ଶ୍ରୀମତୀ ମାଳତୀ ଚୈାଧୁରୀ- ୩

12 Min Read

ପରାଧୀନତା ବିରୋଧରେ ମିନୁଙ୍କ ସ୍ୱର

Support Samadhwani

ଇଂରାଜ ସରକାରଙ୍କ ବିରୋଧରେ ମିନୁଙ୍କ ପ୍ରତିବାଦ ପ୍ରଥମ ଥର ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା ଯେତେବେଳେ ମିନୁଙ୍କ ନେତୃତ୍ୱରେ ଶାନ୍ତିନିକେତନର ଗାର୍ଲଗାଇଡର (Girl Guide)ଛାତ୍ରୀମାନେ ମନା କରିଦେଲେ ଯେ ସେମାନେ ରାଜାଙ୍କ ପ୍ରତି ଆନୁଗତ୍ୟ ଘୋଷଣା କରି ଶପଥ ନେବେ ନାହିଁ । ଏହା ଏଣ୍ଡୃଜ ସାହେବଙ୍କ ସମର୍ଥନ ପାଇଥିଲା ଓ ଗୁରୁଦେବ ରବୀନ୍ଦ୍ରନାଥ ମଧ୍ୟ ଏହା ସଠିକ ନିଷ୍ପତ୍ତି ବୋଲି ମତ ପୋଷଣ କରିଥିଲେ । (ମାଳତୀ ଚୈାଧୁରୀ-ଆଶ୍ରମ କନ୍ୟା ମିନୁ ଦି, ଅମିତା ସେନ, ନୁମା ଶତବାର୍ଷିକୀ ସ୍ମୃତି ଚାରଣ, ପୃ ୯୦) ମୂଳ ଶପଥଟିର ଭାଷା ଥିଲା ଏହିପରି- “On my honour, I promise that I will do my best: To do my duty to God and the King (or God and my country); To help other people at all times; To obey the Guide Law”(The Original Promise and Law, wagggs.org)

ମାଳତୀ ଦେବୀଙ୍କ ଜୀବନରେ ନବକୃଷ୍ଣ ଚୈାଧୁରୀ

ଶାନ୍ତିନିକେତନ ଥିଲା ପରସ୍ପରକୁ ଭେଟିବାର କ୍ଷେତ୍ର, ଜାଣିବାର କ୍ଷେତ୍ର । ଶାନ୍ତିନିକେତନକୁ ନବବାବୁ ଆସିଥିଲେ ମାଳତୀ ଦେବୀ ଆସିବାର ୩/୪ ବର୍ଷ ପରେ, ୧୯୨୫ ମସିହାରେ, ସାବରମତୀ ଆଶ୍ରମରୁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇ । ଲକ୍ଷ୍ୟ ଥିଲା ଗ୍ରାମ୍ୟ ଅର୍ଥନୀତି ଉପରେ ଶାନ୍ତିନିକେତନକୁ ନିମନ୍ତ୍ରିତ ହୋଇ ଆସିଥିବା ଆମେରିକାରେ ଅଧ୍ୟାପନା କରୁଥିବା ଅର୍ଥନୀତି ବିଶାରଦ ତାରକ ନାଥ ଦାସଙ୍କର ବକ୍ତୃତା ଶ୍ରେଣୀରେ ଯୋଗ ଦେବା । ଶାନ୍ତିନିକେତନର ରହଣି କାଳରେ ନବବାବୁ ତାଙ୍କ ସମସାମୟିକ ଛାତ୍ରମାନଙ୍କ ମହଲରେ ବେଶ ଆକର୍ଷଣୀୟ ହୋଇ ପଡିଥିଲେ । ବି ଗୋପାଳ ରେଡ୍ଡୀ (ପରବର୍ତ୍ତୀକାଳରେ ଆନ୍ଧ୍ର ସ୍ଟେଟର ମୁଖ୍ୟମନ୍ତ୍ରୀ ଓ ଉତ୍ତର ପ୍ରଦେଶର ରାଜ୍ୟପାଳ) ସେ ସମୟକୁ ସ୍ମରଣ କରି କୁହନ୍ତି, “ଶ୍ରୀ ଚୈାଧୁରୀ ପାଠ ପଢାରେ ପ୍ରବୀଣ ଥିଲେ ଓ ଆପଣାର ସରଳତା ଓ ମମତା ପୂର୍ଣ୍ଣ ଆଚରଣ ପାଇଁ ସେ ଅନ୍ୟ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଥିଲେ ।”

Support Samadhwani

ସେହି ସମୟକୁ ସ୍ମରଣ କରି ଗାନ୍ଧୀବାଦୀ ଶିକ୍ଷାବିଦ୍ ଜି ରାମଚନ୍ଦ୍ରନ କୁହନ୍ତି, “ବିଶ୍ୱଭାରତୀର ସାଂସ୍କୃତିକ ଜୀବନରେ ଶ୍ରୀଯୁକ୍ତ ଚୈାଧୁରୀ ଙ୍କ ଭୂମିକା ସର୍ବଦା ସବା ଆଗରେ ରହିଥିଲା । ଯାବତୀୟ ତର୍କ ପ୍ରତିଯୋଗିତାରେ ସେ ସର୍ବଦା ମୁଖ୍ୟ ଅଂଶ ଗ୍ରହଣ କରୁଥିଲେ ଏବଂ ନିଜର ପ୍ରତିଭା ଦ୍ୱାରା ଶ୍ରୋତାଙ୍କୁ ମୁଗ୍ଧ କରିଦେଉଥିଲେ ।”(ବହ୍ନିମାନ, ପ୍ରଫୁଲ୍ଲ ଦାସ, ପୃ ୬୪) ଅପର ପକ୍ଷରେ, ଅମିତା ସେନ କୁହନ୍ତି, ମାଳତୀ ଦେବୀ ଥିଲେ ସମସାମୟିକ ବାଳିକାଙ୍କ ମଧ୍ୟରେ ସବୁ ବିଷୟରେ ଆଗୁଆ, ସେମାନଙ୍କର ଲିଡର । ଶାନ୍ତିନିକେତନ ପରିବେଶ ଥିଲା ଏକ ମୁକ୍ତ ପରିବେଶ ଯେଉଁଠି ବନ୍ଧୁ ଓ ସହପାଠୀ ଭାବେ ଝିଅ ପୁଅଙ୍କର ମିଳାମିଶାକୁ ଉତ୍ସାହିତ କରାଯାଉଥିଲା । ଉଲ୍ଲେଖ ଯୋଗ୍ୟ ଯେ ଏହି ଭଳି ପରିବେଶ ପାଇଁ ପ୍ରସ୍ତାବ ଆସିଥିଲା ମାଳତୀ ଦେବୀଙ୍କ ମା ସ୍ନେହଲତା ଦେବୀଙ୍କ ପାଖରୁ , ସେତେବେଳେ ସେ ଥଲେ ନୂତନ କନ୍ୟାଶ୍ରମର ତତ୍ତ୍ୱାବଧାରକ । ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ତାଙ୍କର ୩ ଏପ୍ରିଲ ୧୯୨୨ ପତ୍ରରେ ।(ବହ୍ନିମାନ , ପ୍ରଫୁଲ୍ଲ ଦାସ, ପୃ ୪୬) ସ୍ୱାଭାବିକ ଏହି ଭଳି ଏକ ମୁକ୍ତ ପରିବେଶରେ ନବବାବୁ ଓ ମାଳତୀଦେବୀ ପରସ୍ପରକୁ ଭଲ ଭାବରେ ଜାଣିବାର ସୁଯୋଗ ପାଇଥିବେ ।

