କୋଶଳାଞ୍ଚଳ ଲୋକସଂଗୀତର ତତ୍ତ୍ୱବିଚାର

ସପନ ମିଶ୍ର
ସପନ ମିଶ୍ର 464 Views
14 Min Read

ନୃତ୍ୟ ଏକ ପ୍ରଦର୍ଶନଶୀଳ କଳା ହେଲେ ହେଁ, ନାନ୍ଦନିକ ଦୃଷ୍ଟିରୁ ବିଚାର କଲେ ଲୋକନୃତ୍ୟ କେବଳ ଶସ୍ତା ମନୋରଂଜନଧର୍ମୀ କଳା ବା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ନୁହେଁ । ବାସ୍ତବରେ ଲୋକନୃତ୍ୟ ହେଉଛି ସାମାଜିକ ସହ ବନ୍ଧନ, ସହାବସ୍ଥାନ ଓ ସାମାଜିକ ଅଂଶଗ୍ରହଣର ପ୍ରକୃଷ୍ଟ ମାଧ୍ୟମ । ସର୍ବୋପରି ଲୋକନୃତ୍ୟ ସାମାଜିକ ସଂହତିର ଏକ ପ୍ରୟୋଗ କଳା ମଧ୍ୟ । ମାନବ-ସଭ୍ୟତାର ପ୍ରତ୍ୟେକ ସ୍ତରରେ ସରଳ ଭାବରେ ଏହାର ସାମାଜିକ ଉପଯୋଗ ହୋଇ ଆସିଥିବା କଥା ସମସ୍ତଙ୍କୁ ଜଣା । ପରିବର୍ତ୍ତନର ଧାରାରେ ଉତ୍ତରକାଳୀନ ବିକଶିତ ବା ରୂପାନ୍ତରିତ ଲୋକନୃତ୍ୟରେ ପ୍ରାକ୍‌କାଳୀନ ସ୍ୱରୂପ ଓ ବୈଶିଷ୍ଟ୍ୟର ଏକ ଅବଲୀନ ଅସ୍ତିତ୍ତ୍ୱ ସବୁବେଳେ ରହି ଆସିଥିବାର ଯଥେଷ୍ଟ ପ୍ରମାଣ ମିଳିଥାଏ । ଅଧିକଂତୁ ଏହାର ମୌଳିକ ଉଦ୍ଦେଶ୍ୟ ଓ ବୈଶିଷ୍ଟ୍ୟ ଏବେ ମଧ୍ୟ ଏହାର ପ୍ରଦର୍ଶନରେ ବିଦ୍ୟମାନ ।

ନୃତ୍ୟ କାଳର ଉତ୍ପତ୍ତି, ବିକାଶ, ସ୍ୱରୂପ ଓ ବୈଶିଷ୍ଟ୍ୟ ସଂପର୍କିତ ଏହି ସାର୍ବଜନୀନ ତତ୍ତ୍ୱ୍ୱର ପୃଷ୍ଠଭୂମିରେ କ୍ଷେତ୍ରୀୟ ପ୍ରାଧାନ୍ୟକୁ ଭିତ୍ତିକରି କୋଶଳାଂଚଳ ବା ପଶ୍ଚିମ ଓଡ଼ିଶାର ଲୋକନୃତ୍ୟମାନ ମୂଳ ସ୍ତରରୁ ବିବର୍ତ୍ତିତ ହୋଇ ଏପର୍ଯ୍ୟନ୍ତ ପ୍ରଦର୍ଶିତ ହେଉଛି । କୋଶଳାଂଚଳର ବହୁ ସ୍ଥାନରେ ପ୍ରାଗୈତିହାସିକ ମାନବ-ସଭ୍ୟତାର ବିବର୍ତ୍ତନ ଘଟିଥିବାର ବହୁ ପ୍ରତ୍ନତାତ୍ତ୍ୱିକ ନିଦର୍ଶନରୁ ପ୍ରମାଣିତ ହୋଇସାରିଛି । ଏବେ ମଧ୍ୟ ଏହି ଅଞ୍ଚଳର ଲୋକ ସମାଜ ଆଦିବାସୀ-ସମାଜକୁ ଭିତ୍ତିକରି ବିକଶିତ ହୋଇଥିବାର ଲକ୍ଷ୍ୟ କରାଯାଏ । ତେଣୁ ଜୀବନଧର୍ମୀ ଅନ୍ୟାନ୍ୟ ବହୁକଳା ପରି ନୃତ୍ୟକଳାର ବିବତ୍ତ୍‌ର୍ନ ମଧ୍ୟ ଏ ଅଂଚଳର ପ୍ରାଗୈତିହାସିକ ମାନବ-ସମାଜରୁ ଆରମ୍ଭ ହୋଇଥିବାର ଅନୁମାନ ମିଥ୍ୟା ହୋଇ ନପାରେ । କୋଶଳାଂଚଳର ଧର୍ମାଚାର ନୃତ୍ୟ, ସାମରିକ ନୃତ୍ୟ, ଆଭିଚାରିକ ନୃତ୍ୟ, ଗୋଷ୍ଠୀ ନୃତ୍ୟ, ଯୁବ ପ୍ରମୋଦ ନୃତ୍ୟ, ଗୋଷ୍ଠୀପ୍ରମୋଦ ନୃତ୍ୟ, ଓ ମଂଗଳ ନୃତ୍ୟ ଆଦି ବିଭିନ୍ନ ପ୍ରକାର ଶତଶତ ନୃତ୍ୟାନୁଷ୍ଠାନର ଶୈଳୀମାନ ଏବେ ମଧ୍ୟ ଆଦିମ ସ୍ୱରୂପ ଓ ବୈଶିଷ୍ଟ୍ୟର ଅତ୍ୟନ୍ତ ନିକଟବର୍ତ୍ତୀ । ଏହି ଦୃଷ୍ଟିରୁ ଏ ଅଂଚଳର ଲୋକନୃତ୍ୟର ବିବର୍ତ୍ତନ ମୂଳରେ ଆଦିବାସୀ ଆଧାର ମତବାଦର ସତ୍ୟତା ପ୍ରାସଙ୍ଗିକ ମନେ ହୁଏ ।

