Home / ସାହିତ୍ୟ ସଂସ୍କୃତି / ଓଡିଆ ଭାଷା ଆନ୍ଦୋଳନ – ୩

ଓଡିଆ ଭାଷା ଆନ୍ଦୋଳନ – ୩

Share Samadhwani

ସାଧାରଣ ଲୋକଟି ମନରେ ପ୍ରଶ୍ନ ଯେ ଆଜି ଯେଉଁ ଆନ୍ଦୋଳନ ସେ ଦେଖୁଛି, ୧୯୫୪ ଆଇନକୁ କାର୍ଯ୍ୟକାରୀ କରିବାର ଦାବିକୁ ନେଇ, ତାହା କାହିଁକି ମୁଣ୍ଡ ଟେକିବାକୁ ୬ଦଶନ୍ଧି ଲାଗିଗଲା । ଯେଉଁମାନେ ଆଜି ଆନ୍ଦୋଳନରେ ସକ୍ରିୟ, ସେମାନେ ସେମାନଙ୍କର ଯୁବାବସ୍ଥାରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଦିଗଟିକୁ କାହିଁକି ଅଣଦେଖା କରିଦେଲେ? ସୀମା ଆନ୍ଦୋଳନ ବେଳେ ଏହି ଦାବି ମଧ୍ୟ ଉଠିପାରିଥାନ୍ତା । ଆଫିସିକ ଭାଷା ଆଇନରପ୍ରଣେତା ନବକୃଷ୍ଣ ଚୌଧୁରୀ ତ ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ।

ପୁଣି ୬୦ ଦଶକରେ ସାରାଦେଶରେ ଭାଷାକୁ ନେଇ ଯେତେବେଳେ ଆନ୍ଦୋଳନ, ଉତ୍ତର ଭାରତରେ ଅଂଗ୍ରେଜୀ ହଟାଓ ଆନ୍ଦୋଳନ, ଦକ୍ଷିଣ ଭାରତରେ ହିନ୍ଦୀ ବିରୋଧୀ ଆନ୍ଦୋଳନ, କାହିଁକି ଏହି ଦାବି ଉତ୍ଥାପିତ କରିବାକୁ ତକ୍ରାଳୀନ ଓଡିଶାର ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ଓ ରାଜନେତାମାନଙ୍କର ମନେପଡିଲା ନାହିଁ ? ଏହା ଅବଶ୍ୟ ଏକ କାରଣ ହୋଇପାରେ ଯେ ନବୀନବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁଥିଲେ, ଲେଖିପାରୁଥିଲେ । ତେଣୁ ଓଡ଼ିଶାର ଶାସନ ଓଡିଆରେ ଚାଲି ନାହିଁ ବୋଲି ବୋଧହୁଏ କେହି ଅନୁଭବ କରି ପାରୁ ନ ଥିଲେ । ପୁନଶ୍ଚ ନବୀନବାବୁ ଓଡିଆ ନ କହୁଥିଲେ ମଧ୍ୟ, ତାଙ୍କର ପ୍ରଥମ ବାରବର୍ଷ (ଗୋଟିଏ ଯୁଗ) ଶାସନ କାଳରେ ମଧ୍ୟ ଏ ଦାବି ଉଠିଲା ନାହିଁ । ଗତ ୪ ବର୍ଷ ହେଲା ହିଁ ଉଠିଛି ଦାବି, କାହିଁକି?

ଏହା ବୋଧହୁଏ ଏକ ସଂଯୋଗ ମାତ୍ର ନୁହେଁ ଯେ ନବୀନ ସରକାରକୁ ମୂଳରୁ ଚଳାଇ ଆସୁଥିବା ପ୍ୟାରୀମୋହନ ମହାପାତ୍ର ଚାରିବର୍ଷ ତଳେ  ନବୀନବାବୁଙ୍କ ଦ୍ୱାରା ତାଙ୍କଦଳରୁ ବହିଷ୍କୃତ ହେବା ଓ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଦାବି ଉଠିବା ସମକାଳିକ । ପ୍ୟାରୀମୋହନ ମହାପାତ୍ର ନବୀନବାବୁଙ୍କର ସରକାରକୁ ଚଳାଇବା ସମୟରେ ଆଜିର ଆନ୍ଦୋଳନକାରୀମାନେ ବୋଧହୁଏ ଅନୁଭବ କରୁଥିଲେ ଯେ ଶାସନ ଓଡ଼ିଆଭାଷାରେ ଚାଲିଛି, ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଆ ନ କହିପାରୁଥିଲେ ମଧ୍ୟ ତାଙ୍କର ମୁଖ୍ୟ ପରାମର୍ଶଦାତା ତ ଓଡ଼ିଆ କହୁଛନ୍ତି ।

