ଗଁଡ଼ାବଜାର ଇତିହାସ (ବିଶିଷ୍ଟ ପତ୍ରକାର ରାଜୀବ ସଗରିଆଙ୍କ ସହିତ ସାକ୍ଷାତକାର)

Swayamprava Parhi (Chief Editor)
7 Min Read

ଗଁଡାବଜାର ଇତିହାସଟି ଅତି ପୁରୁଣା । ଆଜିଯାଏ ଏମିତି ଏକ ପୁରାତନ ସଂସ୍କୃତି ଆମ ରାଜ୍ୟରେ ରହିଛି ଓ ତାର ଏତେ ଐତିହ ସମ୍ପର୍ଣ୍ଣ ଓ ବିସ୍ମୟକର ଇତିହାସ ରହିଛି ଏକଥାଟି ଅନେକଙ୍କୁ ଅଜଣା, ବିଶେଷକରି ସଂସ୍କୃତିର ମଙ୍ଗ ଧରିଥିବା ବିଜ୍ଞ ମଣିଷମାନଙ୍କୁ । ଯେଉଁ ଅଂଚଳର ଲୋକମାନଙ୍କର ନିତିଦିନିଆ ଜୀବନକୁ ଏହା ବାନ୍ଧି ରଖିଛି ସେମାନେ ଏହାକୁ ଏତେ ନିଜର ଓ ଏତେ ବେଖାତିର ଭାବରେ ଦେଖି ଆସିଛନ୍ତି ଯେ, କେବେ ହୁଏତ ଜାଣିବାକୁ ଚେଷ୍ଟା କରି ନାହାନ୍ତି କାହିଁକି ଓଡ଼ିଶାର ପଶ୍ଚିମାଞ୍ଚଳର ସଂସ୍କୃତି ଏତେ ମୂଲ୍ୟବାନ ଆମ ସମାଜ ଓ ସାମାଜିକ ଜୀବନକୁ ବ୍ୟବସ୍ଥିତ କରିବା ପାଇଁ । ସଙ୍ଗୀତର ଯାଦୁଗରୀ ପ୍ରଭାବ ଯଦି ଜାଣିବାରେ ଆଗ୍ରହ ଅଛି ତେବେ ଏହି ପାହାଡ, ପର୍ବତ ଓ ଜଙ୍ଗଲରେ ପରିପୂର୍ଣ୍ଣ ଜିଲ୍ଲା ଗୁଡିକୁ ଜାଣିବା ଓ ସେଠି ରହୁଥିବା ଏହି ଯାଦୁଗରୀ କଳାକାର ମାନଙ୍କୁ ଜାଣିବା ଅତି ଜରୁରୀ । ଏମିତି କିଛି ଜାଣିବାର ପ୍ରୟାସ ଭିତରେ ଆମେ ଯାଇ ପହଞ୍ଚିଥିଲୁ ବରଗଡ଼ ଜିଲ୍ଲା, ପଦ୍ମପୁର ଅଂଚଳର ବଇଦପାଲି ଗାଁରେ । ଯେଉଁମାନଙ୍କର ବାଦ୍ୟର କିଛି ଝଲକ ଆପଣମାନେ ଏହି ଭିଡ଼ିଓରେ ଦେଖିପାରିବେ । ଏହି ବାଦ୍ୟର ମାଧୁର୍ଯ୍ୟତା ଶୁଣିବାପରେ ଆମେ ଜାଣିବାକୁ ଇଚ୍ଛାକଲୁ ଏହାର ଇତିହାସ ସମ୍ପର୍କରେ । ତେଣୁ ସାକ୍ଷାତକାର କରିଥିଲୁ ବିଶିଷ୍ଟ ସାମ୍ବାଦିକ ରାଜୀବ ସଗରିଆଙ୍କ ସହ । – ସମ୍ପାଦକ

ଗଁଡ଼ାବଜାର ଇତିହାସ ସମ୍ପର୍କରେ କିଛି କହିବେ କି?

