ଭୂମିକମ୍ପ: ତିନୋଟି ପ୍ରତିକ୍ରିୟା

3 Min Read

-୧-

ସବୁ ଭାଂଗି ପଡିବା ପରେ

ମୃତ୍ୟୁ ଏତେ ସହଜରେ ଆସି

ତୁମକୁ ଆଦରି ନେବା ପରେ

ତୁମେ ସବୁ ନିର୍ବାକ୍ ହେଲ

ଆଉ ମୋତେ ଶମ୍ପିବାକୁ

ଆରମ୍ଭ କରିଲ ।

କାହିଁକି ମୁଁ ତୁମକୁ ଆଗରୁ

ନ କହିଲି

ଯେ ମୁଁ ଆସୁଛି ବୋଲି ?

ମୋ ପେଟ ଭିତରର କଥା

ତୁମକୁ କାହିଁକି

କହିଥାନ୍ତି ଯେ ।

ତୁମେ କଣ କହିଥିଲ

ଗାନ୍ଧୀକୁ ମାରିବ ବୋଲି?

ତୁମେ କଣ କହିଥିଲ

ଅଂଜନାକୁ ଧର୍ଷଣ କରିବ ବୋଲି?

ତୁମେ କଣ କହିଥିଲ

ଗ୍ରାହାମ୍ ଷ୍ଟେନସ୍‌ଙ୍କୁ

ପୋଡି ଦେବ

ତାଙ୍କ ଶିଶୁ ପୁତ୍ର ସହ?

ନା, କହୁଛ କେତେବେଳେ ଆସିଯିବ

ଆଉ ସୁନ୍ଦରୀ କାଶ୍ମୀରୀ ଲଳନା

ଅବୋଧ ସୁନ୍ଦର ଶିଶୁଙ୍କୁ

ନିର୍ମମ ମାରିବ?

ତୁମେ କେହି

ତୁମ ପେଟ ଭିତରର କଥା

ଆଗରୁ କହି ନାହଁ, କହୁନାହଁ ।

ଅତର୍କିତ ଆସି

ତୁମ କାମ ଫତେ କରି

ନିର୍ବିିଘ୍ନେ ଯାଉଛ

ମାଟି ଉପରେ ବସିଥିବା

ତୁମ ଇଷ୍ଟଦେବଙ୍କର

ଶରଣରେ ଥାଇ

ଅସହାୟ ମଣିଷଟିକୁ

ବେଶ ବିଦ୍ରୁପ କରିଛ

ଆଜି ତେଣୁ

ମୋତେ କାହିଁକି ଶମ୍ପୁଛ?

ଅତର୍କିତ ତୁମେ ହୋଇପାର

ଆଉ ମୁଁ ହୋଇପାରେ ନା?

ଯାଇଚ୍ଛା ତାହା କରିପାର

ମୁଁ ତାର ପ୍ରତିବାଦ କରି ପାରେ ନା?

-୨-

ସହରଟା ତାସ ଘର ପରି

ଭୁଷୁଡି ପଡିଲା

ଭୁଷୁଡି ପଡିଲା ତାର

ଗର୍ବ , ଅହଙ୍କାର ।

ସମସ୍ତଙ୍କୁ କନ୍ଦାଇଥିବା ଲୋକଟି

ଶିଶୁ ଭଳି ଅସହାୟ କାନ୍ଦିଲା ।

ସମସ୍ତଙ୍କ ଠାରୁ ସାହାରା ଛଡାଇ

ନେଇଥିବା ଲୋକଟି

ବିଚରା ଏତେ ବେସାହାରା

ହୋଇଗଲା!

ସହରଟା ତାସ ଘର ପରି

ଭୁଷୁଡି ପଡିଲା ।

ଭଲ ହେଲା, ନା ଖରାପ ହେଲା

ମଂଚ ଗୁଡା କିନ୍ତୁ ଧରାଶାୟୀ ହେଲା

କଂସ ମଂଚରୁ ଗଡିଲା

ସତ

ତା ସହିତ ମଲେ ମଥୁରାର

ସାଧାରଣ ଲୋକେ

ଅନେକେ ।

ଏହାହିଁ ଖରାପ ହେଲା ।

ଭଲ ହେଲା କଂସ ମଲା

ଆଉ ଏକ ସମାଜ ଗଢିବାର

ସମ୍ଭାବନା ସୃଷ୍ଟି ହେଲା

କିନ୍ତୁ କିଏ ଜାଣେ

ଯାହା କିଛି ଭଲ ଥିଲା

ତା ସବୁଦିନ ପାଇଁ

ଯେ ସମାଧି ନ ନେଲା?

