ଆଶ୍ଚର୍ଯ୍ୟ

ଲୋକମଞ୍ଚ Lokamancha
2 Min Read

ମୂଳ ଲେଖା : ମହାଦେବୀ ବର୍ମା
ଅନୁସୃଜନ : ଭାସ୍ଵତୀ ବସୁ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର

( ମହାଦେବୀ ବର୍ମା ଙ୍କର କବିତା କୌଣସି ପାଠ୍ୟ ପୁସ୍ତକ ରେ ସାମିଲ କରାଯାଇ ନାହିଁ, କାରଣ ଏହା ତଥାକଥିତ ଉଦାର ଭାରତୀୟ ସଂସ୍କୃତି ଉପରେ କୁଠାରାଘାତ ସଦୃଶ୍ୟ ମହାଦେବୀ ବର୍ମା: 1907 / 1987 )

ମୁଁ ଆଶ୍ଚର୍ଯ୍ୟ ହୁଏ ଯେ
କେହି ଜଣେ ହେଲେ ସ୍ତ୍ରୀ ଲୋକ
ଆଙ୍ଗୁଠି ଉଠେଇଲେନି ତୁଳସୀ ଦାଶ ଙ୍କ ଉପରେ ?
ଯେ କହିଲେ :
” ଢୋଲ, ମୂର୍ଖ, ଶୁଦ୍ର , ପଶୁ ଓ ନାରୀ
ଏ ସମସ୍ତେ ତିରସ୍କାର ଅଧିକାରୀ “

ମୁଁ ଆଶ୍ଚର୍ଯ୍ୟ ହୁଏ ଯେ
ଜଣେ କେହି ସ୍ତ୍ରୀ ଲୋକ ପୋଡି ଦେଇ ପାରିଲେନି
ମନୁସ୍ମୃତି ;
ଯେ ସେମାନେଙ୍କୁ ବାନ୍ଧି ଦେଲା
ଦାସତ୍ବର ଶୃଙ୍ଖଳରେ

Samadhwani Support us

ମୁଁ ଆଶ୍ଚର୍ଯ୍ୟ ଯେ
କେହି ଜଣେ ହେଲେ ସ୍ତ୍ରୀ ଧିକ୍କାର କଲେନି ରାମ’କୁ,
ଅଗ୍ନି ପରୀକ୍ଷା ପରେବି ନିଜ ଗର୍ଭବତୀ ସ୍ତ୍ରୀ କୁ
ଯିଏ ଧକ୍କା ମାରି ତଡିଦେଇ ପାରିଲା ଘରୁ।

କେହି ଜଣେ ହେଲେବି ସ୍ତ୍ରୀ ଲୋକ
ଅଭିଶାପ ଦେଇ ପାରିଲେନି ସେମାନଙ୍କୁ,
ଯେଉଁମାନେ ତୁଚ୍ଛ ବସ୍ତୁ ପରି
ନାରୀ କୁ ବିଛେଇ ଦେଲେ ପଶାପାଲିରେ
ଆଉ ନପୁଂସକ ଯୋଦ୍ଧାଙ୍କ ମଝିରେ
ବସ୍ତ୍ର ହରଣ ହେଇ ଚାଲିଲା ସମଗ୍ର ନାରୀ ଜାତିର

ଏତକ ଭାବି ଆଶ୍ଚର୍ଯ୍ୟ ହୁଏଯେ
କେହି ଜଣେ ହେଲେ ବି ସ୍ତ୍ରୀ ଲୋକ
ସଂଯୁକ୍ତା , ଅମ୍ବା , ଅମ୍ବାଳୀକା ଙ୍କ
ଅପହରଣର ବିରୋଧରେ ପଦେ କଥା କହି ପାରିଲେନି ଆଜିଯାକେ

ଆଉ ଏ ସବୁ ପରେ ବି
ମୋ ମା’ ଓ ଭଉଣୀମାନେ ସେହିମାନଙ୍କୁ
ପରମ ଶ୍ରଦ୍ଧାର ସହ ଦେବତାର ଆସନରେ
ପୂଜା କରୁଛନ୍ତି ଏବେବି

ମୁଁ ଆଶ୍ଚର୍ଯ୍ୟ ସେମାନଙ୍କ ମୌନତାରେ
ଏ ସବୁ ସହନଶୀଳତା କହିବି ନା ଅନ୍ଧଶ୍ରଦ୍ଧା
ନାଁ ଏ କେବଳ ମାନସିକ ଦାସତ୍ବ ର ପରାକାଷ୍ଠା ???

Photo credit- https://bit.ly/3L9RoCt

Share This Article