ନାଁ ନୁହେଁ ଏକ ଅନୁଷ୍ଠାନ (ବାର୍ତ୍ତା)

ଦେବବ୍ରତ ପଟ୍ଟନାୟକ
ଦେବବ୍ରତ ପଟ୍ଟନାୟକ 130 Views
2 Min Read

‘ସମଧ୍ଵନି’ କେବଳ ଏକ ନାଁ ନୁହେଁ । ‘ସମଧ୍ଵନି’ ହେଉଛି ଏକ ଅନୁଷ୍ଠାନ । ଯୋଉ ଅନୁଷ୍ଠାନରେ ସମାଜର କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କାମ କରାଯାଏ । ଯେମିତିକି ‘ସମଧ୍ଵନି’ର ଏକ ସମଧ୍ଵନି ପତ୍ରୀକା ପ୍ରତ୍ୟେକ ତିନି ମାସରେ ଥରେ ପ୍ରକାଶିତ ହୁଏ ଏବଂ ଏହି ପତ୍ରୀକାରେ ବହୁ ଗବେଷକ, ସାହିତ୍ୟିକ, ସମାଲୋଚକ, ଅଧ୍ୟାପକ ଅଧ୍ୟାପିକା ତତ୍‌ ସହିତ ଛାତ୍ରଛାତ୍ରୀ ଏବଂ ଯୁବ ପିଢୀଙ୍କର କଳା, ସାହିତ୍ୟ, ସାମାଜିକ ମୂଲ୍ୟବୋଧ ଉପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅନୁଛେଦ ସବୁ ପ୍ରକାଶ କରାଯାଇଥାଏ । ଯାହା ପାଠକ ପାଠିକା, ଗବେଷିକ ଗବେଷିକା ଏବଂ କଳା ସାହିତ୍ୟ ପ୍ରତି ଋଚି ରଖୁଥିବା ପ୍ରତ୍ୟେକଙ୍କ ପାଇଁ ଏକ ଭାଷାଦେୟ ହୋଇଥାଏ । କେବଳ ସେତିକି ନୁହେଁ ‘ସମଧ୍ଵନି’ ବିଭିନ୍ନ ସମୟରେ ସାହିତ୍ୟ ଚର୍ଚ୍ଚା, କଳା ସଂସ୍କୃତିର ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା, ସାସ୍କୃତିକ କାର୍ଯ୍ୟକ୍ରମ ଏବଂ ସମାଜ ସେବା ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ସହିତ ସଫଳତା ଲାଭ କରି ଚାଲିଛି “ସବୁଠାରୁ ବଡ଼ କଥା ହେଲା ‘ସମଧ୍ଵନି’ ଯୁବପିଢୀ ମାନଙ୍କୁ ପ୍ରତ୍ସାହିତ କରିବା ପାଇଁ ଅନେକ ସମୟରେ ଯୁବପିଢୀଙ୍କ ପାଇଁ ଯୁବପିଢୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରି ସଫଳତା ପାଇ ପାରିଛି” ଏବଂ ସେହି କାର୍ଯ୍ୟକ୍ରମ ସବୁ ମଧ୍ୟ ଯାରି ରଖିଛି । ମୁଁ ଯଦିଓ ‘ସମଧ୍ଵନି’ ବାବଦରେ ବହୁ ଆଗରୁ ଶୁଣି ଥିଲି, ହେଲେ ଏଇ ପାଞ୍ଚ ଛଅ ବର୍ଷ ଭିତରେ ସମଧ୍ଵନି ପରିବରର ଜଣେ ସଦଶ୍ୟ ଭାବେ କାମ କରିବାର ସୁଯୋଗ ପାଇଛି । ତେଣୁ ‘ସମଧ୍ଵନି’ ର ଅନେକ ଗୁଡିଏ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପାରିଛି । ଆଗକୁ ଅଛି ମଧ୍ୟ । ତେବେ ‘ସମଧ୍ଵନି’ ଆଗକୁ ନୂଆ ନୂଆ କଳାକାର, ସାହିତ୍ୟିକ, ଗବେଷକ ସୃଷ୍ଟି କରିବାରେ ଆହୁରି କାର୍ଯ୍ୟ କରିବ । କଳା ସଂସ୍କୃତି, ସାହିତ୍ୟ ପ୍ରତି ରୁଚି ରଖୁଥିବା ଯୁବ ପିଢୀଙ୍କ ପ୍ରତ୍ସାହିତ କରିବା ପାଇଁ କାର୍ଯ୍ୟ କରିବ । ଉନ୍ନତମାନର, ଉଚ୍ଚକଟୀର ସାଂସ୍କୃତିକ କାର୍ଯ୍ୟକ୍ରମ କରିବ । ଯାହା ଅନ୍ୟମାନଙ୍କଠାରୁ ନିଶ୍ଚିତ ରୂପେ ସ୍ୱତନ୍ତ୍ରତା ହେବ ବୋଲି ମୋର ଆଶା ଓ ବିଶ୍ୱାସ । ଧନ୍ୟବାଦ ଦେବି ‘ସମଧ୍ୱନାକୁ, ସମଧ୍ଵନିର ସମସ୍ତ କର୍ମକର୍ତ୍ତାଙ୍କୁ ବିଶେଷ କରି ସମଧ୍ଵନି ଅନୁଷ୍ଠାନର ମଂଚ୍ଚା ଧରିଥିବା ମୂଖ୍ୟ ସ୍ୱୟଂପ୍ରଭା ପାଢ଼ୀ ମହୋଦୟାଙ୍କୁ ଧନ୍ୟବାଦ ।

Support Samadhwani
Share This Article
ଯୁବ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର , ଅତିଥି ଅଧ୍ୟାପକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ (Young Theater Director, Script writer, and Guest Lecturer at Utkal University of Culture)