ଗଣାବଜାକୁ ପ୍ରାଚୀନ ବାଦ୍ୟଯନ୍ତ୍ର ହିସାବରେ ଯଦି ଆମେ ଦେଖିବା ତା’ର ତଥ୍ୟ ପ୍ରମାଣ ଯଦି ଆମେ ଖୋଜିବା ତାହାହେଲେ ପ୍ରଚୀନ ମନ୍ଦିର ମାନଙ୍କରେ ନର୍ତ୍ତକ ନର୍ତ୍ତକୀ ଯେଉଁ ବାଦ୍ୟଯନ୍ତ୍ର ଧରିଥାନ୍ତି ସେ ବାଦ୍ୟ ଯନ୍ତ୍ରରେ ଆମେ ଢ଼ୋଲକୁ ଦେଖୁ । ପୃଥିବୀରେ ଢ଼ୋଲ ଗୁଟେ ଏମିତି ବାଦ୍ୟଯନ୍ତ୍ର ଯାହାର ଦୁଇପାଖଟା ସମାନ ରହେ । ପ୍ରାଚୀନତମ ତଥ୍ୟ ସେଇଟା ହିଁ ଦେଉଛି । କିନ୍ତୁ ଯେତେବେଳେ ଓଡ଼ିଶାକୁ ମନ୍ଦିର ସଂସ୍କୃତି ଆସିଲା ତା’ର ବହୁତ ପୂର୍ବରୁ ଯେଉଁ ଆଞ୍ଚଳିକ ପରମ୍ପରା ଓ ସଂସ୍କୃତି ଥିଲା, ଯେଉଁ ସାମାଜିକ ବ୍ୟବସ୍ଥା ଥିଲା;

Samadhwani Support us

(କୌଣସି ଗୋଟିଏ ସାମାଜିକ ବ୍ୟବସ୍ଥା ଯେତେବେଳେ ଆସେ ସେତେବେଳେ ସେ ଭିତରେ ଯେମିତି ହେଲେ ବୈଜ୍ଞାନିକତା ଖୋଜି ପାଇବେ । ସେଥିରେ ଟେକ୍ନିକ୍ ଦେଖିବାକୁ ପାଇବେ। ତାଙ୍କର ବାସନରେ ଗୋଟିଏ ଟେକ୍ନିକ୍ ଥିବ, ଚୁଲିରେ ବି ଗୋଟିଏ ଟେକ୍ନିକ୍ ଥିବ। ସେମିତି ବାଦ୍ୟଯନ୍ତ୍ରଟା ହେଉଛି ଗୋଟିଏ ଅତି ଉଚ୍ଚକୋଟୀର ଜିନିଷ ।)

ଶବ୍ଦକୁ ମଣିଷ ଯେତେବେଳେ ବୁଝିଲା ଯେମିତି, ପବନ ହେଲେ ବାଉଁଶ ବଣରୁ ଗୋଟିଏ ଶବ୍ଦ ଆସୁଛି, ସେଇଟା ଗୋଟିଏ ଇନଷ୍ଟ୍ରୁମେଂଟ ଭାବରେ ପରବର୍ତ୍ତୀ ସମୟରେ ଡ଼େଭେଲପ କରିଛି, ସେମିତି ଅନ୍ୟ ଇନଷ୍ଟ୍ରୁମେଂଟକୁ ବି ନେବା ।

ପ୍ରାଚୀନତମ ପ୍ରମାଣ ହିସାବରେ ଆମେ ମନ୍ଦିରର ସେଇ ମୁର୍ତ୍ତିମାନେ ଧରିଥାନ୍ତି ସେଇ ଢ଼ୋଲକୁ ଆମେ ସେଠାରେ ଦେଖୁ ଆଉ ଅନ୍ୟାନ୍ୟ ଇନଷ୍ଟ୍ରୁମେଂଟକୁ ସେଥିରେ ଆମେ ଡ଼ିସକଭର କରିପାରିବା।

ଏହାଠୁ ବି ପ୍ରଚୀନ ଗଣାବଜା ବୋଲି ମୁଁ କହିବି ।

ଏଇ ବାଦ୍ୟର ଇତିହାସ ଯେଉଁଟା ଅଛି, ଆମେ ଯେତେବେଳେ ଇତିହାସ କଥା କହିବା, ସେ ସମୟରେ ଆମ ପାଖରେ ଜଣେ ପାଠକକୁ ବା ପରବର୍ତ୍ତୀ ପିଢ଼ୀକୁ ବହୁତ ପ୍ରମାଣ ଦେବାକୁ ପଡ଼ିବ । ଇତିହାସରେ ଆମେ ଯେଉଁ ପ୍ରମାଣ ଦେଇଥିଲୁ ଆସିବ ଓ ଅନ୍ୟ କେଉଁ ଇନଷ୍‌ଟ୍ରୁମେଣ୍ଟରୁ ଆସିବ, ଅନ୍ୟ ବହିମାନଙ୍କରୁ ଆସିବ କିମ୍ବା ଆମ ସାମାଜିକ ଚଳଣୀରେ ସେଇଟା ପରିବର୍ତ୍ତନ ହୋଇ ଗୋଟେ ବିକଶିତ ରୂପ ହେଇଥିବ କିମ୍ବା ମରି ମରି ଆସୁଥିବ, ସେହିସବୁ ପ୍ରମାଣକୁ ନେଇକରି ଆମେ ଗୋଟେ ଇତିହାସ ବୋଲି କହୁ।

