ଅନ୍ୟାୟ ଆଉ ଛଳନା ପରେବି ଯିଏ ଭୁଲିଯାଏନି ରାସ୍ତା ସିଏ ହିଁ କଳାକାର୍ (କେକେ) । ଯାହାର ଗୀତରେ ତୁମ ଅନୁଭବ ପାଲଟେ ଅନୁଭୂତି ! ଶତକ ବିତିଯିବ ହେଲେ ବିତି ଯିବନି ଯାର ସ୍ମୃତି ।
ତାଙ୍କୁ ଲୋଡ଼ା ନାହିଁ କୌଣସି ପ୍ରତିଷ୍ଠିତ ମାନ ସମ୍ମାନ । ସିଏ ନିଜେ ହିଁ ଗୋଟେ ରତ୍ନ ଯିଏ ଝୁଲିଥିବେ ଭାରତର ଗଳିକନ୍ଦିରେ ହାର ଟିଏ ହୋଇ । ସ୍ପଷ୍ଟ ବାରିହୁଏ ଆଶୀର୍ବାଦ ମାତା ସରସ୍ୱତୀଙ୍କ ନଚେତ୍ ଏତେ ଉଚ୍ଚରେ ଥାଇବି ତାଙ୍କ ନମ୍ର ଶୀତଳତା ମାଟି ଛୁଅଁନ୍ତା କେମିତି !
ହେଲେ କଣ ଏତେ ଅଯୋଗ୍ୟ ସେ ପ୍ରତିଭା ? ଅନେକ ଥର ନୋମିନେସନ୍ ପରେ ବି ଆୱାର୍ଡ ଖଣ୍ଡିଏ ଦେଇନି ତାଙ୍କୁ ଆଇଫା ( IIFA ) ! ନା ମିଳିଛି କେଉଁ ପଦ୍ମ ଭୂଷଣ ଅବା ବିଭୂଷଣ ! ଦୁଃଖ ଲାଗେ ସେ ପଦ୍ମର ଭାଗ୍ୟ ଦେଖି ଯିଏ ପାଇନି ଦେବତାଙ୍କ ସ୍ପର୍ଶ ।
( ତାଙ୍କର କେବଳ ନୋମିନେଟେଡ୍ ହୋଇଥିବା କିଛି ଗୀତର ତାଲିକା )
ବର୍ଷ ୨୦୦୦ :- ତଡପ୍ ତଡପ୍ କେ ଇସ୍ ଦିଲ୍ ସେ ଆହ୍ ନିକଲତି ରହି..
ବର୍ଷ ୨୦୦୩ :- ବରଦାସ୍ତ ନେହିଁ କର୍ ସକତା
ବର୍ଷ ୨୦୦୬ :- ଉସକି ଆଙ୍ଖୋ ମେ ବାତେ ବାତୋ ମେ ଯାଦୁ…
ବର୍ଷ ୨୦୦୬ :- ଦଶ୍ ବାହାନେ କରଗଏ ଲେ ଗଏ ଦିଲ୍
ବର୍ଷ ୨୦୦୭ :- ତୁହି ମେରି ସବ୍ ହେ ଶୁଭା ହେ, ତୁ ହି ଦିନ୍ ହେ ମେରା…
ବର୍ଷ ୨୦୦୮ :- ଆଙ୍ଖୋ ମେ ତେରି ଅଜବ ସି ଅଜବ ସି ଆଦାୟେ ହେଁ…
ବର୍ଷ ୨୦୦୯ :- ଖୁଦା ଜାନେ କେ ମେ ଫିଦା ହୁଁ…( କେବଳ ଷ୍ଟାର୍ ସ୍କ୍ରିନ୍ ଆୱାର୍ଡ )
ବର୍ଷ ୨୦୦୯ :- ମେ ଚାହୁଁ ତୁଝକୋ ମେରି ଜାଁ ବେ ପନାହ…
କଣ ପାଇଁ କେବଳ ନୋମିନେସନ୍ ରେ ହିଁ ରହିଗଲେ ସେ ! କଣ ପାଇଁ ଏତେ ଅନ୍ୟାୟ ? ଏତେ ଅସମ୍ମାନ ? ଧନ୍ୟବାଦ ସାଉଥ୍ ଇଣ୍ଡଷ୍ଟ୍ରି ଯିଏ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରିଛି । ସାତଶହରୁ ଅଧିକ ଗୀତ । ସାଢ଼େ ତିନିହଜାର ଜିଙ୍ଗିଲସ୍ । ହିନ୍ଦୀ, ମରାଠି, କନ୍ନଡ଼ ,ତେଲୁଗୁ, ଗୁଜୁରାଟି ଏମିତି କେତେ ଭାଷାରେ ଦିଶେ ତାଙ୍କ ଛାପ ।
ମେନେ ଦିଲ୍ ସେ କହା ଢୁଣ୍ଡ ଲାନା ଖୁସି , ୟାରୋ ଦୋସ୍ତି ବଡ଼ି ହିଁ ହସିନ୍ ହେ , ଜରା ସି ଦିଲ୍ ମେ ଦେ ଜଗା ତୁ, ସଚ କେହ ରହା ହେ ଦିୱାନା,ଦିଲ୍ କ୍ୟୁଁ ୟେ ମେରା, ଲବୋ କୋ ଲବୋ ସେ, ଏକ ନଜର୍ ମେ ଭି ପ୍ୟାର ହୋତା ହେ ,ଜିନ୍ଦେଗୀ ଦୋ ପଲ୍ , ଫିରତା ରହୁ ଦର୍ ବଦର୍ ଭଳି ଲେଜେଣ୍ଡାରୀ ଗୀତ । ଏମିତି ଅନେକ କିଛି ।
ହେଲେ ତାଙ୍କୁ ନା ଦିଆଯାଏ ସମ୍ମାନ ନା ଡକାଯାଏ, ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମଞ୍ଚକୁ ଜଜ୍ କରି । ତଥାପି ଆଗ ଧାଡ଼ିରେ ଥିବା ଏବଂ ଆଇଫା ଆୱାର୍ଡ ପାଇ ସାରିଥିବା ଅନେକ ଗୀତିକାରଙ୍କ ରୋଲ୍ ମଡେଲ୍ କେକେ ଆଜିବି ।
ମୋ ହୃଦୟ କୁହେ – ସେ ନିଜେ ହିଁ ଗୋଟେ ପଦ୍ମ । କୋଉ ପଦ୍ମଶ୍ରୀ ଲୋଡ଼ାନାହିଁ ତାଙ୍କ ଫୁଟିବାର ପ୍ରମାଣ ଦେବାକୁ । ଗଛକୁ ପାଣି ଦିଆଯାଏ ନଦୀକୁ ନୁହେଁ ।
ଭୂମିଷ୍ଠ ପ୍ରଣାମ ସେ ପ୍ରକୃତ କଳାକାର୍ ଙ୍କୁ ମାଟିର ମଣିଷଙ୍କୁ ।
ଆପଣ ସବୁବେଳେ ମନେ ରହିବେ ।
ଓଁ ଶାନ୍ତି🙏
Courtesy Shiva Sundar’s Facebook page:
https://m.facebook.com/story.php?story_fbid=5092959244156725&id=100003281003394