ଅନେକ ସାଦୃଶ୍ୟ ଦେଖିଥିବେ ପରସ୍ପର ମଧ୍ୟରେ । ଉଭୟେ ଗାନ୍ଧୀଙ୍କ ଆହ୍ୱାନରେ ଇଂରାଜ ଶାସକ ନିୟନ୍ତ୍ରିତ ଉଚ୍ଚଶିକ୍ଷାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଉଭୟେ ଗ୍ରାମର ଶିରୀ ଫେରାଇ ଆଣିବା ପାଇଁ ସୁରୁଲ ଗ୍ରାମରେ ହୋଇଥିବା ଶ୍ରୀ ନିକେତନ ଓ ସେଠାରେ ହେଉଥିବା ବିଭିନ୍ନ କୃଷି ଓ ଗ୍ରମୋନ୍ନୟନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।(ବହ୍ନିମାନ, ପ୍ରଫୁଲ୍ଲ ଦାସ, ପୃ ୩୩-୩୫ ଓ ପୃ୬୪) । ଏହାର ପରିଣତିରେ ହୁଏତ, ଅମିତା ସେନଙ୍କ ଭାଷାରେ, “ପ୍ରାଣବନ୍ତ ମିନୁଦି ପ୍ରେମରେ ପଡିଲେ ଏପରି ଜଣେ ଖଦଡଧାରୀ ଗାନ୍ଧୀବାଦୀ ମଣିଷ ସହିତ, ଯାହାର ଧୋତି ପିନ୍ଧା ଆଣ୍ଠୁ ଉପରକୁ ଓ ଦେହରେ ମାତ୍ର ଫତେଇଟିଏ । ଜୀବନର ଧାରାଟି ହିଁ ବଦଳି ଗଲା ମିନୁଦିଙ୍କର । ଏଥିରେ ଯେ , ତାଙ୍କ ପରିବାରର ସମସ୍ତ ସୁଖିଥିଲେ ତାହା ନୁହେଁ ତେବେ ନବଦାଙ୍କ ଗୁଣମୁଗ୍ଧ ଥିଲୁ ଆମେ । ନବଦାଙ୍କ ଜୀବନଟା ଥିଲା ଅତ୍ୟନ୍ତ ବୈଶିଷ୍ଟପୂର୍ଣ୍ଣ ।”(ମାଳତୀ ଚୈାଧୁରୀ-ଆଶ୍ରମ କନ୍ୟା ମିନୁ ଦି, ଅମିତା ସେନ, ନୁମା ଶତବାର୍ଷିକୀ ସ୍ମୃତି ଚାରଣ, ପୃ ୯୦) ଶାନ୍ତିନିକେତନରୁ ନବବାବୁ ମାଳତୀ ଦେବୀଙ୍କ ସହିତ ନିଜର ସମ୍ପର୍କ ତାଙ୍କ ଝିଆରୀଙ୍କୁ ଜଣାଇଥିଲେ । ପୁତୁରା ମନମୋହନ ଲେଖନ୍ତି, “ସେ ବରାବର ଆମକୁ ସେଠୁ (ଶାନ୍ତିନିକେତନରୁ) ଚିଠି ଲେଖେ । ଚୁନୀକୁ(ଝିଆରୀ ଅନ୍ନପୂର୍ଣ୍ଣା) ଥରେ ସେ ଲେଖିଲା ଯେ ସେଠି ମୋର ଜଣେ ଝିଅ ବନ୍ଧୁ ଅଛି, ତାର ନାଁ ମିନୁ । ତୋଠାରୁ ବାର ବର୍ଷ ବଡ । ଚୁନୀ ବ୍ୟାପାରଟା ଚଟ୍ କରି ବୁଝି ପାରିଲା ।”(ଖୁଡୀଙ୍କ ସ୍ମୃତି, ନୁମା -ଏକ ସଙ୍କଳନ, ପୃ ୧) ଶାନ୍ତିନିକେତନରୁ ନବବାବୁ ଫେରିଥିଲେ ସାବରମତୀକୁ । କିନ୍ତୁ ସମ୍ପର୍କ ରହିଥିଲା ପତ୍ର ବିନିମୟ ଦ୍ୱାରା । ମାଳତୀ ଦେବୀ କୁହନ୍ତି,“ନବବାବୁ ସାବରମତୀ ଫେରି ଯିବା ପରେ ମଧ୍ୟ ଆମ ଭିତରେ ଚିଠି ପତ୍ର ଆଦାନ ପ୍ରଦାନ ଚାଲିଥିଲା ।” (ବହ୍ନିମାନ, ପ୍ରଫୁଲ୍ଲ ଦାସ, ପୃ ୬୯)

