେ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି ।

ଆମ ଗାଁର ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥିଲେ ମଧ୍ୟ ଉପଯୁକ୍ତ ସେବା ମିଳେ ନାହିଁ ତେଣୁ କରି ଆମକୁ ଦୂରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡ଼େ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବେମାର ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନଜାଇ ଭଗବାନକୁ ବିଶ୍ୱାସ କରି ପୂଜା ଅର୍ଚ୍ଚନା କରନ୍ତି ତ ଆଉ କେତେ ଗୁଣିଗାରେଡ଼ିକୁ ବିଶ୍ୱାସ କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାନ୍ତି ନାହିଁ ।

ଆମ ଗାଁର ପର୍ବପର୍ବାଣୀ ରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍‌, ସମସ୍ତ ଜାତି-ଧର୍ମ ଭୁଲି କେନ୍ଦ୍ର ହୋଇ ଚଳନ୍ତି । ଏହା ହେଉଛି ଆମର ସବୁଠାରୁ ବଡ଼ଖୁସି କିନ୍ତୁ ସେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସେ ସେତେବେଳେ ଆମକୁ ବହୁତ ଦୁଃଖ କଷ୍ଟକୁ ଭୋଗ କରିବାକୁ ପଡ଼େ ।

ଗାଁରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ସେଥି ମଧ୍ୟରୁ ଜ୍ୟେଷ୍ଠ ସାମରେ ଶୀତଳଷଷ୍ଠି, ରଜପର୍ବ, ଗଣେଶପୂଜା ଦୂର୍ଗାପୂଜା ଏହିଭଳି ପର୍ବପର୍ବାଣୀରେ ଓଡ଼ିଶା ନୃତ୍ୟ ଯାତ୍ରା ଓ ଦାସକାଠିଆ ଏହି ଭଳି ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ପ୍ରାୟ ଶିକ୍ଷିତ ଲୋକମାନେ ନାଟକରେ ଭାଗ ନିଅନ୍ତି ଓ କମ୍ ଶିକ୍ଷିତ ଲୋକ ଲୋକନାଟକରେ ଭାଗ ନିଅନ୍ତି । ବର୍ତ୍ତମାନ ଆମେ ମଧ୍ୟ ଚିନ୍ତା କରୁ କି ପରମ୍ପାରାରୁ ଚଲି ଆସୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବଞ୍ଚେଇ ରଖିବୁ । ଆମ ଭିତରୁ କେତେକ ପିଲା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥାଉଁ ।

ଗାଁର ସବୁଠୁ ବୟସ୍କ ଲୋକମାନେ ପିଲାଦିନେ ଯାହା ଦେଖିଥିଲେ ବର୍ତ୍ତମାନ ତା ଠାରୁ ବହୁତ ପରିବର୍ତ୍ତନ ଦେଖିଛନ୍ତି କାରଣ ସେମାନଙ୍କ ସମୟରେ ଗମନା ଗମନରେ ସୁବିଧା ନଥିଲା କିମ୍ବା ସ୍ୱାସ୍ଥ୍ୟ ସୁରକ୍ଷାରେ ସୁବିଧାନ ଥିଲା ସେମାନେ ଲଣ୍ଠନ ଜାଳି ରହୁଥିଲେ ସେତେବେଳେ ବିଜୁଳିର ସୁବିଧା ନଥିଲା । ଗାଁର ବୟସ୍କ ମହିଳାମାନେ ବହୁ ହେଇ ଆସିଥିଲେ, ସେମାନେ ଜଙ୍ଗଲରୁ କାଠ ଆଣୁଥିଲେ ଓ ମାଟି ଚୁଲିରେ ଘସି କାଠ ସାହାଯ୍ୟରେ ରୋଷେଇ କରୁଥିଲେ । ଘରର ଆଲୋକ ପାଇଁ କିରୋସିନ୍ ଡିବି ବ୍ୟବହାର କରୁଥିଲେ । ବାପ ଘର ବା ଶାଶୁ ଘର ଯିବାକୁ ବଳଦଗାଡ଼ି କିମ୍ବା ଚାଲିକି ଯାଉଥିଲେ । ବର୍ତ୍ତମାନ ସେମାନେ ଗ୍ୟାସ୍ ଚୁଲାରେ ରାନ୍ଧୁଛନ୍ତି । ବିଜୁଳି ଆଳୁଅରେ ଘର ଜାଳୁଛନ୍ତି, ଯାନବାହାନରେ ଗମନା ଗମନ କରନ୍ତି ବର୍ତ୍ତମାନ ଅତି ସୁବିଧା ଦେଖୁଛନ୍ତି ।

ମୁଁ ବର୍ତ୍ତମାନ ଠାରୁ ଗାଁରେ ଏକତାକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରିବି । ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବା ସହିତ ବଡ଼ ହେଲେ ଆମ ଗାଁର ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାପ୍ରତି ଧ୍ୟାନ ଦେବି ।  ଅସୁବିଧାରେ ଚଳୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଏବେଠାରୁ ପ୍ରୟାସ କରିବି।


Share Samadhwani
Support Samadhwani

About ସ୍ମୃତିରେଖା ନାୟକ

ଛାତ୍ର ସାମ୍ବାଦିକ(Student Journalist)

Check Also

ପ୍ରଥମ ଓଡ଼ିଆ ଦଳିତ ଉପନ୍ୟାସ : ଏକ ଦୃଷ୍ଟି

Share Samadhwaniଦୁନିଆର ବହୁତ କଥାକୁ ବୁଝିହୁଏ ସିନା ଅସଲରେ ବୁଝେଇ ହୁଏ ନାହିଁ । ‘ସାହିତ୍ୟ’ ବି ସେଭଳି ଏକ …