ସାଧାରଣରେ  ପ୍ରଚାର ମଧ୍ୟ ଥିଲା ଯେ ନବୀନ ଓଡିଆ ଶିଖୁଛନ୍ତି ଓ ପ୍ୟାରୀବାବୁ ତାଙ୍କୁ ଓଡ଼ିଆ ଶିଖାଇବା ପାଇଁ ଚେଷ୍ଟା କରୁଛନ୍ତି ।  କିନ୍ତୁ ନବୀନବାବୁ ଯେ ଓଡିଆ ଶିଖିବା ପାଇଁ କୌଣସି ଆଗ୍ରହ ଦେଖାଉ ନଥିଲେ ଏ କଥା ପ୍ୟାରୀବାବୁ ବହିଷ୍କୃତ ହେବା ପରେ ବିଭିନ୍ନ ସାକ୍ଷାତକାରରେ ରାଜ୍ୟବାସୀଙ୍କୁ ଜଣାଇଲେ ।୧୨ ତେଣୁ  ୨୦୧୨ରେ ପ୍ୟାରୀବାବୁ ରାଜ୍ୟ ଶାସନ ପରିଚାଳନାରୁ ଅନ୍ତର ହୋଇଯିବା (ମେ ୨୯,୨୦୧୨ ପରେ) ଓ ନବୀନବାବୁ ଓଡିଆ ନଶିଖିବା ଦେଖି ନିଶ୍ଚିତ ଭାବେ ଅନେକେ ଅନୁଭବ କରିଥିବେ ଯେ ଓଡ଼ିଶାର ଶାସନ ଆଉ ଓଡ଼ିଆରେ ଚାଲିବା ସମ୍ଭବନୁହେଁ । ପ୍ୟାରୀବାବୁଙ୍କର ପୁରାତନ ବାମପନ୍ଥୀ ବନ୍ଧୁ ଓ ତାଙ୍କ କର୍ତ୍ତୃକ ବିଜେଡିକୁ ଅଣାଯାଇଥିବା ବୈଷ୍ଣବ ପରିଡ଼ା ମହୋଦୟ ଏହା ଅଧିକ ତୀବ୍ରତାର ସହ ଅନୁଭବ କରିଥିବା ଅସମ୍ଭବ ନୁହେଁ ।୧୩  କିନ୍ତୁ ୨୦୧୨ରେ ଓଡିଆ ଭାଷାରେ ଶାସନ ପ୍ରସଙ୍ଗ ବୈଷ୍ଣବ ବାବୁ ଉତ୍ଥାପନ କରିବାକୁ କେହି କେହି ‘ଭାଷା ସୁରକ୍ଷା ସମ୍ମିଳନୀ’ର ପତାକା ତଳେ ବୈଷ୍ଣବବାବୁ ଆନ୍ଦୋଳନକରିବା ନବୀନବାବୁଙ୍କ ଆଡକୁ ବନ୍ଧୁକ ଫୁଟାଇବା ବୋଲି ସନ୍ଦେହ କରିଛନ୍ତି୧୪ ଯଦିଓ ଏହିପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଷ୍ଣବବାବୁ । ତାଙ୍କମତରେ ଯଦି ନବୀନବାବୁ ୧୯୫୪ ଙୟସଗ୍ଦଷବ ଙଲଲସମସବକ୍ଷ ଖବଦ୍ଭଶଙ୍କବଶର ଇମଗ୍ଧ  କାର୍ଯ୍ୟକାରୀ କରନ୍ତି, ତାହାହେଲେ ସେ ଅମର ହୋଇଯିବେ ଓ ଆହୁରି ଏକ ଦଶନ୍ଧି ଧରି ଶାସନ କରିବେ । ସେତେବେଳେ ତାଙ୍କର ସମାଲେଚକମାନେ ବୁଝି ପାରିବେ ଯେ “ଆମର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ମୁଁ ଜଣେ ଅନୁଗତ ବନ୍ଧୁ ନା ଅସନ୍ତୁଷ୍ଟ ଶତ୍ରୁ”ା୧୪ ଏହି କୈଫିୟତ କେତେଦୂର ଗ୍ରହଣୀୟ ହୋଇଥିବ ତାଙ୍କର ସମାଲେଚକମାନଙ୍କୁ ତାହା ତ ଭିନ୍ନ କଥା । କିନ୍ତୁ ସେ ତାଙ୍କର ଅନେକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଓଡିଆ ଜାଣିବାର ସୁଫଳ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ମତରେ “ନବୀନବାବୁ ଓଡିଆ ଜାଣିବା ନଜାଣିବା ତାଙ୍କର ପ୍ରସଙ୍ଗ ନୁହେଁ । କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଦି ରାଜ୍ୟର ଭାଷା ନ ଜାଣନ୍ତି, ତାହାହେଲେ ଅଫିସରମାନେ ମଧ୍ୟ ଭାଷାକୁ ଅଣଦେଖା କରିବେ । ଶାସକ ଭାଷା ଜାଣିଲେ, ତାଙ୍କ ପାଇଁ ଲୋକଙ୍କୁ ଶାସନ କରିବା ସହଜ ହୁଏ କାରଣ ସେ ଲୋକଙ୍କ ସମସ୍ୟା ବୁଝିପାରନ୍ତି ।”୧୫

ବୈଷ୍ଣବ ବାବୁଙ୍କ ପାଇଁ ମୁଖ୍ୟ ବିଷୟହେଉଛି ଶାସନ ଲୋକଙ୍କଭାଷାରେ  ହେବା ଦରକାର । ଓଡ଼ିଆ ଭାଷାକୁ ଆଫିସିକ ଭାଷା ଭାବେ ପ୍ରଚଳନ କରିବା ପାଇଁ ଦାବି କରିବାରେ ଯଦିଓ ବୈଷ୍ଣବବାବୁଙ୍କର “ଭାଷା ସୁରକ୍ଷା ସମ୍ମିଳନୀ” ଆଉ ଏକ ମାତ୍ର ଅନୁଷ୍ଠାନ ନୁହେଁ , ତଥାପି ଗଣମାଧ୍ୟମର ଦୃଷ୍ଟିରେ ବୈଷ୍ଣବବାବୁ ହିଁ ହେଉଛନ୍ତି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ହେଉଥିବା ଭାଷାସୁରକ୍ଷା ଆନ୍ଦୋଳନର ଅଗ୍ରଦୂତ । “ଯେଉଁଠି ଫକୀରମୋହନ ଓ ମଧୁସୂଦନ ଦେଢ଼ଶହ ବର୍ଷତଳେ ଛାଡିଥିଲେ, ସେହିଠାରୁ ବୈଷ୍ଣବବାବୁ ଆରମ୍ଭ କରିଛନ୍ତି ।”୧୪  ଏହି ଠାରେ ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଦେଢ଼ଶହ ବର୍ଷତଳେ ହୋଇଥିବା ଭାଷା ଅନ୍ଦୋଳନରେ ଉକ୍ରଳ ଗୌରବ ମଧୁସୂଦନଙ୍କର କୌଣସି ଭୂମିକା ଥିଲା ବୋଲି ଭାଷା ଅନ୍ଦୋଳନର ଇତିହାସ କୁହେ ନାହିଁ ।

