ଅକ୍ଷୟ ମହାନ୍ତି, ଦେବଦାସ ଛୋଟରାୟ ଓ ଓଡିଆ ଲୋକଗୀତର ପରମ୍ପରା

Swayamprava Parhi (Chief Editor)
1 Min Read

 

Support Samadhwani

ଓଡ଼ିଆ ଲୋକଭାଷାକୁ ଓ ଲୋକଗଳ୍ପକୁ ଆଧୁନିକ ପ୍ରେକ୍ଷାପଟ୍ଟରେ ଗୀତିକବିତା ସହ ସଂଯୁକ୍ତ କରିବାର ମୁଖ୍ୟ ଶ୍ରେୟ ଦୁଇଜଣଙ୍କର । ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟଙ୍କର । ଆନ୍ତରିକତାକୁ କଥାନଥା ଦେଇ ଯୁକ୍ତି ସୂତ୍ରରେ ଯୋଡ଼ି ଉଡ଼ାଣକ୍ଷଣ କରିବାର ଯେଉଁ ଓଡ଼ିଆ ଲୋକଗୀତର ପରମ୍ପରା, ସେହି ପରମ୍ପରାକୁ ସେମାନେ କେତେକେତେ ଆଧୁନିକ ଗୀତରେ ତ ଛନ୍ଦିଲେ କିନ୍ତୁ ସେହି ଛନ୍ଦାଛନ୍ଦି, ମେଳଯୋଡ଼ ଭିତରେ ସେମାନେ ଯେଉଁ ସମକାଳୀନ ଆବେଗକୁ ଭତ୍ତି କଲେ ତାହା ପାରମ୍ପରିକ ଲୋକଗୀତରୁ ଭିନ୍ନ ହେଲା । ସେମାନଙ୍କ ଗୀତରେ ପାରମ୍ପରିକ ଲୋକଗୀତର ସାଧାରଣ ବାକ୍ ରୀତିର ଗୁଣ ତ ରହିଲା ଆଉ ଭାବାନ୍ତରର ଏକ ଚମକପ୍ରଦ ଉଡ଼ାଣ ବି ରହିଲା । ‘ହୃଦେ ସେ ଥାପିଛି ପଦ୍ମ ସଂପି ଦେଇ ଦେହର କେଶର’ ଏହି ଗୀତ ଧାଡ଼ିରେ ଆପଣ ପାରମ୍ପରିକ ଲୋକଧାରାର ସ୍ପର୍ଶ ବି ପାଇବେ ଓ ‘ଦେହର କେଶର ସଂପିଦେବା’ ପରି ଆଧୁନିକ ଅଦ୍ଭୁତ ଛଟା ବି ପାଇବେ । ମୋର ମନେହୁଏ ଅକ୍ଷୟ ଓ ଦେବଦାସ ଏକାଠି ହୋଇ ନଥିଲେ ଏହି ବିଧାନ କେବେ ବି ହୋଇ ପାରି ନଥାନ୍ତା । ଏବେ ଗୀତ ଶୁଣନ୍ତୁ।

Courtesy: From the Facebook timeline of Surya Deo

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.