ସମଧ୍ଵନିର “ବିଷୁବ ମିଳନ” ଉତ୍ସବ – ୨୦୨୪

Swayamprava Parhi (Chief Editor)
2 Min Read
xr:d:DAF4okFEw-8:200,j:4483758333255199347,t:24041502

ସମଧ୍ଵନି ସଂସ୍କୃତିକ ଅନୁଷ୍ଠାନ ତରଫରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଓଡ଼ିଆ ନବବର୍ଷ ତଥା ବିଷୁବ ଦିବସ ଉପଲକ୍ଷେ “ବିଷୁବ ମିଳନ” ଉତ୍ସବ ପାଳନ କରାଯାଇଛି ।

ସମଧ୍ଵନି ସଂସ୍କୃତିକ ଅନୁଷ୍ଠାନର ଅଧ୍ୟକ୍ଷା ତଥା ସମଧ୍ଵନି ସଂସ୍କୃତିକ ପତ୍ରିକାର ସମ୍ପାଦକ ସ୍ଵୟଂପ୍ରଭା ପାଢୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । “ବିଷୁବ ମିଳନ” ଉତ୍ସବ ଅବସରରେ ସମଧ୍ଵନି ସଂସ୍କୃତିକ ପତ୍ରିକା ୧୨ବର୍ଷ ପୂର୍ତ୍ତିକୁ ପାଳନ କରଯାଇଥିଲା ଓ ୧୩ ବର୍ଷର ପ୍ରଥମ ସଂଖ୍ୟା ଯାହାକି ଉସ୍ତାଦ ରସିଦ ଖାଁ ବିଶେଷାଙ୍କ ତାକୁ ପ୍ରଫେସର ସ୍ଵାଧୀନ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ପ୍ରଫେସର ବିଜୟ ବୋହିଦର, ଡକ୍ଟର ସୁଧୀର କୁମାର ସାହୁ ଉନ୍ମୋଚନ କରିଥିଲେ । ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇ ରଖିଥିବା, ଆମ ଓଡ଼ିଶାର ମା’ ମାନଙ୍କ ସମ୍ପର୍କରେ ହୋଇଥିବା ଆଲୋଚନାରେ ଡକ୍ଟର ନମିତା ଷଡ଼ଙ୍ଗୀ ନିଜର ଜେଜେ ମା’ଙ୍କର ପରିବାରକୁ ଏକାଠି ଆଗେଇ ନେବା କ୍ଷେତ୍ରରେ ଥିବା ଅସାଧାରଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ନାରୀମାନେ ପରିବାର ଭିତରେ କେମିତି ଏକ ଅସାଧାରଣ ଭୂମିକା ନିଭାଇଥାନ୍ତି ତାଙ୍କର ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା । କାର୍ଯ୍ୟକ୍ରମରେ ଯୁବ କଳାକାର ସୌର୍ୟ ଦେବ, ପିଣ୍ଟୁ ମଲ୍ଲିକ, ପ୍ରିୟଦର୍ଶିନୀ ସ୍ଵାଇଁ, ଓ ସମଧ୍ଵନିର ଅଧ୍ୟକ୍ଷ୍ୟା ସ୍ଵୟଂପ୍ରଭା ପାଢୀ ସଂଗୀତ ପରିବେଷଣ କରିଥିଲେ । ଡକ୍ଟର ନମିତା ଷଡଙ୍ଗୀଙ୍କ ତରଫରୁ ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପଣା ବଣ୍ଟା ଯାଇଥିଲା । ଯୁବ ନାଟ୍ୟ ନିର୍ଦେଶକ ଦେବବ୍ରତ ପଟ୍ଟନାୟକ ନାଟକର କେତୋଟି ଡାଇଲଗ ଶୁଣାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ବେହେଲା ବାଦକ ଜ୍ୟୋତିପ୍ରକାଶ ସାହୁ, ସମଧ୍ବନି ପତ୍ରିକାର ୱେବ-ମାଷ୍ଟର ରାକେଶ ରଞ୍ଜନ ସାମନ୍ତରାୟ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ସମଧ୍ଵନିର ଅନ୍ୟତମ ସଦସ୍ୟ କାଳି ଦାସ ସମସ୍ତ ଅତିଥି ଓ କଳାକାର ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୁସ୍ଵାଦୁ ପଣା ଓ ସଙ୍ଗୀତିକ ପରିବେଶ ଭିତରେ ସମଧ୍ଵନିର ବିଷୁବ ମିଳନ ଉତ୍ସବ ଶେଷ ହୋଇଥିଲା ।
#musically #musicmagazine #culture #samadhwani

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଗାଁ'ର ଜୀବନୀ ବା ଗାଁ ଇତିହାସ ଲିପିବଦ୍ଧ କରିବା ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Village Biography/ Village History Documentation" Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.