ମନଟାତ ଏକ ରଙ୍ଗର ସରଗ

ସୁଧୀର ପଟ୍ଟନାୟକ
0 Min Read

ମନଟାତ ଏକ ରଙ୍ଗର ସରଗ,
ରଙ୍ଗବିନା ଜୀବନ ଜୀଇଁ ହୁଏନା
ଏକ ଏକ ମନେ ଥାଏ ଶତ ଶତ ରଙ୍ଗ,
ଆଖିର ଶ୍ରାବଣ ସବୁ ଧୋଇପାରେନା ।

ଦୂନିଆର ରଙ୍ଗ ଦେଖିତ ଭୂଲନା,
ଦୂନିଆଟା ସିନା ମନର ଆଇନା,
ଆଖିର ତୁଳିରେ ଆଙ୍କି ଚାଲିଥିଲେ,
ଖୁସିର ରଙ୍ଗୋଲି କେବେବି ସରେନା

ସାଥିଟିଏ ଆଣିଦିଏ ମନେ ଯେତେ ରଙ୍ଗ,
ତା ସୃତି ଦେଇଥାଏ ତାଠୁ ଅଧିକ,
କୁହଯଦି ଅଛିକାହିଁ ଏମିତିକା ମନଟିଏ,
ପାଇଛି କିଛି ସେ ସୃତି ରଙ୍ଗ ବିନା

ମନଟାତ ଏକ ରଙ୍ଗର ସରଗ,
ରଙ୍ଗବିନା ଜୀବନ ଜୀଇଁ ହୁଏନା..

Samadhwani Support us

Photo credit- Internet

Share This Article
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