ନାଟ୍ୟଶାସ୍ତ୍ର: ପ୍ରଥମ ଅଧ୍ୟାୟ -(ନାଟ୍ୟୋତ୍ପତ୍ତି – 3)

ଅଜିତ କୁମାର ମୁନୀ
ଅଜିତ କୁମାର ମୁନୀ 250 Views
6 Min Read

ନାଟ୍ୟଶାସ୍ତ୍ର ସମ୍ବନ୍ଧରେ ଧାରାବାହିକ ଗୋଟିଏ ଲେଖା ନାଟ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଦୃଷ୍ଟିରେ ରଖି ଲେଖିବାପାଇଁ ଡକ୍ଟର ଅଜିତ କୁମାର ମୁନୀ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କର ଉଦ୍ୟମ ସଫଳ ହେଲେ ଅନେକ ଛାତ୍ରଛାତ୍ରୀଙ୍କୁ ଏହି ଲେଖାଟି ନାଟ୍ୟ ଶିକ୍ଷା କ୍ଷେତ୍ରରେ ସହଯୋଗୀ ସାବ୍ୟସ୍ତ ହେବ ।  – ସମ୍ପାଦକ

ପ୍ରଦଦୁର୍ହୃଷ୍ଟମନସଃ ସର୍ବୋପକରଣାନି ନଃ

Support Samadhwani

ପ୍ରୀତସ୍ତୁ ପ୍ରଥମଂ ଶକ୍ରୋ ଦତ୍ତବାନ ସ୍ୱଧ୍ୱଜଂ ଶୁଭମ୍ ।ା ୫୯।।

ବ୍ରହ୍ମା କମଣ୍ଡଳୁଂ ଚୈବ ଭୃଙ୍ଗାରଂ ବରୁଣସ୍ତଥା

ସୂର୍ଯ୍ୟଚ୍ଛତ୍ରଂ ଶିବଃ ସିଦ୍ଧିଂ ବାୟୁର୍ବ୍ୟଜନମେବଚ ।ା୬୦।।

Support Samadhwani

ବିଷ୍ଣୁଃ ସିଂହାସନଂ ଚୈବ କୁବେରୋ ମୁକୁଟଂ ତଥା

ଶ୍ରାବ୍ୟତ୍ୱଂ ପ୍ରେକ୍ଷଣୀୟସ୍ୟ ଦଦୈା ଦେବୀ ସରସ୍ୱତୀ ।ା୬୧।।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୯, ଓଡି଼ଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୂବନେଶ୍ୱର, ଓଡି଼ଶା)

ଅପରପକ୍ଷରେ ପୁଣି ସେହି ଧ୍ୱଜ ଉତ୍ସବରେ ଦାନବମାନେ ଯେତେବେଳେ ସେମାନଙ୍କ ନିଧନ ମୂଳକ ନାଟ୍ୟାଭିନୟ ଦେଖିଲେ ସେତେବେଳେ ତତ୍‌କ୍ଷଣାତ୍ ସେମାନେ କ୍ରୋଧରେ ଜର୍ଜରିତ ହୋଇ ବିଭିନ୍ନ ଭର୍ôସନା ମୂଳକ କଳରୋଳ କରି ନାଟ୍ୟ ପରିବେଷଣରେ ବାଧା ସୃଷ୍ଟି କରିବା ସହ ମାୟାବଳରେ ଅଭିନେତା ଅଭିନେତ୍ରୀ ମାନଙ୍କୁ ସ୍ଥାଣୁ କରିଦେବା ସହ ସେମାନଙ୍କର ବାକ୍‌ଶକ୍ତି ମଧ୍ୟ ହରଣ କରିନେଲେ । ଯାଦ୍ୱାରା ନାଟକର ସୂତ୍ରଧର, ଅଭିନେତା, ଅଭିନେତ୍ରୀ ଏବଂ ଅନ୍ୟାନ୍ୟ ସହଯୋଗି ମାନେ ଦାନବ ମାନଙ୍କ ମାୟାର ଶୀକାର ହୋଇ ସଜ୍ଞାହୀନ ଓ ଜଡ ପାଲଟିଗଲେ । ଦେବରାଜ ଇନ୍ଦ୍ର ଏହାଦେଖି ଅତ୍ୟନ୍ତ କ୍ରୋଧାନି୍ୱତ ହୋଇ ବହୁବିଧ ଉଜ୍ଜ୍ୱଳ ରତ୍ନରେ ଭୂଷିତ ହୋଇଥିବା ଧ୍ୱଜକୁ ସ୍ୱହସ୍ତରେ ଧାରଣ କରି ସମସ୍ତ ରାକ୍ଷସ ମାନଙ୍କ ଦେହକୁ ଜର୍ଜରିକୃତ କରିଦେଇଥିଲେ ଏବଂ ସମସ୍ତ ପ୍ରକାର ନାଟ୍ୟଆଧାରିତ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥିଲେ । ତେଣୁ ଧ୍ୱଜ ଉତ୍ସବରେ ଉପସ୍ଥିତ ସମସ୍ତ ଦେବାଦେବୀ ସୁରେଶ୍ୱରଙ୍କ ଏତାଦୃଶ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେହି ଧ୍ୱଜକୁ ଜର୍ଜର ନାମରେ ନାମିତ କଲେ । ଏହି ଜର୍ଜରର ବେଶିଷ୍ଟ୍ୟ ହେଲା ଯେଉଁ ହିଂସାକାରୀ ମାନେ ନାଟ୍ୟକ୍ରିୟାରେ ବାଧା ବା ବିଘ୍ନ ସୃଷ୍ଟି କରିବା ନିମନ୍ତେ ଯୋଜନା କରିବେ, ସେମାନେ ଏହି ଜର୍ଜରକୁ ଦେଖି ଭୟଭିତ ହୋଇ ପଳାୟନ କରିବେ । ଏହାପରେ ପୁଣି ଅଭିନୟ କାର୍ଯ୍ୟ ଆରମ୍ଭ ହେଲା । ପୁଣି ସେତେବେଳେ ଦାନବମାନେ ନାଟ୍ୟାଚାର୍ଯ୍ୟ ଭରତଙ୍କୁ ହତ୍ୟା କରିବା ଯୋଜନା କଲେ, ସେ ଏହାର ତୁରନ୍ତ ସମାଧାନ ନିମନ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ଧ୍ୟ୍ୟାନ ବଳରେ ବିଶ୍ୱକର୍ମାଙ୍କୁ ନାଟ୍ୟମଣ୍ଡପର ନିର୍ମାଣ ପାଇଁ ନିର୍ଦେଶ ଦେଲେ । ତେଣୁ ବ୍ରହ୍ମାଙ୍କ ନିର୍ଦେଶାନୂସାରେ ସ୍ୱର୍ଗର ଶୀଳ୍ପି ବିଶ୍ୱକର୍ମା ନାଟ୍ୟମଣ୍ଡପ ନିର୍ମାଣ କାର୍ଯ୍ୟ ସମାପ୍ତ କଲେ । ବ୍ରହ୍ମା ଏବଂ ଇନ୍ଦ୍ର ଏହି ନାଟ୍ୟମଣ୍ଡପର ସୁରକ୍ଷା ନିମନ୍ତେ ସମସ୍ତ ଦେବାଦେବୀମାନଙ୍କର ସହାୟତା କାମନା କଲେ । ତେଣୁ ମଣ୍ଡପ ରକ୍ଷା କାର୍ଯ୍ୟରେ ଚନ୍ଦ୍ର, ସମସ୍ତ ଦିଗରେ ଦିଗପାଳମାନେ, ନେପଥ୍ୟ ଭୂମିରେ ବରୁଣ, ବେଦିରେ ଅଗ୍ନି, ଚତୁର୍ବର୍ଣ୍ଣଙ୍କୁ ସ୍ତମ୍ବରକ୍ଷାରେ, ଆଦିତ୍ୟ ଓ ରୁଦ୍ର ସ୍ତମ୍ବ ମଧ୍ୟ୍ୟରେ, ଭୁତମାନେ ଧରଣୀରେ, ଅପ୍ସରାମାନେ ଶାଳାରେ, ଯକ୍ଷିଣୀମାନେ ଗୃହ ମଧ୍ୟରେ, ମହୋଦଧି ମହୀପୃଷ୍ଠରେ, ଯମ ଦ୍ୱାର ସମ୍ମୁଖରେ, ମହେନ୍ଦ୍ର ରଙ୍ଗପୀଠ ପାଶ୍ୱର୍ରେ, ଯମଦଣ୍ଡ ଦେହଳିରେ, ନିୟତି ଓ ମୃତ୍ୟୁ ଦ୍ୱାରପାଳ ଭାବରେ, ବିଦ୍ୟୁତ ମତ୍ତବାରଣୀ ଖମ୍ବ ମାନଙ୍କରେ ନିଯୁକ୍ତ ରହି ନାଟ୍ୟକ୍ରିୟାର ମଙ୍ଗଳ କାମନା କଲେ ।

