ଆମ ଗାଁ ଆମ ଜୀବନ (ଗାଁ ଇତିହାସ) ଲିପିବଦ୍ଧ ପ୍ରତିଯୋଗୀତା ୨୦୨୬

ଓଡ଼ିଆ ଭାଷା ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମ

ସମଧ୍ଵନି ତରଫରୁ ଓଡ଼ିଆ ଭାଷା ଦିବସ ୨୦୨୬ରେ ଘୋଷଣା କରାଯାଇଛି ଆମ ଗାଁ ଆମ ଜୀବନ (ଗାଁ ଇତିହାସ) ଲିପିବଦ୍ଧ ପ୍ରତିଯୋଗୀତା : ୨୦୨୬

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଠାରୁ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ । ଏହି କାର୍ଯ୍ୟକ୍ରମ ଏପ୍ରିଲ ୧, ତାରିଖ ଓଡ଼ିଆ ଭାଷା ଦିବସରୁ ଆରମ୍ଭ ହୋଇ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂପୂର୍ଣ୍ଣ ଡିଜିଟାଲ ମାଧ୍ୟମ, ଟେଲିଫୋନ ଓ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରି କାର୍ଯ୍ୟକ୍ରମ ଆୟୋଜନ ହେବ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଖାତା ଦାଖଲ କରିବାପରେ ଏକ ଅନଲାଇନ କର୍ମଶାଳାର ଆୟୋଜନ କରାଯିବ । ସେଥିରେ ସବୁ ଛାତ୍ରଛାତ୍ରୀ ଭାଗ ନେବେ ଓ ନିଜ ଲିଖିତ ଗବେଷଣା ନିବନ୍ଧ ପାଠ କରିବେ । ଏହି କର୍ମଶାଳାରେ ସେମାନଙ୍କୁ ସମ୍ମାନିତ ବ୍ୟକ୍ତିମାନଙ୍କ ଦ୍ଵାରା ସାର୍ଟିଫିକେଟର ପିଡିଏଫ ବିତରଣ କରାଯିବ ।

  • ଏହି ପ୍ରତିଯୋଗିତା ଏପ୍ରିଲ ୧, ୨୦୨୬ରୁ ୩୦ ଅକ୍ଟୋବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ। (ଗ୍ରୀଷ୍ମ ଛୁଟିରୁ ଆରମ୍ଭ ହୋଇ ପୂଜା ଛୁଟି ସରିବା ଯାଏଁ ଏହି ଗବେଷଣା କାମ ଜାରି ରଖିବେ)
  • ନିଜ ଗବେଷଣା ନିବନ୍ଧ ଦାଖଲର ଶେଷ ତାରିଖ: ୩୦ଅକ୍ଟୋବର ୨୦୨୬ (ନିର୍ଦ୍ଧାରିତ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜ ଗାଁ’ର ଜୀବନୀ ଖାତା ପିଡିଏଫ ଆକାରରେ, ଏହା ସହିତ ନିଜ ଗାଁ’ର ଫଟୋ ଓ ଭିଡ଼ିଓ ଆମ ନିକଟକୁ ପଠାଇବେ । )

ସରକାରୀ ଓ ବେସରକାରୀ ବିଦ୍ୟାଳୟ ଠାରୁ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସମସ୍ତେ ଭାଗ ନେଇ ପାରିବେ । ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ଲେଖିବାପାଇଁ ହେବ । ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଛାତ୍ରଛାତ୍ରୀମାନେ ନିଜ ଗାଁ ମାଟି ଓ ଏଠାରେ ବିକଶିତ ହୋଇଥିବା ସାହିତ୍ୟ-ସଂସ୍କୃତିକୁ ଭଲକରି ଜାଣିବେ । ଭବିଷ୍ୟତରେ ନିଜ ଗାଁ ସହିତ ଯୋଡ଼ିହୋଇ ଏହାର ଉନ୍ନତିପାଇଁ ଚିନ୍ତା କରିବେ ଏହା ହିଁ “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।

