ପାଏନ ତଲର ଜୁଏ (ପାଣି ତଳର ନିଆଁ )

[box type=”shadow” align=”” class=”” width=””]ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କ ଲଢେଇ ଏବେ ବି ଜାରି ରହିଛି ଓ ଆଗକୁ ଜାରୀ ରହିବ ବୋଲି ଉକ୍ତ ଭିଡ଼ିଓ ମାଧ୍ୟମରେ ଚାଷୀମାନଙ୍କର ସନ୍ଦେଶକୁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ବୃତ୍ତଚିତ୍ର ନିର୍ମାତା ଉମେଶଚନ୍ଦ୍ର ବିଶ୍ୱାଳ । ଏଠାରେ ଉପସ୍ଥାପନ କରାଯାଇଥିବା ଗୀତଟି ତାଙ୍କଦ୍ୱାରା ନିର୍ଦ୍ଧେଶିତ “ପାଣି” ବୃତ୍ତଚିତ୍ରର ଅଂଶବିଶେଷ – ସମ୍ପାଦକ [/box]

           ଓଡ଼ିଶାରେ ନୂତନ ଜଳନୀତି ଲାଗୁ ହେବା ପରେ ରାଜ୍ୟର ନଦୀ ସମୂହ ଉପରେ ଲୋଲୁପ ଦୃଷ୍ଟି ପଡ଼ିଥିଲା ଦେଶ ବିଦେଶର ବିଭିନ୍ନ କମ୍ପାନୀ ମାନଙ୍କର । ରାଜ୍ୟର ସବୁଠାରୁ ବଡ଼ନଦୀ ମହାନଦୀ ଏବଂ ହୀରାକୁଦ ଜଳଭଣ୍ଡାରକୁ ରାଜ୍ୟ ସରକାର କମ୍ପାନୀ ହାତରେ ଟେକିଦେଲେ । ଏହାର ବିରୋଧ ପାଇଁ ଆଗେଇ ଆସିଲେ ଚାଷୀ । ଜଳର ଅଧିକାରକୁ ନେଇ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଯୁଦ୍ଧ । ବହୁଦେଶୀୟ କମ୍ପାନୀମାନଙ୍କୁ ପାଣି ଦେବାର ବିରୋଧ କରି ପ୍ରଥମେ ଚାଷୀମାନେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ । ଏହାପରେ ହୀରାକୁଦ ଓ ମହାନଦୀର ସୁରକ୍ଷା ପାଇଁ ଗାନ୍ଧୀମୀନାରରୁ ନେହେରୁ ମୀନାର ପର୍ଯ୍ୟନ୍ତ ଚାଷୀମାନଙ୍କ ଦ୍ୱାରା କୋଡ଼ିଏ କିଲୋମିଟର ପର୍ଯ୍ୟନ୍ତ ଏøତିହାସିକ ମାନବ ଶୃଙ୍ଖଳ କରାଗଲା ଏବଂ ପରେ ପରେ ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଏକ ଖୋଲାମଂଚର ଆୟୋଜନ କରାଗଲା । ଜଳ ଉପରେ ନିଜର ହକ ଅଧିକାର ହାସଲ ପାଇଁ ହୀରାକୁଦ ବନ୍ଧ ଦଖଲ ପାଇଁ ଆଗେଇ ଆସିଲେ ୪୦ ହଜାରରୁ ଅଧିକ ଚାଷୀ । ପୋଲିସର ଲାଠିମାଡ଼ରେ ଶତାଧିକ ଚାଷୀ ଲହୁଲୁହାଣ ହେଲେ । ଏହାର ପ୍ରାୟ ଦଶ ବର୍ଷ ପରେ ଛତିଶଗଡ଼ରେ ସେଠାକାର ସରକାର ବ୍ୟାରେଜ ନିର୍ମାଣ କରି ପାଣିପାଇଁ ଓଡ଼ିଶାର ଚାଷୀକୂଳ ଆରମ୍ଭ କରିଥିବା ଲଢ଼େଇକୁ ପୁଣିଥରେ ସଜାଗ ହେବାପାଇଁ ଉସୁକାଇଲେ। ପଶ୍ଚିମ ଓଡ଼ିଶାର ଚାଷୀ ମାନଙ୍କର ସମ୍ୱିଳିତ ସ୍ଵରର ଉପସ୍ଥାପନା ଏହି ଗୀତ ମାଧ୍ୟମରେ କରାଯାଇଛି।

 

Samadhwani Support us

 

 

Photo credit- https://www.google.com/search?q=war+for+water+in+hirakud+dam&source=lnms&tbm=isch&sa=X&ved=0ahUKEwjbx8v6kPLhAhUVSY8KHWzCDmgQ_AUIDygC&biw=1366&bih=625#imgrc=yc0i2pOeyj-ztM:

Share This Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା