(ନାଚୁଣୀ ପିଲାଟିକୁ ଜନ୍ମ ଦେଲା ଧୀରେ ଧୀରେ ଚେତା ପାଇ ଆଖି ଖୋଲିଲା ଓ ପିଲାକୁ ଦେଖିଲା)
ଚେତା ଫେରିଲା ପରେ ମୁଁ ତତେ ଦେଖିଲି ପଦ୍ମଫୁଲର କଞ୍ଚାଫଳ ପରି ତୋର ହାତ ଗୋଡ଼ଥିଲା । ମୁହିଁ ବି ଯେମିତି କ୍ଷୀର ରଙ୍ଗର । ମେଘରେ ଯେମିତି ଚନ୍ଦ୍ର ଘୋଡ଼େଇ ହୋଇଛି । ନା ପୁରା ସଫା ନା ବହୁତ କଳା । ହାତ ମୁଠା କରି ତୁ ହାତକୁ ହଲାଉଥିଲୁ । ମତେ ଲାଗୁଥିଲା ମୋ ଛାତି ଭରି ଉଠୁଛି କ୍ଷୀରରେ । ମୁଁ ତତେ ମୋର ଛାତିରେ ଲଗେଇ ଗଲି ତୁ ସୁନା ଚଢ଼େଇ ଭଳି ତୋ ମୁହଁ ଖୋଲିଦେଲୁ । ଆହାଃ କି ସୁଖ ସେତେବେଳେ । ତା ଉପରେ ମୋର ଆଖି ଲାଗିଗଲା । ମୁଁ କେତେ ସମୟ ଶୋଇଲି ମୁଁ ଜାଣି ପାରିଲା ନାହିଁ । ଆଖ ପାଖରେ ବି କେହି ନ ଥିଲେ ଯିଏ ମତେ ସାହାଯ୍ୟ କରିବ । ତୋ ବାପାକୁ ତ ମଦ କେତେ ଦିନରୁ ଖାଇ ସାରିଥିଲା । ସେ ତ ମଣିଷ ହୋଇ ରହିନଥିଲା । ମଦ ନ ମିଳିଲେ ପାଗଳ ହୋଇ ଯାଉଥିଲା । ଏମିତିରେ ତେତେ ଗୋଟିଏ କ୍ଷଣବି ଛାଡ଼ିବା ଭାରି ମୁସ୍କିଲ କାମ ଥିଲା । ଦିନେ ତୁ ଶୋଇ ଥିଲୁ ସେ ଘରେ ନଥିଲା ମୁଁ ଟିକେ କାମରେ ବାହାରକୁ ଯାଇଥିଲି । ଆସିଲା ବେଳକୁ ଦେଖିଲି ସେ ତୋର ତଣ୍ଟିଟିକୁ ଧରିଛି । ଚିପିକି ମାରିବା ପାଇଁ ।
ନାଚୁଣୀ – ଏ କ’ଣ କରୁଛୁ?
ଲୋକ- ମୁଁ ତଣ୍ଟିଟି ଚିପି ଦେବି ଏହାର?
ନାଚୁଣୀ – ଖବରଦାର, ଛାଡ଼ ମୋ ଝିଅକୁ । ମୁଁ କଞ୍ଚା ଚୋବାଇଦେବି, ଯଦି ହାତ ଲଗେଇବୁ । ବାହାର ବାହାର ଏଠୁ କମିନା । ତା ପରେ ମୁଁ ତ ଆଉ ଡରିଗଲି । ପ୍ରତିମୂହୁର୍ତ୍ତରେ ତତେ କାଖ କରି ଧରି ରହିଲି । ଏମିତିରେ ପେଟ ପାଇଁ କ’ଣ କରିବି ଜାଣି ପାରୁନଥିଲି। ଠିକ୍ ଦିନେ ଅଚାନକ କପୁର ସାହେବ ଠିକଣା ଖୋଜି ଖୋଜି ଘରକୁ ଆସିଲେ । ପାଖ ସହରକୁ କଂପାନୀ ଆସିଥିଲା ତେଣୁ ଖବର ଜାଣିବା ପାଇଁ ସେ ମୋ ପାଖକୁ ଆସିଥିଲେ ।
କପୁର – ଏ କ’ଣ? କି ଅବସ୍ଥା ହୋଇଛି? ତୁ ନିଜକୁ ଭଲରେ ରଖିପାରୁନୁ କିସୁକିବାଈ ।
ନାଚୁଣୀ – କିଛି ପାଚାରନ୍ତୁନି କପୁର ସାହେବ ।
କପୁର – ଏମିତି କେମିତି ଚଳିବ । କଂପାନୀରେ ପୁଣି କାମ କର ତା ହେଲେ ।
ନାଚୁଣୀ – ଆଉ ମୋ ଝିଅ?
କପୁର – ହଁ ସେଇତ ସତ କଥା । ଏତିକି ଛୋଟ ଝିଅ । ଏହାକୁ ନେଇ ଜାଗା ଜାଗା କେମିତି ବୁଲିବୁ । ଏହାକୁ ନେଇ ପୂଣି ବୁଲିବା କି ମୁସ୍କିଲ ।
ନାଚୁଣୀ – ଝିଅ, ଶୁଣ, ସେତେବେଳେ ମଦୁଆର ହରକତ କ’ଣ ଦେଖିବୁ । ତା’ ପରେ ଦିନେ କୁଆଡ଼ୁ ଜଣେ ସ୍ତ୍ରୀ ଲୋକକୁ ନେଇ ଘରକୁ ଆସିଲା, ଜଣେଇଲା ଏଇ ମୋ ଭଉଣୀ ଅଟେ । ବିଧବା ସେ । ବିଚାରିର ଠିକଣାନାହିଁ, ସେ ଏଠି ରହିବ ଓ ପିଲାକୁ ସମ୍ଭାଳିବ।
ନାଚୁଣୀ – କଦାପି ପିଲାକୁ ତୋ ପାଖରେ ଛାଡ଼ଇବି ନାହିଁ । ତୋର କ’ଣ ଭରସା ।
ଲୋକ – ପାଗଳି ପରି ହୁଅନା ମୁଁ ବି ତା’ର ବାପା । ଏମିତି ହେଲେ ତ ଆମେ ତିନି ଜଣ ଭୋକରେ ମରିଯିବା । ମୁଁ ଭଗବାନଙ୍କ ରାଣ ଖାଇ କହୁଛି, ପିଲାକୁ ବିଲକୁଲ ଠିକରେ ରଖିବି । ଏହି ସ୍ତ୍ରୀ ଲୋକଟି ସମ୍ଭାଳିବ ତାକୁ ।
(କାନ୍ଦି କାନ୍ଦି ନାଚୁଣୀ ପିଲାଟିକୁ ଅଦୃଶ୍ୟ ହାତରେ ଦେଇ ଦିଏ)
ନାଚୁଣୀ- ଧ୍ୟାନ ରଖିବୁ, ତୋ ଉପରେ ଭରସା ରଖି ଛାଡ଼ି ଯାଉଛି । ବହୁତ କଷ୍ଟରେ ପାଇଛି ମୁଁ ଏହାକୁ । ଯଦି ଏହାକୁ କିଛି ହୁଏ ତେବେ କୁଆଡ଼େ ହେବିନାହିଁ ।