ଲକ୍ଷ୍ୟ ଏକ, ଗୋଷ୍ଠୀ ଅନେକ

ଲକ୍ଷ୍ୟ ଯେତେବେଳେ ସମାନ ସେତେବେଳେ ବୈଷ୍ଣବବାବୁଙ୍କର ‘ଭାଷା ସୁରକ୍ଷା ସମ୍ମିଳନୀ’ର ପତାକା ତଳେ ସମସ୍ତେ ଏକାଠି ନ ହୋଇ ଭିନ୍ନ ଭିନ୍ନ ଗୋଷ୍ଠୀକରି ଆନ୍ଦୋଳନ କରୁଛନ୍ତି, କାହିଁକି? ଏହା ସାଧାରଣ ଲୋକଟିର ପ୍ରଶ୍ନ । ପୁଣି ସେ ଆହୁରି ଭ୍ରମିତ ହେଉଛି ଯେତେବେଳେ ଦେଖୁଛି ଯେ ‘ଭାଷା ସଂଗ୍ରାମ ସମିତି’ର ଆବାହକ ଶଙ୍କର୍ଷଣ ପରିଡା ବୈଷ୍ଣବ ପରିଡାଙ୍କ ପରି ଏକଦା ବିଜେଡି ଦଳର ଥିଲେ ଓ ୨୦୦୯ ନିର୍ବାଚନରେ ଦଳୀୟ ଟିକଟ ନ ପାଇବାଫଳରେ ବିଜେପିରେ ଯୋଗ ଦେଇଥିଲେ ଓ ବିଜେପି ଟିକଟରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ ।

ସ୍ମରଣ କରାଯାଇପାରେ ଯେ ୨୦୦୯ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟକୁ ଭାଙ୍ଗିବାରେ ଓ ବିଜେଡି ଟିକଟ ବାଣ୍ଟିବାରେ ପ୍ୟାରୀମୋହନ ମହାପାତ୍ର ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ସାଧାରଣ ଲୋକ ମନରେ ମଧ୍ୟ ପ୍ରଶ୍ନ ଯେ କାହିଁକି ‘ଭାଷା ସଂଗ୍ରାମ ସମିତି’ ସହିତ ଏକ ବରିଷ୍ଠ କର୍ମକର୍ତ୍ତାଭାବେ ଜଡିତ ସୁଭାଷ ପଟ୍ଟନାୟକ ମହୋଦୟ ନିଜ ଅଧ୍ୟକ୍ଷତାରେ ‘ଭାଷା ଆନ୍ଦୋଳନ’ ନାମକ ଆଉ ଏକ ସଂଗଠନ ଗଢ଼ିବସିଲେ? ଅବଶ୍ୟ ସୁଭାଷ ପଟ୍ଟନାୟକ ବୈଷ୍ଣବ ପରିଡାଙ୍କ ପ୍ରତି ଯେ ଅନୁକୂଳ ମତ ପୋଷଣ କରନ୍ତି ନାହିଁ, ତାହାର ଦୃଷ୍ଟାନ୍ତ ମିଳେ ତାଙ୍କର ନିଜ ସମ୍ପାଦିତ ୱେବ ପତ୍ରିକା  Orissamatters.com ରେ ପ୍ରକାଶିତ ତାଙ୍କ ଦ୍ୱାରା ଲିଖିତ ନିବନ୍ଧମାନଙ୍କରେ ।୧୬

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କିନ୍ତୁ ମଇ ୨୧ତାରିଖ(୨୦୧୬) ଦିନ ନବୀନବାବୁଙ୍କର ଘୋଷଣା ଯେ ଅଗଷ୍ଟ ୧୫ ତାରିଖଠାରୁ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଚାଲିବ, ଉପଯୁକ୍ତ ସଂଶୋଧନ ସହିତ ଭାଷା ଆଇନ ୧୯୫୪ କାର୍ଯ୍ୟକାରୀ ହେବ୧୭ , ସମସ୍ତ ଆନ୍ଦୋଳନଗୁଡିକରୁ ମନେ ହୁଏ ପବନ କାଢ଼ି ନେଇଛି । ‘ଭାଷା ସୁରକ୍ଷା ସମ୍ମିଳନୀ’ର ଆବାହକ ବୈଷ୍ଣବ ପରିଡା ମହୋଦୟ ଏହାକୁ ସତର୍କତାର ସହ ସ୍ୱାଗତ କରିଥିବାବେଳେ୧୮, ‘ଭାଷା ଆନ୍ଦୋଳନ’ ତରଫରୁ ଦୈନିକ କଳାପତାକା ଶୋଭାଯାତ୍ରାକୁ ଅଗଷ୍ଟ ୧୫ଯାଏ ସ୍ଥଗିତ ରଖା ଯାଇଛି୧୯ । ତେବେ ନବୀନବାବୁଙ୍କ ସରକାର ଏହି ପ୍ରସଙ୍ଗରେ ବିଭିନ୍ନ ପ୍ରତିଶୃତି ଦେବା ଓ ଏହା କାର୍ଯ୍ୟକାରୀ ନହେବା ସମ୍ପର୍କରେ ଆନ୍ଦୋଳନକାରୀଙ୍କର ଅଭିଜ୍ଞତା ରହିଛି ।

‘ଭାଷା ସଂଗ୍ରାମ ସମିତି’ତରଫରୁ ଯେତେବେଳେ ଗଜାନନ ମିଶ୍ର ୨୦୧୫ ଜୁଲାଇ ପହିଲା ଦିନ ଭାଷା ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବାର ଦାବି ନେଇ ଆମରଣ ଅନଶନରେ ବସିଲେ ଓ ବୁଦ୍ଧିଜୀବୀ, ରାଜନୈତିକ ନେତା ତଥା ସାମ୍ବାଦିକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଗଲେ୨୦, ସେତେବେଳେ ସରକାର ଏହାକୁ ଅଣଦେଖା କରିପାରିଲେ ନାହିଁ । ଗଜାନନଙ୍କୁ ଶୀଘ୍ର କାର୍ଯ୍ୟକାରୀ ହେବାର ପ୍ରତିଶୃତି ଦେଇ ତାଙ୍କର ଅନଶନକୁ ଭଙ୍ଗ କରାଇଲେ ଓ ସରକାରଙ୍କର ଆନ୍ତରିକତାର ଦୃଷ୍ଟାନ୍ତ ସ୍ୱରୂପ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କର ଅଧ୍ୟକ୍ଷତାରେ ଗଠନ କରିଦେଲେ ଯେଉଁଥିରେ ସଭ୍ୟ ରହିଲେ ଆଉ ଚାରିଜଣ ଯୁବମନ୍ତ୍ରୀ । ଓଡ଼ିଆ ୱେବସାଇଟଟିଏ ମଧ୍ୟ କରିଦେଲେ ।