ଯେହେତୁ ସର୍ବପ୍ରଥମେ ନାଟ୍ୟପରିବେଷଣ ସମୟରେ ଦୈତ୍ୟମାନଙ୍କ ମାୟା ବଳରୁ ଅଭିନେତା, ଅଭିନେତ୍ରୀ ତଥା ସମସ୍ତ ନାଟ୍ୟକର୍ମି ମାନଙ୍କୁ ଜର୍ଜର ବଳରେ ଉଦ୍ଧାର କରାଯାଇଥିଲା । ତେଣୁ ସର୍ବଦା ନାଟକର ବିଘ୍ନ ବିନାଶନ ଲକ୍ଷରେ ମହେନ୍ଦ୍ର ଏବଂ ସର୍ବ ଦେବାଦେବୀଙ୍କ ସହାୟତାରେ ସୃଷ୍ଟି କରାଯାଇଥିବା ଜର୍ଜରକୁ ଆହୁରି ଶକ୍ତିଶାଳି କରିବା ନିମନ୍ତେ ଜର୍ଜର ଦେହରେ ବଜ୍ରକୁ ନିହିତ କରାଗଲା ଏବଂ ତତ୍‌ସହିତ ଜର୍ଜର ଦେହରେ ବିଭିନ୍ନ ସ୍ଥାନରେ ଯଥା – ଜର୍ଜରର ଅଗ୍ରଭାଗରେ ବ୍ରହ୍ମା, ଦ୍ୱିତିୟ ଭାଗରେ ଶଙ୍କର, ତୃତିୟରେ ବିଷ୍ଣୁ, ଚତୁର୍ଥରେ ସ୍କନ୍ଧ ବା କାର୍ତ୍ତିକେୟ ଏବଂ ଶେଷରେ ପଞ୍ଚମରେ ମହାନାଗ ମାନଙ୍କୁ ଏକ ଶେଷ, ବାସୁକି ଓ ତକ୍ଷକ ମାନଙ୍କୁ ନାଟକର ସୁରକ୍ଷା ଉଦ୍ଦେଶ୍ୟରେ ସ୍ଥାନିତ କରାଗଲା । ଠିକ୍ ସେହିଭଳି ରଙ୍ଗପୀଠ ନାୟକ, ନାୟୀକା, ବିଦୁଷକ ଏବଂ ନାଟକରେ ନିୟୋଜିତ ଥିବା ଅନ୍ୟାନ୍ୟ ପାତ୍ରପାତ୍ରୀଙ୍କ ସୁରକ୍ଷା ନିମନ୍ତେ ଯଥାକ୍ରମେ ବ୍ରହ୍ମା, ଦେବରାଜ ଇନ୍ଦ୍ର, ବିଦ୍ୟାଦାତ୍ରୀ ମା ସରସ୍ୱତୀ, ପରମବ୍ରହ୍ମ ଓଁ କାର ଏବଂ ହରହର ମହାଦେବଙ୍କୁ ମଧ୍ୟ ନିଯୁକ୍ତ କରାଗଲା । ତଥାପି ଦୈତ୍ୟ ମାନଙ୍କର ବ୍ରହ୍ମା, ଇନ୍ଦ୍ର, ନାଟ୍ୟାଚାର୍ଯ୍ୟ ଭରତ ତଥା ସମସ୍ତ ଦେବଗଣଙ୍କ ପ୍ରତି ଥିବା ହିଂସା, ଇର୍ଷା ଓ ଦ୍ୱେଷ ନିବାରଣ ପୂର୍ବକ ସେମାନଙ୍କ ଉଦ୍ଦେଶ୍ୟରେ ସାନ୍ତ୍ୱନାବାଣୀ ପ୍ରଦାନ କରିବା ନିମନ୍ତେ ଦେବତା ମାନେ ସୃଷ୍ଟିକର୍ତ୍ତା ବ୍ର୍ରହ୍ମାଙ୍କୁ ଅନୁରୋଧ କଲେ । କାରଣ ସାମ, ଦାନ, ଦଣ୍ଡ ଓ ଭେଦ ନ୍ୟାୟରେ ପ୍ରଜାମାନଙ୍କୁ ଶାସନ କରିବା ସେତେବଳର ଦେବୋଚିତ ବା ରାଜୋଚିତ ଧର୍ମ ଥିଲା । ତଦନୁରୂପେ ବ୍ରହ୍ମା ଦୈତ୍ୟ କୂଳକୁ ସେମାନଙ୍କ ମନରେ ଜମାଟ ବାନ୍ଧିଥିବା ବିଷାଦକୁ ଲକ୍ଷକରି କହିଲେ “ହେ ଦୈତ୍ୟଗଣ ତୁମର ଓ ଦେବତାମାନଙ୍କର ଶୁଭ କାମନା କରି ମୁଁ ଏହି ନାଟ୍ୟବେଦକୁ ସୃଷ୍ଟି କରିଅଛି । ଏଠାରେ ତୁମର ଏବଂ ଦେବତା ମାନଙ୍କର ଭାବନାକୁ ଦୃଷ୍ଟିରେ ନରଖି ସମଗ୍ର ତିନି ଲୋକର ଭାବକୁ ଏଥିରେ ବର୍ଣନା କରାଯାଇଛି । ଏଥିରେ ଧର୍ମ, କ୍ରୀଡ଼ା, ଅର୍ଥ, ଶ୍ରମ, ହାସ୍ୟ, ଯୁଦ୍ଧ, କାମ, ବଧ ଆଦିର ବର୍ଣ୍ଣନା ସ୍ଥାନିତ ହୋଇଅଛି । ତତ୍‌ତ୍ସହିତ ଧର୍ମି ମାନଙ୍କର ଧର୍ମ ପ୍ରବୃତ୍ତି, କାମିମାନଙ୍କର କାମନା, ଦୁର୍ବିନୀତ ମାନଙ୍କର ନିଗ୍ରହ, ବୀନିତ ମାନଙ୍କର ଦମନ କ୍ରୀୟା, କ୍ଳୀବ ମାନଙ୍କର ଧୃଷ୍ଟତା, ଦେବତା ମାନଙ୍କର ଉତ୍ସାହ, ଅବୋଧ ମାନଙ୍କର ବିବୋଧ, ପଣ୍ଡିତ ମାନଙ୍କର ପାଣ୍ଡିତ୍ୟ, ଈଶ୍ୱର ମାନଙ୍କର ବିଳାସବ୍ୟସନ, ଦୁଃଖି ମାନଙ୍କର ସ୍ଥେର୍ଯ୍ୟ ବା ଦୃଢତା, ଅର୍ଥୋପଜୀବି ମାନଙ୍କର ଅର୍ଥ, ଉଦ୍‌ବିଗ୍ନମନା ବ୍ୟକ୍ତିମାନଙ୍କର ଧୃତି ଆଦି ନାନାବିଧ ଭାବ ଓ ଅବସ୍ଥା ଏହି ନାଟ୍ୟବେଦର ବର୍ଣ୍ଣିତ ହୋଇଛି । ସମାଜର ଉତ୍ତମ, ମଧ୍ୟମ, ଅଧମ ମାନଙ୍କର କାର୍ଯ୍ୟକଳାପ ଏବଂ ଜନଜୀବନର ଅନୁକରଣକୁ ଅବଲମ୍ବନ କରି ଏହା ବିରଚିତ ଏବଂ ସମସ୍ତଙ୍କର ହିତୋପଦେଶର ଏକ ପ୍ରମୁଖ ମାଧ୍ୟମ ରୂପେ କାର୍ଯ୍ୟ କରିବ । ଦୁଃଖି, ଶ୍ରମି, ଶୋକାର୍ତ୍ତ ଏବଂ ତପସ୍ୱି ମାନଙ୍କୁ ବିଶ୍ରାନ୍ତି ପ୍ରଦାନ କରିବା ନିମନ୍ତେ ମୁଁ ଏହାକୁ ସୃଷ୍ଟି କରିଅଛି । ଲୋକମାନଙ୍କର ଧର୍ମ, ଯଶ, ଆୟୁଷର ଏହା ବୃଦ୍ଧିକାରକ ହେବ । ସମାଜର ଏପରି ଏକ ଜ୍ଞାନ, ଶିଳ୍ପ, ବିଦ୍ୟା, କଳା, ଯୋଗ ବା କର୍ମ ନାହିିଁଁ ଯାହା ନାଟକରେ ଦୃଶ୍ୟମାନ ହେଉନଥିବ । ଅର୍ଥାତ୍ ସମାଜରେ ସର୍ବବିଧ ଶାସ୍ତ୍ର୍ର, ଶିଳ୍ପ, କର୍ମ ଏହି ନାଟ୍ୟବେଦର ଅନ୍ତର୍ଭୁକ୍ତ ହୋଇଛି ।”