କୋଶଳାଂଚଳର ଲୋକଗୀତ-ନୃତ୍ୟ-ବାଦ୍ୟ ସଂଗୀତଶାସ୍ତ୍ରର ମୂଳସିଦ୍ଧାନ୍ତ ଅନୁଯାୟୀ କିଭଳି ବିକଶିତ ହୋଇ ଆସିଛି ତାହାର ଏକ ସୂଚନା ଶଂସିତ ପ୍ରବନ୍ଧର ବିଷୟବସ୍ତୁ । ଯେକୌଣସି ଏକ ଭୂଖଣ୍ଡର ଗୀତ-ନୃତ୍ୟ-ବାଦ୍ୟର ବ୍ୟବସ୍ଥିତ ପଦ୍ଧତି ନିହାତି ଭାବରେ ସେହି ଅଂଚଳର ସାମାଜିକ ସାଂସ୍କୃତିକ ଉଚ୍ଛ୍ୱାସର ଏକ ବଳିଷ୍ଠ ଅଭିବ୍ୟକ୍ତି । ସଂଗୀତର ତତ୍ତ୍ୱ ଓ ତଥ୍ୟ ଏକ ଜୀବନ୍ତ, ଅଭିବ୍ୟକ୍ତ୍ୟାତ୍ମକ ବିଷୟ ହୋଇଥିବାରୁ ଏହା ବିବିଧ ରୀତି ନୀତି, ଶୃଙ୍ଖଳା, ପଦ୍ଧତି, କ୍ରମ, ପ୍ରଣାଳୀ ଓ ବ୍ୟବସ୍ଥାପନା ବେଳେ କଳାକାର ଯେଉଁ ସଂକଳ୍ପନାଗୁଡ଼ିକର ବ୍ୟବହାର କରିଥାଏ ତାକୁ ଜାଣିବା ମଧ୍ୟ ବିଧେୟ । ଏକ ଏକ ଭୌଗୋଳିକ ଖଣ୍ଡରେ ବିଭିନ୍ନ ଐତିହାସିକ, ସାଂସ୍କୃତିକ, ସମାଜତାତ୍ତ୍ୱିକ, ନୃତାତ୍ତ୍ୱିକ ବା ଅନ୍ୟାନ୍ୟ କାରଣରୁ ସେ ଅଂଚଳର ଅସ୍ମୀତା ମଧ୍ୟ ପ୍ରରିସ୍ପୁଟ ହୋଇଥାଏ । ସେମାନଙ୍କର ଉଚ୍ଛ୍ୱାସର ସଂଗୀତମୟ ଅଭିବ୍ୟକ୍ତିରେ ବାଚିକ ଓ ବାଦ୍ୟଯାନ୍ତ୍ରିକ ଧ୍ୱନି ଉଭୟର ମୌଖିକ ଓ ଲିଖିତ ପରମ୍ପରା ମଧ୍ୟଦେଇ ବିକଶିତ, ସଂରକ୍ଷିତ ଓ ପ୍ରସାରିତ ହୋଇଆସିଥାଏ । ଗାୟନ, ବାଦନ ନର୍ତ୍ତନ ସହ ସେସବୁରେ ଉପଯୋଗୀ ସମସ୍ତ ବିଭାଗ ସହ ବାଦ୍ୟଯନ୍ତ୍ରର ତିଆରିରୁ ଆରମ୍ଭକରି ତାର ଧ୍ୱନି ତରଙ୍ଗାୟନ, ଅଭିବ୍ୟକ୍ତି ଓ ଭାବ ଉଦ୍ରେକ ପର୍ଯ୍ୟନ୍ତ ସମସ୍ତ ବିଷୟ ସଂଗୀତର ଉପଜୀବ୍ୟ । ସ୍ୱର ପେଟିକା ସହ ବିଭିନ୍ନ ଧ୍ୱନ୍ୟାତ୍ମକ ଅଭିବ୍ୟକ୍ତି ମଧ୍ୟ ଏହାର ପରିସରଭୁକ୍ତ । ବିଭିନ୍ନ ବାଦ୍ୟଯନ୍ତ୍ରର ତିଆରି ସମୟରେ ଯେଉଁ ଧ୍ୱନି, ସ୍ୱର ବା ତାଳ ସୃଷ୍ଟିର ନିହିତ ଉଦ୍ଦେଶ୍ୟ ରହିଥାଏ, ତାର ବୈଜ୍ଞାନିକତା ଓ ଆବଶ୍ୟକତାକୁ ମଧ୍ୟ ସଂଗୀତର ଅଧ୍ୟୟନ କ୍ଷେତ୍ରରେ ରଖାଯାଇଥାଏ ।

ଯୁଗ ପରିବର୍ତ୍ତନ ଜନିତ ଭୌତିକ ପରିବର୍ତ୍ତନରେ କୋଶଳାଂଚଳର ଲୋକଗୀତ ନୃତ୍ୟବାଦ୍ୟର ବିବର୍ତ୍ତନ ଅବଶ୍ୟମ୍ଭାବୀ । ସଚରାଚର ବିଶ୍ୱରେ ସମାଜତାତ୍ତ୍ୱିକ ଓ ନୃତାତ୍ତତ୍ତ୍ୱିକ ଦିଗରୁ ପରିବର୍ତ୍ତନ ଉନ୍ମୁଖୀ ଲୋକଗୀତ ନୃତ୍ୟ ବାଦ୍ୟର ଆଂଶିକ ଓ ଆତ୍ମିକ କାୟାକଳ୍ପକୁ ପ୍ରଭାବିତ କରିଥିବା ବାହ୍ୟିକ ଓ ଆଭ୍ୟନ୍ତରୀଣ କାରକ ଓ ଘଟକଗୁଡ଼ିକୁ ଚିହ୍ନିତ କରିବାର ଆବଶ୍ୟକତା ରହିଛି । କାଳର କରାଳରେ ଅବଲୁପ୍ତ, ଅବଲୁପ୍ତ ପ୍ରାୟ ଓ ଅବଲୁପ୍ତମୁଖୀ ବିଭିନ୍ନ ଲୋକଗୀତ ନୃତ୍ୟବାଦ୍ୟକୁ ବର୍ଗୀକରଣ କରି ଭାରତୀୟ ସଂଗୀତ ଜଗତରେ ତୁଳନାତ୍ମକ ଭାବରେ କୋଶଳାଂଚଳର ଲୋକଗୀତନୃତ୍ୟବାଦ୍ୟର ଭିନ୍ନଭିନ୍ନ ସ୍ତରକୁ ଦର୍ଶାଇବା ଏଇ ପ୍ରବନ୍ଧର ଲକ୍ଷ୍ୟ ।

