ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ଅଞ୍ଜଳୀ ଆଚାର୍ଯ୍ୟ
ଅଞ୍ଜଳୀ ଆଚାର୍ଯ୍ୟ 323 Views
6 Min Read

 ୫

Support Samadhwani

[box type=”shadow” align=”” class=”” width=””]ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନା କୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି । ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ[/box]

ଦିନକଥା କଥା ନାଚୁଥଲି ବହୁତ କଷ୍ଟହେଲା । ଆଉ ମୋ ଶରୀର ଭିତରେ କିଏ ଧୀରେ ଧୀରେ ଘୋଷଡ଼ି ଘୋଷଡ଼ି ହୋଇ ଚଲୁଛି ଭଳି ଲାଗିଲା ମୁଁ ନାଚ ମଝିରେ ଛାଡ଼ି ଝରକୁ ଆସିଲି ଓ ତଳେ ଗଡ଼ି ପଡ଼ିଲି । ସମସ୍ତେ ଦୈଡ଼ିକି ଆସିଲେ । ମୁଁ କପୁର ସାହେବଙ୍କର ଗୋଡ଼ ଧରି କାକୁତି ହେଲି । କିଛି କରନ୍ତୁ, ମୋର ଏଇ ପିଲାଟିକୁ ବଞ୍ଚେଇ ଦିଅନ୍ତୁ । ଏହି ପିଲାଟାକୁ ହରେଇବା ପାଇଁ ଚାହିଁନାହିଁ । ସେ ଭଲ ଲୋକଥିଲେ ।

ପାଖ ସହରରୁ ଡାକ୍ତର ଡକେଇଲେ । ଡାକ୍ତର କହିଲେ ନାଚ କ’ଣ, ଇଏତ ହଲିବା କଥା ବି ନୁହେଁ । ଖଟରେ ଶେଇକି ରହିବାକୁ ହେବ । ତା’ ପରଦିନ କପୁର ସାହେବ ମଟର ଗାଡ଼ି ଭଡ଼ାକରି, ହାତରେ କିଛି ଟଙ୍କା ଦେଇ ବିଦାୟ ଦେଲେ ଓ କଂପାନୀର ଦୁଇଜଣଙ୍କୁ ପଠେଇ ଦେଲେ ମତେ ଛାଡ଼ିବା ପାଇଁ । ଏ ସବୁ ଦେଖି ତୋ ବାପାକୁ ଯେମିତି ବିରୁଡ଼ି କାମୁଡ଼ିଲା କହିଲା ପିଲା ଜନ୍ମ କରିବ । ସେମାନେ ତ ପଠେଇ ଦେଲେ ଗାଡ଼ିରେ ବସେଇ ।

Support Samadhwani

ଏଠି କ’ଣ ତୋର ପ୍ରେମିକ ଆସିବ ତୋର ସେବା କରିବା ପାଇଁ । ଘରେ ବସେଇ କିଏ ତତେ ଖୁଆଇବ । ତୋର ବାପ ଖୁଆଇବ । ତୁ କ’ଣ ଭାବୁଛୁ ମୁଁ ପାଳିବି ତୋ ପିଲାକୁ । (ହସିଲା) ଜାଣିଛୁ ଝିଅ ନିଜ ବଝୁଆରୁ ପାଞ୍ଚଟଙ୍କା ବାହାରକଲି ଆଉ କହିଲି ବେଶୀ ବକ୍ ବକ୍ କରନା । ମୁଁ ଥକି ଗଲିଣି । ମଦୁଆ କିନ୍ତୁ ସଚ୍ଚୋଟ ବ୍ୟକ୍ତି, ଟଙ୍କା ନେଇ ପଳେଇଲା ।

ଏପରି ଭାବରେ ଗୁଡ଼ାଏ ଦିନ ଗଡ଼ିଗଲା । ସେ ବକ୍ ବକ୍ କରେ ଆଉ ମୁଁ ଦୁଇ ଚାରି ଟଙ୍କା ତା ମୁହଁରେ ମାରେ । ସେ ଆରାମରେ ପଳାଏ । ଦିନେ କିନ୍ତୁ ସେ ଜିଦି ଧରିଲା, ଆଉ ଗୋଟିଏ ନାଚୁଣୀ ଆଣିବ । ଟଙ୍କା ଦେ ନାଚୁଣୀ ଆଣିବି । ତୁ ତ ଆଉ ନାଚିବା ଅବସ୍ଥାରେ ରହିନୁ ।

ନାଚୁଣୀ – ଟଙ୍କା ଦେବି ତତେ ନାଚୁଣୀ ଆଣିବା ପାଇଁ ମୁହଁ ଭାଙ୍ଗି ଦେବିନି ତୋର ।

ଲୋକ – କାହିଁକି ମୁହଁ ଭାଙ୍ଗି ଦେବୁ । ମୁଁ ଶିଖଇଛି ତତେ, ଭାଗ୍ ମୋ ଘରୁ ।

ନାଚୁଣୀ – ତୁ କିଏ ମତେ ଘରୁ ବାହାର କରିବାପାଇଁ । ମୋ ଟଙ୍କାରେ ଘର ଚଳୁଛି । ମୋ ଉପରେ ପତ୍ନି ଭଳି ହକ୍ ଜମଉଛି । ଏବେ ତୋ ପିଲା ମୋ ପେଟରେ ଅଛି । ତୁ ମତେ ଘରୁ ବାହାର କରିଦେବୁ ।