କିନ୍ତୁ ଗଣାବଜାର ଇତିହାସଟା ଆଜିପର୍ଯ୍ୟନ୍ତ ତାହା ଅଧ୍ୟୟନ ହୋଇନାହିଁ କିମ୍ବା ଅଧ୍ୟୟନ କରିବାପାଇଁ ଚେଷ୍ଟା ହୋଇନାହିଁ । ଏଇଟା ହେଉଛି ବିଡ଼ମ୍ବନା ।

ଯେତେବେଳେ ଆମେ ଗଣାବଜାର ଇତିହାସ କଥା କହୁ ଆମେ ଅନୁମାନରେ ହିଁ ପ୍ରାଚୀନରୁ ପ୍ରାଚୀନତମ ସମୟକୁ ଯିବାକୁ ହୁଏ ଆମକୁ ।

ଆମ ସମାଜରେ ଯେଉଁଠାରେ ଗଣାବଜାର ଉପସ୍ଥିତି ଅଛି ସେହି ସମୟରେ ଯେଉଁ ବ୍ୟବହାର ଥିଲା ଆଜିବି ସେହି ବ୍ୟବହାର ଅଛି । ତାଠାରୁ ଷ୍ଟେଜ୍‌କୁ ଆସିଛି ପୃଥିବୀର ଷ୍ଟେଜ୍‌କୁ ଯାଇପାରିଛି, ସେଇଟା ବିକଶିତ ରୂପ ବୋଲି କହିପାରିବା । କିନ୍ତୁ ଗଣାବଜା ସାଙ୍ଗରେ ଯେଉଁ ସାମାଜିକ ଅଙ୍ଗୀକାରବଦ୍ଧତା ଅଛି ତାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ଗଣାବଜାର ଯେଉଁ ସମ୍ମାନ ଓ ଗାମ୍ଭୀର୍ଯ୍ୟ ଅଛି ସମାଜ ଭିତରେ ସେ ଜିନିଷକୁ ଆମକୁ ଦେଖିବାକୁ ପଡ଼ିବ । ଏହି ତଥ୍ୟ ଉପରେ ଆଧାର କରି ଆମେ ବର୍ତ୍ତମାନ ଖାଲି ଅନୁମାନ କରିପାରିବା, ଇତିହାସର ପ୍ରମାଣ ଦେଇହେବନି ଏବେ ।

 ଯାହା ଆଭାସ ମିଳୁଛି ଗଣାବଜାର ଗୋଟିଏ ସୁଦୂରପ୍ରସାରୀ ଇତିହାସ ଅଛି ଯେଉଁଥିରୁ ଆମେ ଏହାକୁ ଗୋଟିଏ ପ୍ରଚୀନତମ ବାଦ୍ୟଯନ୍ତ୍ର ବୋଲି କହିବା ।

ଯେମିତି କୁରାଣ୍ଢିରେ ପଶୁପତିଙ୍କ ମୂର୍ତ୍ତି ଅଛି ଯାହାଙ୍କୁ ପଶୁପତି କୁହାଯାଉଛି କିନ୍ତୁ ସେ ସମୟରେ ୧୫,୦୦୦ବର୍ଷ ତଳେ ପଶୁପତିଙ୍କର ଉପସ୍ଥିତି ବୋଧେ ନଥିଲା ।

ସେ ପଶୁପତିଟା କିଏ?

