ଗାଁ ଇତିହାସ (ଆମ ଗାଁ ଆମ ଜୀବନ)

ଗାଁ ଇତିହାସ / ଆମ ଗାଁ ଆମ ଜୀବନ / Our Village, Our Life

‘ଗାଁ ଇତିହାସ’ / “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ହେଉଛି ଗାଁର ଜୀବନ୍ତ ଇତିହାସ ସଂଗ୍ରହ କରିବା ଅଭିଯାନ। ସମଧ୍ଵନି ଦୀର୍ଘବର୍ଷ ଧରି ଗାଁର ଇତିହାସ ଓ ସଂସ୍କୃତି ଲିପିବଦ୍ଧ କାମ କରି ଆସୁଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀମାନଙ୍କୁ ନିଜ ଗାଁ’ର ଇତିହାସ, ସଂସ୍କୃତି ଓ ଜୀବନଶୈଳୀ ନିଜ ମାତୃ ଭାଷାରେ ଲେଖିବା ପାଇଁ ଅନୁପ୍ରାଣିତ କରାଯାଇଥାଏ । ଯୁବ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଅଭିନବ କାର୍ଯ୍ୟକ୍ରମ ୧୯୯୦ ଦଶକରେ ଓଡିଶାରେ ଆରମ୍ଭ ହୋଇଥିଲା ।

କାର୍ଯ୍ୟକ୍ରମର ଲକ୍ଷ୍ୟ: ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀମାନେ ନିଜ ନିଜ ଗାଁରେ ବୟସ୍କ ଲୋକଙ୍କ ପାଖରେ ବସି ସେମାନଙ୍କର ଅତୀତର ସ୍ମୃତି ଓ ଲୋପ ପାଇବାକୁ ବସିଥିବା ବା ହଜି ହଜି ଯାଉଥିବା ଖାଦ୍ୟ, ଫସଲ, ଓ ପ୍ରାକୃତିକ ଜ୍ଞାନ କୌଶଳକୁ ନିଜ ମାତୃ ଭାଷାରେ ଲିପିବଦ୍ଧ କରିବେ । ଏହା ଫଳରେ ମାତୃ ଭାଷା ଓ ନିଜ ମାଟି ମା’କୁ ସେମାନେ ଚିହ୍ନିପାରିବେ । ସେମାନେ ନିଜ ଗାଁର ଅତୀତ, ବର୍ତ୍ତମାନର ସମ୍ବଳ, ପ୍ରକୃତିକ ପରିବେଶକୁ ଭଲକରି ଜାଣିବେ ଓ ବୁଝିବେ । ଏହାକୁ ସେମାନେ କେମିତି ସୁରକ୍ଷିତ କରିବେ ବା ସଂରକ୍ଷଣ କରିବେ ଏକାଠି ହୋଇ ସେଥିପାଇଁ ବାଟ ବାହାର କରିବେ । ସେମାନଙ୍କୁ ଗବେଷଣାତ୍ମକ ଲେଖା, ଅଡିଓ,  ଭିଡ଼ିଓ, ଓ ଡ଼ିଜିଟାଲ ମାଧ୍ୟମରେ ପ୍ରଶିକ୍ଷିତ କରି ସ୍ଥାନୀୟ ଜ୍ଞାନ ଜୀବନ୍ତ ରଖିବାପାଇଁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀଙ୍କ ଦ୍ୱାରା ରଚିତ ଗାଁ ଅତୀତ ଉପରେ ପ୍ରବନ୍ଧ, ଗଳ୍ପ, ବିରଳ ଶସ୍ୟ ଓ ଦେଶୀ ଖାଦ୍ୟର ବ୍ୟଞ୍ଜନ, ଗାଁର ପ୍ରକୃତିକ ପରିବେଶ, ସଂସ୍କୃତି, ଉତ୍ସବ ଓ ଲୋକ ସଙ୍ଗୀତ ସବୁ କିଛି ସଂଗ୍ରହ କରିବାପାଇଁ ଆମର ପ୍ରୟାସ । କୋଭିଡ-୧୯ ଲକ୍‌ଡାଉନ ସମୟରେ, ଯେତେବେଳେ ପିଲାମାନେ ଗାଁରେ ଘରେ ରହୁଥିଲେ, ଏହି ଅଭିଯାନ ଶହ ଶହ ପିଲାଙ୍କୁ ନିଜ ନିଜ ଗାଁ ଉପରେ ଗବେଷଣା କରିବା ପାଇଁ ପ୍ରୋତ୍ସାହିତ କରିଥିଲା । ଶିଶୁ, ଅଭିଭାବକ, ଓ ବୟୋଜ୍ୟେଷ୍ଠ, ସମସ୍ତେ ଏକାଠି ବସି ଗାଁ ଇତିହାସ ଖୋଜିଲେ ଓ ଲେଖିଲେ। କୋଭିଡ-୧୯ ପରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଭାରତର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଭିତରେ ନିଜ ନିଜ ଗାଁ ଓ ନିଜ ସଂସ୍କୃତିକୁ ଲିପିବଦ୍ଧ କରିବାପାଇଁ ଉତ୍ସାହ ସୃଷ୍ଟି କରିଛି ।

