ସମଧ୍ଵନି ପତ୍ରିକାର ଦିର୍ଘାୟୁ, ଶତାୟୁ ଓ ଅମିତାୟୁ ଜୀବନ କାମନା କରୁଛି

1 Min Read

ସମଧ୍ଵନି କୋଡ଼ିଏ ବର୍ଷ ଅତିକ୍ରମ କରି ଏକୋଇଶି ବର୍ଷରେ ଯୁବ ଗାର୍ଭର୍ଯ୍ୟରେ ପାଦ ଥାପିଛି,ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ମୋ ଅନୁଭୂତିରେ ସମଧ୍ଵନି ଏକ ପତ୍ରିକା କହିଲେ ଯଥେଷ୍ଟ ହେବନାହିଁ,ଏହା ସମଗ୍ର ଉତ୍କଳ ଭୂଖଣ୍ଡର ସ୍ଵକୀୟ କଳା, ସଂସ୍କୃତି ଓ ଜୀବନ ବୋଧର ଏକ ନିରପେକ୍ଷ ସ୍ଵର।ପତ୍ରିକାଟି ନିଜସ୍ଵ ଚେତନା ପରିପାଟୀରେ ସମାଜ କୁ ଯେତିକି ନିର୍ଭିକ ଓ ସତ୍ୟନିଷ୍ଟ ଭାବରେ ବାର୍ତ୍ତାଦେଇଛି,ପଶ୍ଚିମ ଓଡିଶାର ସଂସ୍କୃତି ମନସ୍କ ପ୍ରକୃତି ପାଗଳ ବ୍ୟକ୍ତି ବିଷେଶ ମାନଙ୍କର ନିରୁତା ପ୍ରାଣସ୍ପନ୍ଦନର ଅଭିବ୍ୟକ୍ତିକୁ ପରିପ୍ରକାଶ କରିବା ନିମନ୍ତେ ସେତିକି ପ୍ରତିବଦ୍ଧତା ସ୍ୱକାର କରିଛି। ସର୍ବୋପରି ଆଗାମୀ ଦଶଦ୍ଧିରେ ଆୟତନ ଓ ପୃଷ୍ଟା ଦୃଷ୍ଟିରୁ ସମଧ୍ଵନି ବ୍ୟାପକତା ଲାଭକରୁ ଏବଂ ପାଠକ ତଥା ଅନୁଷ୍ଠାନ ମାନଙ୍କର ଅଙ୍ଗୀକାର ବଦ୍ଧାତାରେ ସାମର୍ଥ୍ୟବୋଧ ବୃଦ୍ଧି ହେଉ। ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ସମଧ୍ଵନି ପତ୍ରିକାର ଦିର୍ଘାୟୁ, ଶତାୟୁ ଓ ଅମିତାୟୁ ଜୀବନ କାମନା କରୁଛି।

Support Samadhwani

. ଅଜୟ କୁମାର ବିଶ୍ଵାଳ

ଅଧ୍ୟାପକ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ

Share This Article
ତବଲା ବିଭାଗର ଅଧ୍ୟାପକ(ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)