ସେ ପଶୁପତିଟା ଯେତେବେଳେ ଆମେ ଏଇଠି ଦେଖୁ ଯେଉଁଟାକୁ ଉଡ଼୍ରପୀଠ କୁହାଯାଉଛି, ମେଦିନାପୁରରୁ ଝାଡ଼ଖଣ୍ଡ, ତା’ପରେ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ର ଯେଉଁ ରିଜିଅନ୍‌ଟା ଅଛି ଦେବଗଡ଼, ରାୟଗଡ଼, ମହାସମ୍ବଲ, ଦଣ୍ଡକା ଅଂଚଳ ଏସବୁ ଅଛି ଏଇଗୋଟେ ବଡ଼ କ୍ଷେତ୍ରଟା ହେଲା ଗୋଟେ ଉଡ଼୍ରକ୍ଷେତ୍ର ।

ଏହି ଉଡ଼୍ରକ୍ଷେତ୍ରର ଉଲ୍ଲେଖ ରାବଣ ସଂହିତାରେ ଦେଖିବାକୁ ମିଳେ । ପରବର୍ତ୍ତୀ ସମୟରେ ବୁଦ୍ଧିଜୀମ୍ ଆସିବାପରେ ବୁଦ୍ଧିଜୀମ୍ ପୂର୍ବରୁ ବି ଏହି ଅଞ୍ଚଳର ସଂସ୍କୃତିଟା ଥିଲା । ଏହି ଅଞ୍ଚଳର କମନ୍ କଲଚର ହେଲା ନୃତ୍ୟ । ନୃତ୍ୟଟା ଆଉ ଗୀତଟା । ନୃତ୍ୟ ଆଉ ଗୀତ ସାଙ୍ଗରେ ବାଦ୍ୟଟା ଅଟୋମ୍ୟାଟିକ ଆସିବ । ଯେମିତି ଗୋଟିଏ ପରିବାରର ସମସ୍ତେ ।

 ସମସ୍ତେ ଯେମିତି ମିଳିତ ନହେଲେ ଯେମିତି ଗୋଟିଏ ପରିବାର ହୁଏନି ସେମିତି ଆମ ସଂସ୍କୃତିର ଇତିହାସକୁ ଆମେ ଯେତେବେଳେ ଦେଖୁଛୁ ଏଥିରେ ଗୀତ ଓ ନୃତ୍ୟଟା ବହୁତ ପ୍ରାଚୀନ ଆଉ ତା ସାଙ୍ଗରେ ବାଦ୍ୟଟାକୁ ବି ଆମେ ଯୋଡ଼ିବା ।

ଏହି ପ୍ରଚୀନତାର ଅଧ୍ୟୟନ ହୋଇନାହିଁ । ଏହା ଅଛୁତ ହୋଇକରି ରହିଛି ବର୍ତ୍ତମାନ ପର୍ଯ୍ୟନ୍ତ । ଏହାର ଗହନ ଅଧ୍ୟୟନ ଦରକାର । ଏହି ଗହନ ଅଧ୍ୟୟନ ପାଇଁ ବହୁତ ସ୍କୋପ୍ ଅଛି ଏଥିରେ । ସେଇଟା ଅଲଗା କଥା ଅଛି ।

କେଉଁଭଳି ପୃଷ୍ଠଭୂମିରେ ଗଣାବଜାର ସୃଷ୍ଟି ହୋଇଛି?

ଏହି ପୃଷ୍ଠଭୂମିକୁ ଆଉ ଯଦି ଟିକିଏ ଗହନ ଅଧ୍ୟୟନ କରାଯିବ ତେବେ ଯାହା କଲଚର ଅଛି ସେଥିରେ ଆମେ ଗୋଟେ ଦେଖୁ ସାଂଖ୍ୟ ଦର୍ଶନଟା । ଉଡ଼୍ରରେ ସାଂଖ୍ୟର ଯେଉଁ ଦର୍ଶନଟା ଡ଼େଭେଲପ୍ କରିଛି ସେଇଟା ଦର୍ଶନର ଯେଉଁ ତତ୍ତ୍ୱଟା ଅଛି ସେଇଟା ବୋ… କରୁଛି ପୁରୁଷ ଓ ପ୍ରକୃତି ଉପରେ ।

ପୁରୁଷ ଓ ପ୍ରକୃତି ଏଇ ଦୁଇଟା ହେଉଛି ସାଂଖ୍ୟର ଆଧାର । ଆମେ ଯେବେଳେ ନୂଆପଡ଼ା ଜିଲ୍ଲାରେ ଏବଂ ଛତିଶଗଡ଼ ଭିତରେ ଆମେ ଯେଉଁ ଦେଖୁ ସେଥିରେ ମେଗନିକ୍ କଲଚର୍‌ର କିଛି ଦେଖିବାକୁ ମିଳେ । ଯେଉଁ ପଥର ସବୁ ମିଳିଛି ସେଥିରେ ଆମେ ଦେଖୁ ପୁରୁଷ ଆଉ ପ୍ରକୃତିର । ସେ ସିମ୍ବଲ ଗୁଡ଼ା ସେଥିରେ ଅଛି ।

