ଓସ୍ତ ପତର କନିଆ …. ପୁଚି ଲୋ ପୁଚି… ଓଡିଆ ଲୋକଗୀତ

ଲୋକମଞ୍ଚ Lokamancha
ଲୋକମଞ୍ଚ Lokamancha 254 Views
1 Min Read
  1. ଉଭା ଯେତିକିକୁ ପୋତା ସେତିକି
    କେତେଥର କହିଛି, ଆଜି ବି କହୁଛି: ଓଡ଼ିଆ ଲୋକଗୀତର ଉଭା ଯେତିକିକୁ ପୋତା ସେତିକି । ଆମ ଲୋକଗୀତି ସବୁ ଥାନରେ ଅଛି: ପର୍ବରେ ଅଛି, ଖେଳରେ ଅଛି, ସୁଖ ଆଉ ଦୁଃଖ ଦିଆନିଆରେ ବି ଅଛି । ସେସବୁ କିଏ ଲେଖିଛି, କେବେ ଲେଖିଛି ଜଣାନାହିଁ! କିଏ ସଙ୍ଗୀତ ଦେଇଛି ଜଣାନାହିଁ! କେତେକେତେ ଲୋକଗୀତ ବି ଅଛି, ବୋଲା ହେବା ପାଇଁ ଧରାବନ୍ଧା ବି ନାହିଁ! ଆଉ କେତେକେତେ ଲୋକଗୀତ ବି ଅଛି, ଯହିଁରେ ଓଡ଼ିଆ ଝିଅବୋହୂ ଯେତିକି ଥକି ଯାଉଥିବେ ତେତିକି ଗୀତ ବୋଲୁଥିବେ । ଖେଳିଖେଳି ଧଇଁସଇଁ ହୋଇଯାଉଥିଲେ ବି ଗୀତ ବନ୍ଦ ହେଉ ନଥିବ । ଏ ଖେଳକୁ ସବୁ ଓଡ଼ିଆ ଜାଣନ୍ତି: ପୁଚି ଖେଳ । ଜୀବନର ଆଶା, ଆଶଙ୍କା, ସହାନୁଭବ, ଆକ୍ରୋଶ ଓ ବ୍ୟଙ୍ଗ ସବୁ ଏହି କିଶୋରୀ ଗୀତିକାରେ ଅଛି । ଯେତିକି ଭାବ, ସେତିକି ବିରାଗ ବି! ଯେତିକି ଆବେଗ, ସେତିକି କାରୁଣ୍ୟ ବି! ସିଧାକଥାରେ ଛନ୍ଦି ହୋଇଥିବା ଏମିତିି ସିଧାଗୀତ ଆଉ କାହାର ନାହିଁ, ଖାଲି ଆମର ଅଛି ।
    ଗୀତା ପଟ୍ଟନାୟକଙ୍କ ଗାୟନରେ ସେ ସିଧାକଥା ଓ ସରଳତାକୁ ଆପଣ ପାଇବେ, ଏତେ ସ୍ୱାଭାବିକ ଭାବରେ ସେ ଏଇ ପୁଚିଗୀତକୁ ଗାଇଛନ୍ତିଯେ ଭାବର ସରଳତା ସିଧା ସିଧା ଆପଣଙ୍କୁ ଛୁଇଁବ ।
    ତାଙ୍କୁ କୋଟିଏ ଦଣ୍ଡବତ!

Photo credit -https://bit.ly/3SbJ1cv

Support Samadhwani
Share This Article