ଏହି ପତ୍ର ବିନିମୟ ସମ୍ପର୍କରେ ଅମିତା ସେନ କୁହନ୍ତି, “.. ସାଇକେଲ ଧରି ଶାନ୍ତିନିକେତନ ପୋଷ୍ଟଅଫିସରୁ କେତେବେଳେ ନବଦାଙ୍କ ଚିଠି ମିନୁଦିଙ୍କୁ ଅଥବା ସୁଶୋଭନଦାଙ୍କ ଚିଠି ବାବଲିଦିଙ୍କୁ ଆଣି ଦେଉଥିଲି । ସେତେବେଳେ ମନ କହୁଥିଲା ମୁଁ ମଧ୍ୟ କେବେ ପ୍ରେମରେ ପଡିଯିବି ଏବଂ ମୋ ପାଇଁ ମଧ୍ୟ ଏଇପରି ଚିଠି ପ୍ରତି ହପ୍ତାରେ ଆସିବ ।”(ମାଳତୀ ଚୈାଧୁରୀ-ଆଶ୍ରମ କନ୍ୟା ମିନୁ ଦି, ଅମିତା ସେନ, ନୁମା ଶତବାର୍ଷିକୀ ସ୍ମୃତି ଚାରଣ, ପୃ ୯୦) ଏହି ପତ୍ରରେ କଣ ରୋମାନ୍ସ ଥିଲା? ହସି ମାଳତୀ ଦେବୀ କୁହନ୍ତି, “ସ୍ୱାଧୀନତା ସଂଗ୍ରାମ ତ ରୋମାନ୍ସ ଥିଲା । ଗାନ୍ଧୀ ଥିଲେ ଯାଦୁକର । ଏହାହିଁ ଥିଲା ଆମ ଚିଠିର ବିଷୟ ବସ୍ତୁ । ସେଥିରେ ରହୁଥିଲା ଦେଶର ବିଭିନ୍ନ ଅଂଚଳରେ ହେଉଥିବା ଘଟଣା ଗୁଡିକର ସମ୍ବାଦ । ବ୍ୟକ୍ତିଗତ ବିଷୟ ଗୋଟିଏ ଧାଡିରେ ସୀମିତ ଥିଲା -’ଆଶାକରେ ତୁମେ ଭଲରେ ଥିବ’ । (ବହ୍ନିମାନ, ପ୍ରଫୁଲ୍ଲ ଦାସ, ପୃ ୬୯) କହିବା ବାହୁଲ୍ୟ ଯେ ଦୁଇ ବର୍ଷ ମଧ୍ୟରେ ମାଳତୀ ଦେବୀ ଓ ନବକୃଷ୍ଣ ଚୈାଧୁରୀଙ୍କ ମଧ୍ୟରେ ଭଲ ପାଇବା ବେଶ ଗଭୀର ହୋଇଥିଲା ଯାହାର ପରିଣତି- ୧୯୨୭ ଜୁଲାଇ ମାସରେ ବିବାହ ।

ନବକୃଷ୍ଣଙ୍କର ଶାନ୍ତିନିକେତନ ସହପାଠୀ ଜି ରାମଚନ୍ଦ୍ରନ କୁହନ୍ତି, “ଶ୍ରୀଯୁକ୍ତ ଚୈାଧୁରୀ ଶ୍ରମତୀ ସେନଙ୍କର ସୈାନ୍ଦର୍ଯ୍ୟ ଦ୍ୱାରା ନୁହେଁ ମାତ୍ର ତାଙ୍କର ସାହସ ଓ ଚରିତ୍ର ଦ୍ୱାରା ଅକୃଷ୍ଟ ହୋଇଥିଲେ ।”(ବହ୍ନିମାନ, ର୍ପଫୁଲ୍ଲ ଦାସ, ପୃ ୬୫-୬୬) ମାଳତୀ ଦେବୀ ବର୍ଣ୍ଣରେ ନୀରସ ଥିଲେ । ପୁତୁରା ମନମୋହନ ଲେଖନ୍ତି, “ବହୁ ମହିଳାଙ୍କ ଘେରରେ ସଜବାଜ ହୋଇ ବସିଥିବା ଏକ ତ୍ରିପଣ୍ଡ କାଳୀ ଝିଅ ସାମନାରେ ମତେ ଛିଡା କରି ଦେଇ କହିଲେ, “ଏଇ ତୋମାର କାକୀମା” । ମୁଁ ନୀରବରେ ଦେଖି ଚାଲି ଆସିଲି ।” (ଖୁଡୀଙ୍କ ସ୍ମୃତି, ନୁମା-ଏକ ସଙ୍କଳନ, ପୃ ୨)

