ଭାବୁକ ଗଛ

ଜ୍ୟୋତି ନନ୍ଦ
ଜ୍ୟୋତି ନନ୍ଦ 195 Views
1 Min Read

ଭାବୁକ ଗଛ

Support Samadhwani

ଦୁଇ ହଜାର ବର୍ଷ
ବୟସ ହେବ
ଏଇ ଅଲିଭ୍ ଗଛ ର
ଇତାଲୀ ର ପଗଲିଆ ନାମକ ସହରରେ
ଅବସ୍ଥିତ
ଏଇଟି କବିତା ନୁହଁ ଏଇଟି ଗୋଟିଏ
ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ ର ତଥ୍ୟ,
ସ୍ଥାନୀୟ ଲୋକେ ଏହାର
ନାମକରଣ କରିଛନ୍ତି
ଦି ଥିଙ୍କିଙ୍ଗ ଟ୍ରି ।

ଏଇଟି ଯେତେବେଳେ କବିତା ହେବ
ଦେଖିବାକୁ ଏହାକୁ
ଯେଉଁ ପର୍ଯ୍ୟଟକମାନେ ଆସିବେ
ସେମାନଙ୍କ ପଛରେ
ଗୁପ୍ତଚରମାନ ନିଯୁକ୍ତ କରିଛନ୍ତି
ରାଜ୍ୟର ଜଣେ ବୃଦ୍ଧ ଅକର୍ମଣ୍ୟ ରାଜା ।

ଭାବୁକ ଗଛ
ଆମପାଇଁ କିଛି ନୂଆଁ କଥା ନୁହଁ ଏମିତିରେ
କବିତାର ସାର୍ବଭୌମ ଜଗତରେ
ଅକାରଣରେ ଭାରାକ୍ରାନ୍ତ ହେଲାବେଳେ
ଆମେ ଯଦି ଘଡିଏ ଚୁପ୍ ହୋଇ
ନଦୀକୂଳ କି ସୂର୍ଯ୍ୟାସ୍ତ କୁ ଚାହିଁ ବସିଗଲୁ
ଥାନରେ କି ଅଥାନରେ
ଆମର ପ୍ରତିପକ୍ଷ
ହାତରେ ହାତକଡି ଆଉ ଗୋଡକଡି ଧରି
ପାଖକୁ ଆସିବ ଆଉ
ଫୁସଫୁସ କରି କହିବ ଆମକୁ
“ଏତିକିରେ ଗଛ ପାଲଟିଗଲୁ ?”

Support Samadhwani

From the Facebook timeline of Jyoti Nanda.

Share This Article