ଭଲ ଲାଗୁଛି

1 Min Read

ନା କ୍ଷମତା ଅଛି

ନା ପତିଆରା ଅଛି

ଭଲ ଲାଗୁଛି ।

ନା ମଂଚ ଅଛି

ନା ଛାଂଚ ଅଛି

ଭଲ ଲାଗୁଛି ।

ନା ସ୍ୱୀକୃତିର ବୋଝ ଅଛି

ନା ସମ୍ମାନର ଶୋଷ ଅଛି

ଭଲ ଲାଗୁଛି ।

ନା ମୁଁ କାହାକୁ ଅପେକ୍ଷା କରୁଛି

ନା ମୋତେ କେହି ଅପେକ୍ଷା କରୁଛି

ଭଲ ଲାଗୁଛି ।

ନା ମୁଁ କାହାର ମାଲିକ ହେଉଛି

ନା କାହା ମାଲିକାନାରେ ମୁଁ ରହିଛି

ଭଲ ଲାଗୁଛି ।

ନା ମୁଁ କାହାକୁ ନିୟନ୍ତ୍ରଣ କରୁଛି

ନା କେହି ମୋତେ ଦରକାରୀ ଭାବୁଛି

ଭଲ ଲାଗୁଛି ।

ଅଜଣା ଅଚିହ୍ନା

ଭିଡରେ ଚାଲୁଛି

ଭଲ ଲାଗୁଛି ।

ଦଣ୍ଡେ ଠିଆ ହୋଇ

ପ୍ରତିବାଦ ସ୍ଲୋଗାନ ଶୁଣୁଛି

ଭଲ ଲାଗୁଛି ।

ଧମନୀରେ ବହୁଥିବା

ଉଷ୍ଣ ରକ୍ତ

ମୁଣ୍ଡକୁ ଉଠୁଛି

ଭଲ ଲାଗୁଛି ।

ଭଲ ଲାଗୁଛି

ସମୟର ବେପରୁଆ ପ୍ରବାହ,

ଭଲ ଲାଗୁଛି

ଶୂନ୍ୟତାର ମୋହ ।

ସହର ମଝିରେ

ଏ ଗାଁ ଟି ଭିତରେ

ଯେବେ ଏକାକୀ ବସୁଛି

ଭଲ ଲାଗୁଛି ।

ମୋ ହାତରେ ଲେଖନୀ

ମୋ ମୁଁହରେ ବଚନ

ଅବାରିତ ଚାଲିଛି

ଭଲ ଲାଗୁଛି ।

ତେବେ, ଯେତିକି ଦେଖୁଛି

ତା’ଠାରୁ କମ ଲେଖୁଛି

ଭଲ ଲାଗୁଛି ।

(ରଚନା: ୦୧/୦୧/୨୦୧୭)

Photo credit -https://www.google.co.in/search?biw=1366&bih=657&tbm=isch&sa=1&ei=JdvGW7e6IYmZkwWwv5boCA&q=truth+in+sand+art&oq=truth+in+sand+art&gs_l=img.3…78668.80709.0.81802.5.5.0.0.0.0.420.420.4-1.1.0….0…1c.1.64.img..4.0.0….0.pd6ooolNUlU#imgrc=ZBEChWCuGxIcKM:

Contents
ନା କ୍ଷମତା ଅଛିନା ପତିଆରା ଅଛିଭଲ ଲାଗୁଛି ।ନା ମଂଚ ଅଛିନା ଛାଂଚ ଅଛିଭଲ ଲାଗୁଛି ।ନା ସ୍ୱୀକୃତିର ବୋଝ ଅଛିନା ସମ୍ମାନର ଶୋଷ ଅଛିଭଲ ଲାଗୁଛି ।ନା ମୁଁ କାହାକୁ ଅପେକ୍ଷା କରୁଛିନା ମୋତେ କେହି ଅପେକ୍ଷା କରୁଛିଭଲ ଲାଗୁଛି ।ନା ମୁଁ କାହାର ମାଲିକ ହେଉଛିନା କାହା ମାଲିକାନାରେ ମୁଁ ରହିଛିଭଲ ଲାଗୁଛି ।ନା ମୁଁ କାହାକୁ ନିୟନ୍ତ୍ରଣ କରୁଛିନା କେହି ମୋତେ ଦରକାରୀ ଭାବୁଛିଭଲ ଲାଗୁଛି ।ଅଜଣା ଅଚିହ୍ନାଭିଡରେ ଚାଲୁଛିଭଲ ଲାଗୁଛି ।ଦଣ୍ଡେ ଠିଆ ହୋଇପ୍ରତିବାଦ ସ୍ଲୋଗାନ ଶୁଣୁଛିଭଲ ଲାଗୁଛି ।ଧମନୀରେ ବହୁଥିବାଉଷ୍ଣ ରକ୍ତମୁଣ୍ଡକୁ ଉଠୁଛିଭଲ ଲାଗୁଛି ।ଭଲ ଲାଗୁଛିସମୟର ବେପରୁଆ ପ୍ରବାହ,ଭଲ ଲାଗୁଛିଶୂନ୍ୟତାର ମୋହ ।ସହର ମଝିରେଏ ଗାଁ ଟି ଭିତରେଯେବେ ଏକାକୀ ବସୁଛିଭଲ ଲାଗୁଛି ।ମୋ ହାତରେ ଲେଖନୀମୋ ମୁଁହରେ ବଚନଅବାରିତ ଚାଲିଛିଭଲ ଲାଗୁଛି ।ତେବେ, ଯେତିକି ଦେଖୁଛିତା’ଠାରୁ କମ ଲେଖୁଛିଭଲ ଲାଗୁଛି ।(ରଚନା: ୦୧/୦୧/୨୦୧୭)
Support Samadhwani
Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