…କ୍ରମଶଃ

ନଟବର ଷଡ଼ଙ୍ଗୀ

କାର୍ଯ୍ୟ ସମ୍ପର୍କିତ ପ୍ରାଥମିକ ସୂଚନା :

ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ନିର୍ଦେଶକ ତଥା ଲୋକ ସମବାୟ ପ୍ରତିଷ୍ଠାନର ମୁଖ୍ୟ ନଟବର ଷଡ଼ଙ୍ଗୀ ହେଉଛନ୍ତି ଓଡିଶାର ଜଣେ ଅନନ୍ୟ ଦେଶୀ ଚାଷୀ । ଦୀର୍ଘ 25 ବର୍ଷ ହେଲା ସେ ନିଜର 10 ଏକର ଜମିରେ ଦେଶୀ ଧାନ ବିହନ ଚାଷ କରି ପାଖାପାଖି 500ରୁ ଉର୍ଦ୍ଧ୍ବ ଦେଶୀ ଧାନର ସଂଗ୍ରକ୍ଷଣ କରି ଆସିଛନ୍ତି । ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ନିଆଳି ହାଇସ୍କୁଲରୁ ଅବସର ନେବା ପରଠାରୁ ପାରମ୍ପରିକ ଚାଷକୁ ଆପଣେଇ ନେଇଛନ୍ତି । ଚାଷକୁ ନେଇ ତାଙ୍କର ଅନେକ ନିଆରା ଅନୁଭୂତି ରହିଛି । ସେ କାହିଁକି ପାରମ୍ପରିକ ଦେଶୀ ଚାଷ ପ୍ରତି ଆକୃଷ୍ଟ ହେଲେ ତା ପଛରେ କାହାଣୀ ମଧ୍ୟ ରହିଛି । ଏହି ଦେଶୀ ଚାଷକୁ ଆପଣେଇବା ପଛରେ ତାଙ୍କୁ ଅନେକ ଲୋକ ପ୍ରେରଣା ମଧ୍ୟ ଦେଇଛନ୍ତି । ପ୍ରଥମେ ଯେତେବେଳେ ସେ ଦେଶୀ ଚାଷ କରିବାପାଇଁ ପ୍ରୟାସ ଆରମ୍ଭ କଲେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି  । ଗୋଟିଏ ଗୋଟିଏ ଦେଶୀ ଧାନ ଯେତେବେଳେ ସେ ସଂଗ୍ରହ କରିବାକୁ ଆରମ୍ଭ କଲେ ଧାନ ସଂଗ୍ରହ ପଛରେ କିଛି କାହାଣୀ ମଧ୍ୟ ଲୁଚି ରହିଛି । ଅନେକ ଝଡ ଝଂଜାକୁ ପାର କରି ଶହ ଶହ ପ୍ରକାରର ଧାନକୁ ବଞ୍ଚାଇ ରଖିବାପାଇଁ ଉଦ୍ୟମ କରିବା ନିଶ୍ଚିତ ଭାବରେ ଗୋଟିଏ ବଡ ଆହ୍ୱାନ। ସବୁ ଆହ୍ୱାନକୁ ସାମ୍ନା କରି 87 ବର୍ଷ ବୟସରେ ସେ ଦେଶୀ ଧାନ ବିହନ ସଂଗ୍ରହ କରିବା କାର୍ଯ୍ୟ ଜାରି ରଖିବା ସହିତ ନିଜ ଅଂଚଳ ତଥା ରାଜ୍ୟର ବିଭିର୍ଣ୍ଣ ଅଂଚଳର ଚାଷୀ ମାନଙ୍କୁ ଦେଶୀ ଚାଷ କରିବାପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ତାଙ୍କ ନିକଟରୁ ଅନେକ ଚାଷୀ ଦେଶୀ ଚାଷ ସମ୍ପର୍କିତ ଜ୍ଞାନ ଆହରଣ କରି ଏବେ ଦେଶୀ ଚାଷ କରୁଛନ୍ତି । ଦେଶୀ ଚାଷର ପ୍ରଚାର ପ୍ରସାର କରିବାପାଇଁ ଧାରାବାହିକ ଭାବରେ ସେ ଅନେକ ଲେଖା ପ୍ରକାଶ କରିଛନ୍ତି  । ତାଙ୍କର ଏହି ଉଦ୍ୟମକୁ ରାଜ୍ୟ ବାସୀଙ୍କ ନିକଟରେ ଓ ସମଗ୍ର ଦେଶରେ ପ୍ରଚାର ପ୍ରସାର କରାଇବା ପାଇଁ କିଛି କିଛି ଉଦ୍ୟମ ମଧ୍ୟ ହୋଇଛି । ତାଙ୍କ ସମ୍ପର୍କରେ କିଛି ଇଂରାଜୀ ପତ୍ର ପତ୍ରିକା ଓ ଓଡ଼ିଆ ପତ୍ରିକାରେ ଲେଖା ପ୍ରକାଶିତ ହୋଇଛି । ୟୁଟ୍ୟୁବ ରେ ମଧ୍ୟ ତାଙ୍କ ଉପରେ କିଛି ଡକ୍ୟୁମେଣ୍ଟାରୀ କେହି କେହି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେ କଣସବୁ କରୁଛନ୍ତି ?

ଲଖ୍ୟ:

ନଟବର ଷଡ଼ଙ୍ଗୀଙ୍କ ଉପରେ ଧାରାବାହିକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ୱେବସାଇଟରେ ଉପସ୍ଥାପନ କରିବାର ମୂଳ ଲକ୍ଷ ହେଉଛି ସମଗ୍ର ଦୁନିଆକୁ ତାଙ୍କ ବିଷୟରେ ଜଣେଇବା ଓ ତାଙ୍କର ଲଖ୍ୟ ସହିତ ପରିଚିତ କରାଇବା

କାର୍ଯ୍ୟ ଯଥାର୍ଥତା:

ନଟବର ଷଡ଼ଙ୍ଗୀଙ୍କ କାମ ଓ ତାଙ୍କର ଉଦେଶ୍ୟକୁ ସମ୍ପୂର୍ଣ୍ଣ ଭାବରେ ଓ ସଠିକ ଢଙ୍ଗରେ ପ୍ରକାଶ କରିବାପାଇଁ ଯେଉଁଭଳି ଆଗ୍ରହ ଓ କାର୍ଯ୍ୟ କରାଯିବା କଥା ଆଜିଯାଏ ତାହା ହୋଇପାରିନାହିଁ । ତାଙ୍କର କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ସ୍ଥାନରେ ଉପସ୍ଥାପନ କରିବା ଓ ଧାରାବାହିକ ଡକ୍ୟୁମେଣ୍ଟ କରି ଏହାକୁ ପ୍ରକାଶ କରାଯିବାର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ନଟବର ଷଡ଼ଙ୍ଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାପାଇଁ କେତୋଟି କାର୍ଯ୍ୟ କରାଯିବ ଅତ୍ୟନ୍ତ ଆବଶ୍ୟକ। ଗୋଟିଏ ହେଲା ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଓ ଅନ୍ୟଟି ହେଲା ୱେବସାଇଟ ତିଆରି କରି ଏହିସବୁ କାର୍ଯ୍ୟକୁ ଏକ କ୍ରମରେ ଉପସ୍ଥାପନ କରିବା ।

 

କାର୍ଯ୍ୟଟିକୁ ସମ୍ପାଦନ କରିବାପାଇଁ ବିଭିର୍ଣ୍ଣ ପର୍ଯ୍ୟାୟ   :

ଯେଉଁ ତଥ୍ୟ ସଂଗ୍ରହ କରାଯିବ ତାହା ମଧ୍ୟ ୨ପ୍ରକାର ହେବ । ଗୋଟିଏ ଲିଖିତ ଡକ୍ୟୁମେଣ୍ଟ ଓ ଅନ୍ୟଟି ଭିଜୁଆଲ ଡକ୍ୟୁମେଣ୍ଟ

ଯେଉଁସବୁ କାର୍ଯ୍ୟ ସେ ଦେଶୀ ଚାଷ ଆରମ୍ଭ କଲାବେଳେ କରିଛନ୍ତି ଏବେ ତାହାର କେବଳ ଅନୁଭୂତିକୁ ଭିଡିଓ କରାଯାଇ ପାରିବ ଓ ଲେଖାଯାଇ ପାରିବ। କିନ୍ତୁ ଏବେ ଚାଷ କ୍ଷେତ୍ରରେ ତାଙ୍କର ଯାହା ଅବଦାନ ରହୁଛି ଯେମିତିକି ଚାଷୀ ମାନଙ୍କୁ ଟ୍ରେନିଂ ଦେବା ଓ ଚାଷ ସମ୍ପର୍କିତ ବିଭିର୍ଣ୍ଣ କାର୍ଯ୍ୟକୁ ନିଜେ କରିକି ଦେଖେଇବା ଏସବୁର ଭିଡିଓ ଏବେ କରାଯାଇ ପାରିବ ।

