ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ

ସୁଧୀର ପଟ୍ଟନାୟକ
1 Min Read

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ
ବଇରି ନୁହେଁ ଆମେ ମୈତ୍ରୀ ଚାହୁଁ
ବନ୍ଦି ନୁହଁ ଆମେ ବନ୍ଧୁ ଚାହୁଁ
ପ୍ରତିଟି ଘୃଣାର ଆମେ ଅନ୍ତଃ ଚାହୁଁ…

ସତୁରି ବରଷ ପଛକୁ ଚାହିଁଲେ
ଝାପସା ଦିଶିବ ଆମ ପୁରୁଣା ଘର
କାହିଁ ଲାଗିଥିଲା ହୋଲିର ଗହଳ
କାହିଁ ଶୁଭୁଥିଲା ଇଦର ଚହଳ
ସବୁରି ମୁହଁରେ ଥିଲା ପ୍ରିତି ସୁରଭି
ଓଠରେ ହସର ଶତ ଶତ ଜୁଆର
ପ୍ରିତିରେ ଭରିଲେ ଦିନେ ଫିରିଙ୍ଗି ନିଆଁ
ସେ ସରଗ ସୁଖ କୁହ ମିଳିବ କାହୁଁ

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ
ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ…

ଦୁଇଟି ଦେହର ଝାଳ ରକତରେ
ଫଳୁଥିଲା କ୍ଷେତରେ କେତେ ଫସଲ
ଦୁଇଟି ମନରୁ ବହି ଚାଲିଥିଲା
ଗୀତ ସଙ୍ଗୀତର କେତେ ଲହର
ସାଥେ ଥିଲେ ବୋଲି ଲଢ଼ିଥିଲେ ମିଶି
ଫିରିଙ୍ଗ ବିରୋଧି କେତେ ଲଢ଼େଇ
ସାଥେ ଥିଲେ ଆଜି ଲଢ଼ି ଥାଆନ୍ତେ ପୁଣି
ସମତାର ପାଇଁ ଏକ ନୂଆ ଲଢ଼େଇ
ତୁମେ ଆଜି ଏକା ଆମେ ବି ରେ ଏକା
ସାଥି ବିନା ଶାନ୍ତି ମଳିବ କାହୁଁ

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ
ଶାନ୍ତ ଚାହୁଁ ଆମେ ଶାନ୍ତି ଚାହୁଁ…

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ
ବଇରି ନୁହେଁ ଆମେ ମୈତ୍ରୀ ଚାହୁଁ
ବନ୍ଦି ନୁହଁ ଆମେ ବନ୍ଧୁ ଚାହୁଁ
ପ୍ରତିଟି ଘୃଣାର ଆମେ ଅନ୍ତଃ ଚାହୁଁ
ପ୍ରତିଟି ଘୃଣାର ଆମେ ଅନ୍ତଃ ଚାହୁଁ
ନୂତନ ପ୍ରିତିର ଦୃଷ୍ଟାନ୍ତ ଚାହୁଁ
ଆମେ ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ

Photo credit- https://bit.ly/3ebjsd9

Contents
Share This Article
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