ଗତବର୍ଷ ୨୦୨୫ ମସିହାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ନିଜ ନିଜ ଗାଁ ଉପରେ ଗବେଷଣା କରିଥିଲେ ।

ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜ ନାମ ପଞ୍ଜୀକରଣ କରିବା ପାଇଁ ନିମ୍ନଲିଖିତ ତଥ୍ୟଆମ ନିକଟକୁ ପଠେଇବେ କିମ୍ବା ନିମ୍ନଲିଖିତ ମୋବାଇଲ ନମ୍ବର ଓ ଇମେଲରେ ନିଜର ସମସ୍ତ ବିବରଣୀ ସହିତ ମେସେଜ ମାଧ୍ୟମରେ ଯୋଗାଯୋଗ କରିବେ । (ଗୁଗୁଲ ଫର୍ମ ଲିଙ୍କ ତଳେ ଦିଆଯାଇଛି)

Samadhwani Support us

ଆମେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ପିଡ଼ିଏଫ ପ୍ରଶ୍ନ ଯୋଗାଇଦେବୁ ।

ଏହି ପ୍ରତିଯୋଗୀତାରେ ଭାଗ ନେବାପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଆମ ସହିତ ଯଥାଶୀଘ୍ର ଯୋଗାଯୋଗ କରିବାକୁ ଅନୁରୋଧ ।

ସ୍ଵୟଂପ୍ରଭା ପାଢୀ

(ସମ୍ପାଦକ ସମଧ୍ଵନି/ www.samadhwani.com)

ମୋବାଇଲ  ନମ୍ବର – 9438189779

Email: swayamprava2025@gmail.com 

 

ଓଡ଼ିଶାର ଛାତ୍ରଛାତ୍ରୀମାନେ ଯେଉଁମାନେ ନିଜ ଗାଁର ଇତିହାସ, କୃଷି, ପର୍ବପର୍ବାଣି, ଖାଦ୍ୟ ସଂସ୍କୃତି, ସାହିତ୍ୟ, ଓ ସଙ୍ଗୀତକୁ ଲିପିବଦ୍ଧ କରିବାପାଇଁ ଓ ସେ ବିଷୟରେ ଗବେଷଣା କରିବାପାଇଁ ଆଗ୍ରହୀ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେ ଆହ୍ଵାନ କରୁଛୁ । ସେମାନେ ନିଜ ଗାଁ’ର ସବୁ ସମ୍ପ୍ରଦାୟର ଲୋକ, ବୟସ୍କ ଜେଜେ ମା ଓ ଜେଜେ ବାପାଙ୍କ ସହିତ ଆଲୋଚନା କରିବେ, ସେମାନଙ୍କର ସାକ୍ଷାତ୍‌କାର କରିବେ । ଗାଁର ବିଭିନ୍ନ ସୃଜନଶୀଳ ବିଷୟ ଉପରେ ଡକ୍ୟୁମେଣ୍ଟେସନ୍ କରିବେ ଓ ଓଡ଼ିଶାର ଜୀବନ୍ତ ସଂସ୍କୃତିକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନେବେ ।

ଆବଶ୍ୟକୀୟ ସୂଚନା 

ଛାତ୍ର/ଛାତ୍ରୀଙ୍କ ନାମ –

ଗାଁର ନାମ-

ଶିକ୍ଷାଗତ ଯୋଗ୍ୟତା / ବର୍ତ୍ତମାନ ପଢୁଥିବା ଶ୍ରେଣୀ-

ପାଠଶାଳା / କଲେଜର ନାମ-

ବାପାଙ୍କ ନାମ-

ମାଆଙ୍କ ନାମ-

ପୁରା ଠିକଣା-

ଫୋନ୍ ନମ୍ବର (ଛାତ୍ର/ଅଭିଭାବକ)-

ଇମେଲ୍-

ସ୍କୁଲ୍ ଡ୍ରେସ୍‌ରେ ଗୋଟିଏ ପାସପୋର୍ଟ ସାଇଜ ଫଟୋ ଦେବାକୁ ହେବ –

 