ଏହି ପ୍ରସଙ୍ଗର ଅଧ୍ୟୟନ ପାଇଁ କୋଶଳାଂଚଳର ଲୋକଗୀତ ନୃତ୍ୟବାଦ୍ୟ ଓ ନାଟ୍ୟ ପରମ୍ପରାର ବହୁବିଧ ଓ ବହୁକ୍ଷେତ୍ରୀୟ ଅନୁଧ୍ୟାନପରେ କେତେକ ମୌଳିକ ପରମ୍ପରା ଏଯାଏଁ ପ୍ରଚଳିତ ଥିବାବେଳେ, ଅନେକ ସଂଗୀତ ପରମ୍ପରା ଲୁପ୍ତ, ଲୁପ୍ତପ୍ରାୟ ଏବଂ ଅନେକ ପରିବର୍ତ୍ତିତ ହୋଇ ଚାଲିଛି । ସେ ଅଧ୍ୟୟନ ମଧ୍ୟରେ ଲୋକସଂଗୀତର ମୌଳିକତା ସହ ପରିବର୍ତ୍ତନଶୀଳତାର ଲକ୍ଷଣ ଓ ସ୍ୱରୂପକୁ ମଧ୍ୟ ଆକଳନ କରିବାର ପ୍ରଚେଷ୍ଟା କରାଯାଇଛି । ବିଭିନ୍ନ ସୂତ୍ରରୁ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟର ବିଶ୍ଲେଷଣ ପରେ ଏତିକି ସ୍ପଷ୍ଟ ଯେ ବାଦ୍ୟଯନ୍ତ୍ରର ତିଆରି ଓ ଉପଯୋଗ ଯୋଗୁଁ ତାର ଧ୍ୱନି, ସ୍ୱର ମାଧୁର୍ଯ୍ୟ, ସର୍ବାଙ୍ଗୀନ ଆଙ୍ଗିକ ପରିବର୍ତ୍ତନ ମଧ୍ୟ ହୋଇଛି । ଗବେଷକର ଉପଲବ୍ଧି ଏହା ଯେ, ସାଂଗୀତିକ ବିବର୍ତ୍ତନର ସିଦ୍ଧାନ୍ତ ଅନୁସାରେ କେତେକ ମୂଳ ଗୀତାଂଶ ଅପରିବର୍ତ୍ତିତ ରହି ଅନେକାଂଶରେ ପରିବର୍ତ୍ତ୍‌ନ ହୋଇଛି । ସେହିଭଳି ସ୍ୱରାନୁକ୍ରମର ଆରମ୍ଭ ସ୍ଥିର ରହି ପୁନଃପୌନିକ ମାତ୍ରା ଓ ସମଷ୍ଟି ବା ଅନ୍ୟାନ୍ୟ ସ୍ୱରମାନରେ ପରିବର୍ତ୍ତନ ଅନୁମେୟ । ସଙ୍ଗୀତଶାସ୍ତ୍ରଜ୍ଞ ବି.ଏନ୍‌. ବ୍ରୋନସନ୍‌ଙ୍କ ମତରେ ମୌଖିକ ପରମ୍ପରାରେ ଆବଶ୍ୟକୀୟ ସାଙ୍ଗୀତିକ ସ୍ଥିରତା ମଧ୍ୟ କୋଶଳାଂଚଳର ଲୋକସଂଗୀତରେ ଅପରିବର୍ତ୍ତନୀୟ ରହିଛି ।

ଅତ୍ୟନ୍ତ ଗ୍ରାମ୍ୟ ଲୋକକଳାକାର ଗାୟନ ବା ବାଦନ ସମୟରେ ପୂର୍ବାନୁମାନ ବା ସ୍ମରଣଶକ୍ତି ବଳରେ ଯାହା ଆୟତ୍ତ କରିଥାଏ, ତାକୁ ପରବର୍ତ୍ତୀକାଳରେ ଗାଇବା ବା ବଜେଇବା ସମୟରେ କେତେକାଂଶରେ ବିସ୍ମୃତ ହେବା ଏକ ସ୍ୱାଭାବିକ ମାନବୀୟ ପ୍ରକୃତି । ଅଧ୍ୟୟନ ସମୟରେ ଏଭଳି ଅସନ୍ତୁଳନର ଦୃଷ୍ଟାନ୍ତ ମିଳିଛି ।

Jett Todd ତାଙ୍କ ପୁସ୍ତକ A Musical & Cultural Analysis ରେ ସଂଗୀତର ମୂଳତତ୍ତ୍ୱ ବାବଦରେ ବିଷଦ ବର୍ଣ୍ଣନା କରିଛନ୍ତି । Enthnomusicology ଯାହାକି ପୂର୍ବରୁ ‘comparative musicology’ କୁହାଯାଉଥିଲା ତାକୁ ଏକ ଅଂଚଳର ସଂସ୍କୃତିର ଆଧାରରେ ସଂଗୀତର ଅଧ୍ୟୟନକୁ ହିଁ ବୁଝାଯାଇଥାଏ । ଏହା କୌଣସି ଅଂଚଳର ସଂଗୀତର anthropological ବା ନୃତାତ୍ତ୍ୱିକ କିମ୍ବା ethnographical ବା ନୃବଂଶବିଜ୍ଞାନ ଅଧ୍ୟୟନ ବୋଲି କୁହାଯାଏ ।

