‘ଆଦି ନାଟ୍ୟକାର: ଜଗନ୍ମୋହନ ନା ରାମଶଙ୍କର?’ – ଏହି ପରି ଏକ ବିଷୟବସ୍ତୁକୁ ଗ୍ରହଣ କରି ପୂର୍ବରୁ ମୋ ଦ୍ୱାରା ଆଲେଖ୍ୟ ଦୁଇଟି ଭାଗ ପ୍ରକାଶିତ। ପ୍ରବନ୍ଧର ଉକ୍ତ ଭାଗରେ ପ୍ରମାଣର ବାଟ ଦେଇ ଆମ୍ଭେ ପ୍ରକୃତ ସତ୍ୟ ନିରୂପଣ କରିବା। ଭାଗ – ୨ରେ ଆମ୍ଭେ ଅଧ୍ୟାପକ ପ୍ରିୟରଂଜନ ସେନ୍ଙ୍କ ମତକୁ ଖଣ୍ଡନ କରିଥିଲେ ବହୁ ତଥ୍ୟର ଆଧାରରେ। ସେହିପରି ଜଣେ ସମାଲୋଚକ ଡ଼. ନଟବର ସାମନ୍ତରାୟ।
ଡ଼. ନଟବର ସାମନ୍ତରାୟ ‘ବାବାଜୀ’ ନାଟକର ବିରୋଧରେ ମତ ପ୍ରଦାନ କରି କହନ୍ତି – ‘ବାବାଜୀ’ ବିଷୟବସ୍ତୁ ନିର୍ବାଚନର ପଶ୍ଚାତରେ ଜଗନ୍ମୋହନଙ୍କ ଆଧୁନିକ ମନର ପରିଚୟ ଥିଲେ ସୁଦ୍ଧା ଆଧୁନିକ ନାଟ୍ୟଶିଳ୍ପର ବୈଚିତ୍ର୍ୟ ଓ ନାଟକର ଅନ୍ତର୍ନିହିତ ରସଧାରା ଅର୍ଥାତ ନାଟକର ଆଙ୍ଗିକ ପରିକଳ୍ପନା ଓ ଆତ୍ମିକ ରସ-ଘନ-ରୂପ ଏଥିରୁ କେଉଁଟିର ଆଭାସ ଏଥିରେ ନାହିଁ। (ଡ଼. ନଟବର ସାମନ୍ତରାୟ – ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩ – ୧୯୨୦), ପ୍ରଥମ ସଂସ୍କରଣ, ୧୯୬୪, ପୃ. ୪୪୭) ଡ଼. ନଟବର ସାମନ୍ତରାୟ ‘ବାବାଜୀ’ ନାଟକର ଦୋଷତ୍ରୃଟି ଦର୍ଶାଇ ବିଷୟବସ୍ତୁ ନିର୍ବାଚନରେ ଆଧୁନିକ ମନର ସନ୍ଧାନ ପାଇଛନ୍ତି। କିନ୍ତୁ ଆଧୁନିକ ନାଟ୍ୟଶିଲ୍ପର ବୈଚିତ୍ର୍ୟ, ନାଟ୍ୟକାର ଆଙ୍ଗିକ ପରିକଳ୍ପନା ଓ ଆତ୍ମିକ ରସ-ଘନ-ରୂପର ସନ୍ଧାନ ପାଇନାହାନ୍ତି। ‘ଆଧୁନିକ ନାଟ୍ୟଶିଳ୍ପର ପରିଚୟ’ ଉକ୍ତିଟିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ‘ଆଧୁନିକ’ ଶବ୍ଦଟି ଦ୍ୱନ୍ଦ ସୃଷ୍ଟି କରୁଅଛି। ଏହି କ୍ରମରେ ନାଟ୍ୟଶୈଳୀ ଦୃଷ୍ଟିକୋଣରୁ ଆଲୋଚନା କଲେ ସାଂପ୍ରତିକ କାଳର କୌଣସି ନାଟକ ପଦବାଚ୍ୟ ନ ହୋଇ ଅ-ନାଟକ ହୋଇଯିବେ। କାରଣ ଉ ର ଷାଠିଏ ନାଟକ ଗୁଡିକର କାହାଣୀ ଅସଂଯତ, ଘଟଣା