ଲୋକ – ରହ କ’ଣ କରୁଛି ଦେଖ (ଲୋକଟି ନାଚୁଣୀକୁ ମାରିବାପାଇଁ ହାତ ଉଠେଇଲା ସେ ତାକୁ ଧକ୍କା ଦେଇ ବାଡ଼ିରେ ପିଟେ)

ନାଚୁଣୀ – ତୁ ମାରିବୁ ମତେ । ନେ ନେ…

ସେ ଦିନଠୁଁ ମୁଁ ତାକୁ ସେଇ କୋଠରୀକୁ ଆସିବାକୁ ଦେଲିନାହିଁ । ସେ ବାହାରେ ରହି ବକ୍ ବକ୍ କରେ ଓ ବାହାରିଯାଏ । ମୁଁ କାନ ଦିଏ ନି । ରାତିରେ ବି ଭିତରୁ ଖିଡ଼ିକି ବନ୍ଦକରି ଶୁଏ । କିନ୍ତୁ ଝିଅ ଶୁଣ… ଦିନ ଗଡ଼ି ଗଡ଼ି ଚାଲିଲା ମୋ କଷ୍ଟ ବଢ଼ି ବଢ଼ି ଯାଇଥିଲା ନିଜ ପାଖରେ ଥିବା ଟଙ୍କା ବି ସରି ଆସିବା ଉପରେ । ତା ଉପରେ ହାଃ ବଜାର, ଖାଇବା ପିଇବା ସବୁତ ମୁଁ କରୁôଥଲି । କେହି ବି ନ ଥିଲେ ଯିଏ କି ସାହାଯ୍ୟ କରିବ । ନାଚୁଣୀ ମୁଁ ଅଛୁଆଁ । ପାଣି ଟିକିଏ ପାଇଁ ବି କେହି ନ ଥିଲେ । ହଁ ଝିଅ ଏମିତିରେ ବି ପାଣି ଆଣିବା ପାଇଁ ମୁଁ ହିଁ ଯାଉଥିଲି । ନିଜେ କୁଅଁରେ ରଶି ପକେଇ ପାଣି ଉଠେଇ ପାରୁନଥିଲି ।

ବହୁତ ଅପେକ୍ଷା କରେ, କେହି  ଆସିଲେ ମୋ ସୁରେଇରେ ଥରେ ଦିଥର ପାଣି ନେଇ ଦିଅନ୍ତା କି । ଗାନ୍ଧିଜୀ ସେହି ସମୟରେ ସବୁ ଅଛୁଆଁ ଜାତିକୁ ହରିଜନ କରିଦେଇ ଥିଲେ । ଏବେ ସେଇ ହରିଜନମାନେ କୁଅଁ ପାଖକୁ ଯାଇ ଗରାଭରି ପାଣି ଆଣୁଥିଲେ । ଉଚ୍ଚ ଜାତିର ଲୋକ ଦୂରରେ ଛିଡ଼ାହୋଇ ଟୁପୁରୁ ଟାପୁରୁ ହେଉଥିଲେ । କିନ୍ତୁ କେହି କିଛି କହି ପାରୁନଥିଲେ ।

ହଁରେ ଝିଅ ଗନ୍ଧୀବି ଏହି ନାଚୁଣୀମାନଙ୍କୁ ଭୁଲିଗଲେ । ନାଚୁଣୀର କିଛି ଜାତିନାହିଁ । ନା ଉଚ୍ଚ ନା ଛୋଟ । ହରିଜନ ନୀଚଜାତି । ସେଇଥିରେ ନାଚୁଣୀ ଅସୁନାହିଁ? ନାଚୁଣୀ ତ ଖାଲି ନାଚେ । ଲୋକଙ୍କ ମନ ମୋହେ । ମନ କରିବ ତ ନୀଚଜାତିରେ ଗଣା ହୋଇପାରେ ନ ହେଲେ ସେ ସେମିତି ଅଛୁଆଁରେ ଯିବ । ରୋଗରେ ପଡ଼ିଲେ ପାଣିଦେବା ପାଇଁ ବି କେହି ନ ଥିବେ । ଆଉ ମରିଗଲେ ତା ଶବକୁ ହାତ ଲଗେଇବା ପାଇଁ କେହି ନଥିବେ । ହଁ ଝିଅ ନାଚୁଣୀ ଯଦି ମରିଯାଏ ତା ଶବକୁ ରସି ଲଗେଇ ଘୋଷଡ଼ି ବାହାରେ ଫିଙ୍ଗି ଦିଆଯାଏ । କୁକୁର ଶିଆଳ ଖାଇବା ପାଇଁ । ତେଣୁ ଝିଅ, ସବୁ ଭାବିଭାବି କରି ବହୁତ ଡର ମାଡ଼ୁଥିଲା ସେ ସମୟରେ ।

Share This Article