କୌଣସି ଅଞ୍ଚଳର ସଂଗୀତର ଅଧ୍ୟୟନ ସକାଶେ ନିମ୍ନୋକ୍ତ ୭ଟି ତତ୍ତ୍ୱକୁ ଆଧାର କରାଯାଇଥାଏ :

୧- ଧ୍ୱନିତତ୍ତ୍ୱ- Sound : କୌଣସି ଧ୍ୱନିର ଉପାଦାନ, ଯଥା, ସ୍ୱରମାନ, ସ୍ୱର ବିଶେଷଣ ଗଠନ, ପ୍ରକୃତି, ମାତ୍ରା, ପ୍ରସାର, ବିସ୍ତାର, ଅବଧି ଏବଂ ଆକାର ପ୍ରଶସ୍ତତା, ବ୍ୟବଧାନ ।

୨- ରାଗତତ୍ତ୍ୱ- Melody: ସ୍ୱରର ମଧୁରତା, ସ୍ୱର ମାଧୁର୍ଯ୍ୟ, ଲୟ, ପ୍ରଖରତା, ସ୍ୱରାନୁକ୍ରମ ଏବଂ ଧୂନ୍ ।

୩- ସ୍ୱରେକ୍ୟ ବାଦ- Harmony: ସ୍ୱର ସଂଗତି, ସ୍ୱରର ମେଳ, ଅନୁରୂପତା, ଅବିରୋଧ, ଐକ୍ୟ, ତାଳମେଳ, ସୁମେଳ, ସମରସତା ଏବଂ ଏକମୟତା ।

୪- ତାଳତତ୍ତ୍ୱ- Rhythm -: ଆବତ୍ତ୍‌ର୍ନ, ଠେକା, ହାଳଲୟ, ପୁନଃ ପୌନିକ ମାତ୍ରାର ସମଷ୍ଟି ।

୫- ସାମଗ୍ରିକ ଏକବଦ୍ଧ ଭାବେ ଗଠିତ ପ୍ରକମ୍ପନ – Texture: ଧ୍ୱନିର ପ୍ରକୃତି, ଗଠନ, ଚଳନ, ସଂଘଟନ, ସଂରଚନା, ସମଧ୍ୱନିତା, ଘନତା ।

୬-ଗଠନ ବା ଆକାର – Struture / Form: ସାଂଙ୍ଗୀତିକ ଅଂଶ, Strophic, through – composed (musturn – ABCDE……) Binary (AB), TernaryCABA) Rondo (ABACA) or Arch (ABCBA) sonata (Exposition, (ABACABA) Development, Theme &Variations  – – (ପ୍ରଦର୍ଶନ, ବିଷୟ, ପରିବର୍ତ୍ତନତା ) ।

୭- ଅଭିବ୍ୟକ୍ତି ଗତିଶୀଳତା, ଗୁମ୍ଫନ- Expression (dynamics, tempo, artilxlation):

ସଂଗୀତ ବିଶାରଦମାନଙ୍କ ମତାନୁସାରେ ଭାଷାର ସୃଷ୍ଟିର ବହୁ ପୂର୍ବରୁ ସଂଗୀତର ସୃଷ୍ଟି । ଶାମ ବେଦରେ ସ୍ପଷ୍ଟ ଭାବରେ ଉଲ୍ଲିଖିତ, ସଂଗୀତ ହିଁ ପ୍ରଥମେ ଈଶ୍ୱରଙ୍କ ସହ ଯୋଡ଼ି ହେବା ପାଇଁ ମନୁଷ୍ୟର ଅବଲମ୍ବନ । ଭରତ ମୁନିଙ୍କ ‘ନାଟ୍ୟ ଶାସ୍ତ୍ର’ ଅନୁଯାୟୀ ଭାଷାର ପ୍ରଚଳନ ପୂର୍ବରୁ ଠାର ନାର ସମୟରେ ସଂଗୀତ ହିଁ ପ୍ରଥମେ ସୃଜାନତ୍ମକ ଭାବାବ୍ୟକ୍ତିର ମାଧ୍ୟମ ଥିଲା । ସଂଗୀତ ହିଁ ସମସ୍ତ କଳାତ୍ମକ ଅଭିବ୍ୟକ୍ତିର ମୂଳ । ପରବ୍‌ର୍ତ୍ତୀ ସମୟରେ ସ୍ୱାମୀ ବିବେକାନନ୍ଦ ମଧ୍ୟ ତାଙ୍କ ଭାଷଣରେ ବାଚିକ ଭାବ ଲେଣଦେଣ ପୂର୍ବରୁ ସଂଗୀତ ରହିଥିବାର ଉକ୍ତ ପ୍ରମାଣକୁ ପରିପୃଷ୍ଟ କରିଛନ୍ତି । ଅର୍ଥାତ୍ ପୃଥିବୀରେ ପ୍ରଥମେ ସଂଗୀତ ସୃଷ୍ଟି ହୋଇଥିଲା ଏବଂ ପରେ ହୋଇଥିଲା ଭାଷାର ପ୍ରଚଳନ । ଭାରତରେ ପ୍ରାୟ ୨୦୦୦ ବର୍ଷ ପୂର୍ବରୁ ବୈଦିକ ମନ୍ତ୍ର ପାଠ ସମୟରେ ସଂଗୀତ ପ୍ରଚଳନ ହୋଇଥିବା ଜଣାଯାଏ । ସମ୍ବବତଃ ପ୍ରୀଚୀନ ଗ୍ରୀକ୍ ଦେଶରେ ଖ୍ରୀ.ପୂ. ୫୦୦ରେ ସଂଗୀତର ଉଦ୍ଭାବନ ବାବଦରେ ବୈଜ୍ଞାନିକତା ସହ ସାଂଙ୍ଗୀତିକ ବ୍ୟାବଧାନିକ ଗାଣିତିକ ସୂତ୍ର ବାହାର କରିଥିବାର ଜଣାଯାଏ । ସେମାନେ ‘tetra chord’ ବା ଏକ ସ୍କେଲ୍ ର ଚାରୋଟରି ‘ନୋଟ୍‌’ ପ୍ରଥମେ ଉଦ୍ଭାବନ କରିଥିବାର ଜଣାଯାଏ । ଏକ ସଂଗୀତ ପରମ୍ପରାରେ ଗୀତ ଏବଂ ବାଦ୍ୟଯନ୍ତ୍ରଗୁଡ଼ିକ ପରିବର୍ତ୍ତନଶୀଳ । ନୂତନ ପିଢ଼ିନୁସାରେ ଆବଶ୍ୟକୀୟ ପରିବତ୍ତ୍‌ର୍ନକୁ ଗ୍ରହଣ କରି ଉଭୟ ଶ୍ରୋତା ଓ ସଂଗୀତ ଅଭିବ୍ୟକ୍ତକାରୀ କିଛି ମୂଳ ବା ବୈଶିଷ୍ଟ୍ୟ ବଜାୟରଖି କିଛି ପରିବତ୍ତ୍‌ର୍ନ ଅବଶ୍ୟ କରିଚାଲିଥାନ୍ତି ।

କୋଶଳାଂଚଳର ପ୍ରମୂଖ ସଂଗୀତତ୍ମାକ ଆୟୋଜନ ନିଃସନ୍ଦେହ ଭାବରେ ଗଁଡ଼ାବଜା ଯାହାକୁ ଅପଭ୍ରଂଶ କରି ଦୁଲ୍‌ଦୁଲି ବା ପଂଚବାଦ୍ୟ ବୋଲି କୁହ ଯାଉଛି। ଏହା ମୂଖ୍ୟତଃ ପାଞ୍ଚଟି ବାଦ୍ୟର ସମାହାରରେ ସଂଗଠିତ । ଏହା ଢ଼ୋଲ୍‌, ନିଶାନ୍‌, ମହୁରୀ, ତାସା ଓ ଟିମକିଡ଼ି/ଝାଞ୍ଜ ବୃନ୍ଦବାଦ୍ୟ । ଏହି ସବୁ ବାଦ୍ୟଯନ୍ତ୍ର ଗୁଡ଼ିକରେ ତିଆରି ସମୟରୁ ଏପରି ବ୍ୟବସ୍ଥା କରାଯାଇଥାଏ ଯେ, ଏଥିରୁ ଉତ୍ପନ୍ନ ହେଉଥିବା ସ୍ୱ ସ୍ୱ ଧ୍ୱନି ତରଙ୍ଗ ମିଳିତ ଭାବରେ ଯେଉଁ ପ୍ରଭାବ ସୃଷ୍ଟି କରନ୍ତି, ତାହାକୁ ଉକ୍ତ ସାଂଗୀତିକ ତତ୍ତ୍ୱ ଅବଲମ୍ବନରେ ବୈଜ୍ଞାନିକତାର ସହ ଅନୁଶୀଳନ କରାଯାଇପାରେ । ଧ୍ୱନି, ମଧୁରତା, ସ୍ୱର ସଙ୍ଗତି, ତାଳଳୟ, ପ୍ରକମ୍ପନ, ସାଙ୍ଗୀତିକ ଆକାର ଓ ଅଭିବ୍ୟକ୍ତିର ଗତିଶୀଳତା ଦୃଷ୍ଟିରୁ ସର୍ବତୋ ଭାବେ ଅନନ୍ୟ । ଏହା ଅସ୍ଵାଦନକାରୀଙ୍କ ଉପରେ ପୂର୍ଣ୍ଣ ପ୍ରଭାବ ସଂଚରିତ କରିବାରେ ସମ୍ଭବ ହୋଇପାରିଛି । ଢ଼ୋଲ୍‌ର ପାର ଘାତ, ତାସାର ତାଳ ବିଭାଗ, ନିସାନର କମ୍ପନ, ମୁହୂରୀର ତ୍ରୀବତା ତଥା ଟିମକିଡ଼ି/ଝାଞ୍ଜ୍‌ର ସହାୟକତା ଏହାକୁ ଏଭଳି ଏକ ବୃନ୍ଦବାଦ୍ୟ ଭାବେ ଗୁମ୍ଫନ କରିବାରେ ସହାୟକ ହୋଇଛି । ଶ୍ରୋତାର ଦେହ, ମନ, ପ୍ରାଣ, ଆତ୍ମା ଓ ଭାବକୁ ଏକ ସମୟରେ ସ୍ୱତନ୍ତ୍ର ଓ ସାମଗ୍ରୀକ ଭାବରେ ପୂର୍ଣ୍ଣତଃ ପ୍ରଭାବିତ କରୁଥିବାରୁ ଏହି ସଙ୍ଗୀତର ଆକର୍ଷଣ ତଦନୁରୁପେ ମାଦକତାପୂର୍ଣ୍ଣ । Bass ଓ treble ହେଉଛି ଯେକୌଣସି ସଂଗୀତର ଅନ୍ୟତମ ଦୁଇ ମୁଖ୍ୟ ଆଧାର । treble ସେଇ ସ୍ୱରକୁ ବୁଝାଇଥାଏ ଯାହାର frequency ବା ପରିସର ମାନବ ଶ୍ରବଣର ଉଚ୍ଚତାରେ ଥାଏ । ସଂଗୀତରେ ଏହାକୁ ‘ଉଚ୍ଚ ନୋଟ୍‌’ କୁହାଯାଏ । କୋଶଳାଂଚଳର ବହୁଳ ପ୍ରଚଳିତ ମୁହୂରୀର ସ୍ୱରକୁ treble କୁହାଯାଇପାରେ । ଅନେକ ସମୟରେ treble ର frequency ୨୦୦୮ରୁ ୧୬,୩୮୪ ଐ୨ (ଉ୭-ଉ୧୦) ପର୍ଯ୍ୟନ୍ତ ହୋଇପାରେ । treble ସ୍ୱର ହେଉଛି bassର ପ୍ରତିପକ୍ଷ । ନିଶାନ ବାଦ୍ୟ ହେଉଛି ଏହାର ଦୃଷ୍ଟାନ୍ତ । ଈବଗ୍ଦଗ୍ଦ ତଳସ୍ତର ବା ପରିସରର ଧ୍ୱନିକୁ ବୁଝାଏ ଏହା ପ୍ରାୟ ୧୬ରୁ ୨୫ SH2 (Cq ରୁ C4 ମଧ୍ୟ) ପର୍ଯ୍ୟନ୍ତ frequency ରେ ଥାଏ । pitch ପିଚ୍ ଉ୨ ରୁ ଉ୪ ମଧ୍ୟରେ ରହେ ।