କିନ୍ତୁ ଏହା ଆଶାନୁରୂପ ସକ୍ରିୟ ହେଲା ନାହିଁ ଯାହା ଫଳରେ ଆନ୍ଦୋଳନକାରୀ ମାନେ ନିଜକୁ ପ୍ରତାରିତ ମନେକରିବା ପାଇଁ ବାଧ୍ୟ ହେଲେ ଯାହା ସୁଭାଷବାବୁ ତାଙ୍କ ୱେବ ପତ୍ରିକାରେ ପ୍ରକାଶ କରିଛନ୍ତି ।୨୧ ନବୀନ ସରକାର ପ୍ରତିଶୃତି ଦେଇ ରକ୍ଷା ନ କରିବାର ଉଦାହରଣ ତ ଅନେକ ରହିଛି । ତା ନହେଲେ ବାରମ୍ବାର ଶିକ୍ଷକ ସଂଗଠନମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ଓ ପୁନଶ୍ଚ ଆନ୍ଦୋଳନକୁ ଫେରିବା ଆମେ ଭୁବନେଶ୍ୱରର ରାଜରାସ୍ତାରେ ଦେଖୁନଥାନ୍ତେ । ତଥାପି ଅଗଷ୍ଟ ୧୫ତାରିଖ ଯାଏ ଆନ୍ଦୋଳନକାରୀମାନେ ଅପେକ୍ଷା କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଆନ୍ଦୋଳନର ବ୍ୟାକରଣସମ୍ମତ ।

ବିରକ୍ତ ହୋଇ ଘୋଷଣା?

କିନ୍ତୁ ସାଧାରଣ ଲୋକର ସନ୍ଦେହ ଯେ ଏହି ଘୋଷଣାରେ ନବୀନବାବୁଙ୍କର ବିରକ୍ତି ଭାବ ପ୍ରକଟିତ ହେଉ ନାହିଁ ତ? ସେ କହୁନାହାନ୍ତି ତ   “ଭାଷାକୁ ନେଇ ଏତେ ‘ଚିକ୍ରାର’ ଓ ‘ତୁମ୍ବିତୋଫାନ’ କରୁଛ ତ, ନିଅ ଦେଲିି ।” ତା ନହେଲେ ଭାଷା ଆଇନର କାର୍ଯ୍ୟକାରିତା ଘୋଷଣା କରିବା ସହ ପ୍ରତିଶୃତିର ଏକ ଲମ୍ବା ତାଲିକା କାହିଁକି ଦିଅନ୍ତେ ଯେ ‘ପ୍ରତିଷ୍ଠା ହେବ ଭାଷା ସାହିତ୍ୟ ବିଶ୍ୱବିଦ୍ୟାଳୟ, ଓଡିଆ ଭର୍ଚୁଆଲ ଏକାଡେମୀ, ପୂରଣ ହେବ ଓଡ଼ିଆ ଅଧ୍ୟାପକ ପଦବୀ, ବ୍ୟାସକବି ଫକୀରମୋହନ ବୃତ୍ତି ମିଳିବ, ଜବାହାରଲାଲନେହେରୁ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ’ ଇତ୍ୟାଦି? ବିଡ଼ମ୍ବନା ଯେ ‘ଭାଷା ସଂଗ୍ରାମ ସମିତି’ର ଯେଉଁ ଅନ୍ୟ ଦାବିଗୁଡିକ ଯେପରି ‘ଓଡ଼ିଶାରେ ସମସ୍ତ ଚାକିରୀ ପାଇଁ ପରୀକ୍ଷା ଓଡିଆ ମାଧ୍ୟମରେ ହେବା ଉଚିତ’, ‘ଓଡିଶାର ପିଲାଙ୍କ ପାଇଁ ଆଇଟି କମ୍ପାନୀମାନଙ୍କରେ ଅନ୍ୟୁନ ଶତକଡା ୭୫ ଭାଗ ଚାକିରୀ ସଂରକ୍ଷିତ ରହିବା ଉଚିତ’ ଇତ୍ୟାଦି ମୁଖ୍ୟମନ୍ତ୍ରୀଙ୍କର ଘୋଷଣାରେ ପ୍ରତିଫଳିତ ହୁଏ ନାହିଁ ।୨୦

