ଗାନ୍ଧୀ ହରଣ

1 Min Read

ସ୍ୱଚ୍ଛତାର ଡାକ ଦେଇ

ଚଷମା ତ ନେଇଥିଲ,

ଖଦୀକୁ ଆଳ କରି

ଏବେ ଚରଖାଟି ନେଲ ।

ଅପେକ୍ଷା ବାଡି କେବେ ଯିବ

ଦାଣ୍ଡି ଯାତ୍ରା କ୍ୟାଲେଣ୍ଡରରେ

ଆଉ କେଉଁ ନେତା ହାତରେ ଦିଶିବ ।

ନେଉ ନାହଁ,

 ଓଠରେ ଲାଗିଥିବା

ମନଖୋଲା ହସ ।

ନେଉ ନାହଁ,

ଫୁଗୁଂଳା  ଦେହେ

ଦଂଗାଗ୍ରସ୍ତ ଅଂଚଳରେ ଚାଲିବାର

ଅଦମ୍ୟ ସାହସ ।

ନେଉ ନାହଁ,

ଅନଶନ ମୁଦ୍ରା

କରିବାକୁ ପ୍ରଶମିତ

ହିଂସାର ପରାସ ?

ହେଉଅଛି ଯଦି ବ୍ୟକ୍ତିତ୍ୱ ହରଣ,

ନ ହେଉ କେବଳ ତାହା ଶସ୍ତା ବିଜ୍ଞାପନ ।

ହେଉ ଏକାକାର

ଉଚ୍ଚାରଣ ସହ ଆଚରଣ

ଯାହା ଥିଲା ଗାନ୍ଧୀଙ୍କ ଆହ୍ୱାନ

ସତ୍ୟ ଓ ଅହିଂସାର ପଥେ ଜୀବନ ସନ୍ଧାନ ।

Photo credit- Internet

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