କୋଶଳାଂଚଳର ଲୋକଗୀତ ନୃତ୍ୟବାଦ୍ୟର ମହତ୍ତ୍ୱର ବର୍ଣ୍ଣନା ଅଧିକ ଗବେଷଣାର ଅପେକ୍ଷା ରଖେ । ଏହି ଅଞ୍ଚଳର ଲୋକଗୀତ ସଂଗୀତ ନିଶ୍ଚିତ ଭାବେ ଅନନ୍ୟ ସାଂଗୀତିକ ସ୍ୱକୀୟତା ବହନ କରେ । ଏହି ସାଂଗୀତିକ ଗୁଣ (sonic value) କୋଶଳାଂଚଳର ଅନ୍ୟତମ ମୌଳିକ ବୈଶିଷ୍ଟ୍ୟ । ପ୍ର. ଆଦିକନ୍ଦ ସାହୁ ଏ ବାବଦରେ ‘ସମ୍ବଲପୁର : ଭାଷା ଓ ସାହିତ୍ୟ’ ସଂକଲନରେ ସବିଶେଷ ବ୍ୟାଖ୍ୟା କରିଛନ୍ତି । ତାଙ୍କ ମତରେ “କେବଳ ଲାଳିତ୍ୟ ଦୃଷ୍ଟିରୁ ନୁହେଁ ବରଂ ଏଥିରେ ଥିବା ରସନିବିଡ଼ ଅଭିବ୍ୟକ୍ତି ପ୍ରତୀୟମାନ ହୋଇଥାଏ । ଏହି ଅଂଚଳର ଉଦ୍ଦୀପ୍ତ ଜନଜୀବନର ଅନୁଭବ ମଧ୍ୟ ରସୋଜ୍ଜ୍ୱଳ ଆନ୍ତରିକ ଅଭିବ୍ୟକ୍ତି ମାଧ୍ୟମରେ ଦେଖିବାକୁ ମିଳେ । କୋଶଳାଂଚଳର ଲୋକଗୀତନୃତ୍ୟବାଦ୍ୟରେ ନୃତାତ୍ତ୍ୱିକ ବିଶ୍ଲେଷଣ (anthropological discourse) ପରିଲକ୍ଷିତ ହେବା ସହ ଲୋକକବି କଳାକାରର ବହୁବିଧ ଅଭିଜ୍ଞତାକୁ ନିଖିଳ ଜନତା ପାଇଁ ବିନ୍ୟାସଗତ ରୂପ ଓ ଗୁଣ ସଂପନ୍ନ କରି ତୋଳିଥାଏ । କୋଶଳାଂଚଳର ବିଶେଷକରି ସମ୍ବଲପୁରୀ ଲୋକଗୀତରେ ସଙ୍ଗୀତ (music)ଧ୍ୱନି (sound) ଯଦି (Alloitxration) ଛାନ୍ଦ (Rhyth) ଆଦି ବହୁ ଉପାଦାନର ବୈଜ୍ଞାନିକ ବିଶ୍ଲେଷଣ ଏଯାବତ୍ ହୋଇ ନଥିଲେ ହେଁ ସମ୍ବଲପୁରୀ ଲୋକଗୀତରେ ସାମଗ୍ରିକ ପ୍ରଭାବକୁ ତଥା ତାର ସାଙ୍ଗୀତିକ ମାଧୁର୍ଯ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ ।” ସମ୍ବଲପୁରୀ ଗୀତର ବିଶେଷ ସ୍ୱର ମାଧୁର୍ଯ୍ୟ ଭିତରେ ସଂଗୀତିକତାର ସମନ୍ୱୟ ହୋଇ ଅଭିବ୍ୟକ୍ତି ଲାଭ କରିଥିବାରୁ ତାହା ବହୁଳ ଭାବରେ ସମସ୍ତଙ୍କ ଦ୍ୱାରା ହୃଦ୍ୟ ହୋଇଥାଏ । ଏକ ବିଶେଷ ଛନ୍ଦପାଦ ଓ ସ୍ୱରାଘାତ ଭିତରେ ସମ୍ବଲପୁରୀ ଗୀତରେ କବି ଆତ୍ମା ଅତ୍ୟନ୍ତ ରସନିବିଡ଼ ତଥା ଆନ୍ତରିକ ଅଭିବ୍ୟକ୍ତି ଲାଭ କରିଛି । ଯେ କୌଣସି ନିର୍ଦ୍ଦିଷ୍ଟ ଏକ ଭୌଗୋଳିକ ପରିସୀମା ଅନ୍ତର୍ଗତ ଅଂଚଳର ଲୋକଗୀତନୃତ୍ୟବାଦ୍ୟ କେବଳ ଚିତ୍ତବିନୋଦନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ସେହି ଅଂଚଳର ସାମାଜିକ ଦାୟିତ୍ୱ, ଆଧ୍ୟାମିôକ ଅଭିଲିପ୍‌ସା ଓ ବ୍ୟକ୍ତି ଜୀବନର ନୈତିକ ଶୁଦ୍ଧତା ପରିପୂରଣ କରିବା ଦିଗରେ ଏହା ନିଶ୍ଚିତ ଓ ନିର୍ଦ୍ଦିଷ୍ଟ ଭୂମିକା ମଧ୍ୟ ରହିଛି । କହିବା ବାହୁଲ୍ୟ ମାତ୍ର, କୋଶଳାଂଚଳର ଲୋକଗୀତରେ ସୌନ୍ଦର୍ଯ୍ୟ ଚେତନା ତଥା ଗୀତିଧର୍ମ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃକ ଦ୍ୱାରା କିଛିକାଂଶରେ ଲୋକଗୀତନୃତ୍ୟଗୁଡ଼ିକର ସଂଗ୍ରହ ଉଦ୍ୟମ ହୋଇଛି ମାତ୍ର ସେ ସୁନ୍ଦର ସାଙ୍ଗୀତିକ ଓ ବୈୟାକରଣିକ ଅଧ୍ୟୟନ ହୋଇ ନାହିଁ । ଯାହା ଫଳରେ କୋଶଳାଂଚଳର ଲୋକଗୀତ ଭିତରେ ଯେଉଁ ଛାନ୍ଦସିକ ତୀବ୍ରତା (Lyrical intensity) ରହିଛି ତାହା ଏ ଯାବତ୍ ପ୍ରକୃତ ଭାବେ ଚିହ୍ନିତ ହୋଇପାରି ନାହିଁ ।