-୩-

ତୁମେ ମୋତେ ଜୟ କରିବା ପାଇଁ

କୈାଶଳ କାଢିଲ ।

ମୁଁ ବାରମ୍ବାର ତୁମକୁ କହୁଥିଲି

ଆସ ସାଥି ହୋଇ ରହିବା ।

ତୁମେ କିନ୍ତୁ ନା ମୋ ଭାଷା ବୁଝିଲ

ନା ମୋ ବ୍ୟାକରଣରେ ମୁଣ୍ଡ ପୁରାଇଲ

ତୁମେ ମୋତେ ବିକଳ କରିଲ

ବିକଳାଂଗ କଲ

ସଭା ସମିତି, ସେମିନାର କରି

ମୋତେ ଜୟ କରୁଛ ବୋଲି

ବକ୍ତବ୍ୟ ବାଢିଲ ।

ତୁମ ସୃଷ୍ଟିକୁ ମୁଁ ଅପେକ୍ଷା କରିଥିଲି

କେତେ ଆଶା ନେଇ

ଯେ, ମୋ ଗର୍ଭରେ ଯିଏ ବଢୁଛି

ସେ ଏ ସୃଷ୍ଟିର ସବୁଠାରୁ ସୁନ୍ଦର ଜୀବ ହେବ

ଜନ୍ମ ହେଲେ, ସବୁ ସୁନ୍ଦର ଦିଶିବ

ଏ ମାଟି, ଆକାଶ, ଜଳ, ଜଂଗଲ

ସବୁ କିଛି ।

କିନ୍ତୁ କିଏ ଜାଣିଥିଲା ଯେ

ପର୍ଶୁରାମ ମୋ ଗର୍ଭରେ ବଢୁଛି?

ମୋର ସବୁ ହାରି, ଗୁହାରି

ସାଥିରେ ରହିବା ପାଇଁ ସବୁ ଅନୁରୋଧ

ସବୁଥିଲା ଅର୍ଥହୀନ

ତୁମ ପାଇଁ ।

ତୁମେ ଧରି ନେଲ

ମୁଁ ନିଶ୍ଚିତ ବିଜିତ

କେବଳ ସମୟର କଥା ।

ତୁମେ ବୋଧେ ଭୁଲ କଲ ।

ମୁଁ ଜାଣେ ନାହିଁ

ଏଥିପାଇଁ ତୁମେ କେତେ ଅନୁତପ୍ତ

କିନ୍ତୁ ମୁଁ ନିଶ୍ଚିତ ଦୁଃଖିତ

ଯେ ଭୂପୃଷ୍ଠରେ ଏତେ ବଡ ଦୁର୍ଘଟଣା ହେଲା ।

(ରଚନା ୨୦୦୧)