ଦ୍ୱନ୍ଦ ରହିତ ଓ ପରିସମାପ୍ତି ମଧ୍ୟ ବୈଚିତ୍ରହୀନ। କିନ୍ତୁ ଊନବିଂଶ ଶତାବ୍ଦୀର ନାଟ୍ୟଶିଳ୍ପକୁ ଲକ୍ଷ୍ୟ କଲେ ‘ବାବାଜୀ’ ନାଟକରେ ଏକ ନିର୍ଦ୍ଦିଷ୍ଟ ସୁସଂହତ କାହାଣୀ ରହିଛି। ତୃତୀୟ ଅଙ୍କର ଶେଷ ପର୍ଯ୍ୟନ୍ତ ନାଟକୀୟ ଉତ୍କଣ୍ଠା ବଜାୟ ରହିଛି। ନାଟକରେ ଘଟଣା, କାଳ, ସ୍ଥାନଗତ ଐକ୍ୟ ମଧ୍ୟ ସୁପ୍ରତିଷ୍ଠିତା ବୋଧହୁଏ ଡ଼. ସାମନ୍ତରାୟ ତାହା ଲକ୍ଷ୍ୟ କରିପାରି ନାହାନ୍ତି।
ପୁନଶ୍ଚ ‘ବାବାଜୀ’ ଓ ‘କା ôକାବେରୀ’ ଏହି ଦୁଇଟି ନାଟକ ମଧ୍ୟରେ ଗଢିଉଠିଥିବା ବିବାଦ ମଧ୍ୟରେ ଏକ ସାଲିସ୍ କରିବାକୁ ଚେଷ୍ଟାକରି ଅଧ୍ୟାପକ ନବକୁମାର ପୃଷ୍ଟି କହିଛନ୍ତି, “ଓଡ଼ିଆ ସାହିତ୍ୟରେ ପ୍ରଥମ ନାଟକ ଓ ନାଟ୍ୟକାର ନିରୂପଣ କ୍ଷେତ୍ରରେ ଯେଉଁ ମତପାର୍ଥକ୍ୟ ନାଟକ ସୃଷ୍ଟି କାଳରୁ ଏ ଯାବତ୍ ଦୃଷ୍ଟିଗୋଚର ହେଉଅଛି ତା’ର ବିଶ୍ଲେଷଣ ପରେ ‘ଗୋପୀନାଥ ବଲ୍ଲଭ’ ନାଟକକୁ ଦକ୍ଷିଣୀ ଯାତ୍ରାର ନବୀକରଣ ଭାବେ ବାଦଦେଇ ‘ବାବାଜୀ’ ନାଟକକୁ ପ୍ରାରମ୍ଭିକ ଉଦ୍ୟମ ଓ ‘କା ôକାବେରୀ’କୁ ପ୍ରକୃତ ନାଟକ ଏବଂ ନାଟ୍ୟକାର ଲାଲଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟସାହିତ୍ୟର ଉଦ୍ୟୋକ୍ତା ଓ ନାଟ୍ୟକାର ରାୟଙ୍କୁ ନିର୍ମାଣ ଭାବେ ଗ୍ରହଣ କରିବା ସମାଚୀନ ହେବ।” (ତଥାପି – ୧୯୭୬, ଅକ୍ଟୋବର ସଂଖ୍ୟା (ପୂଜା ବିଶେଷଙ୍କ)) ତେବେ ଅଧ୍ୟାପକ ନବକୁମାର ପୃଷ୍ଟି ‘ବାବାଜୀ’ ଓ ‘କା ôକାବେରୀ’ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ କୌଣସି ନିର୍ଦ୍ଦିଷ୍ଟ ମତ ଦେଇନାହାନ୍ତି ଓ ଏକ ସାଲିସର ପନ୍ଥା ବାହାର କରିଅଛନ୍ତି ମାତ୍ର। ସେ ‘ବାବାଜୀ’କୁ ନାଟକର ପ୍ରାରମ୍ଭିକ ଉଦ୍ୟମ ଓ ରାମଶଙ୍କରଙ୍କୁ ଯଥାର୍ଥ ନାଟକର ଉଦ୍ୟୋକ୍ତା କହିବା ଦ୍ୱାରା ‘ବାବାଜୀ’ର ଦୋଷତ୍ରୁଟି ହେତୁ ପ୍ରଥମ ନାଟକର ଗୌରବରୁ ଏକ ପ୍ରକାର ବ ôତ କରିଅଛନ୍ତି। କିନ୍ତୁ କାହିଁକି ‘ବାବାଜୀ’କୁ ଆଦି ନାଟକର ଗୌରବ କଥା ଦିଆନଯିବ ତାହା ତାଙ୍କ ମତରୁ ସ୍ପଷ୍ଟ ନୁହେଁ। ‘ସମ୍ବାଦ ବାହିକା’ ଦେଇଥିବା ମନ୍ତବ୍ୟ – ଗୃହସ୍ଥର ପ୍ରଥମ ଫଳ ହେତୁ ସବୁ କ୍ଷମଣୀୟ।
ଆଲୋଚକ ସର୍ବେଶ୍ୱର ଦାସ ‘ବାବାଜୀ’ ବା ‘କା ôକାବେରୀ’ କାହାରିକୁ ପ୍ରଥମ ନାଟକ ଭାବେ ଗ୍ରହଣ କରିନାହାନ୍ତି। ବରଂ ସେ ରଘୁନାଥ ପରିଚ୍ଛାଙ୍କର ୧୮୯୮ ମସିହାରେ ପ୍ରକାଶିତ ‘ଗୋପୀନାଥ ବଲ୍ଲଭ’ କୁ ପ୍ରଥମ ଓଡ଼ିଆ ନାଟକ ରୂପେ ଗ୍ରହଣ କରିଅଛନ୍ତି। କିନ୍ତୁ ସମାଲୋଚକ ଶ୍ରୀଯୁକ୍ତ ଦାସ ‘କା ôକାବେରୀ’ କୁ ଦ୍ୱିତୀୟ ନାଟକ ନ କହି ‘ବାବାଜୀ’କୁ ଦ୍ୱତୀୟ ନାଟକର ଗୌରବ ଅର୍ପଣ କରିଅଛନ୍ତି।
ଏତଦ୍ବ୍ୟତୀତ ‘କା ôକାବେରୀ’ର ବିପକ୍ଷ ବା ‘ବାବାଜୀ’ର ସପକ୍ଷ ମତଗୁଡ଼ିକୁ ପରୀକ୍ଷା କଲେ ଜଣାପଡେ ଯେ ସମସ୍ତ ଆଲୋଚକ ‘ବାବାଜୀ’ ନାଟକର ଦୋଷତ୍ରୃଟିକୁ ସ୍ୱୀକାର କରିଅଛନ୍ତି ସତ୍ୟ, ମାତ୍ର ପ୍ରଥମ ନାଟକ ବୋଲି କ୍ଷମାଦେଇ ଆଦି ଓଡ଼ିଆ ନାଟକ ଭାବେ ଗ୍ରହଣ କରିଅଛନ୍ତି। କୌଣସି ପଦାର୍ଥ ନିଜର ଆଦି ସୃଷ୍ଟି କାଳରେ ସର୍ବାଙ୍ଗ ସୁନ୍ଦର ହୋଇପାରିନାହିଁ। ସର୍ବାଙ୍ଗ ସୁନ୍ଦର ହେବାପାଇଁ ଅନେକ ପରୀକ୍ଷା ନିରୀକ୍ଷାର ଅପେକ୍ଷା ରଖେ। ସେହି ଦୃଷ୍ଟିରୁ ‘ବାବାଜୀ’ ନାଟକରେ ଦୋଷତ୍ରୁଟି ରହିବା ଅସ୍ୱାଭାବିକ ନୁହେଁ। ତେଣୁ ଲାଲ ମହାଶୟ ‘ନାଟ୍ୟକଳା’ ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ ଥିଲେ; ତାଙ୍କୁ ତାଙ୍କର ବିଦ୍ୟାବୁଦ୍ଧି ଓ ଶକ୍ତି ସାମର୍ଥ୍ୟ ଶୋଚନୀୟ ଭାବେ ଅପଦସ୍ତ କରିଛି ପରି ଶ୍ରୀଯୁକ୍ତ ଦାଶରଥି ଦାସଙ୍କର ମନ୍ତବ୍ୟରେ ଯଥାର୍ଥତା ନାହିଁ। ଅବଶ୍ୟ ‘ବାବାଜୀ’ ନାଟକର ସଂଳାପରେ କଳାପାଟବତା ନାହିଁ। ମାତ୍ର କଥୋପକଥନ ସାହାଯ୍ୟରେ ଯେଉଁ ସଂଳାପର ଉପସ୍ଥାପନା କରାଯାଇଛି ତାହା ଅଧିକ ବାସ୍ତବଧର୍ମୀ ହୋଇପାରିଛି। ବାସ୍ତବ ଜୀବନର ଚି ସଂଘର୍ଷ ନାଟକୀୟ ଭାବେ ଏଥିରେ ପରିବେଶିତ ହୋଇପାରି ନାହିଁ। କିନ୍ତୁ ତତ୍କାଳୀନ ସମାଜର ପ୍ରାଣସ୍ପନ୍ଦନକୁ ଯେପରି ଲୋକଭାଷାରେ ସେ ରୂପ ଦେଲେ ତାହା କମ୍ ସାହସିକତାର କାର୍ଯ୍ୟ ନୁହେଁ। ତେଣୁ ସମାଲୋଚକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି କହନ୍ତି, “’ବାବାଜୀ’ରେ ଗଠନଗତ ଶୈଥିଲ୍ୟ ପରିଲକ୍ଷିତ ହେଲେ ହେଁ, ଏହା ଅଭୁତପୂର୍ବ ଭାବରେ ମଡ଼ର୍ଣ୍ଣ।” (ସୁରେନ୍ଦ୍ର ମହାନ୍ତି – ଆଧୁନିକ ଯୁଗ – ଓଡ଼ିଆ ସାହିତ୍ୟର କ୍ରମବିକାଶ, ପ୍ରଥମ ସଂସ୍କରଣ, ୧୯୭୮, ପୃ. ୩୧୮) ତେଣୁ ‘ବାବାଜୀ’ ନାଟକ ପ୍ରଥମେ ଅଭିନୟ ବେଳେ କଟକୀ ହାୱା ପାଇନଥିଲେ ମଧ୍ୟ ତତ୍କାଳୀନ ଜୀବନବୋଧକୁ ଯେପରି ସ୍ପଷ୍ଟ ଅଥଚ ନିର୍ଭୀକ ଭାବରେ ରୂପ ଦେଇଛି ତାହା ବେଶ୍ ଅଭିନନ୍ଦନୀୟ। ବରଂ ନାଟ୍ୟକାର ଗତାନୁଗତିକ ଧର୍ମ, ଇତିହାସର ବେଢିରୁ ବିଛିନ୍ନ ହୋଇ ସାମାଜିକ ଚି -ବୃ ିର ଆଦ୍ୟ ଓଁକାର ଶୁଣାଇଛନ୍ତି। ଏହା ସ୍ୱାଗତଯୋଗ୍ୟ। ପୁନଶ୍ଚ ଭାଷା ପ୍ରୟୋଗ କ୍ଷେତ୍ରରେ ଯେଉଁ ନୂତନତା ଅଥଚ ବାସ୍ତବତାର ପ୍ରୟୋଗ ସେ କଲେ ତାହା ତାଙ୍କର ପ୍ରଗତିବାଦୀ ମନୋବୃ ିର ପରିଚାୟକ। ତେଣୁ ଯାତ୍ରା ଲୀଳା ପରି ଲୋକନାଟକର ଭି ିଭୂମି ଉପରେ ବାବାଜୀ ଗଢିଉଠଥିଲେ ବି ଏହା ସଂସ୍କାରିତ ଯାତ୍ରା ନୁହେଁ। ଓଡ଼ିଆ ନାଟ୍ୟ ସାହିତ୍ୟରେ ‘ବାବାଜୀ’ ଯେ ପ୍ରଥମ ଉଦ୍ୟମ ଏଥିରେ ସନ୍ଦେହ ନାହିଁ। ଅତଏବ ‘ବାବାଜୀ’ ପ୍ରଥମ ଓଡ଼ିଆ ନାଟକର ସମ୍ମାନ ପାଇବାକୁ ଯୋଗ୍ୟ।
ସମାପ୍ତ
ଆଦି ନାଟ୍ୟକାର : ଜଗନ୍ମୋହନ ନା ରାମଶଙ୍କର? (ଭାଗ – ୩)
ଅଧ୍ୟାପକ, ଓଡିଆ ବିଭାଗ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