ଏହି ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି

ସର୍ବ ପ୍ରଥମେ ସମଧ୍ଵନି ଏବଂ ଏହାର ହରତାକର୍ତ୍ତା ଶ୍ରୀମତୀ ସ୍ଵଂପ୍ରଭା ମାଡମ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।🙏

ସମଧ୍ଵନି ତାର ଏବେ ଯୌବନ ଅବସ୍ଥା ରେ ପହଞ୍ଚିଛି। ଶୈଶବ ରୁ ଯୌବନ କାଳ ମଧ୍ୟ ରେ ଥିବା ଯାତ୍ରା କୁ ଆମେ ସମସ୍ତେ ଅନୁଧ୍ୟାନ କରିଛୁ। ଏପରି ଏକ ପତ୍ରିକା ଏବଂ ଏଠାରେ ଆଉ ଗୋଟେ କଥା ଏଠି କହି ରଖେ ଯେ ଏହା ଏକମାତ୍ର ପତ୍ରିକା ଯାହା କି ସରକାରୀ ସ୍ତରରେ ଅନୁମୋଦିତ ହୋଇଛି(ISSN ନମ୍ବର) । ଏହି ପତ୍ରିକାଟିର ପରିକଳ୍ପନା କରିବା ଏବଂ ଏହାକୁ ପରିପ୍ରକାଶ କରିବା ଏକ ଦୁଃସାଧ୍ୟ ବ୍ୟାପାର ବୋଲି ମୁଁ କହିପାରେ। କାରଣ ଏହି ପତ୍ରିକାଟି ଯେଉଁ ବିଷୟ ଗୁଡ଼ିକୁ ବାଛି ଲେଖାଟିଏ ଯୋଗାଡ କରିବାର ଲକ୍ଷ୍ୟ ରଖିଛି ସେହି ବିଷୟ ରେ କଳାକାର ମାନେ ସାଧାରଣତଃ ଲେଖା ପଢା ଠାରୁ କିଛି ମାତ୍ରାରେ ଦୂରେଇ ରୁହନ୍ତି। କଳାକାରଟିଏ ଭାବେ କଳା ପ୍ରଦର୍ଶନ ତାର କେବଳ ଏକମାତ୍ର ଉଦ୍ଦେଶ୍ୟ। ସେହି କଳାର ପ୍ରୟୋଗାତ୍ମକ ଦିଗକୁ ସେ ଉପେକ୍ଷା କରି ଆସିଛି। ଖାଲି ଓଡିଶାରେ ନୁହେଁ ପୁରା ଭାରତ ବର୍ଷରେ ସେହି ଏକା ସମସ୍ୟା। କିନ୍ତୁ ରାଷ୍ଟ୍ରୀୟ ସ୍ତର ରେ ଅନ୍ତତଃ ପକ୍ଷେ କିଛି କିଛି ନୂଆ କାମ ହେଉଛି ଓ ଗବେଷଣାତ୍ମକ ନିବନ୍ଧମାନ ରଚନା ହେଉଛି । ଏଠି ଓଡ଼ିଶାରେ ଏହାର ଘୋର ଅଭାବ ସତ୍ତ୍ଵେ ସ୍ଵୟଂପ୍ରଭା ମାଡ଼ାମ ଏପରି ପଦକ୍ଷେପ ନେବା ନିଶ୍ଚୟ ସାଧୁବାଦ ପାଇବାର ପାତ୍ରି ଅଟନ୍ତି। ଏହି ପତ୍ରିକାରେ ଅନେକ ଭଲ ଭଲ କଳାକୁ ନେଇ ଲେଖାମାନ ବାହାରିଛି। ଅନେକ ସେମିନାର ମଧ୍ୟ ଅୟୋଜନ କରିଛନ୍ତି। ଅନେକ ଲୁପ୍ତ ପ୍ରାୟ କଳା ମାନଙ୍କର ଉପରେ ତଥ୍ୟ ସଂଗ୍ରହ କରି ଏହା ଉପରେ ପ୍ରାମାଣିକ କଥାଚିତ୍ର ମଧ୍ୟ କରିଛନ୍ତି। ମୋର ବ୍ୟକ୍ତିଗତ କିଛି ପ୍ରସ୍ତାବ ଦେବା ପାଇଁ ଚାହୁଁଛି।

୧. ଯଦି ଏହି ପତ୍ରିକା ଟି ତ୍ରି ଭାଷିକ ହୁଅନ୍ତା ତେବେ ଅନେକ ଭଲ ଭଲ ନିବନ୍ଧ ମିଳନ୍ତା।

  1. ଯଦି ଅନେକ ବିଶ୍ଵବିଦ୍ୟାଳୟ ଅଧୀନରେ ହେଉଥିବା ଗବେଷଣା ନିବନ୍ଧ ଛପିବା ପାଇଁ ଅନେକ UGC reference ପତ୍ରିକା ମାନ ର ଆବଶ୍ୟକତା ପଡ଼ିଥାଏ। ଏବଂ ଏହା ପାଇଁ ବିଦ୍ୟାର୍ଥୀ ମଧ୍ୟ କିଛି ଆର୍ଥିକ ଅନୁଦାନ ପ୍ରଦାନ କରିଥାନ୍ତି। ଏଥିରୁ ଦୁଇଟି କଥା ହୋଇ ପାରିବ। ଆର୍ଥିକ ଅନୁଦାନ ମିଳିବ ଓ ଏହା ସହ କିଛି ଗବେଷଣାତ୍ମକ ସନ୍ଦର୍ଭ ଗୁଡ଼ିକ ପଢିବାକୁ ମିଳିବ।
  2. ବିଶ୍ଵବିଦ୍ୟାଳୟ ମାନ ଙ୍କ ରୁ ହୋଇ ସାରିଥିବା ଭଲ ଭଲ ଗବେଷଣା ନିବନ୍ଧ ଗୁଡ଼ିକ ଛାପିଲେ ମଧ୍ୟ ଆଜିର ବିଦ୍ୟାର୍ଥୀ ଙ୍କୁ ଏକ ନୂତନ ବିତର୍କ ର ସୁଯୋଗ ମିଳି ପାରନ୍ତା।
  3. ଏହି ପତ୍ରିକା ର ଏକ membership fees କଲେକ୍ଟ କରାଯାଉ। ତାହାଲେ ସେମାନେ ଲେଖା ଦେବାରେ ଆଗ୍ରହୀ ହେବେ।
  4. ଏହାର ଏକ editorial board ରହି ଲେଖାମାନଙ୍କର ମାନ ନିର୍ଦ୍ଧାରଣ କଲେ ଭଲ ହୁଅନ୍ତା।

୬. ଏହି ପତ୍ରିକା ମାଧ୍ୟମରେ lecture demonstration ଭଳି ମଝିରେ ମଝିରେ କଲେ ସଙ୍ଗୀତ ସହିତ ପେପର ମଧ୍ୟ ଛାପିବାକୁ ପାଇ ପାରନ୍ତେ।

Samadhwani Support us

ଏହି ପତ୍ରିକା ର ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଓଡ଼ିଶା ରେ କଳା କୁ ନେଇ ପତ୍ରିକା ଟି ଓଡ଼ିଶା କଳା ପ୍ରେମୀ ଙ୍କୁ  ଜ୍ଞାନ ପ୍ରଗ୍ଲଭ କରାଉ। ଆଶା ଆଗକୁ ଅନେକ ଗବେଷଣା ଭିତ୍ତିକ ଲେଖା ମାନ ପଢ଼ିବା କୁ ସୁଯୋଗ ପାଇବୁ।

Share This Article
Assistant Professor at Utkal University of Culture