  • ଦେଶୀ ଚାଷ ସେ କେମିତି ଆରମ୍ଭ କଲେ, ଦେଶୀ ଚାଷ ପ୍ରତି ଆଗ୍ରହ କେମିତି ଆସିଲା? କେବେଠାରୁ ଆରମ୍ଭ କଲେ ଓ ଦେଶୀ ଚାଷକୁ ନେଇ ତାଙ୍କର ଅନୁଭୂତି ସବୁ କଣ ରହିଛି ତାହାର ଭିଡିଓ ରେକର୍ଡିଙ୍ଗ ଓ ଲିଖିତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା। ଦେଶୀ ଧାନ ସଂଗ୍ରହ ବେଳେ କଣସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହାର ଭିଡିଓ ରେକର୍ଡିଙ୍ଗ ଓ ଲିଖିତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ।
  • ତାଙ୍କ ଅଂଚଳର ଲୋକମାନେ ସେତେବେଳେ କାମକୁ ନେଇ କଣ ଭାବୁଥିଲେ ଓ ଏବେ କଣ ଭାବୁଛନ୍ତି ସେମାନଙ୍କର ପ୍ରତିକ୍ରିୟାର ଭିଡିଓ ରେକର୍ଡିଙ୍ଗ ଓ ଲିଖିତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ।
  • ଧାନ ସଂଗ୍ରହ ପଛର କାହାଣୀ କୁ ଭିଡିଓ ଓ ଲିଖିତ ରେକର୍ଡ କରିବା
  • ଦେଶୀ ଚାଷ ନଟବର ଷଡ଼ଙ୍ଗୀ କେମିତି କରୁଛନ୍ତି ତାହାର ସାକ୍ଷାତ୍କାର ମାଧ୍ୟମରେ ରେକର୍ଡି ପ୍ରସ୍ତୁତ କରିବା ଓ ଲେଖା ପ୍ରସ୍ତୁତ କରିବା
  • ଯେଉଁ ଲୋକମାନେ ନଟବର ଷଡ଼ଙ୍ଗୀଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଦେଶୀ ଚାଷରେ ଆଗ୍ରହ ନେଇ ଚାଷ କରୁଛନ୍ତି ସେମାନଙ୍କ କଥା ଓ କାହାଣୀକୁ ସଂଗ୍ରହ କରିବା । ସେହିସବୁ ଅଂଚଳକୁ ଯାଇ ସେହି ଲୋକମାନଙ୍କ ନିକଟରୁ କଥା ସଂଗ୍ରହ କରିବା। ତାଙ୍କର କାହିଁକି ଦେଶୀ ଚାଷ ପ୍ରତି ଆଗ୍ରହ ଆସିଥିଲା ତାହାର କାହାଣୀ ସଂଗ୍ରହ କରିବା (ଭିଡିଓ ରେକର୍ଡିଙ୍ଗ ଓ ଲିଖିତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା)
  • ଦେଶୀ ଚାଷ ଓଡିଶାର କେଉଁଠିକୁ ସବୁ ଯାଇଛି ଓ କେଉଁସବୁ ଅଞ୍ଚଳରେ ଲୋକମାନେ ଏବେ ଦେଶୀ ଚାଷ କରିବାପାଇଁ ଆଗ୍ରହ ନେଲେଣି ( ଭିଡିଓ ରେକର୍ଡିଙ୍ଗ ଓ ଲିଖିତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ) । କିଛି ଅଂଚଳରୁ କିଛି କାହାଣୀ ସଂଗ୍ରହ କରିବା ।
  • ନମୁନା ସ୍ୱରୂପ ଦେଶୀ ଧାନ ବିହନର ସଂରକ୍ଷଣ କେମିତି ସେ କରି ଆସିଛନ୍ତି ସେ ସମ୍ପର୍କରେ କିଛି ଭିଡ଼ିଓ ପ୍ରସ୍ତୁତ କରିବା ।
  • ଦେଶୀ ଚାଷର ବିଭିର୍ଣ୍ଣ ପର୍ଯ୍ୟାୟକୁ ଭାଗ ଭାଗ କରି ତାହାର ଧାରାବାହିକ ଭିଡ଼ିଓ ପ୍ରସ୍ତୁତ କରିବା ଓ ଲେଖା ପ୍ରସ୍ତୁତ କରିବା ।
  • ନଟବର ଷଡଙ୍ଗୀଙ୍କ ସମ୍ପର୍କରେ କଣସବୁ ଲେଖା ବିଭିର୍ଣ୍ଣ ପତ୍ରିକାରେ ପ୍ରକାଶିତ ହୋଇଛି ତାହାକୁ ଏକାଠି ପ୍ରକାଶ କରିବା
  • ନଟବର ଷଡ଼ଙ୍ଗୀ ଦେଶୀ ଚାଷ ସମ୍ପର୍କରେ ଯାହାସବୁ ଲେଖିଛନ୍ତି ତାକୁ ଏକାଠି ପ୍ରକାଶ କରିବା
  • ନଟବର ସଡଙ୍ଗୀଙ୍କ ଉପରେ ଯାହାସବୁ ଭିଡ଼ିଓ ତିଆରି ହୋଇଛି ସେସବୁକୁ ଏକାଠି ଉପସ୍ଥାପନ କରିବା
  • ଯେତେସବୁ ଭିଡ଼ିଓ ରେକର୍ଡି ହୋଇଛି ସବୁଗୁଡିକୁ ଡକ୍ୟୁମେଣ୍ଟାରୀ ଭାବରେ ପ୍ରସ୍ତୁତ କରି ପ୍ରକାଶ କରିବା
  • ନଟବର ଷଡ଼ଙ୍ଗୀଙ୍କ କାମ ଓ ଚାଷ ସମ୍ପର୍କିତ ଯେତେ ପୁରୁଣା ଫୋଟୋ, ଭିଡ଼ିଓ ରହିଛି ସେସବୁକୁ ସଂଗ୍ରହ କରିବା
  • ସେ ଦେଶୀ ଚାଷ ଶିକ୍ଷା ଦେବାବେଳର ଯଦି କିଛି ଭିଡ଼ିଓ କିମ୍ବା ଫୋଟୋ ରହିଛି ସେସବୁକୁ ସଂଗ୍ରହ କରିବା
  • ଏହି ସମସ୍ତ ଲେଖା ଓ ଭିଡ଼ିଓକୁ ଗୋଟିଏ ୱେବସାଇଟରେ ରଖିବା