 ପ୍ରତିଯୋଗିତାର ନିୟମ

  • ଆମ ଗାଁ ନାମରେ ଏକ ଖାତା ତିଆରି କରିବା

ଏହି ଖାତର ପ୍ରଥମ ପୃଷ୍ଠାରେ: ଗାଁ’ର ପରିଚୟ ଦେବା । ଯେମିତି – ଆମ ଗାଁ କେଉଁ ଜିଲ୍ଲା,  କେଉଁ  ବ୍ଲକରେ ଅବସ୍ଥିତ ଓ ଆମ ପାଖରେ କେଉଁ ପ୍ରସିଦ୍ଧ ଜାଗା ଅଛି।  ଗାଁ ସମ୍ପର୍କରେ ଏକ ଉପକ୍ରମ ଲେଖିବା ଏହି ପ୍ରତିଯୋଗୀତା ପାଇଁ ଆମେ ଆମ ଗାଁ’ର ବୟସ୍କ ଲୋକଙ୍କ ସହିତ ଓ ବୟସ୍କା ମା’ମାନଙ୍କ ସହ ବସି କଥା ହେବା । ସେମାନଙ୍କୁ ଗାଁ’ର ଅତୀତର କଥା ପଚାରିବା । ସେମାନେ ଯାହା କହିଲେ ତାକୁ ନିଜ ଖାତାରେ ଲେଖିବା । ଯାହାଙ୍କର ସାକ୍ଷାତକାର କରିବା ତାଙ୍କର – ନାମ ଓ ବୟସ ପଚାରି ଲେଖିବା । ସେ କଣ କରନ୍ତି ଲେଖିବା ।     ନିଜ ଜେଜେ ବାପା କିମ୍ବା ଜେଜେ ମା ବ୍ୟତୀତ ଗାଁ’ର ବିଭିନ୍ନ ଜାତି, ଧର୍ମ ଓ ସଂପ୍ରଦାୟର ବୟସ୍କ ଲୋକଙ୍କ (୬୦ ବର୍ଷରୁ ଅଧିକ) ସହ ଗାଁ’ର ଅତୀତ ବିଷୟରେ ସାକ୍ଷାତ୍କାର କରିବା ଜରୁରୀ ଅଟେ । (ଭିନ୍ନ ଭିନ୍ନ ସଂପ୍ରଦାୟର ବୟସ୍କ ଲୋକ / ବୟସ୍କା ମା, ଗାଁ ଝାକର/ ଦିଶାରୀ/ ପୂଜକ ଓ ଗାଁ ବୟସ୍କ ମୁଖିଆ ଲୋକଙ୍କୁ ପଚାରିବା)  ତାଙ୍କ କଥା ଫୋନରେ ରେକର୍ଡ କରିବା ଓ ସେହିସବୁ ରେକର୍ଡକୁ ଶୁଣି ଖାତାରେ ସୁନ୍ଦର କରି ଲେଖିବା ।

ପୁରସ୍କାରର ବାବସ୍ଥା: 

– ନିଜ ଗାଁ ସମ୍ପର୍କରେ ଲିପିବଦ୍ଧ କରିଥିବା ସମସ୍ତ ଛାତ୍ରଛାତ୍ରୀ ସମଧ୍ଵନି ତରଫରୁ ପାଇବେ ସାର୍ଟିଫିକେଟ୍ !