ଅଧ୍ୟାଦେଶ

ତେବେ ଏହି ଘୋଷଣା ସହିତ ଯାହା ଏକ ଠୋସ ପଦକ୍ଷେପ ବୋଲି ମନେ ହେଉଛି ତାହା ହେଉଛି ମଇ ୨୧ତାରିଖ (୨୦୧୬) ଦିନ ସରକାର ଏକ ଅଧ୍ୟାଦେଶ ଜାରି କରିବା୨୨ ଯାହା ବଳରେ ଭାଷା ଆଇନ ୧୯୫୪କୁ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରିବାପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇ ପାରିବ ଓ ଏହାର ସଠିକ କାର୍ଯ୍ୟକାରିତାକୁ ତଦାରଖ କରାଯାଇ ହେବ । ଏହିଭଳି ସଂଶୋଧନ ପାଇଁ ‘ଭାଷା ସଂଗ୍ରାମ ସମିତି’ ତରଫରୁ ସୁଭାଷ ପଟ୍ଟନାୟକ ମହୋଦୟ ଦାବି କରି ଆସୁଥିଲେ ଓ ସଂଶୋଧନର ଏକ ଚିଠା ପ୍ରସ୍ତାବ ମଧ୍ୟ ସରକାରଙ୍କୁ ଦାଖଲ କରିଥିଲେ ।୨୩ କିନ୍ତୁ ଯେଉଁ ଭାଷା ଆଇନ ମାନଙ୍କରେ ନିୟମାବଳୀ ପ୍ରସ୍ତୁତ କରିବାର କ୍ଷମତା (ଯେପରି ଅନ୍ଧ୍ରପ୍ରଦେଶ ଆଫିସିକ ଭାଷା ଆଇନ ୧୯୬୬) ଉଲ୍ଲେଖ ହୋଇଛି ତା ସହିତ ମଧ୍ୟ ରହିଛି ଯେ ଯେଉଁ ନିୟମ ସରକାର କରିବେ ବା ବିଜ୍ଞପ୍ତି ଜାରି କରିବେ, ତାହାକୁ ବିଧାନସଭାରେ ଆଗତ କରିବେ ।

ଯଦି ଏହା ଗୃହର ସ୍ୱୀକୃତି ପାଏ ତାହହେଲେ ଏହି ନିୟମ ବା ବିଜ୍ଞପ୍ତି କାର୍ଯ୍ୟକାରୀ ହେବ ଅନ୍ୟଥା ଏହା ଅକାମୀ ହେବ । ଏପରିକି ଭାରତ ସରକାରଙ୍କର ଆଫିସିକ ଭାଷା ଆଇନ, ୧୯୬୩ରେ ମଧ୍ୟ ଏହି ବ୍ୟବସ୍ଥା ଅଛି ଯେ ଏହି ଆଇନ ଭିତରେ ପ୍ରସ୍ତୁତ ପ୍ରତ୍ୟେକ ବିଜ୍ଞପ୍ତି ବା ନିୟମ ସଂସଦରେ ପେଶ ହେବ ଓ ଏହା ସଂସଦ ଦ୍ୱାରା ଗୃହୀତ ହେଲେ ହିଁ କାର୍ଯ୍ୟକାରୀ ହେବ । ସୁଭାଷ ବାବୁଙ୍କ ଚିଠା ପ୍ରସ୍ତାବରେ ଏହା ନାହିଁ । ଏହା ମଧ୍ୟ ଜାରି ହୋଇଥିବା ଅଧ୍ୟାଦେଶରେ ନାହିଁ । ତେଣୁ  ସାଧାରଣ ଲୋକର ସନ୍ଦେହ ହେବା ସ୍ୱାଭାବିକ ଯେ ଏହି ଅଭାବ ଭାଷା ଆଇନ କାର୍ଯ୍ୟକାରୀ କରିବାକୁ ବିଳମ୍ବ କରିବାପାଇଁ ଏକ ଉପଲକ୍ଷ୍ୟ ହେବ ନାହିଁ ତ? ଯଦି ଏହାର ଅଭାବ ଥାଇ ନିୟମ କରାଯାଇ ପାରେ ଓ ତାହା ଅନୁସାରେ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଇ ପାରେ ତାହାହେଲେ ମୂଳ ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ଅସୁବିଧା ଥିଲା କେଉଁଠି? ୧୪. ୧୨. ୨୦୧୫ ଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଯେଉଁ ବିଜ୍ଞପ୍ତି ଗୁଡିକର ତାଲିକା ଦେଲେ୧୧ ତାହା କେଉଁ ଆଇନ ଆଧାରରେ ଜାରି କରାଯାଇଥିଲା?

ଘୋଷଣାର ସଫଳତା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ଅଧ୍ୟାଦେଶ ଫଳରେ, ୨୦୧୭ର ପ୍ରଥମାର୍ଦ୍ଧରେ ହେବାକୁ ଥିବା ପଂଚାୟତ ନିର୍ବାଚନ ଉପରେ ଚାଲିଥିବା ଆନ୍ଦୋଳନର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବକୁ ଏଡାଇ ଦିଆଯାଇପାରିଲା ବୋଲି ସାଧାରଣ ଲୋକଟିର ଅନୁମାନ । କିନ୍ତୁ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମହୋଦୟ ସର୍ବାନ୍ତକରଣରୁ ଧନ୍ୟବାଦର ପାତ୍ର ତାହା ହେଉଛି ତାଙ୍କର ଏତାଦୃଶ ଘୋଷଣା ଫଳରେ ବୟସ୍କ ବ୍ୟକ୍ତିମାନେ ଉଦୁଉଦିଆ ଖରାରେ ପଟୁଆର କରିବା କଷ୍ଟରୁ ନିଷ୍କୃତି ପାଇଲେ । ଏହା କହିବା ବାହୁଲ୍ୟ ଯେ ଏହି ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ସମସ୍ତ କଷ୍ଟକୁ ପାଶୋରି ଯିବେ ଯଦି ମୁଖ୍ୟମନ୍ତ୍ରୀ ମହୋଦୟ ଭାଷା ଆଇନ ୧୯୫୪କୁ ପ୍ରକୃତ ଅର୍ଥରେ କାର୍ଯ୍ୟକାରୀ କରନ୍ତି ।

ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ପଟ୍ଟନାୟକ ମହୋଦୟ ତ ଏହାହିଁ ଦାବି କରୁଥିଲେ ଯେତେବେଳେ ତାଙ୍କ ୱେବ ପତ୍ରିକାରେ ଲେଖିଲେ Stop Torturing Illustrious Participants In Bhasa Andolan, Dear Chief Minister Of Orissa And Accept The Demand (23rd April 2016) । ବୋଧହୁଏ ଏହି ବୟସ୍କମାନେ ସବୁ ଆଶୀର୍ବାଦ ନବୀନବାବୁଙ୍କ ଉପରେ ଢାଳିଦେବେ ଯେଉଁଦିନ ନବୀନବାବୁ ଜାନକୀବାବୁଙ୍କ ପରି ଓଡିଆରେ ଲେଖା ହୋଇ ନଥିବା ଫାଇଲକୁ ଫେରାଇଦେବେ ଓ ନିଜର ମତ ମନ୍ତବ୍ୟ ସରକାରୀ ଫାଇଲରେ ଓଡିଆରେ ଦରଜ କରିବେ । ଏହି ସୁଦିନର ଅପେକ୍ଷାରେ ନିଶ୍ଚିତ ରହିଛି ପ୍ରଶ୍ନ କରୁଥିବା ସାଧାରଣ ଲୋକ ।

