ଅଧ୍ୟାପକ କରୁଣାକର ନାୟକ (ଯିଏକି ହିନ୍ଦୁସ୍ତାନୀ କଣ୍ଠ ସଂଙ୍ଗୀତ ବିଭାଗ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି )ଙ୍କ ବାର୍ତ୍ତା;
‘ସମଧ୍ଵନି’ ଇତି ମଧ୍ୟରେ ୨୦ବର୍ଷ ପୂରଣ ଜାଣି ଖୁସି ଲାଗୁଛି । ବହୁ ଘାତ ପ୍ରତିଘାତ ଓ କମ୍ ସମୟ ମଧ୍ୟରେ ଏହା ଓଡିଶାର ତଥା ଭାରତ ବର୍ଷର ସାହିତ୍ୟ, ସଂଙ୍ଗୀତ, କଳା ଓ ପାରମ୍ପରିକ ସାଂସ୍କୃତିକ ବିବିଧତା, ବିଶେଷ କରି ଦୁର୍ଗମ ଅଞ୍ଚଳର ପୁରାତନ ଆଦିବାସୀ ଜନଜାତି ପ୍ରଜାତିର ଲୁପ୍ତପ୍ରାୟ କଳା ସଂସ୍କୃତିକୁ ବର୍ତ୍ତମାନ ଯୁଗର ଜନମାନସକୁ ସୁଚେଇ ଚେତେଇ ଦେଇ ଏକ ଆଲୋଡନ ସୃଷ୍ଟି କରିଛି ‘ସମଧ୍ଵନି’ ପତ୍ରିକା, ଇ ପତ୍ରିକା ଓ ବିଭିନ୍ନ ଜାଗରଣଭିତ୍ତିକି କାର୍ଯ୍ୟକ୍ରମ ମାଧ୍ୟମରେ, ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ଓ ଉପାଦେୟ ମଧ୍ୟ, ଯେତେ ଆଧୁନିକ ଓ ଅତ୍ୟାଧୁନିକ ଚାଲିଚଳନ ହେଲେ ମଧ୍ୟ ପୁରାତନ ଜନଜାତି ଆମର ମୁଳ ପିଣ୍ଡ । ପ୍ରକୃତରେ ସେମାନଙ୍କର ପର୍ବ ପର୍ବାଣୀ ଓ ସାଂସ୍କୃତିକ ବିବିଧତା ମଧ୍ୟରେ ପ୍ରାକୃତିକ, ବୈଜ୍ଞାନିକ ଓ ନିଷ୍କପଟତାର ବିଚାର ଏତେ ସୁଷ୍ପଟ ଯେ ତାହା କେବଳ ଅଭିସନ୍ଦିତ୍ସୁ ଗୁରୁଜନ ମାନେହି ଅନୁଭବ କରି ପାରିବେ ।
ସମଧ୍ଵନି ପତ୍ରିକା ପ୍ରକାଶିତର ପୂର୍ବରୁ ମୁଁ ସମ୍ପାଦିକା ମହାଶୟାଙ୍କ ଠାରୁ ଏହାର ପରିକଳ୍ପନା ସମ୍ୱଦ୍ଧରେ ଜାଣିଥିଲି ଓ ଆଗକୁ ବଢିବା ପାଇଁ ପ୍ରେରଣା ମଧ୍ୟ ଦେଇଥିଲି । ‘ସମଧ୍ଵନି’ ଶବ୍ଦଟି ମୋତେ ବହୁତ ଭଲ ଲାଗିଥିଲା, କାହିଁକିନା ଯେହେତୁ ମୁଁ ଧ୍ୱନୀ (Sound) ବିଦ୍ୟାର ଜଣେ ଅନୁରାଗି ଓ ଅନୁଗାମୀ ଛାତ୍ର ଓ ଶିକ୍ଷକ ଅଟେ । ଧ୍ୱନୀର ବ୍ୟାଖାତ ଅନେକ, ତାହା ଆଲୋଚନା ପାଇଁ ସମୟ ଓ ଜାଗାର ଆବଶ୍ୟକ ଅଛି । ଏତିକି କୁହାଯାଇ ପାରେ ଯେ ସବୁ ଧ୍ୱନୀ ଯେପରି ସଂଙ୍ଗୀତ ଉପଯୋଗୀ ହୋଇନପାରେ କେବଳ ନିୟମିତ ଆନ୍ଦୋଳନ ଓ ଅନୁଶରଣ ଯୁକ୍ତ ମଧୁର ଧ୍ୱନୀ (ସ୍ୱର)ହିଁ ସଂଙ୍ଗୀତ ଉପଯୋଗୀ ଓ ସମାଜ ହିତକାରି । ‘ସମଧ୍ଵନି’ ଏକ ନିରବଛିନ୍ନ ଉଦ୍ୟମରତ ପାରମ୍ପରିକ ଓ ଶାସ୍ତ୍ରୀୟ ସଂଙ୍ଗୀତ ଓ କଳା ସାହିତ୍ୟର ଉଦ୍ଧାରକ ହୋଇ ସମାଜ ସେବାକାରୀ ଏକ ଜାଗତିକ ଅନୁଷ୍ଠାନ ।
ଆଗାମୀ ଦିନ ପାଇଁ ସମଧ୍ଵନିର ସମସ୍ତ କର୍ମକର୍ତ୍ତାଙ୍କୁ ଆନ୍ତରିକ ଶୁଭକାମନା କରୁଛିକି ପରମେଶ୍ୱର ସମସ୍ତଙ୍କୁ ମାନସିକ ଓ ଶାରିରୀକ ସୁସ୍ଥତା ପ୍ରଦାନ କରନ୍ତୁ, ଧନ୍ୟବାଦ ।
ଅଧ୍ୟାପକ କରୁଣାକର ନାୟକ, (ହିନ୍ଦୁସ୍ତାନୀ କଣ୍ଠ ସଂଙ୍ଗୀତ ବିଭାଗ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର )