ଶାନ୍ତ ହୁଅ ହେ ବିଶ୍ଵ ମାନବ
ଶାନ୍ତ ହୁଅ ହେ ବିଶ୍ଵ ମାନବ
ଶାନ୍ତିର ଗୀତ ଗାଅ …
ସୃଷ୍ଟିର ଅମୃତ ପ୍ରେମ ହୋଇ ଝରେ
ହୃଦୟେ ଧାରଣ କର
ସଭିଙ୍କ ଜୀବନେ ସ୍ନେହଁ – ପ୍ରେମ-ପ୍ରୀତି
ଝରୁଥାଉ ନିତି ଦିନ
ଏ ଜୀବ ଜଗତ ନଦୀ ଲତା ଝର
ବିଚରନ୍ତୁ ଭୟ ଶୂନ୍ୟ
ଭାଙ୍ଗିଯାଉ ପଛେ ଦେଶର ପ୍ରାଚୀର
ବଞ୍ଚିରହୁ ମାନବତା
ଯେତେ ରୂପ-ରଙ୍ଗ ଧର୍ମ ଜାତି ଭେଦ
ନହେଉ ପ୍ରେମରେ ବାଧା
ଆକାଶରୁ ଧୂଆଁ ବାରୁଦର ଶବ୍ଦ
ଶୁନ୍ୟେ ଯାଉ ଅପସରି
ଅପସରି ଯାଉ ରକତର ହୋଲି
ବସନ୍ତର ପ୍ରେମ ଢାଳି
ଧୂଆଁ ଧୂସର ଏ ବିନାଶର ରଙ୍ଗ
ପ୍ରହେଳିକା ଯାଉ ହଜି
ସବୁଜ ପୃଥିବୀ ପ୍ରାଣେ ଭରିଉଠୁ
ସପତ ରଙ୍ଗର ହୋଲି
ଦ୍ଵେଷ ବିଦ୍ଵେଷର ଭାବ ହଜି ଯାଇ
ପ୍ରେମରଙ୍ଗେ ରଙ୍ଗୀ ଯାଉ
ସବୁରୀ ମନର ରଙ୍ଗ ମିଶିଯାଇ
କୃଷ୍ଣରଙ୍ଗ ରୂପ ନେଉ
ହେ ବିଶ୍ଵ ମାନବ ଏକ ହୃଦୟରେ
ପ୍ରେମ ରଙ୍ଗେ ହୋଲି ଖେଳ
ଜଳ ସ୍ଥଳ ବାୟୁ ଜୀବ ଜଗତରେ
ଶାନ୍ତିର ବାରତା ଦିଅ …
ଶାନ୍ତିର ଗୀତ ଗାଅ
