ବର୍ସା

Swayamprava Parhi (Chief Editor)
601 Views
1 Min Read

ଋତୁ ବର୍ସା ଜେ ପହେଲା ଆଏଲା
ହେଇ କେଡ଼େ ଉବାଗର୍
ମେଘ୍ ବଜନିଏ ଦୁଲ୍ଦୁଲି ବଜା
ବଜାଲେ ଅଠି ପହର୍ ।।

Support Samadhwani

ନଚ୍ନିଅାଁ ହେଇଁ ନାଚ୍ଲା ମଜୁର୍
ଡହଁକ୍ ଗାଏଲା ଗିତ୍
ତାଲ୍ ଗଛ୍ ଧରିଁ ହଲାଲା ଧୁକ୍ନା
ଟିହାହେଲା ପୁର୍ହିତ୍ ।।

ଟେଁଡ଼ା ଟିପି ଚଢ଼ିଁ ବାଟ୍ ବରୁଥିଲା
ଟେଙ୍ଗ୍ଟା ମୁଡ଼୍ ହଲେଇଁ
ବଁକ୍ ମାଲ୍ ଧରିଁ ଟାଙ୍ଗି ଚରେ ଗଲା
ଅଧା ବାଟ୍ ପର୍ଘେଇ ।।

ବେଙ୍ଗ୍ଟି ରାନି ଜେ ହୁଲ୍ହୁଲି ଦେଲା
ଉସତ୍ ବତର୍କିରି
ବର୍ସା ଋତୁକେ ଦେଖ୍ ବାକେ ଧାଏଁ
ତାର୍ ସାଙ୍ଗେଁ ଫିର୍ଫିରି ।।

Support Samadhwani

ମଏନା ଡାକ୍ଲା ଆସରେ ଆସରେ
ଆସ ପସ୍ମା ସରନ୍
ରୁତୁ ଆହା କଲେଁ ଆମ୍କେ ମିଲ୍ବା
ଅଘା ଅଁଟେଇ ଅରନ୍ ।।

ମଏନାର୍ ଡାକେଁ ମନ୍ ଥେବ୍ ନେଇଁ
କେନ୍ ଲଟା ବୁଦା ତଲୁଁ
ଫଡ଼ାଙ୍ଗ୍ ଫଡ଼ାଙ୍ଗ୍ ଡେଗିଁ ଡେଗିଁ ଗାଙ୍ଗୋ
ବାହାର୍ଲା ଅର୍କଲୁଁ ।।

ଧର୍ତି ରାନି ଜେ ଦୁଆରେଁ ଜାଲ୍ଲା
ଜୁକ୍ଜୁକିଆ ଜାଗର୍
ମୁଡ଼୍ ଭର୍ ଭର୍ ଫୁଲ୍ ଖୁଁଚିଁ ହେଲା
କଦମ୍, ଚଁପା, ଟଗର୍ ।।

ଜୁଇର୍ ଗଜ୍ରା ମାଲ୍ତିର୍ କେରା
ଫୁର୍ତୁନୁ ଭରିଁ ଖୁସା
ମଗ୍ ମଗ୍ ମଗ୍ ମହକି ଜଉଛେଁ
ଫୁଲେଁ ହଇଁ ଭେସ୍ ଭୁସା

ଅାଁକେଲ୍, ପାଁକେଲ୍, ଜାମ୍, ବର୍ଫଲ୍,
ଡୁମେର୍, କୁସୁମ୍, ତାଲ୍
ଆଏଲା ବର୍ସା ଖାଏଲେ ପର୍ସା
ପିଚ୍କିଁ ପଡ଼୍ଲା ଗାଲ୍ ।।

ଅଘା କରିଁ ରୁତୁ ଧର୍ତି ରାନିକେ
ଆବ୍ରିଁ ଧଏଲେ କୁଲେଁ
ଦୁହିକର୍ ଦିହି ଗୁଟେ ହେଇଁଗଲା
ଭାବ୍ ପିର୍ତିର୍ ଭୁଲେଁ ।।

ଖୁଲ୍ଖୁଲାତେଲ୍ ହଁସ୍ତେଲ୍ ହେଲେ
ରୁତୁ କୁଲେଁ ଜୁଗ୍ରେଇଁ
ଟେଁକ୍ରେଇଁ ଉଠେ ଲଟା ରୁଅାଁ କେତେ
ମନ୍ଟା ଉତେଲ୍ ହେଇଁ ।।

ଲୋକକବି ହଲ୍ଧର୍ ନାଗ୍

photo credit internet

Share This Article
ସ୍ଵୟଂପ୍ରଭା ପାଢ଼ୀ, ମୁଖ୍ୟ ସମ୍ପାଦକ, ସମଧ୍ୱନି | ସଂସ୍କୃତି ସାମ୍ବାଦିକ | କଣ୍ଠଶିଳ୍ପୀ | ଛାତ୍ରଛାତ୍ରୀଙ୍କ ସହଯୋଗରେ ଓଡ଼ିଶାରେ ଚାଲିଥିବା ଆମ ଗାଁ, ଆମ ଜୀବନ ବା ଗାଁ ଇତିହାସ ଆନ୍ଦୋଳନର ନେତୃତ୍ଵ ନେଉଛନ୍ତି / Editor-in-Chief, Samadhwani | Cultural Journalist & Vocal Artist | Leading the Student-Led “Our Village, Our Life” - Village History Movement in Odisha She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.