ଵୋଡ଼ାସମ୍ବର ମହୁରୀ ଉତ୍ସବ ୨୦୨୨

ଗୋପବନ୍ଧୁ ଶିକା
ଗୋପବନ୍ଧୁ ଶିକା 532 Views
2 Min Read

 

Support Samadhwani

ଗତକାଲି ୨୪ ଜୁନ ୨୦୨୨ ରବିବାର ଦିନ ରାଜ୍ୟର ପ୍ରଥମ ଵୋଡ଼ାସମ୍ବର ମୁହୁରୀ ଉତ୍ସବ ରାଜାଜୀ ଟାଉନ ହଲରେ ସଙ୍ଗୀତ ସମିତି ପଦ୍ମପୁର ତରଫରୁ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସହରରେ ମୁହୁରୀଆ ଓ ସମସ୍ତ କଳାକାର ମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ସଭାରେ ନାଟ୍ୟକାର ନିର୍ଦ୍ଦେଶକ କେଶରଂଜନ ପ୍ରଧାନ NAC ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ , ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ ,ପୂର୍ବତନ ବ୍ଳକ ଅଧ୍ୟକ୍ଷ କୁମରମଣି ନାୟକ , ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ଅଶୋକ ବହିଦାର , ନିରୋଜ ଦୋରା ଅତିଥି ରୂପେ ଯୋଗଦାନ କରିଥିଲେ ଓ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସଙ୍ଗୀତ ସମିତିର ସଭାପତି ରାଜେଶ ଗୁର୍ଲା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ରମେଶ ଗୁର୍ଲା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ସମସ୍ତ ମୁହୁରୀଆ ମାନଙ୍କୁ ଓ ବାଦ୍ୟକାର ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢୋକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Support Samadhwani

ଏହି ଆଲୋଚନା ଚକ୍ରରେ ସମସ୍ତେ ଗୋଟେ କଥା କହିଥିଲେ ଗଣ୍ଡାବଜାର ମୁଖ୍ୟ ବାଦ୍ୟ ହେଇଉଛି ମୁହୁରୀ, ମୁହୁରୀ ବିନା ଗଣ୍ଡାବଜା ବଂଚିବା ଅସମ୍ଭବ ସେଥିପାଇଁ ଏହି ଗଣ୍ଡାବଜା ବାଦ୍ୟ କୁ ବଂଚାଇବା କୁ ହେଲେ ମୁହୁରୀ କୁ ବଂଚାଇବା ଅତି ଜରୁରୀ। ସେଥିପାଇଁ ଏହାର ସୁରକ୍ଷା ପାଇଁ ଅନେକ ମାତ୍ରାରେ ଗଣ୍ଡାବଜା ସେମିନାର , ଆଲୋଚନା ଚକ୍ର ବାରମ୍ବାର କଳାକାର ମାନଙ୍କୁ ନେଇ କାର୍ଯ୍ୟକ୍ରମ ଓ ସବୁଠୁ ବେଶି ଜରୁରୀ ସରକାରୀ ସ୍ତରରେ ଏହି ଗଣ୍ଡାବଜା ବାଦ୍ୟକୁ ମାନ୍ୟତା ଦେବା । ଗଣ୍ଡାବଜାର କଳାକାର ମାନଙ୍କ କହିବା କଥା ହେଲା ସରକାରୀ ସ୍ତରରେ ସୁବିଧା ସୁଯୋଗ ପାଇଲେ ଓ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ରେ ସୁଯୋଗ ପାଇଲେ ଆଗକୁ ଗଣ୍ଡାବଜା କୁ ଯୁବ କଳାକାର ମାନେ ମଧ୍ୟ ଯୋଡ଼ି ହେବେ ଓ ଏହି ବଜା ସୁରକ୍ଷିତ ରହିବ।

Share This Article