ଧର୍ମଂ ଯଶସ୍ୟମାୟୁଷ୍ୟଂ ହିତଂ ବୁଦ୍ଧିବିବର୍ଦ୍ଦନମ୍‌

ଲୋକୋପଦେଶଜନନଂ ନାଟ୍ୟମେତଦ୍ ||୧୧୨||

ନ ତଦ୍‌ଜ୍ଞାନମ୍ ନ ତଚ୍ଛିଳ୍ପମ୍ ନ ସା ବିଦ୍ୟା ନ ସା କଳା

ନ ଓ ଯୋଗୋ ନ ତତ୍‌କର୍ମ ନାଟ୍ୟେଽସ୍ମିନ୍ ଯନ୍ନଦୃଶ୍ୟତେ ||୧୧୩||

ସର୍ବଶାସ୍ତ୍ରାଣି ଶିଳ୍ପାନି କର୍ମାଣି ବିବିଧାନିଚ

ଅସ୍ମିନ୍ନାଟ୍ୟେ ସମେତାନି ତସ୍ମାଦେତନ୍ମୟା କୃତମ୍ ||୧୧୪।।

(ମୁନି ଭରତ, ନାଟ୍ୟଶାସ୍ତ୍ର୍ର, ପୃ-୧୬, ଓଡି଼ଶା ସାହିତ୍ୟ ଏକାଡେମୀ, ସଂସ୍କୃତି ଭବନ, ଭୂବନେଶ୍ୱର, ଓଡି଼ଶା)

ପରିଶେଷରେ ବେଦପତି ବ୍ରହ୍ମା ନାଟ୍ୟକୋବିଦ ଭରତ ମୁନିଙ୍କୁ ବଳି, ହୋମ, ମନ୍ତ୍ରପାଠ ପୁର୍ବକ ନାଟ୍ୟମଣ୍ଡପର ପୂଜା କରିବାକୁ କହିଲେ । କାରଣ ବିନା ପୂଜନରେ ରଙ୍ଗପୀଠରେ ପ୍ରେକ୍ଷା କଳ୍ପନା (ରଙ୍ଗ ପରିବେଷଣ ) କଲେ ରଙ୍ଗକର୍ମି ବା କଳାକାର ମାନଙ୍କ କଳା ଫଳହୀନ ହେବା ସହ ତୀର୍ଯକ ଯୋନି ପ୍ରାପ୍ତ ପୂର୍ବକ ନର୍କଗାମି ହୁଅନ୍ତି । ଏହା ସହ ନର୍ତ୍ତକ (ନାଟ୍ୟକର୍ମି ) ବା ଅର୍ଥପତି (ପ୍ରଯୋଜକ) ମାନଙ୍କର ମଧ୍ୟ କ୍ଷତି ଘଟିଥାଏ । ଯେଉଁଁମାନେ ଶାସ୍ତ୍ରାନୂସାରେ ଯଥାବିଧି ରଙ୍ଗପୂଜା କରନ୍ତି ସେମାନେ ଚତୁର୍ବର୍ଗ ଲାଭ କରନ୍ତି ।

Share This Article
ନାଟ୍ୟ ଗବେଷକ, କଳାକ ଶିକ୍ଷକ