ଉପସଂହାର

୧୫୦ବର୍ଷ ତଳେ ହୋଇଥିବା ଆନ୍ଦୋଳନର କେନ୍ଦ୍ରରେ ଥିଲା ବିଦ୍ୟାଳୟରୁ ଓଡିଆ ଭାଷା ଉଚ୍ଛେଦ ଓ ଓଡିଆ ଭାଷା ସଂକୋଚନ ବିରୁଦ୍ଧରେ ପ୍ରତିବାଦ । ଏବଂ ଉଚ୍ଛେଦ ସପକ୍ଷବାଦୀମାନେ ଓଡିଆରେ ପାଠ୍ୟପୁସ୍ତକର ଅଭାବକୁ ହିଁ ମୁଖ୍ୟ କାରଣ ବୋଲି ଦର୍ଶାଉଥିଲେ । ଆଜି ମଧ୍ୟ ସମାନ ଦୃଶ୍ୟ ଦେଖାଯାଏ ଯେତେବେଳେ ଓଡିଆ ମାଧ୍ୟମରେ ପଢୁଥିବା ପିଲାଙ୍କର ସଂଖ୍ୟା ବିଦ୍ୟାଳୟମାନଙ୍କରେ ହ୍ରାସ ପାଉଥିବା ଓ ଅପର ପକ୍ଷରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ରଙ୍କର ସଂଖ୍ୟାରେ ବୃଦ୍ଧି ପାଉଥିବା ଦେଖାଯାଏ୧୦ । ୧୫୦ବର୍ଷ ତଳେ ବ୍ରିଟିଶ ସରକାର ଓଡିଆ ଭାଷାରେ ଶିକ୍ଷାଦାନକୁ ସମର୍ଥନ କରି ଏହାର ଉଚ୍ଛେଦ ପାଇଁ ହେଉଥିବା ସମସ୍ତ ଉଦ୍ୟମକୁ ପଣ୍ଡ କରି ଦେଇଥିବାବେଳେ, ଆମ ନିର୍ବାଚିତ ସରକାର ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବାରେ ତତ୍ପର ହୋଇପଡିଛନ୍ତି ଓ ଏହି ବିଦ୍ୟାଳୟଗୁଡିକୁ ହିଁ ଆଦର୍ଶ ବିଦ୍ୟାଳୟ ବୋଲି ନାମିତ କରି ଓଡିଆ ମାଧ୍ୟମ ବିଦ୍ୟାଳୟଗୁଡିକ ଯେ ନ୍ୟୁନ ସେ ସମ୍ବାଦ ପ୍ରକାରାନ୍ତରେ ଦେଉଛନ୍ତି । ସରକାରଙ୍କର ଏହି ଉଦ୍ୟମର ପରିଣତି ହେଉଛି ଓଡିଆ ଭାଷାରେ ଶିକ୍ଷାଦାନର ସଂକୋଚନ ।

ବିଡମ୍ବନା ଯେ ଯେଉଁ ଆନ୍ଦୋଳନକାରୀମାନେ ଭାଷା ସୁରକ୍ଷା ଆନ୍ଦୋଳନରେ ସକ୍ରିୟ ବୋଲି ସମ୍ପ୍ରତି ଦାବି କରନ୍ତି ତାଙ୍କସ୍ୱରରେ ଓଡିଆ ଭାଷାରେ ଶିକ୍ଷାଦାନର ସଙ୍କୋଚନ ଅଗ୍ରାଧିକାର ପାଇନାହିଁ । ଯେଉଁମାନେ ଭାଷା ଅନ୍ଦୋଳନର ଇତିହାସ ସମ୍ପର୍କରେ ସଚେତନ, ସେମାନେ ଆଜି ଏହା ହିଁ ଆନ୍ଦୋଳନକାରୀଙ୍କ ଠାରୁ ଅପେକ୍ଷା କରନ୍ତି । ଅପର ପକ୍ଷରେ ଏହି ଆନ୍ଦୋଳନକାରୀମାନେ ୧୯୫୪ ଭାଷା ଆଇନକୁ କାର୍ଯ୍ୟକାରୀ କରିବାକୁ ଯେଉଁ ପ୍ରାଥମିକତା ଦେଇଛନ୍ତି ତାହାରି ସନ୍ଦର୍ଭରେ କୁହାଯାଇପାରେ ଯେ ଏହି ଆଇନ ସରକାରୀ ଦପ୍ତରରେ କାର୍ଯ୍ୟକାରୀ ହୋଇ ନଥିଲେ ହେଁ, ୧୯୫୪ ପରେ ପରେ ହିଁ ସରକାରୀ ଦପ୍ତରରୁ ବହୁ ପ୍ରଶାସନିକ ଅଧିକାରୀ ଓଡିଆ ଭାଷାରେ ସୃଜନଶୀଳ ଲେଖକ ହୋଇ ବାହାରିଛନ୍ତି, ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଛନ୍ତି । ପଛେଇ ଦେଖିଲେ ପ୍ରଶ୍ନଉଠେ ଯେ ଏହି ପ୍ରଶାସନିକ ଅଧିକାରୀମାନେ ଚାହିଁ ଥିଲେ ତ ସରକାରୀ ଫାଇଲରେ ମତ ମନ୍ତବ୍ୟ ଚମକ୍ରାର ଓଡିଆରେ ଲେଖି ପାରିଥାନ୍ତେ? କାହିଁକି ଲେଖିଲେ ନାହିଁ? ଅବଶ୍ୟ ସେମାନଙ୍କ ଭିତରୁ କେତେଜଣ ଆସି ଏବେ ଅନଶନରତ ଗଜାନନଙ୍କୁ ଯେ ନୈତିକ ସମର୍ଥନ ଯୋଗାଇଛନ୍ତି ଏହା ସୁଭାଷ ପଟ୍ଟନାୟକ ମହୋଦୟ ପ୍ରକାଶ କରିଥିବା ତାଲିକାରୁ ଜଣା ପଡେ୨୦ ।  ତେବେ ଏହା ସ୍ୱୀକାର କରିବାକୁ ହେବ ଯେ ଗତ ଚାରିବର୍ଷ ଧରି ଚାଲିଥିବା ଭାଷା ଆନ୍ଦୋଳନ ଯଦିଓ ଥିଲା ଭାଷା ଆଇନ କାର୍ଯ୍ୟକାରିତାର ଲକ୍ଷ୍ୟ ହାସଲରେ ସୀମିତ, ତଥାପି ଏହା ସଂଘଟିତ ହେବା ଦ୍ୱାରା  ପ୍ରକୃତ ପକ୍ଷେ ନିଷ୍ଠାପର ଓଡିଆ ଭାଷାପ୍ରେମୀ ଓଡିଆ ଭାଷା ଆଇନ କାର୍ଯ୍ୟକାରିତାର ସୀମିତ ସରହଦ ବାହାରେ ଥିବା ଓଡିଆ ଭାଷାର ଭବିଷ୍ୟତ ପ୍ରତି ଆହ୍ୱାନଗୁଡିକ ପ୍ରତି ସଚେତନ ହେଉଛି । ଦେଖିପାରୁଛି ଗୋଟିଏ ପଟେ ସୃଜନଶୀଳ ସାହିତ୍ୟରେ ସୃଷ୍ଟିର ପ୍ରାବଲ୍ୟ ଓ ବହୁ ପୁରସ୍କାର ଦ୍ୱାରା ଏହାର ସ୍ୱୀକୃତି, ଅନ୍ୟ ପଟେ ଦେଖୁଛି ଓଡିଆ ଭାଷାରେ ଅଧ୍ୟୟନ ପ୍ରତି ବିମୁଖତାରେ ବୃଦ୍ଧି ।

