ଓଡିଶୀରେ ଏକ ନୂତନ ଅଧ୍ୟାୟ ସୃଷ୍ଟିକଲା “ଦ ଷ୍ଟ୍ରିଙ୍ଗସ”

ସ୍ୱୟଂପ୍ରଭା ପାଢ଼ୀ
ସ୍ୱୟଂପ୍ରଭା ପାଢ଼ୀ 100 Views
2 Min Read

ଓଡିଶୀ ସଙ୍ଗୀତ ଶୁଣୀବାପାଇଁ ଏତେ ଋଚି ସମ୍ପୂର୍ଣ୍ଣ ଏକଥା ହୁଏତ ମଣିଷ ନ ଶୁଣିଲେ ବିଶ୍ୱାସ କରିପାରିବ ନାହିଁ। ଗତକାଲି ରବିନ୍ଦ୍ର ମଣ୍ଡପ ରେ “ଦ ଷ୍ଟ୍ରିଙ୍ଗସ” ତରଫରୁ ଜୟକିରଣ ଟ୍ରଷ୍ଟ ଆୟୋଜନ କରିଥିବା ଏକ ସାଂସ୍କୃତିକ ସଂନ୍ଧ୍ୟାରେ ଗ୍ରୁପ ଭାଓଲିନ ପରିବେଷଣ ସମୟରେ କିଛି ନୂଆ ନୂଆ କମ୍ପୋଜିସନ ଶୁଣିବାପାଇଁ ମିଳିଥିଲା। କାଲି ରବୀନ୍ଦ୍ରମଣ୍ଡପରେ ଯେଉଁମାନେ ପହଁଞ୍ଚି ପାରି ନାହାଁନ୍ତି ସେମାନେ ନିଶ୍ଚିତ ଏକ ନିଆରା ସଙ୍ଗୀତ ଶୁଣିବାରୁ ନିଜକୁ ବଞ୍ଚିତ କରିଛନ୍ତି। ବିଶେଷତଃ ଓଡିଶୀ ସଙ୍ଗୀତ ର ଅପୂର୍ବ ଉପସ୍ଥାପନା ମନରେ ଓଡ଼ିଶୀକୁ କେଉଁ ଉଚ୍ଚ ସ୍ଥାନ ପ୍ରଦାନ କରିଥିଲା ତାହା ବର୍ଣ୍ଣନାତୀତ। ସେହି ଓଡିଶୀ ଗ୍ରୁପ ଭାଓଲିନ ଶୁଣିବାପରେ ଅନୁମାନ କରାଯାଇପାରେ ଯେ ଯଦି “ଦ ଷ୍ଟ୍ରିଙ୍ଗସ” ଗ୍ରୁପ ଯାହାକୁ ନିଜେ ପଣ୍ଡିତ କୈଳାସ ପାତ୍ର ନିର୍ଦ୍ଦେଶନା ଦେଉଛନ୍ତି ସେମାନେ ଓଡିଶୀ ସଙ୍ଗୀତର କେବଳ ଗ୍ରୁପ ଭାଓଲିନ ପ୍ରୋଗ୍ରାମ କରନ୍ତି କେତେ ଉଚ୍ଚକୋଟିର ହୋଇପାରିବ।

Support Samadhwani

ବାରମ୍ବାର ବିଶ୍ୱାସ କରିହେଉ ନଥିଲା ଓଡିଶୀ ସଙ୍ଗୀତ ବୋଲି କାରଣ ଅନ୍ୟ ସବୁ ସଂଗୀତ ଠାରୁ ଏହା ମଣିଷ ମନକୁ ମନ୍ତ୍ର ମୁଗ୍ଧ କରିଦେଇଥିଲା। ଏତେ ସୁନ୍ଦର ପରିବେଷଣ!! ଆହା ବୋଲି ଆପେ ଆପେ ପାଟିରୁ ବାହାରି ଯାଉଥିଲା।

ଏବିଷୟ ଆମେ ସମଧ୍ୱନି ତରଫରୁ ପଣ୍ଡିତ କୈଳାସ ପାତ୍ର ଙ୍କ ସହିତ ପୂର୍ବରୁ ଆଲୋଚନା କଲାବେଳେ ସେ ବାରମ୍ବାର କହିଥିଲେ ଓ ଗତକାଲି ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ ଓଡିଶୀ ସଙ୍ଗୀତର ଗ୍ରୁପ ବାଦନ/ଏକକ ବାଦନ ଘଣ୍ଟା ଘଣ୍ଟା ଧରି ଷ୍ଟେଜରେ କରାଯାଇ ପାରିବ। ଏବଂ ସମଗ୍ର ବିଶ୍ୱରେ ଏହା ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ସେହିଭଳି ସୁଯୋଗ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ପଣ୍ଡିତ କୈଳାସ ପାତ୍ର ମହୋଦୟ  ଓ “ଦ ଷ୍ଟ୍ରିଙ୍ଗସ” ଗ୍ରୁପକୁ ଯଥାଶୀଘ୍ର ଯୋଗାଇ ଦଆଯିବା ଜରୁରୀ। କାଲି ଜଣେ ଅନ୍ୟ ରାଜ୍ୟର ବନ୍ଧୁ ମୋତେ କହିଲେ ଆରେ ଓଡ଼ିଶୀର ଏହିଭଳି ପ୍ରୋଗ୍ରାମ ଯଦି ଶୁଣିବାକୁ ମିଳିବ ତାହେଲେ ଗୋଟିଏ ଘଣ୍ଟା କାହିଁକି ପାଞ୍ଚ ଘଣ୍ଟା ବସିକି ଶୁଣି ହେବ। ଏମିତି ତ ଆମେ କେବେ ଓଡ଼ିଶୀକୁ ଶୁଣିନୁ।

Support Samadhwani

 

 

Share this Article
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ଗବେଷିକା ଓ ସମ୍ପାଦକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।