ଲାଙ୍ଗଷ୍ଟନ ହ୍ୟୁଗସଙ୍କ କବିତା : ଜଣେ ନିଗ୍ରୋ ନଈକୁ ଯାହା କହେ

ଜ୍ୟୋତି ନନ୍ଦ
ଜ୍ୟୋତି ନନ୍ଦ 500 Views
1 Min Read

ମୁଁ ନଈମାନଙ୍କୁ ଚିହ୍ନେ :

ମୁଁ ନଈମାନଙ୍କୁ ଚିହ୍ନେ ପ୍ରାଚୀନ ପୃଥିବୀ ଭଳି

ମଣିଷର ଶିରା ଧମନୀରେ ବହୁଥିବା ରକ୍ତଠାରୁ

ଅଧିକ ପୁରୁଣା ।

ଆତ୍ମା ମୋର ନଈମାନଙ୍କ ଭଳି ଗଭୀର ହୋଇଯାଏ।

ଯେତେବେଳେ ସିନ୍ଦୁରା ଫାଟେ

ମୁଁ ଇଉଫ୍ରେଟିସ୍ ରେ ସ୍ନାହାନ ଶେଷ କରେ ।

କଙ୍ଗୋ ନଦୀ କୂଳରେ କୁଡିଆ ମୋର ଆଉ ତାହାର ନାନାବାୟା ଗୀତରେ ଆଖିରେ ମୋର ବେଶ୍ ଗହମ ନିଦ ।

ମୁଁ ନୀଳନଦୀକୁ ଚାହେଁ ଆଉ ତାହା ଉପରେ ପିରାମିଡ୍ କୁ ଟିକିଏ ଟେକିଧରେ ।

ମିସିସିପି ର ଗୀତ ଶୁଣେ ଯେତେବେଳେ

ଆବେ ଲିଙ୍କନ ନିଉଅର୍ଲିଆନ୍ସକୁ ଯାଉଥାନ୍ତି

ଆଉ ମୁଁ ଦେଖେ ସେହି କାଦୁଆ ପଚପଚ ରାସ୍ତା

କେମିତି ସୁବର୍ଣ୍ଣ ସମ ଝଲମଲ କରୁଥାଏ ସୂର୍ଯ୍ୟାସ୍ତରେ ।

ମୁଁ ନଈମାନଙ୍କୁ ଚିହ୍ନେ :

ପ୍ରାଚୀନ ଆଉ କୁହୁଡିରେ ଭରା।

ଆତ୍ମା ମୋର ନଈମାନଙ୍କ ଭଳି ଗଭୀର ହୋଇଯାଏ ।

ଲାଙ୍ଗଷ୍ଟନ ହ୍ୟୁଗସ୍ (୧୯୦୧-୧୯୬୭) ଚର୍ଚ୍ଚିତ ଆମେରିକୀୟ ପ୍ରତିବାଦୀ କବି। ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ସେ ଥିଲେ ଜଣେ ସଶକ୍ତ କାବ୍ୟସ୍ୱର।

ଆମେରିକାର ଜାଜ୍ ପୋଏଟ୍ରି ବୋଲି ଏକ କାବ୍ୟଧାରା ସେ ଅନ୍ୟତମ ପ୍ରବର୍ତ୍ତକ । ପ୍ରଥମ ଫେବ୍ରୁଆରୀ ଥିଲା କବିଙ୍କ ଜନ୍ମଦିନ ।

ସୃଜନକାର ମାନଙ୍କର ସ୍ମରଣରେ ଏହି କବି ଜଣକ ରହିବା ଆବଶ୍ୟକ ଯେଉଁମାନେ ବିଶ୍ୱାସ କରନ୍ତି ପ୍ରତିବାଦ ସାହିତ୍ୟର ଏକ ପ୍ରମୁଖ ବିଭବ।

Share This Article