କୁହୁଡ଼ି ଭରା ଅନ୍ଧାର

Swayamprava Parhi (Chief Editor)
1 Min Read

କୁହୁଡ଼ି ଭରା ଅନ୍ଧାର ଚାରିଆଡ଼େ ହାହାକାର…

ଆସହେ କବି କଲମ ଉଠାଅ

ଆସ ହେ ଶିଳ୍ପି ସେ ଗୀତ ଶୁଣାଅ

ମହା ମିଳନର ହେବ ଝଙ୍କାର…ଦେଶ ଆମର ଦେଶ ସଭିଙ୍କର

Samadhwani Support us

୧-        କ୍ଷେତଭରା ଫସଲ ଚାଷୀ ଋଣର ଫାସରେ

ହାତରେ ହାତୀର ବଳ ଯଉବନ କାନ୍ଦିମରେ

ଆ…

ମରିଚିକା ପଛେ ଧାଏଁ ବେକାର ଭଉଣୀଭାଇ

କାମନାହିଁ ଲୁହଝରେ ହା ହୁତାସର

ଆସହେ କବି କଲମ ଉଠାଅ

ଆସ ହେ ଶିଳ୍ପି ସେ ଗୀତ ଶୁଣାଅ

ମହା ମିଳନର ହେବ ଝଙ୍କାର…

ଦେଶ ଆମର ଦେଶ ସଭିଙ୍କର

୨-        ଅରଜିତ ସମ୍ପଦ ରକତ ଲୁହରେ

ଲୁଟେରା ଲୁଟିବାକୁ ହୋଇଛି ସଜବାଜ

ଆ…

ବଣିକର ମାପକାଠି ହୋଇ ସିନ୍ଦୁକ କାଠି

ଧରମ ନାମରେ ଚାଲେ ମହାମାର

ଆସ ହେ ଶିଳ୍ପି ସେ ଗୀତ ଶୁଣାଅ

ମହା ମିଳନର ହେବ ଝଙ୍କାର…

ଦେଶ ଆମର ଦେଶ ସଭିଙ୍କର

… ନିଲୁ ମହାପାତ୍ର

photo credit-internet

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.