ଓଡ଼ିଆ ଲୋକଭାଷାକୁ ଓ ଲୋକଗଳ୍ପକୁ ଆଧୁନିକ ପ୍ରେକ୍ଷାପଟ୍ଟରେ ଗୀତିକବିତା ସହ ସଂଯୁକ୍ତ କରିବାର ମୁଖ୍ୟ ଶ୍ରେୟ ଦୁଇଜଣଙ୍କର । ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟଙ୍କର । ଆନ୍ତରିକତାକୁ କଥାନଥା ଦେଇ ଯୁକ୍ତି ସୂତ୍ରରେ ଯୋଡ଼ି ଉଡ଼ାଣକ୍ଷଣ କରିବାର ଯେଉଁ ଓଡ଼ିଆ ଲୋକଗୀତର ପରମ୍ପରା, ସେହି ପରମ୍ପରାକୁ ସେମାନେ କେତେକେତେ ଆଧୁନିକ ଗୀତରେ ତ ଛନ୍ଦିଲେ କିନ୍ତୁ ସେହି ଛନ୍ଦାଛନ୍ଦି, ମେଳଯୋଡ଼ ଭିତରେ ସେମାନେ ଯେଉଁ ସମକାଳୀନ ଆବେଗକୁ ଭତ୍ତି କଲେ ତାହା ପାରମ୍ପରିକ ଲୋକଗୀତରୁ ଭିନ୍ନ ହେଲା । ସେମାନଙ୍କ ଗୀତରେ ପାରମ୍ପରିକ ଲୋକଗୀତର ସାଧାରଣ ବାକ୍ ରୀତିର ଗୁଣ ତ ରହିଲା ଆଉ ଭାବାନ୍ତରର ଏକ ଚମକପ୍ରଦ ଉଡ଼ାଣ ବି ରହିଲା । ‘ହୃଦେ ସେ ଥାପିଛି ପଦ୍ମ ସଂପି ଦେଇ ଦେହର କେଶର’ ଏହି ଗୀତ ଧାଡ଼ିରେ ଆପଣ ପାରମ୍ପରିକ ଲୋକଧାରାର ସ୍ପର୍ଶ ବି ପାଇବେ ଓ ‘ଦେହର କେଶର ସଂପିଦେବା’ ପରି ଆଧୁନିକ ଅଦ୍ଭୁତ ଛଟା ବି ପାଇବେ । ମୋର ମନେହୁଏ ଅକ୍ଷୟ ଓ ଦେବଦାସ ଏକାଠି ହୋଇ ନଥିଲେ ଏହି ବିଧାନ କେବେ ବି ହୋଇ ପାରି ନଥାନ୍ତା । ଏବେ ଗୀତ ଶୁଣନ୍ତୁ।
Courtesy: From the Facebook timeline of Surya Deo