– ଗାଁ ସଂସ୍କୃତିର ସବୁ ବିଭାଗ ଲେଖା ହୋଇଥିବା ଖାତା ଗୁଡିକୁ www.samadhwani.com ରେ ପ୍ରକାଶ ପାଇବା ପାଇଁ ବ୍ୟବସ୍ଥା କରାଯିବ । କିନ୍ତୁ ପ୍ରକାଶ ପାଇବାପାଇଁ ହାତଲେଖାର PDF ସହିତ ଟାଇପ କରାଯାଇଥିବା – Word file ଆମ ନିକଟକୁ ପଠେଇଲେ ଭଲ

– ଏହା ସହିତ ପ୍ରକାଶନ ପାଇଁ ଜରୁରୀ : ଗାଁ’ର ବିଭିନ୍ନ ବିଭାଗ ପାଇଁ ଆବଶ୍ୟକୀୟ ଫଟୋ ଓ ଛୋଟ ଭିଡ଼ିଓ କ୍ଲିପ 

– ସବୁଠୁ ଭଲ ଗବେଷଣା କରାଯାଇଥିବା ଓ ଫଟୋ, ଅଡ଼ିଓ, ଭିଡ଼ିଓ ସଂଗ୍ରହ ସହିତ ସଠିକ ନାମ, ବୟସ ଓ ତଥ୍ୟ ଥିବା ଲେଖା ଗୁଡ଼ିକୁ “ଆମ ଗାଁ ଆମ ଜୀବନ” ପୁସ୍ତକରେ ସ୍ଥାନ ଦିଆଯିବ । – ତଥ୍ୟର ସତ୍ୟାସତ୍ୟ ରକ୍ଷାହେବା ଜରୁରୀ ଅଟେ ।

– ନିଜ ଗାଁ ସମ୍ପର୍କରେ ସବୁଠାରୁ ଭଲ ଲେଖିଥିବା ଓ ଗବେଷଣା କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯିବ ଓ ତାଙ୍କୁ Student Historian ଭାବରେ ଘୋଷଣା କରାଯିବ । 

 

ପ୍ରଶ୍ନାବଳୀ

ପ୍ରଶ୍ନାବଳୀକୁ ସାତ ଭାଗରେ ବା ସାତଟି ବିଷୟରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ବିଭାଗପାଇଁ ଅଡିଓ – ଭିଡିଓ – ଫଟୋ ସଂଗ୍ରହ କରିବା ଜରୁରୀ ଅଟେ  ।  ସାକ୍ଷାତକାର ସମୟରେ ନିଜର ଫଟୋ ଉତ୍ତ୍ୱୋଳନ କରିବାପାଇଁ ଅନୁରୋଧ କରାଯାଉଛି । 

 

ବିଭାଗ ୧: ଗାଁ'ର ନାମକରଣ ପଛର କାହାଣୀ ଓ ବର୍ଣ୍ଣନା

(ଆମ ଗାଁର ସବୁ  ସଂପ୍ରଦାୟର ବୟସ୍କ ଜେଜେ ମା ଓ ଜେଜେ ବାପାଙ୍କୁ ପଚାରିବା)

ନିଜ ନାମ | ଗାଁ ନାମ | ବାପାଙ୍କ ନାମ | ମାଆଙ୍କ ନାମ | ସ୍କୁଲ | ବ୍ଲକ | ଜିଲ୍ଲା | ଶ୍ରେଣୀ

ଗାଁ ପରିଚୟ (ଉପକ୍ରମ) – ନିଜ ଗାଁ ବିଷୟରେ ଏକ ସୁନ୍ଦର ପରିଚୟ ଲେଖ- ଗାଁ କେଉଁଠି ଅଛି, ଦେଖିବାକୁ କେମିତି, ଆଖପାଖ ପ୍ରକୃତି, ଦର୍ଶନୀୟ ସ୍ଥାନ କିମ୍ବା ଅନ୍ୟ କିଛି ପରିଚୟ ସମ୍ପର୍କରେ ।

ଆମ ଗାଁ’ର ନାମ ଏମିତି କାହିଁକି ରଖାଗଲା? ଏ ବିଷୟରେ କିଛି କାହାଣୀ ଅଛି କି ?

ଆମ ଗାଁ କେବେ ଓ  କେଉଁମାନେ ପ୍ରଥମେ ବସାଇଥିଲେ?

