ସମଧ୍ଵନିର “ବିଷୁବ ମିଳନ” ଉତ୍ସବ – ୨୦୨୪

Chief Editor
Chief Editor 682 Views
2 Min Read
xr:d:DAF4okFEw-8:200,j:4483758333255199347,t:24041502

ସମଧ୍ଵନି ସଂସ୍କୃତିକ ଅନୁଷ୍ଠାନ ତରଫରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଓଡ଼ିଆ ନବବର୍ଷ ତଥା ବିଷୁବ ଦିବସ ଉପଲକ୍ଷେ “ବିଷୁବ ମିଳନ” ଉତ୍ସବ ପାଳନ କରାଯାଇଛି ।

Support Samadhwani

ସମଧ୍ଵନି ସଂସ୍କୃତିକ ଅନୁଷ୍ଠାନର ଅଧ୍ୟକ୍ଷା ତଥା ସମଧ୍ଵନି ସଂସ୍କୃତିକ ପତ୍ରିକାର ସମ୍ପାଦକ ସ୍ଵୟଂପ୍ରଭା ପାଢୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । “ବିଷୁବ ମିଳନ” ଉତ୍ସବ ଅବସରରେ ସମଧ୍ଵନି ସଂସ୍କୃତିକ ପତ୍ରିକା ୧୨ବର୍ଷ ପୂର୍ତ୍ତିକୁ ପାଳନ କରଯାଇଥିଲା ଓ ୧୩ ବର୍ଷର ପ୍ରଥମ ସଂଖ୍ୟା ଯାହାକି ଉସ୍ତାଦ ରସିଦ ଖାଁ ବିଶେଷାଙ୍କ ତାକୁ ପ୍ରଫେସର ସ୍ଵାଧୀନ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ପ୍ରଫେସର ବିଜୟ ବୋହିଦର, ଡକ୍ଟର ସୁଧୀର କୁମାର ସାହୁ ଉନ୍ମୋଚନ କରିଥିଲେ । ଓଡ଼ିଶାର ସଂସ୍କୃତିକୁ ବଞ୍ଚାଇ ରଖିଥିବା, ଆମ ଓଡ଼ିଶାର ମା’ ମାନଙ୍କ ସମ୍ପର୍କରେ ହୋଇଥିବା ଆଲୋଚନାରେ ଡକ୍ଟର ନମିତା ଷଡ଼ଙ୍ଗୀ ନିଜର ଜେଜେ ମା’ଙ୍କର ପରିବାରକୁ ଏକାଠି ଆଗେଇ ନେବା କ୍ଷେତ୍ରରେ ଥିବା ଅସାଧାରଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ନାରୀମାନେ ପରିବାର ଭିତରେ କେମିତି ଏକ ଅସାଧାରଣ ଭୂମିକା ନିଭାଇଥାନ୍ତି ତାଙ୍କର ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା । କାର୍ଯ୍ୟକ୍ରମରେ ଯୁବ କଳାକାର ସୌର୍ୟ ଦେବ, ପିଣ୍ଟୁ ମଲ୍ଲିକ, ପ୍ରିୟଦର୍ଶିନୀ ସ୍ଵାଇଁ, ଓ ସମଧ୍ଵନିର ଅଧ୍ୟକ୍ଷ୍ୟା ସ୍ଵୟଂପ୍ରଭା ପାଢୀ ସଂଗୀତ ପରିବେଷଣ କରିଥିଲେ । ଡକ୍ଟର ନମିତା ଷଡଙ୍ଗୀଙ୍କ ତରଫରୁ ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପଣା ବଣ୍ଟା ଯାଇଥିଲା । ଯୁବ ନାଟ୍ୟ ନିର୍ଦେଶକ ଦେବବ୍ରତ ପଟ୍ଟନାୟକ ନାଟକର କେତୋଟି ଡାଇଲଗ ଶୁଣାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ବେହେଲା ବାଦକ ଜ୍ୟୋତିପ୍ରକାଶ ସାହୁ, ସମଧ୍ବନି ପତ୍ରିକାର ୱେବ-ମାଷ୍ଟର ରାକେଶ ରଞ୍ଜନ ସାମନ୍ତରାୟ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ସମଧ୍ଵନିର ଅନ୍ୟତମ ସଦସ୍ୟ କାଳି ଦାସ ସମସ୍ତ ଅତିଥି ଓ କଳାକାର ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୁସ୍ଵାଦୁ ପଣା ଓ ସଙ୍ଗୀତିକ ପରିବେଶ ଭିତରେ ସମଧ୍ଵନିର ବିଷୁବ ମିଳନ ଉତ୍ସବ ଶେଷ ହୋଇଥିଲା ।
#musically #musicmagazine #culture #samadhwani

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.