ସୁରମଣି ରଘୁନାଥ ପାଣିଗ୍ରାହୀ ଜଣେ ଅଦ୍ୱିତୀୟ ସଙ୍ଗୀତଜ୍ଞ (ଜନ୍ମ ଦିନରେ )

Swayamprava Parhi (Chief Editor)
2 Min Read

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ପାଣ୍ଡିତ୍ୟ ତଥା ଓଡ଼ିଶୀରେ ଏକ ଭିନ୍ନଶୈଳୀର ପ୍ରବର୍ତ୍ତକ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଅଗଷ୍ଟ ୧୦, ୧୯୩୪ରେ (ଆଜିର ଦିନରେ)ଜନ୍ମଗ୍ରହଣ କରି ଅଗଷ୍ଟ ୨୪, ୨୦୧୩ ମସିହାରେ ଦେହ ତ୍ୟାଗ କରିଥିଲେ । ରାୟଗଡ଼ା (ପୂର୍ବରୁ କୋରାପୁଟ) ଗୁଣୁପୁରର ଏକ ସାଂଙ୍ଗୀତିକ ପରିବେଶରେ ଜନ୍ମଲାଭ କରିଥିବା ସୁରମଣୀ ରଘୁନାଥ ପାଣିଗ୍ରାହୀ ବିଭିନ୍ନ ଭାଷାରେ ତାଙ୍କ ସ୍ୱରର ଲାଳିତ୍ୟକ଼ୁ ପରିପ୍ରକାଶ କରିଥିଲେ ।

ତା’ଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ସଙ୍ଗୀତର ମାଧୁର୍ଯ୍ୟତା ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର । ତାଙ୍କ ଗାୟନଶୈଳୀରେ ସ୍ୱାତନ୍ତ୍ର୍ୟତା ଯୋଗୁଁ ସେ ଓଡ଼ିଶାରେ ଏକ ଅଦ୍ୱିତୀୟ ପରମ୍ପରା ସୃଷ୍ଟି କରିଯାଇଛନ୍ତି । ସାଧନା ଏବଂ କେବଳ ସାଧନାକୁ ଜୀବନରେ ଶୀର୍ଷସ୍ଥାନ ଦେଇଥିବା ଏହି ମହାନ କଳାକାର ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ଜଗତ ପାଇଁ ଛାଡ଼ିଯାଇଛନ୍ତି ଅନେକ କିଛି… ବିଶେଷକରି ଜୟଦେବଙ୍କର ଗୀତଗୋବିନ୍ଦ ତାଙ୍କ ଶୈଳୀର ଏକ ନମୁନା ବୋଲି ଗ୍ରହଣ କରାଯାଏ ।

Samadhwani Support us

ତାଙ୍କ ଗୀତ ଗୁଡ଼ିକ ଭିତରେ: ନ ଯା ରାଧିକା, ନାଲି ନାଲି କୃଷ୍ଣଚୁଡ଼ା, ନୂପୂର ବଜାଏ କିଏ ଭଳି ଶହ ଶହ ଲାଳିତ୍ୟଭରା ଲଘୁ ସଙ୍ଗୀତ ଦିନେ ତାଙ୍କୁ ସୁରମଣୀ ଉପାଧିରେ ବିଭୂଷିତ କରିଥିଲା । ସେଗୁଡ଼ିକୁ ଆମେ ଏକାଠି କରି ଶିକ୍ଷାର୍ଥୀମାନଙ୍କୁ ଏହିସବୁ ସଙ୍ଗୀତର ଧାରାରେ ଆଗେଇବାପାଇଁ କେତେ ପ୍ରେରଣା ଦେଇପାରିଛୁ ଚର୍ଚ୍ଚା କରିବାହିଁ ମୂଳ ପ୍ରସଙ୍ଗ ।

ଆଜି ତାଙ୍କର ଜନ୍ମ ଦିନରେ ତାଙ୍କୁ ସ୍ମରଣ କରିବାର ଏକ ସୁଯୋଗଟିଏ ମିଳିଛି । ଟିକେ ଅଟକିଯାଇ ଏହି ଭିନ୍ନ କଳାକାରଙ୍କର ସୃଷ୍ଟି ଗୁଡ଼ିକୁ ଶୁଣିବା ଏବଂ କାମନା କରିବା ତାଙ୍କ କଣ୍ଠର ଲାଳିତ୍ୟଭରା ସୁଗମ ସଙ୍ଗୀତ ଓଡ଼ିଶାର ସାଧାରଣ ମଣିଷର ହୃଦୟରେ ସବୁଦିନ ପାଇଁ ନାଲି ନାଲି କୃଷ୍ଣଚୁଡ଼ାର ଗୁଞ୍ଜରଣ ସୃଷ୍ଟି କରୁଥାଉ, ଓଡ଼ିଶାର କଳାକାରମାନଙ୍କୁ ପ୍ରେରଣା ଦେଉଥାଉ ଏହି ଲାଳିତ୍ୟର ପୁନରାବୃତ୍ତି ପାଇଁ ।

Photo and video credit – internet, YouTube

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.