ଏବେ ଗାଁ’ରେ କେଉଁ ସଂପ୍ରଦାୟର ଲୋକ ରହୁଛନ୍ତି?

ଆମ ଗାଁରେ କେତେ ଘର, କେତେ ଲୋକ ଅଛନ୍ତି ?

ଗାଁ’ର ସବୁଠାରୁ ଭଲ ଘର କାହାର ? ତାଙ୍କର ଜୀବନ ଜୀବିକା ଉପରେ ଲେଖ

ଗାଁ’ର ସବୁଠାରୁ ଛୋଟ ଘର କାହାର ? ତାଙ୍କର ଜୀବନ ଜୀବିକା ଉପରେ ବର୍ଣ୍ଣନା କର

ଆମ ଗାଁ ପାଖରେ କେଉଁ ନଦୀ, ନାଳ, ଝରଣା, ପାହାଡ଼ ବା ଡଙ୍ଗର ଅଛି? ସବୁ ବିଷୟରେ ଅଲଗା ଅଲଗା ଗୋଟିଏ ଲେଖାଏଁ ପାରା ବର୍ଣ୍ଣନା କର ଓ ସେଗୁଡ଼ିକର ନାମ, ଅବସ୍ଥାନ ଓ ଗାଁ ଜୀବନ ସହ ସେମାନଙ୍କ ସଂପର୍କ ଲେଖ ।

ଗାଁ’ର ଦେବୀ-ଦେବତାଙ୍କୁ ନେଇ କିଛି ପୁରୁଣା କାହାଣୀ ଅଛି କି?

ଆମ ଗାଁ କେଉଁଥିପାଇଁ ପ୍ରସିଦ୍ଧ – ବର୍ଣ୍ଣନା କର

 

ବିଭାଗ ୨: ଅତୀତର ଗାଁ

(ବୟସ୍କ ଲୋକଙ୍କୁ ପଚାର)

ଅତୀତରେ ଗାଁ କେମିତି ଥିଲା ?

ଜଙ୍ଗଲ, ନଦୀ, ପଶୁ-ପକ୍ଷୀ, ଗଛଲତା କ’ଣ ଥିଲା?

ସେତେବେଳେ ଲୋକେ କ’ଣ ଚାଷ କରୁଥିଲେ, କ’ଣ ଖାଉଥିଲେ?

ଜଙ୍ଗଲରୁ କ’ଣ ସଂଗ୍ରହ କରୁଥିଲେ?

ପୁରୁଣା ଦିନରେ କେଉଁ ପର୍ବ-ଉତ୍ସବ ହେଉଥିଲା?

ସେଥିରେ କ’ଣ ଖାଦ୍ୟ ରୋଷେଇ ହେଉଥିଲା?

ବିବାହ, ଜନ୍ମ ଓ ମୃତ୍ୟୁ – ଏସବୁ ଉତ୍ସବ ଆଗରୁ କେମିତି ପାଳନ ହେଉଥିଲା?

ବନ୍ୟା ବା ମରୁଡ଼ି ହେଲେ ଲୋକେ ସେତେବେଳେ କ’ଣ କରୁଥିଲେ?

ଝଗଡ଼ା ହେଲେ ଲୋକେ କେମିତି ସମାଧାନ କରୁଥିଲେ?

ଲୋକଙ୍କ ଭିତରେ ପରସ୍ପର ସଂପର୍କ କେମିତି ଥିଲା?

– ଗାଁ’ର ଅତୀତ ବିଷୟରେ ୫ଟି ପୁରୁଣା ଗପ, ଗୀତ ବା କାହାଣୀ ସଂଗ୍ରହ କର।

 

ବିଭାଗ ୩: ଚାଷ ଓ ଖାଦ୍ୟ ସଂସ୍କୃତି

(ଗାଁ’ର ଦୁଇଜଣ ଚାଷୀ, ଦୁଇଜଣ ଯୁବକ  ଓ ବୟସ୍କା ମାଙ୍କର ସାକ୍ଷାତ୍‌କାର କର – ତାଙ୍କ ନାମ ଓ ବୟସ ଲେଖ)

ଆମ ଗାଁରେ କେତେ ଚାଷ ଓ ଅଣ ଚାଷ ଜମି ଅଛି ?