ଜୀବନର ଗଭୀରତମ ବିଷୟ କେବଳ ସଙ୍ଗୀତ ଭିତରେ ହିଁ ଗୀତ ହୋଇଥାଏ । ସମ୍ବଲପୁରୀ ଭାଷାରେ ରଚିତ ଗୀତର ଏକ ବିଶେଷ ଛନ୍ଦସାବତା ଓ ସାଙ୍ଗୀତିକତାର ଗୁଣ ଯୋଗୁଁ ତାହା ଅଧିକ ପ୍ରାଣସ୍ପର୍ଶୀ ଅର୍ଥ ପ୍ରକଟିତ କରିଥାଏ । ସମ୍ବଲପୁରୀ ଲୋକଗୀତରେ ସାଧାରଣତଃ ତିନୋଟି ମୁଖ୍ୟ ବିଭାଗ ରହିଛି । ସେଗୁଡ଼ିକ ହେଲା ୧. ପ୍ରତ୍ୟକ୍ଷ ଜୀବନାନୁଭୂତି (The authors expressive) କବିଙ୍କ ଦାର୍ଶନିକ ତଥା ଆଧ୍ୟାତ୍ମିକ ମତବାଦ (The philosophic or religious ideas) ୩. ନୈତିକ ତଥା ସାମାଜିକ ପ୍ରକ୍ରିୟା (moral and social effect)। ଉଲ୍ଲିଖିତ ଉପାଦାନଗୁଡ଼ିକରେ ସୌନ୍ଦର୍ଯ୍ୟତାତ୍ତ୍ୱିକ ଦିଗ ସମ୍ବଲପୁରୀ ଲୋକଗୀତରେ ପରିପୂର୍ଣ୍ଣ ଭାବେ ରହିଛି । ଏକଥା ମଧ୍ୟ ଗବେଷଣା ଲବ୍‌ଧ ଯେ କୋଶଳାଂଚଳର ସମ୍ବଲପୁରୀ ଭାଷାରେ ବିଭକ୍ତି, ସର୍ବନାମ ଆଦିର ବ୍ୟବହାର ତଥା ସ୍ୱରଧ୍ୱନିର ବ୍ୟବହାର ମଧ୍ୟ ଅତ୍ୟନ୍ତ ବୈଚିତ୍ର୍ୟପୂର୍ଣ୍ଣ । କୋଶଳାଞ୍ଚଳର ରସରକେଲୀ ଓ ଡ଼ାଲଖାଇ ପ୍ରଭୃତି ଗୀତଗୁଡ଼ିକରେ ଭାବର ବୈଚିତ୍ର୍ୟ ଥିବାର ଦେଖାଯାଏ । “ଗୀତଗୁଡ଼ିକ ସଙ୍କୋଚନ, ବର୍ଣ୍ଣର ଲୋପ, ବର୍ଣ୍ଣାଗମ, ପ୍ରଶ୍ଲେଷ, ଶବ୍ଦପ୍ରାଚୁର୍ଯ୍ୟ (ଯାହା ଶବ୍ଦଗୁଡ଼ିକରେ ଆଡ଼ମ୍ବରରେ ନୁହେଁ, ଶବ୍ଦର କାରଣଗତ ସ୍ୱାତନ୍ତ୍ର୍ୟରେ ଚିହ୍ନିତ), (ଲୋକପ୍ରବାଦ ବା ପ୍ରସିଦ୍ଧି) ଆଦି ଲକ୍ଷଣୀୟ ଯାହା ଏକ ଧ୍ୱନିଗତ ବୈଶିଷ୍ଟ୍ୟର କାରଣ । ଏହିସବୁ ଭାଷା ତାତ୍ତି୍ୱକ ତଥା ଧ୍ୱନି ତତ୍ତ୍ୱିକ ପ୍ରକ୍ରିୟା ସମ୍ବଲପୁରୀ ଗୀତକୁ ଅଧିକ ଶ୍ରବଣ ସୁଖଦାୟକ କରିଛି । ଏହି ଧ୍ୱନି ତାତ୍ତ୍ୱିକ ଲାଳିତ୍ୟ ପ୍ରକୃତରେ ପ୍ରତ୍ୟେକ ନିଷ୍ପ୍ରାଣ ବାଦ୍ୟ ଶବ୍ଦକୁ ମଧ୍ୟ ଓ କାବ୍ୟିକ କରିଛି ।

