ପ୍ରକୃତି ଭୂତାଣୁ
କରୋନା
ନିଶ୍ଚେ ଦୁର୍ବଳ ହେବ,
କ୍ରମେ ଅନ୍ତର୍ହିତ ହେବ
ଗବେଷକ ମତ।
Contents
- ପ୍ରକୃତି ଭୂତାଣୁ
- କରୋନା
- ନିଶ୍ଚେ ଦୁର୍ବଳ ହେବ,
- କ୍ରମେ ଅନ୍ତର୍ହିତ ହେବ
- ଗବେଷକ ମତ।
- ସଂସ୍କୃତି ଭୁତାଣୁ
- ବିଦ୍ୱେଷ
- କେବେ ଏ ସମାଜରୁ ଯିବ
- କିଏ ପ୍ରତିଶ୍ରୁତି ଦେବ?
- ଘର ଭିତରେ ରୁହ
- କରୋନା ଆତଙ୍କ
- ପାଇଁ ପ୍ରବେଶ ନିଷେଧ ହେବ,
- ଭଲ କଥା।
- ବିଦ୍ୱେଷ ଆତଙ୍କ
- ତ ଘରକୁ ଘେରିଦିଏ
- ଛାରଖାର କରେ
- ଘରୁ ପଳାଇଥିବା ମଣିଷ ହିଁ
- ବଞ୍ଚିଯାଏ
- ହେଉପଛେ ଶରଣାର୍ଥୀ ଶିବିରରେ।
- କରୋନା
- ଏକ ଆହ୍ଵାନ
- ଶରୀରର ପ୍ରତିରୋଧ ଶକ୍ତିକୁ ।
- ବିଦ୍ୱେଷ
- ଏକ ଆହ୍ୱାନ
- ସଂସ୍କୃତିର ପ୍ରତିରୋଧ ଶକ୍ତିକୁ ।
- ପ୍ରତିରୋଧ ଶକ୍ତିର
- ବୃଦ୍ଧିପାଇଁ ଜୀବନକୁ ବିପନ୍ନ କରି ଲଢ଼ୁଥିବା
- ସେ ଚିକିତ୍ସକ ହେଉ ବା ସମାଜ ସୁଧାରକ,
- ତାପାଇଁ ତାଳି ବାଡେଇବା,
- ତାକୁ ଉତ୍ସାହିତ କରିବା
- ଏହା ଠିକ ।
- କିନ୍ତୁ,
- କରୋନା ବିରୋଧରେ ଲଢେଇ ଆଗକୁ ଯିବା
- ବିଦ୍ୱେଷ ଆତଙ୍କକୁ ମଧ୍ୟ ସମାପ୍ତ କରିବା ।
- (23.03.2020)