ଚିତ୍ରଗୁପ୍ତଙ୍କ ହସ

1 Min Read

ଚିତ୍ରଗୁପ୍ତଙ୍କ ହସ
ଶୁଭୁଛି ସ୍ୱର
ଧମକର,
କହିବାର
ଶୁଣ ଚିତ୍ରଗୁପ୍ତ
ଯମ ନୁହେଁ
ଯେଉଁ ସଂଖ୍ୟା ଆମେ ଦେବୁ
ତାକୁ ହିଁ ପାଞ୍ଜିରେ ତୁମେ
ଦରଜ କର
ଅନ୍ୟଥା ବନ୍ଦ କର
ତୁମର ଦପ୍ତର ।
ଶୁଭୁଛି ସେମାନଙ୍କ ସ୍ୱର
କହିବାର
ସେ ଥିଲା ଏକ ଭିନ୍ନ ‘ଲୋକ’
ନାଁଥିଲାଯମଲୋକ
ଯେଉଁଠି ଯମ ଥିଲେ ସର୍ବମୟ କର୍ତ୍ତା
ତୁମେ ସେଠି ଥିଲ ତାଙ୍କ ପଂଜିକାର।
ସେ ସମୟ ବଦଳିଛି
ଏବେ ନୂଆ ‘ଲୋକ’
ହୋଇଛି ଗଠିତ
ସେଠି ଯମ ନିର୍ବାସିତ
ଏ ‘ଲୋକ’ ରେ ତାଙ୍କ ତଥ୍ୟ
ସବୁ ମିଥ୍ୟା
ଆମର ଘୋଷଣା।
ଆମ ଠାରୁ ଯେଉଁ ତଥ୍ୟ ଯିବ
ତାହାହିଁ ପାଞ୍ଜିରେ ତୁମେ
ଦରଜ କରିବ
ଏହାହିଁ ଆଦେଶ ଆମର
ତାହାକୁ ହିଁ ସତ୍ୟ ଧରାଯିବ।
ଆଉ ଯମ ଯଦି ଆସେ,
ତୁମେ ତାକୁ କବାଟ କିଳିବ।
ଏହାହିଁ ଆଦେଶ ଆମର
ଯଦି କରିବ ପାଳନ
ତାହା ହେଲେ ତୁମେ ହେବ
ଏହି ନୂଆ ‘ଲୋକ’ ର ପଂଜିକାର
ଅନ୍ୟଥା ବନ୍ଦ କର ତୁମର ଦପ୍ତର
ଛାଡି ଦିଅ ତୁମର ଆସ୍ଥାନ
ବସିବାକୁ ଧାଡି ବାନ୍ଧିଛନ୍ତି
ବହୁ ଗୁରୁଜନ।
ଚିତ୍ରଗୁପ୍ତ ହସୁଥିଲେ
କ୍ଷମତାନ୍ଧଙ୍କୁ କ୍ଷମା କର
ପ୍ରାର୍ଥନା କରୁଥିଲେ।
—–ବୀରେନ୍ଦ୍ର ନାୟକ
୨ ଜୁଲାଇ ୨୦୨୧

Support Samadhwani

Photo credit- https://bit.ly/3yppPxU

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