‘ଗାଁ ଇତିହାସ’ / “ଆମ ଗାଁ ଆମ ଜୀବନ” କେବଳ ଏକ ଡ଼କ୍ୟୁମେଣ୍ଟ ଅଭିଯାନ ନୁହେଁ ବରଂ ଏକ ଜୀବନ୍ତ ଇତିହାସ ସଂଗ୍ରହ କରିବା ଅଭିଯାନ, ଯାହା ଆମକୁ ସ୍ମରଣ କରାଏ, ଯେତେବେଳେ ଯୁବପିଢି ନିଜ ଗାଁ କିମ୍ବା ନିଜ ଅଞ୍ଚଳ ବା ଗୋଷ୍ଠୀକୁ ଲିପିବଦ୍ଧ କରନ୍ତି, ସେତେବେଳେ ସେମାନେ ନିଜ ନିଜ ସଂସ୍କୃତିର ଭବିଷ୍ୟତକୁ ସୁରକ୍ଷିତ କରନ୍ତି।

Latest ଗାଁ ଇତିହାସ (ଆମ ଗାଁ ଆମ ଜୀବନ) News

ଗନ୍ଧମାର୍ଦ୍ଦନ ପରମ୍ପରା ମେଳାର ଅନୁଭୂତି

୨୦୨୬ ମସିହା ଜାନୁଆରୀ ୮ ତାରିଖ ଦିନଟି ମୋ ପାଇଁ ଥିଲା ବହୁତ ଆନନ୍ଦ ଓ…

Himani Pradhan

ବିଳାଶୁଣି ସ୍ଥିତ ଶ୍ରୀ ଗୋପଳଜ୍ୟୁ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଲେଖିବେ ଗାଁ ଇତିହାସ

https://www.youtube.com/watch?v=jX3TN0S3nQ8 ଚଳିତ ବର୍ଷ ୨୦୨୫ ଏପ୍ରିଲ, ୧ ତାରିଖ, ଓଡିଆ ଭାଷା ଦିବସରେ ସମଧ୍ଵନି “ଆମ…

ଆମ ଗାଁ ଅଢଙ୍ଗା ବସ୍ତିର ଇତିହାସ ଓ ସଂସ୍କୃତି

ଅତୀତରେ ଆମ ଗାଁ ବର୍ତ୍ତମାନ ପରି ସୁନ୍ଦର ଥିଲା । ଆମ ଗାଁର ନାମ ଅଢଙ୍ଗା…

Riya Anjum

The Story Behind “Village History Song”

🎵 The lyrics of Village History Song Our small village…. What a…

ଆମ ଗାଁ ଜଳଗଡ଼ର କାହାଣୀ

ଦମୟନ୍ତୀ ସୁନା ଝାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ । ୨୦୨୩ ମସିହାରେ…

ଝାରବନ୍ଧର ସଂସ୍କୃତି ଓ ଇତିହାସ

ସମ୍ପାଦକୀୟ ମତାମତ: ସଞ୍ଜୁଲତା ଛତ୍ରିଆ ଝାରବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ।…

Sanjulata Chatria

କୁଦୋଗୁଡ଼ାରୁ ଭୁବନେଶ୍ୱରପୁର: ଗୋଟିଏ ଗାଁ’ର ସାଂସ୍କୃତିକ ଯାତ୍ରା

ଲୋପାମୁଦ୍ରା ପ୍ରଧାନ ୨୦୨୩ ମସିହାରେ ଭୁବନେଶ୍ୱରପୁର ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀଥିବା ସମୟରେ ନିଜ ଗାଁ…

Lopamudra Pradhan

ବଇଦପାଲି ଗାଁ’ର ସଂସ୍କୃତି ଓ ଇତିହାସ

ସମ୍ପାଦକୀୟ ମତାମତ: ହିମାନୀ ପ୍ରଧାନ ପାଇକମାଳ ବ୍ଲକର ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ…

Himani Pradhan

ଧଉଁରା ଦାଦର୍ ଗାଁ’ର ଇତିହାସ ଓ ସଂସ୍କୃତି (ବଲାଙ୍ଗିର ଜିଲ୍ଲା)

୨୦୨୩ ମସିହାରେ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଗାଁ ଇତିହାସ  ଲେଖାଇବା…

ନଅଗାଁ (କ)ର ସାଂସ୍କୃତିକ ଇତିହାସ

୨୦୨୩ ମସିହାରେ ଆମ ଗାଁ ଇତିହାସ ଟିମ ପଦମପୁରରେ ଯାଇଥିବା ସମୟରେ ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ…

Priyansi Seth