ଗାଁର ଗୀତ ପ୍ରଫୁଲ୍ଲ କରଙ୍କ କଣ୍ଠରେ

ଲୋକମଞ୍ଚ Lokamancha
ଲୋକମଞ୍ଚ Lokamancha 150 Views
1 Min Read

ପ୍ରଫୁଲ୍ଲ କରଙ୍କ ସଂଗୀତର ତିନିଟି ପକ୍ଷ. ଗାୟନ, ସଂଗୀତ ଓ ରଚନା. ଏହି ତିନିଟି ପକ୍ଷ ଯେବେ ଗୋଟିଏ ଗୀତ ସହ ସଂଲଗ୍ନ ହୋଇଯା’ନ୍ତି, ସେ ଗୀତର ରଞ୍ଜକ ଗୁଣ ଏତେ ଚମକପ୍ରଦ ଯେ ତାକୁ ଶୁଣିଲେ କେବେ ରେଖାଚିତ୍ର ପରି ଲାଗେ, କେବେ ଛାୟାଚିତ୍ର ପରି. ଗୀତି ବିନ୍ୟାସ ଓ ଗାୟନର ଚଳମାନରେ ଆପଣ ବିମୋହିତ ହେବା ଥୟ. ଗାୟନର ଠାଣି, ରଚନାର ଚିତ୍ରଗୁଣ ଓ ଲୋକ ସଂଗୀତର ଅଦ୍ଭୁତ ସୁକ୍ଷ୍ମକଷିର ଏ ଗୀତକୁ ପ୍ରଫୁଲ୍ଲଙ୍କ ସ୍ୱରରେ ଶୁଣିଲାବେଳେ ଆପଣ ଅନୁଭବ କରିବେ ଯେ ଗୀତକୁ ସାଧିବାର କଳା ଓ ସଂଗୀତକୁ ଦୃଶ୍ୟରେ ପରିବର୍ତ୍ତିତ କରିବାର ସ୍ପର୍ଦ୍ଧାରେ ସେ କେତେ କେତେ ନୂଆ ବାଗ ଓ ଵାଟ ତିଆରିଥିଲେ. କହିରଖେ ଏ ଗୀତ ଆପଣ ଚିତ୍ତ ରଞ୍ଜନ ଜେନାଙ୍କ କଣ୍ଠରେ ଗ୍ରାମଫୋନ ରେକର୍ଡରେ ଶୁଣିଥିବେ, କିନ୍ତୁ ତା’ର ପୂର୍ବରୁ ଏହା ପ୍ରଫୁଲ୍ଲ କରଙ୍କ କଣ୍ଠରେ ଆକାଶବାଣୀରେ ପ୍ରସାରିତ ହୋଇଥିଲା.
ପ୍ରଫୁଲ୍ଲ କରଙ୍କ ଅବର୍ତ୍ତମାନରେ ଏ ଗୀତ ମୁଁ ଏବେ ବାରମ୍ବାର ଶୁଣୁଛି ଓ ବାରମ୍ବାର ପ୍ରଣାମ କରୁଛି!
ପ୍ରଣାମ ଭାଇନା! – ସୂର୍ଯ୍ୟ ଦେଓଙ୍କ ଫେସବୁକ ପ୍ରୁଷ୍ଠା ରୁ

 

Share This Article