ଏହି ବିରୋଧାତ୍ମକ ସ୍ଥିତିରେ ସେ ଚିନ୍ତିତ ଓଡିଆ ଭାଷାର ଭବିଷ୍ୟତକୁ ନେଇ । ଏହି ପ୍ରସଙ୍ଗରେ ଏହି ଲେଖକ ୨୨ବର୍ଷ ତଳେ କରିଥିବା ଏକ ମନ୍ତବ୍ୟ ଉଦ୍ଧରଣୀୟ । ସେ ଲେଖିଥିଲା, “ଓଡିଆ ଭାଷାରେ ସୃଜନଶୀଳ ସାହିତ୍ୟର ସୃଷ୍ଟି ଓ ଏହା ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେବା ସୁଖକର ବିଷୟ ନିଶ୍ଚୟ । କିନ୍ତୁ ଏହା ଯଦି ଓଡିଆ ଭାଷା ପ୍ରତି କ୍ରମବର୍ଦ୍ଧିଷ୍ଣୁ ବିମୁଖତାକୁ ପ୍ରତିରୋଧ କରି ନପାରେ-ତାହାହେଲେ ଏହି ସାହିତ୍ୟର ଭବିଷ୍ୟତ କ’ଣ? ଏହାଛଡା ଗୋଟିଏ ଭାଷାରେ ଜ୍ଞାନର ବିଭିନ୍ନ ଦିଗଗୁଡିକ ଯଦି ପ୍ରକାଶିତ ନ ହୋଇ ପାରିଲା -କେବଳ କବିତା,ଉପନ୍ୟାସକୁ ଆଶ୍ରାକରି ଭାଷା ସମୃଦ୍ଧ ବୋଲି କହିହେବ ନାହିଁ । ବରଂ ଯେଉଁଠାରେ ଏହିଭଳି ଉଦ୍ୟମର ଅଭାବ ସେଠାରେ ଭାଷାର ଭବିଷ୍ୟତ ଅନ୍ଧକାର ବୋଲି କହିବା ଅତ୍ୟୁକ୍ତି ହେବନାହିଁ ।”୨୪ କହିବା ବାହୁଲ୍ୟ ଯେ ଗତ ୨୨ବର୍ଷ ମଧ୍ୟରେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବରଂ ଅଧିକ ଗମ୍ଭୀର ହୋଇଛି, ଓଡିଆ ଭାଷାର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନମାନଙ୍କର ସଂଖ୍ୟାରେ ବୃଦ୍ଧିଘଟିଛି ।

ବ୍ୟବହୃତ ଉପାଦାନ ସୂଚୀ

  1. ଓଡିଆ ଭାଷା-ସୁରକ୍ଷା ଆନ୍ଦୋଳନ, ଡକ୍ଟର ଗଗନେନ୍ଦ୍ର ନାଥ ଦାଶ, କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର, ପ୍ରଥମ ସଂସ୍କରଣ,୧୯୯୩, ପୃ ୮୪
  2. ଓଡିଆ ଭାଷା-ସୁରକ୍ଷା ଆନ୍ଦୋଳନ, ଡକ୍ଟର ଗଗନେନ୍ଦ୍ର ନାଥ ଦାଶ, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ପ୍ରଥମ ସଂସ୍କରଣ,୧୯୯୩, ପୃ ୩
  3. ଓଡିଆ ଭାଷା-ସୁରକ୍ଷା ଆନ୍ଦୋଳନ, ଡକ୍ଟର ଗଗନେନ୍ଦ୍ର ନାଥ ଦାଶ, କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର, ପ୍ରଥମ ସଂସ୍କରଣ,୧୯୯୩, ପୃ ୬
  4. ଓଡିଆ ଭାଷା-ସୁରକ୍ଷା ଆନ୍ଦୋଳନ, ଡକ୍ଟର ଗଗନେନ୍ଦ୍ର ନାଥ ଦାଶ, କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର, ପ୍ରଥମ ସଂସ୍କରଣ, ୧୯୯୩, ପୃ ୧୭
  5. ‘ରାସ୍ତାରେ ଅଟକି ରହିଲେ ମୁଖ୍ୟମନ୍ତ୍ରୀ’, ଧରିତ୍ରୀ, ରବିବାର, ୦୮ମେ ୨୦୧୬, ପୃ ମେଟ୍ରୋ ୧୧)
  6. ‘ଭାଷାକୁ ନେଇ ବିବାଦ ଅଶୋଭନୀୟ’, ଧରିତ୍ରୀ, ସୋମବାର ୧୬ ମେ ୨୦୧୬, ପୃ ମେଟ୍ରୋ ୧୦