ପୃଥିବୀର ପ୍ରଥମ ସୃଷ୍ଟି ଯନ୍ତ୍ରଟା ନୁଆପଡ଼ା ଜିଲ୍ଲାର, ଜିତେନ୍ଦ୍ର‌୍ୟ ପ୍ରସାଦ ସିଂଦେଓ ତାଙ୍କର ମ୍ୟୁଜିଅମ୍‌ରେ ରଖିଛନ୍ତି । ସେଇ ସୃଷ୍ଟିଯନ୍ତ୍ରଟା ଗୋଟିଏ ଛୋଟ ଆକାରର ସେଇଟା ସେ ରଖିଛନ୍ତି । ତାପରେ ସେଇଟି ଯେଉଁ ପୂଜା ହୁଏ ପ୍ରକୃତି ପୂଜା ହୁଏ । ଦାର୍ଶନିକ ଏବଂ ପୁରୁଷ ଯିଏ ପୂଜା ହୁଏ ଗୁରୁବୁଢ଼ା ବୋଲି କୁହନ୍ତି, ଗୁରୁ ଡ଼ଙ୍ଗର ସେଠି ଅଛି ।

 ଆଜିବି ଯେଉଁ ଗଣା କମ୍ୟୁନିଟି ବା ପ୍ରଚୀନ ଆଦିବାସୀ କମ୍ୟୁନିଟିମାନେ ଅଛନ୍ତି ନୁଆଖାଇ ହେଉ, ଦଶହରା ହେଉ ବା ଚଇତ୍ ହେଉ କିମ୍ବା ନିଜ ଘରର ଦେବୀ ପୂଜା ସମୟର ଅନୁଷ୍ଠାନ ହେଉ ସେହି ଅନୁଷ୍ଠାନରେ ଆମେ ଘର ଭିତରେ ପିଦର ପୂଜା କରାହୁଏ । ସେହି ପିଦର ପୂଜାକୁ ଆମେ ଯଦି ବିଶ୍ଳେଷଣ କରିବା ସେଇଠି ପୁରୁଷ ଆଉ ପ୍ରକୃତିର ପୂଜା ହୁଏ ସେଥିରେ ।

ଆଉ ଏଇଟା ହିଁ ସାଂଖ୍ୟ ଦର୍ଶନ । ଏଇ ମାଟିର ମହାନ ଦର୍ଶନ ହେଲା ସାଂଖ୍ୟ । ଆଉ ସେ ସାଂଖ୍ୟକୁ ଆମେ ଯଦି ବେଶ୍‌ରେ ନେବା ସାଂଖ୍ୟର ମୁଖ୍ୟ କଥା ହେଲା ଯେ ସେ ଭଗବାନର ଅସ୍ତିତ୍ୱକୁ ଅସ୍ୱୀକାର କରେ । ସେ ଦୁଇଟା ଜିନିଷକୁ ମାନେ ତାହା ହେଉଛି ପୁରୁଷ ଆଉ ପ୍ରକୃତି ।

ଏଇ ପୁରୁଷ ଆଉ ପ୍ରକୃତିର ଯେମିତି ଗୋଟିଏ ମିଳନ ହେବ ସେଥିରେ ଇମୋସୋନାଲି ଗୋଟିଏ ସଙ୍ଗୀତ ଆସିବ । ଗୋଟିଏ ଫିଲିଙ୍ଗ୍ ଆସିବ ଯେଉଁଟା ସଙ୍ଗୀତରେ ପ୍ରକାଶିତ ହେବ ।

ସଙ୍ଗୀତ ଯଦି ସେଠି ଆସିଲା ସେଠି ବାଦ୍ୟ ରହିବାପାଇଁ ବାଧ୍ୟ ।

ଗଣାବଜାର ପୃଷ୍ଠଭୂମି ଯେତେବେଳେ ଆମେ ଆଲୋଚନା କରିବା ଏପର୍ଯ୍ୟନ୍ତ ଆମକୁ ନେବାକୁ ପଡ଼ିବ ।

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.