ଯେଉଁ ଲେଖା ତୁମକୁ ନ ସୁହାଇଲା
ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,
ଦେଶକୁ ପଚାରୁଛି କିଏ ଯେ
ଲେଖକର ଲେଖାରେ
କେତେ ଦ୍ରୋହ ଥିଲା?
ଦେଶ ତେଣୁ କ୍ଷୁବ୍ଧ-
ସେ କରୁଛି ପ୍ରଶ୍ନ – ,
“ତୁମେ ସତେ ମତେ
କେତେ ଦୁର୍ବଳ ନ ଭାବୁଛ ଯେ,
କାହାର ଲେଖାରେ ମୁଁ
ଖଣ୍ଡ ବିଖଣ୍ଡିତ ହେବି ଓ
ସତ୍ତା ହରାଇବି?”
“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,
ସେମାନଙ୍କର ଲେଖାକୁ ନୁହେଁ,
ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛ
ଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।
“ଅନୁରୋଧ, ମୋତେ ଅପମାନିତ କର ନାହିଁ ।
ପୁଣି କହୁଛି
ମୁଁ ଏତେ ଭଂଗୁର ନୁହେଁ ଯେ
କାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବି
ଓ ସତ୍ତା ହରାଇବି ।
ଅନୁରୋଧ, କ୍ଷମତା ଦଖଲ ପାଇଁ
ମୋତେ ହତିଆର କର ନାହିଁ ।
ଯଦି ମୋତେ ମା କହୁଛ
ତାହାହେଲେ ଆନନ୍ଦିତ ହୁଅ ଦେଖି
ମୁଁ କିପରି ମୋ କୋଳରେ ନିର୍ବିକାର ସଭିଙ୍କୁ ଧରିଛି ”
Photo credit- https://bit.ly/2QzyXwl
Contents
- ଯେଉଁ ଲେଖା ତୁମକୁ ନ ସୁହାଇଲା
- ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,
- ଦେଶକୁ ପଚାରୁଛି କିଏ ଯେ
- ଲେଖକର ଲେଖାରେ
- କେତେ ଦ୍ରୋହ ଥିଲା?
- ଦେଶ ତେଣୁ କ୍ଷୁବ୍ଧ-
- ସେ କରୁଛି ପ୍ରଶ୍ନ – ,
- “ତୁମେ ସତେ ମତେ
- କେତେ ଦୁର୍ବଳ ନ ଭାବୁଛ ଯେ,
- କାହାର ଲେଖାରେ ମୁଁ
- ଖଣ୍ଡ ବିଖଣ୍ଡିତ ହେବି ଓ
- ସତ୍ତା ହରାଇବି?”
- “ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,
- ସେମାନଙ୍କର ଲେଖାକୁ ନୁହେଁ,
- ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛ
- ଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।
- “ଅନୁରୋଧ, ମୋତେ ଅପମାନିତ କର ନାହିଁ ।
- ପୁଣି କହୁଛି
- ମୁଁ ଏତେ ଭଂଗୁର ନୁହେଁ ଯେ
- କାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବି
- ଓ ସତ୍ତା ହରାଇବି ।
- ଅନୁରୋଧ, କ୍ଷମତା ଦଖଲ ପାଇଁ
- ମୋତେ ହତିଆର କର ନାହିଁ ।
- ଯଦି ମୋତେ ମା କହୁଛ
- ତାହାହେଲେ ଆନନ୍ଦିତ ହୁଅ ଦେଖି
- ମୁଁ କିପରି ମୋ କୋଳରେ ନିର୍ବିକାର ସଭିଙ୍କୁ ଧରିଛି ”