Photo credit- https://bit.ly/2XMK8GS

Contents
-୧-ସବୁ ଭାଂଗି ପଡିବା ପରେମୃତ୍ୟୁ ଏତେ ସହଜରେ ଆସିତୁମକୁ ଆଦରି ନେବା ପରେତୁମେ ସବୁ ନିର୍ବାକ୍ ହେଲଆଉ ମୋତେ ଶମ୍ପିବାକୁଆରମ୍ଭ କରିଲ ।କାହିଁକି ମୁଁ ତୁମକୁ ଆଗରୁନ କହିଲିଯେ ମୁଁ ଆସୁଛି ବୋଲି ?ମୋ ପେଟ ଭିତରର କଥାତୁମକୁ କାହିଁକିକହିଥାନ୍ତି ଯେ ।ତୁମେ କଣ କହିଥିଲଗାନ୍ଧୀକୁ ମାରିବ ବୋଲି?ତୁମେ କଣ କହିଥିଲଅଂଜନାକୁ ଧର୍ଷଣ କରିବ ବୋଲି?ତୁମେ କଣ କହିଥିଲଗ୍ରାହାମ୍ ଷ୍ଟେନସ୍‌ଙ୍କୁପୋଡି ଦେବତାଙ୍କ ଶିଶୁ ପୁତ୍ର ସହ?ନା, କହୁଛ କେତେବେଳେ ଆସିଯିବଆଉ ସୁନ୍ଦରୀ କାଶ୍ମୀରୀ ଲଳନାଅବୋଧ ସୁନ୍ଦର ଶିଶୁଙ୍କୁନିର୍ମମ ମାରିବ?ତୁମେ କେହିତୁମ ପେଟ ଭିତରର କଥାଆଗରୁ କହି ନାହଁ, କହୁନାହଁ ।ଅତର୍କିତ ଆସିତୁମ କାମ ଫତେ କରିନିର୍ବିିଘ୍ନେ ଯାଉଛମାଟି ଉପରେ ବସିଥିବାତୁମ ଇଷ୍ଟଦେବଙ୍କରଶରଣରେ ଥାଇଅସହାୟ ମଣିଷଟିକୁବେଶ ବିଦ୍ରୁପ କରିଛଆଜି ତେଣୁମୋତେ କାହିଁକି ଶମ୍ପୁଛ?ଅତର୍କିତ ତୁମେ ହୋଇପାରଆଉ ମୁଁ ହୋଇପାରେ ନା?ଯାଇଚ୍ଛା ତାହା କରିପାରମୁଁ ତାର ପ୍ରତିବାଦ କରି ପାରେ ନା?-୨-ସହରଟା ତାସ ଘର ପରିଭୁଷୁଡି ପଡିଲାଭୁଷୁଡି ପଡିଲା ତାରଗର୍ବ , ଅହଙ୍କାର ।ସମସ୍ତଙ୍କୁ କନ୍ଦାଇଥିବା ଲୋକଟିଶିଶୁ ଭଳି ଅସହାୟ କାନ୍ଦିଲା ।ସମସ୍ତଙ୍କ ଠାରୁ ସାହାରା ଛଡାଇନେଇଥିବା ଲୋକଟିବିଚରା ଏତେ ବେସାହାରାହୋଇଗଲା!ସହରଟା ତାସ ଘର ପରିଭୁଷୁଡି ପଡିଲା ।ଭଲ ହେଲା, ନା ଖରାପ ହେଲାମଂଚ ଗୁଡା କିନ୍ତୁ ଧରାଶାୟୀ ହେଲାକଂସ ମଂଚରୁ ଗଡିଲାସତତା ସହିତ ମଲେ ମଥୁରାରସାଧାରଣ ଲୋକେଅନେକେ ।ଏହାହିଁ ଖରାପ ହେଲା ।ଭଲ ହେଲା କଂସ ମଲାଆଉ ଏକ ସମାଜ ଗଢିବାରସମ୍ଭାବନା ସୃଷ୍ଟି ହେଲାକିନ୍ତୁ କିଏ ଜାଣେଯାହା କିଛି ଭଲ ଥିଲାତା ସବୁଦିନ ପାଇଁଯେ ସମାଧି ନ ନେଲା?-୩-ତୁମେ ମୋତେ ଜୟ କରିବା ପାଇଁକୈାଶଳ କାଢିଲ ।ମୁଁ ବାରମ୍ବାର ତୁମକୁ କହୁଥିଲିଆସ ସାଥି ହୋଇ ରହିବା ।ତୁମେ କିନ୍ତୁ ନା ମୋ ଭାଷା ବୁଝିଲନା ମୋ ବ୍ୟାକରଣରେ ମୁଣ୍ଡ ପୁରାଇଲତୁମେ ମୋତେ ବିକଳ କରିଲବିକଳାଂଗ କଲସଭା ସମିତି, ସେମିନାର କରିମୋତେ ଜୟ କରୁଛ ବୋଲିବକ୍ତବ୍ୟ ବାଢିଲ ।ତୁମ ସୃଷ୍ଟିକୁ ମୁଁ ଅପେକ୍ଷା କରିଥିଲିକେତେ ଆଶା ନେଇଯେ, ମୋ ଗର୍ଭରେ ଯିଏ ବଢୁଛିସେ ଏ ସୃଷ୍ଟିର ସବୁଠାରୁ ସୁନ୍ଦର ଜୀବ ହେବଜନ୍ମ ହେଲେ, ସବୁ ସୁନ୍ଦର ଦିଶିବଏ ମାଟି, ଆକାଶ, ଜଳ, ଜଂଗଲସବୁ କିଛି ।କିନ୍ତୁ କିଏ ଜାଣିଥିଲା ଯେପର୍ଶୁରାମ ମୋ ଗର୍ଭରେ ବଢୁଛି?ମୋର ସବୁ ହାରି, ଗୁହାରିସାଥିରେ ରହିବା ପାଇଁ ସବୁ ଅନୁରୋଧସବୁଥିଲା ଅର୍ଥହୀନତୁମ ପାଇଁ ।ତୁମେ ଧରି ନେଲମୁଁ ନିଶ୍ଚିତ ବିଜିତକେବଳ ସମୟର କଥା ।ତୁମେ ବୋଧେ ଭୁଲ କଲ ।ମୁଁ ଜାଣେ ନାହିଁଏଥିପାଇଁ ତୁମେ କେତେ ଅନୁତପ୍ତକିନ୍ତୁ ମୁଁ ନିଶ୍ଚିତ ଦୁଃଖିତଯେ ଭୂପୃଷ୍ଠରେ ଏତେ ବଡ ଦୁର୍ଘଟଣା ହେଲା ।(ରଚନା ୨୦୦୧)
Support Samadhwani
Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