ସେଥିରେ କଣ କଣ ଚାଷ ହେଉଛି ? ଗାଁର ଯୁବ ପିଢୀ ଚାଷ କାମ କରନ୍ତି କି ? ଚାଷ ସମ୍ପର୍କରେ ସେମାନେ କଣ କୁହନ୍ତି ?

ଆମ ଗାଁରେ ପୂର୍ବେ ବା ଆଗରୁ କେଉଁ ଫସଲ ହେଉଥିଲା ?

ମାଣ୍ଡିଆ, କୁଦୋ, ସୁଆଁ ଭଳି ମିଲେଟ ଚାଷ ହେଉଥିଲା କି ?

ଏବେ ସେସବୁ ଅଛି କି? କାହିଁକି କମିଗଲା?

ଗାଁ’ରୁ କେଉଁ ଫସଲ ବଜାରରେ ବିକ୍ରି ହୁଏ?

ଆଗରୁ ଆମ ଜେଜେମା’ କ’ଣ ରାନ୍ଧୁଥିଲେ-ଦୈନନ୍ଦିନ ଓ ପର୍ବ ଦିନରେ? ସେ ପିଠା-ମିଠାର ଏକ ତାଲିକା ତିଆରି କର।

ଗାଁ’ରେ କେଉଁ ଜୀବିକା କରୁଥିବା ଲୋକ ଅଛନ୍ତି (ବୁଣାକାର, କମାର, କୁମ୍ଭାର, ଚିତ୍ରକର ଭଳି)?

ସେମାନଙ୍କ କାମ ଓ ବିକ୍ରି ଜିନିଷ ବିଷୟରେ ଲେଖ।

ଗାଁ ପାଖରେ ହାଟ ଅଛି କି ? ଆମ ଗାଁର କେଉଁ ଜିନିଷ ହାଟକୁ ବିକ୍ରି ପାଇଁ ଯାଏ ?

 

ବିଭାଗ ୪: ଜଙ୍ଗଲ, ପ୍ରକୃତି ଓ ଜୈବବିବିଧତା

(ନିଜ ଅଭିଜ୍ଞତା + ବୟସ୍କ ଲୋକଙ୍କୁ ପଚାର)

ଗାଁ ପାଖ ଜଙ୍ଗଲ ଆଗରୁ କେମିତି ଥିଲା? ଏବେ କେତେ ଅଛି? କାହିଁକି କମିଛି?

ଜଙ୍ଗଲରୁ ଗାଁ ଲୋକେ କ’ଣ ଆଣୁଥିଲେ (କାଠ, ଫଳ, ଔଷଧ ଭଳି)? ଏବେ କ’ଣ ଆଣୁଛନ୍ତି?

ଅତୀତରେ ଥିବା ଗଛ ଓ ପଶୁ-ପକ୍ଷୀ ଯାହା ଏବେ ଦେଖାଯାଉ ନାହିଁ – ସେସବୁ ନାମ ଲେଖ।

ଗାଁ’ରେ ଥିବା ସମସ୍ତ ପଶୁ-ପକ୍ଷୀ-କୀଟ ସବୁ ନାମ ଲେଖ।

ଗାଁ’ର ପାଣି, ମାଟି ଓ ପବନ ଆଗ ଅପେକ୍ଷା ବଦଳିଛି କି? କାହିଁକି?

