ସ୍ୱୟଂପ୍ରଭାଙ୍କ ଦ୍ଵାରା ସମ୍ପାଦୀତ ‘ସମଧ୍ୱନି’ ଓଡିଆ ସାଂସ୍କୃତିକ ପତ୍ରିକା ମୁଁ ଦୀର୍ଘ ବର୍ଷ ହେଲା ପଢୁଛି । ଓଡିଶାର କଳା, ନୃତ୍ୟ, ନାଟକ, ଖାଦ୍ୟ ସଂସ୍କୃତି, ହିନ୍ଦୁ ମୁସଲମାନ ସଂପ୍ରୀତି, ନାରୀ ସ୍ୱାଧୀନତା, କୃଷି ଓ କୃଷକ ଓ ଦଳିତ ମାନଙ୍କର ଦାସତ୍ଵରୁ ମୁକ୍ତି ଆଧାରିତ ଲେଖା ଗୁଡ଼ିକ ପଢିଲେ ପତ୍ରିକାର ଉପାଦେୟତା ଜାଣିହେବ । ପତ୍ରିକାର ପ୍ରକାଶନରେ ପ୍ରତ୍ସାହନ ଓଡିଶା ଅସ୍ମିତାକୁ ଆଗକୁ ଦେଖାଇବାରେ ସାହାଯ୍ୟ କରିବ । ନିୟମିତ ପ୍ରକାଶନ ପତ୍ରିକାଟିର ମାନ୍ୟତା ବଢାଇବ। ମୁଁ ପତ୍ରିକାର ଦୀର୍ଘ ଜୀବନ କାମନା ନ କରି ରହିପାରୁ ନାହିଁ ।