ଫୋଟୋ କ୍ରେଡିଟ – ଉଇକିମିଡ଼ିଆ କମନ୍ସ
ସିଂହାସନର
ଦୁଇ ଖୁରାରେ ଉଇ ଲାଗିଛି।
ଅଗଣାରେ ବରଗଛ ତଳେ କିନ୍ତୁ
ଅଭିଷେକ ଚାଲିଛି ।
ନିଆଁ ଜାଳିଲେ ସବୁ ବିଘ୍ନ ଚାଲିଯିବ,
ମୁଁ ବ୍ରାହ୍ମଣ ସାଜି, ତେଣୁ, ହୋମ ସଜାଡୁଛି।
ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି।
ମୁଁ କିଏ କରିବାକୁ ପ୍ରଶ୍ନ
ଅଭିଷିକ୍ତ ମଣିଷର ଓଜନ ବା କେତେ ?
ମୁଁ କିଏ କରିବାକୁ ପ୍ରଶ୍ନ
ଏ ସିଂହାସନର ପରମାୟୁ କେତେ ?
ମୁଁ ମୋର ପାଉଣା ପାଇଛି,
ତେଣୁ ହୋମ ସଜାଡୁଛି।
ସିଂହାସନର ଦୁଇ ଖୁରାରେ ଉଇ ଲାଗିଛି।
କବିତାଟି ସମୟ ଉପଯୋଗୀ ହୋଇଛି ତେଣୁ କବିଙ୍କୁ ଧନ୍ୟବାଦ