ଋତୁ ବର୍ସା ଜେ ପହେଲା ଆଏଲା
ହେଇ କେଡ଼େ ଉବାଗର୍
ମେଘ୍ ବଜନିଏ ଦୁଲ୍ଦୁଲି ବଜା
ବଜାଲେ ଅଠି ପହର୍ ।।
ନଚ୍ନିଅାଁ ହେଇଁ ନାଚ୍ଲା ମଜୁର୍
ଡହଁକ୍ ଗାଏଲା ଗିତ୍
ତାଲ୍ ଗଛ୍ ଧରିଁ ହଲାଲା ଧୁକ୍ନା
ଟିହାହେଲା ପୁର୍ହିତ୍ ।।
ଟେଁଡ଼ା ଟିପି ଚଢ଼ିଁ ବାଟ୍ ବରୁଥିଲା
ଟେଙ୍ଗ୍ଟା ମୁଡ଼୍ ହଲେଇଁ
ବଁକ୍ ମାଲ୍ ଧରିଁ ଟାଙ୍ଗି ଚରେ ଗଲା
ଅଧା ବାଟ୍ ପର୍ଘେଇ ।।
ବେଙ୍ଗ୍ଟି ରାନି ଜେ ହୁଲ୍ହୁଲି ଦେଲା
ଉସତ୍ ବତର୍କିରି
ବର୍ସା ଋତୁକେ ଦେଖ୍ ବାକେ ଧାଏଁ
ତାର୍ ସାଙ୍ଗେଁ ଫିର୍ଫିରି ।।
ମଏନା ଡାକ୍ଲା ଆସରେ ଆସରେ
ଆସ ପସ୍ମା ସରନ୍
ରୁତୁ ଆହା କଲେଁ ଆମ୍କେ ମିଲ୍ବା
ଅଘା ଅଁଟେଇ ଅରନ୍ ।।
ମଏନାର୍ ଡାକେଁ ମନ୍ ଥେବ୍ ନେଇଁ
କେନ୍ ଲଟା ବୁଦା ତଲୁଁ
ଫଡ଼ାଙ୍ଗ୍ ଫଡ଼ାଙ୍ଗ୍ ଡେଗିଁ ଡେଗିଁ ଗାଙ୍ଗୋ
ବାହାର୍ଲା ଅର୍କଲୁଁ ।।
ଧର୍ତି ରାନି ଜେ ଦୁଆରେଁ ଜାଲ୍ଲା
ଜୁକ୍ଜୁକିଆ ଜାଗର୍
ମୁଡ଼୍ ଭର୍ ଭର୍ ଫୁଲ୍ ଖୁଁଚିଁ ହେଲା
କଦମ୍, ଚଁପା, ଟଗର୍ ।।
ଜୁଇର୍ ଗଜ୍ରା ମାଲ୍ତିର୍ କେରା
ଫୁର୍ତୁନୁ ଭରିଁ ଖୁସା
ମଗ୍ ମଗ୍ ମଗ୍ ମହକି ଜଉଛେଁ
ଫୁଲେଁ ହଇଁ ଭେସ୍ ଭୁସା
ଅାଁକେଲ୍, ପାଁକେଲ୍, ଜାମ୍, ବର୍ଫଲ୍,
ଡୁମେର୍, କୁସୁମ୍, ତାଲ୍
ଆଏଲା ବର୍ସା ଖାଏଲେ ପର୍ସା
ପିଚ୍କିଁ ପଡ଼୍ଲା ଗାଲ୍ ।।
ଅଘା କରିଁ ରୁତୁ ଧର୍ତି ରାନିକେ
ଆବ୍ରିଁ ଧଏଲେ କୁଲେଁ
ଦୁହିକର୍ ଦିହି ଗୁଟେ ହେଇଁଗଲା
ଭାବ୍ ପିର୍ତିର୍ ଭୁଲେଁ ।।
ଖୁଲ୍ଖୁଲାତେଲ୍ ହଁସ୍ତେଲ୍ ହେଲେ
ରୁତୁ କୁଲେଁ ଜୁଗ୍ରେଇଁ
ଟେଁକ୍ରେଇଁ ଉଠେ ଲଟା ରୁଅାଁ କେତେ
ମନ୍ଟା ଉତେଲ୍ ହେଇଁ ।।
ଲୋକକବି ହଲ୍ଧର୍ ନାଗ୍
photo credit internet