ଏହି ଅଂଚଳର ଗୀତମାନଙ୍କରେ ଏକପ୍ରକାର ତାଳ, ମାନ ଓ ଲୟ ଅଛି, ଯାହା ଏଗୁଡ଼ିକୁ ଲୋକପ୍ରିୟ କରିପାରିଛି ବୋଲି ସେ ମତ ଦେଇଛନ୍ତି । ଅନେକାଂଶରେ ଏଥିରେ ସଂଯୋଜିତ ଚିତ୍ରକଳ୍ପଗୁଡ଼ିକ ମଧ୍ୟ ସାହିତ୍ୟିକ ଅଭିବ୍ୟଞ୍ଜନା ଦୃଷ୍ଟିରୁ ଉଚ୍ଚମାନର ହୋଇଥାଏ । ଏଥିରେ ପୁନୋରୁକ୍ତି, ବକ୍ରୋକ୍ତି, ଯମକ, ବିଭିନ୍ନ ପ୍ରକାର ଉପମା ବା ସାଦୃଶ୍ୟ କଥନ, ଅତିଶୟୋକ୍ତି, ଶ୍ଲେଷାତ୍ମକ କଥା, କେତେକ ନିରର୍ଥକ ଧ୍ୱନି ଅନୂକୃତ ଶବ୍ଦଗୁଣ ପ୍ରକାଶକ ଶବ୍ଦ ବିଶେଷଣ ଆଦି ବହୁ ବିଷୟ, ଭାଷାତାତ୍ତ୍ୱିକ ଆଲୋଚନା ଜରିଆରେ ସମ୍ବଲପୁରୀ ଗୀତରେ ବିଭିନ୍ନ ବିଭବରୁ ଚିହ୍ନଟ କରାଯାଇପାରେ । ଅଧିକାଂଶ ଲୋକଗୀତ ନୃତ୍ୟ ସହିତ ସଂଯୁକ୍ତ ହୋଇଥିବାରୁ ତାହା ଅଧିକ ତାଳମାନ ଯୁକ୍ତ ହୋଇ ପ୍ରୀତିପ୍ରଦ ଓ ଚିତ୍ତଉଲ୍ଲସକ ହୋଇପାରିଛି । ଏଠାକାର ଗୀତଗୁଡ଼ିକର ଗାନ ଭଙ୍ଗୀ ମଧ୍ୟ ବିଶେଷ ଭାବେ ଲକ୍ଷଣୀୟ । ଏହି ଗାନ ପ୍ରକୃତରେ ଆତ୍ମାରୁ ହିଁ ଉତ୍ସାରିତ ହୋଇଥାଏ । “ଛନ୍ଦ ହେଉଛି ପ୍ରକୃତରେ ଗାନର ଭାବ ସଂକେତ । ସେଥିପାଇଁ ଅକ୍ଷର ସଂଖ୍ୟା ଧରି ଗାନ ଭଙ୍ଗୀର ଯେଉଁ ନାମ ଦିଆଗଲା, ତାର ନାମ ହେଲା ଛନ୍ଦ, ଅର୍ଥାତ୍ ଯାହା ଆଚ୍ଛାଦନ କରେ ବା ଭାବକୁ ଘୋଡ଼ାଇ ରଖେ । ଏହି ଛନ୍ଦ ଯଥାଯଥ ରୂପେ ଭାବର ଭେଦ କରି ପାରିଲେ ଗାନର ଭାବ ସଂକେତ ଧରାଯାଏ । ଅକ୍ଷର ଗଣି ଛନ୍ଦର ନାମଟି କହିଦେଲେ କିଛି ଜଣାଯାଏ ନାହିଁ ‘ଛନ୍ଦ ଘୋଡ଼ଣୀ’ ଫିଟାଇବା ଦରକାର ।” ଅର୍ଥାତ୍ ଛନ୍ଦ ହେଉଛି ଏକ ବିଶେଷ ଅନୁଭବର ସାଙ୍ଗୀତିକ ପ୍ରକାଶ, ଏହା ସ୍ୱୀକାର୍ଯ୍ୟ । ଏହି ଅଂଚଳର ଲୋକଗୀତ ନୃତ୍ୟବାଦ୍ୟର ପ୍ରଲମ୍ବନରେ ସ୍ୱରଲହର ଓ ତାଳବାଦ୍ୟରେ ଏକ ପ୍ରକାର ମହତ୍ତ୍‌ର ଅର୍ଥ ପ୍ରକଟିତ ହୋଇଥାଏ ଯାହା ଏହି ଅଲୋଚନାରୁ ପ୍ରତିପାଦିତ । ପରିଲକ୍ଷିତ ହୁଏ ଯେ, ମୌଖିକ ରୀତି ସହିତ କାବ୍ୟର ରୀତିର ଚମତ୍କାର ସମନ୍ୱୟରେ ରସରକେଲୀ, ଡ଼ାଲଖାଇ ସଜନୀ ଗୀତ, ଦଣ୍ଡନାଚ, ଜାଇଫୁଲ, ରସ ନିଆଳି ମଲି, ଲହଁକି, ଚପ୍‌କରାଟି, ଆଦି ଗୀତଗୁଡ଼ିକରେ ପରିଲକ୍ଷିତ ହୁଏ । ଏହି ଗୀତଗୁଡ଼ିକରେ ତାଳବାଦ୍ୟ ସଂଯୋଜିତ ହୋଇ ନୃତ୍ୟ ପରିବେଶିତ ହେଲେ ଦର୍ଶକର ରସଚେତନା ଆହୁରି ଗଭୀର ଭାବରେ ଆଦ୍ର ହେଇଯାଏ । କାରଣ ଏସବୁର ମିଳିତ ଏକ ଚି୍‌ତ୍ତ ପ୍ରବୋଧକ ଅର୍ଥ ପ୍ରକାଶ କରେ । ବାଦ୍ୟର ମୂର୍ଚ୍ଛନା ଏହି ପ୍ରଦର୍ଶନକୁ ଆହୁରି ରସୋସିକ୍ତ କରିଥାଏ । ଏହା ହିଁ କୋଶଳାଂଚଳର ସମ୍ବଲପୁରୀ ସଙ୍ଗୀତର ମୂଳ ।

 

Share This Article
ଗବେଷକ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