 

କାର୍ଯ୍ୟଟିକୁ ସମ୍ପାଦନ କରିବାର ସମୟ ସୀମା :

ଏହି କାର୍ଯ୍ୟଟିକୁ ସମ୍ପାଦନ କରିବାପାଇଁ ସମୟସୀମା 2 ବର୍ଷ ରଖାଯିବ ଆବଶ୍ୟକ

ଆଶା କରାଯାଉଥିବା ଫଳାଫଳ :

ଏହି ୱେବସାଇଟ ତିଆରି କରିବା ଓ ନଟବର ଷଡ଼ଙ୍ଗୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟକୁ ଉପସ୍ଥାପନ କରିବା ଫଳରେ ଅଧିକରୁ ଅଧିକ ଲୋକ ତାଙ୍କୁ ଜାଣିବା ସହିତ  ଦେଶୀ ଚାଷର ପ୍ରଚାର ପ୍ରସାର ହୋଇପାରିବ ଯାହା ଫଳରେ ଅଧିକ ଲୋକ ଏହି ରାସ୍ତାଟି ଆପଣେଇ ଏକ ଆତ୍ମାନିର୍ଭର ରାସ୍ତାରେ ନିଜକୁ ନେବାପାଇଁ ଓ ଅର୍ଥନୀତିକୁ ଆଗେଇ ନେବାପାଇଁ ପ୍ରୟାସ କରିବେ । ଏହି ପ୍ରୟାସ ସାମଗ୍ରିକ ଭାବରେ ଦେଶର ବିକାଶରେ ସହଯୋଗ କରିବ ବୋଲି ଆଶା ।

 

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