7- ‘କଳାପତାକା ପଟୁଆର ଅଗଷ୍ଟ ୧୫ଯାଏ ସ୍ଥଗିତ’, ଧରିତ୍ରୀ, ବୁଧବାର, ୨୫ ମେ ୨୦୧୬, ମେଟ୍ରୋ ପୃଷ୍ଠା ୧୧

8- “ଓଡିଆ ଓ ଓଡିଶା: ସମୀକ୍ଷା” କାହିଁକି?, ବୀରେନ୍ଦ୍ର ନାୟକ, ଓଡିଆ ଓ ଓଡିଶା: ସମୀକ୍ଷା’୯୪,  ୧୯୯୪, ଭୁବନେଶ୍ୱର

(ସୌଜନ୍ୟ ସମଦୃଷ୍ଟି)

8- Orissa becomes ‘Odisha’, Oriya is ‘Odia’, PTI Sep 6, 2011, http://articles.economictimes. indiatimes.com/2011-09-06/news/30119350_1_odia-amendment-bill-odisha#

9- Orissa Became Odisha: What Else Could Have Happened When Stupids Rule the Roost? Subhas Chandra Pattanayak , November 7, 2011,http://orissamatters.com/2011/11/07/orissa-became-odisha

10- Odia as Official Language in Govt Communication Stressed ,Express News Service ,14th September 2015 ,http://www.newindianexpress.com/states/odisha/Odia-as-Official-Language-in-Govt-Communication-Stressed/2015/09/14/article3027208.ece

11- Government schools take a hit as craze for English medium education grows, Ashok Pradhan ,TNN | Aug 21, 2015, http://timesofindia.indiatimes.com/home/education/news/Government-schools-take-a-hit-as-craze-for-English-medium-education-grows/articleshow/48582729.cms

12- Governance of Orissa in Oriya // CM apprises Assembly of Rules on the Anvil, Subhas Chandra Pattanayak, Orissa Matters, December 16, 2015 , http://orissamatters.com/2015/12/16/governance-of-orissa-in-oriya-cm-apprises-assembly-of-ru..

13- Pyari takes a dig at Naveen for refusal to learn Odia ,Odishatv Bureau- April 2, 2016

14- Interview with BJD Rajya Sabha MP Baishnab Charan Parida,http://orissadiary.com/inerview/Baishnab_Charan_Parida.asp

15- NAVEEN HAS REALISED ODIAS’ SENTIMENTS, FEELS PARIDA , The Pioneer, Wednesday, 12 August 2015 | SUGYAN CHOUDHURY

16-  Odia… not getting due recognition’, Subhashish Mohanty,The Telegraph, Nov.8, 2014

17-Govt. brought in Baishnab Parida to push the Joint Action Conference on implementation of Orissa Official Language Act into chaos , Subhas Chandra Pattanayak , Orissamatters.com ,August 2, 2015 ,http://orissamatters.com/2015/08/02/joint-action-committee-on-language-law-implementation/

18- CM acts smart over language, Subhashish Mohanty ,The Telegraph, Bhubaneswar, May 22, 2016, http://www.telegraphindia.com/1160522/jsp/frontpage/story_86951.jsp#

19- Wake up Naveen, Stop Preening, Save Gajanan Mishra and friends on Fast, Subhas Chandra Pattanayak, Orissa Matters, July 3, 2015, http://orissamatters.com/2015/07/03/wake-up-naveen-stop-preening-save-gajanan-mishra-and-fr..

20- Governance of Orissa in Oriya: Gajanan Mishra cries on dubious role of Government , S ubhas Chandra Pattanayak ,Orissa Matters , August 10, 2015 ,https://orissamatters.wordpress.com/2015/08/10/governance-of-orissa-in-oriya-gajanan-mishra-…; O riya Language created Orissa and therefore Orissa must be ruled by Oriya Language ,S ubhas Chandra Pattanayak ,Orissa Matters , December 20, 2015, https://orissamatters. wordpress.com/2015/12/20/oriya-language-created-orissa-and-therefore-or…

21- Odisha promulgates ordinance promoting Odia , http://www. ptinews.com/news/7479168_Odisha-promulgates-ordinance-promoting-Odia.htm

22- Orissa Official Language Act has no Drive // Amendment along with Rules Suggested, Subhas Chandra Pattanayak, Orissa Matters, September 4, 2015, http://orissamatters.com/2015/09/04/orissa-official-language-act-has-no-drive-amendment-alon

Photo credit -https://bit.ly/3Q8dwiV


Share Samadhwani
Support Samadhwani

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ଆପଏଣ୍ଟମେଣ୍ଟ (କ୍ଷୁଦ୍ର ଗଳ୍ପ)

Share SamadhwaniPhoto credit- Wikimedia Commons ଅଶ୍ରୁମୋଚନଙ୍କର ନୀର୍ଜିବ ଶରୀରକୁ ସେମାନେ ବିଛଣା ଉପରେ ଚଟ୍ଟାଣରେ ଶୋଇଦେଇଥିଲେ ଓ ଚାରିପଟେ …