ଗାଁ ଲୋକମାନେ ଅତୀତର ଗାଁ ପରିବେଶ, ଜଙ୍ଗଲ ଓ ଜୀବଜନ୍ତୁରେ କ’ଣ ପରିବର୍ତ୍ତନ ଦେଖୁଛନ୍ତି? କେବେ ଏମିତି ବଦଳିଲା ଓ କାହିଁକି ବଦଳିଲା- ସେମାନଙ୍କ ଅଭିଜ୍ଞତା ଲେଖ।

 

ବିଭାଗ ୫: ସଂସ୍କୃତି, ସଙ୍ଗୀତ ଓ ଖେଳ

(ବୟସ୍କ ଲୋକଙ୍କୁ ପଚାର)

ଗାଁ’ରେ ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଯେମିତି; ନାଟକ, ଗୀତ, ନାଚ, ବାଦ୍ୟ ହୁଏ କି?

କେଉଁମାନେ ଏସବୁ କରନ୍ତି ସେମାନଙ୍କ ସହିତ ଏକ ସାକ୍ଷାତକାର ନିଅ ?

ଗାଁରେ ପୁରୁଣା ଗୀତ ଓ କଳା ଯାହା ଏବେ ଆଉ ଦେଖାଯାଉ ନାହିଁ ? ସେଗୁଡ଼ିକ ରେକର୍ଡ କରି ଖାତାରେ ଲେଖ।

ଗାଁ ପିଲାମାନେ ଆଗରୁ କେଉଁସବୁ ଖେଳ ଖେଳୁଥିଲେ? ବର୍ଣ୍ଣନା କର

ଏବେ  କେଉଁସବୁ  ଖେଳୁଛନ୍ତି? ତାଲିକା କର

ଗାଁ’ର ବିଭିନ୍ନ ସଂପ୍ରଦାୟ ଏକାଠି ପର୍ବ ପାଳନ କରନ୍ତି କି?

 

ବିଭାଗ ୬: ଗାଁ'ର ବର୍ତ୍ତମାନ

(ଶିକ୍ଷକ, ଅଙ୍ଗନବାଡ଼ି ଦିଦି ବା ମୁରବିଙ୍କୁ ପଚାର)

ଗାଁ’ରେ ସ୍କୁଲ ବ୍ୟବସ୍ଥା ବିଷୟରେ ଲେଖ

ସ୍କୁଲ ଆସୁ ନଥିବା ପିଲାମାନେ କ’ଣ କରନ୍ତି? କାହିଁକି ଆସୁ ନାହାଁନ୍ତି?

ଗାଁ’ରୁ ଦାଦନ ଯାଉଛନ୍ତି କି? କେତେ ଲୋକ? କ’ଣ କାମ ପାଇଁ?

ଗାଁ’ରେ ଡାକ୍ତରଖାନା ବିଷୟରେ ଲେଖ । ଆମ ଗାଁର ଲୋକେ ଦକତାରଖାନା ଯାଉଛନ୍ତି କି ? କେଉଁ ରୋଗ ଅଧିକ ଦେଖା ଦେଇଛି ?

ନୂଆ ରୋଗ ବିଷୟରେ ଗାଁ ଲୋକେ କଣ କହୁଛନ୍ତି ?

ଗାଁରେ ପାଣିର ବ୍ୟବସ୍ଥା – ସୁବିଧା ଓ ଅସୁବିଧା

ଗାଁ’ରେ ନୂଆ କ’ଣସବୁ ଘଟୁଛି – ମେସିନ, ଯୋଗାଯୋଗ, ଅନ୍ୟକିଛି

ଆମ ଗାଁର ସବୁଠାରୁ ବଡ଼ ସମସ୍ୟା କ’ଣ ? ଗାଁ ଲୋକମାନେ ଏହାର ପ୍ରତିକାର ପାଇଁ କଣ କରୁଛନ୍ତି ?

ଯୁବକ ଯୁବତୀମାନେ ଗାଁର ଉନ୍ନତିପାଇଁ କେଉଁଭଳି ଆଗ୍ରହ ଦେଖାଉଛନ୍ତି ?

 

ବିଭାଗ ୭: ଆମ ଗାଁ ଆମ ଜୀବନ କାମ କରିବା ସମୟର ଅନୁଭୂତି ଓ ଭବିଷ୍ୟତ ପାଇଁ ପ୍ରତିବଦ୍ଧତା

(ନିଜ ମନରୁ ଲେଖ )

ଗାଁ ସମ୍ପର୍କରେ ଗବେଷଣା କରିବା ସମୟରେ ମୁଁ କ’ଣ ଅନୁଭୂତି ସଂଗ୍ରହ କରିଛି ? ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବର୍ଣ୍ଣନା

ଆମ ଗାଁ’ର କେଉଁ କଥା/ ବିଷୟ ମୋତେ ବହୁତ ଭଲ ଲାଗେ? ବର୍ଣ୍ଣନା କର

ଆମ ଗାଁର କେଉଁ କଥା / ବିଷୟ ମୋତେ କଷ୍ଟ ଦିଏ? ବର୍ଣ୍ଣନା କର

ଗାଁ’ର ଏହି ଇତିହାସ ଲିପିବଦ୍ଧ କରି ମୁଁ ନୂଆ କ’ଣ କ’ଣ ଶିଖିଲି? ବର୍ଣ୍ଣନା କର

ଆମ ଗାଁ’ର ସଂସ୍କୃତି ଓ ପ୍ରକୃତିକୁ ବଞ୍ଚେଇବା ପାଇଁ ମୁଁ ଆଗକୁ କ’ଣ କରିବି ଚିନ୍ତା କରିଛି ? ଗୋଟି ଗୋଟି କରି ଲେଖ ।

 

ବିଭାଗ ୮

ସୃଜନାତ୍ମକ ରଚନା (ଅନ୍ତିମ ଭାଗ)

“ମୋ ଗାଁକୁ ନେଇ ମୋର ସ୍ୱପ୍ନ” (ସବୁ ଗବେଷଣା ସାରିବା ପରେ ଏହି ରଚନାଟି ଲେଖ)

 

(ଟିପ୍ସ୍: ପ୍ରଶ୍ନ ସରଳ ଭାଷାରେ ଧୀରେ ଧୀରେ ଗାଁର ବୟସ୍କ ମାନଙ୍କ ନିକଟରେ ବାରମ୍ବାର ବସି ତଥ୍ୟ ସଂଗ୍ରହ କରିବାପାଇଁ ହେବ | ବୟସ୍କଙ୍କ କଥା ଧ୍ୟାନ ଦେଇ ପ୍ରଥମେ ଶୁଣିବା | ଫଟୋ, ଅଡିଓ, ଭିଡିଓ ସଂଗ୍ରହ କରିବା ।)

ଦିଆଯାଇଥିବା ପଞ୍ଜୀକରଣ ଫର୍ମ ପୂରଣ କରି ଓ ଆମ ନିକଟକୁ ଏହି ମୋବାଇଲ କିମ୍ବା ଇମେଲ ରେ ପଠାଇବେ।

WhatsApp No – 9438189779

Email : swayamprava2025@gmail.com

 

ଶୁଭେଛା ସହିତ

ସ୍ଵୟଂପ୍ରଭା ପାଢୀ

ସମ୍ପାଦକ, ସମଧ୍ଵନି

 

Google form link:

https://docs.google.com/forms/d/e/1FAIpQLSdXJcL-QukDnwCW2_37qk6Z91juphvCsIwtLSRzAhiVfsbTYw/viewform?usp=sharing&ouid=101564077574514504537

(ଯେଉଁମାନେ PDFରେ ପ୍ରଶ୍ନ ଚାହୁଁଛନ୍ତି ସେମାନେ ଫୋନ (9438189779) କିମ୍ବା ଇମେଲରେ (swayamprava2025@gmail.com ) ଯୋଗାଯୋଗ କରିବାପାଇଁ ଅନୁରୋଧ)

Share This Article