ଦାୟୀ ନୁହେଁ କେହି
ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା,
ବଜ୍ର ପଡିଥିଲା, ଯେ
ବାରଟି ନିରୀହ ଲୋକ ଟଳି ପଡିଲେ, ଓ
ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ?
କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି,
ମିଥ୍ୟା ଥିଲା ଗୁଳି,
ମିଥ୍ୟା ଥିଲା କଟା ପାପୁଲି ?
Contents
- ଦାୟୀ ନୁହେଁ କେହି
- ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା,
- ବଜ୍ର ପଡିଥିଲା, ଯେ
- ବାରଟି ନିରୀହ ଲୋକ ଟଳି ପଡିଲେ, ଓ
- ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ?
- କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି,
- ମିଥ୍ୟା ଥିଲା ଗୁଳି,
- ମିଥ୍ୟା ଥିଲା କଟା ପାପୁଲି ?
- ଯାହା ଜାଣିବାକୁ ଏଗାର ବର୍ଷ ଅପେକ୍ଷା କରିବାକୁ ହେଲା?
- ତାହା କ’ଣ ବଜ୍ରାଘାତ ଥିଲା?
- କଣ ବା କରିପାରିଥାନ୍ତେ ସେମାନେ ବା
- ତାଙ୍କ ପାଇଁ କହୁଥିବା ମୁଷ୍ଟିମେୟ କିଛି ?
- ଟଳି ପଡିଥିବା ମଣିଷଙ୍କୁ
- ଯଦି ଆମେ ଦାୟୀ କରିଥାନ୍ତେ ଓ ପଚାରିଥାନ୍ତେ,
- “କାହିଁକି ସ୍ଫିତ କରି ଛାତି
- ଲଢୁଥିଲ ଭିଟା ମାଟି ପାଇଁ ?
- ଲଢୁଥିଲ, ପ୍ରାଣ ଦେଲ
- ତା ପରେ ଆଉ କଣ?
- ହେଲ ନାହିଁ କି ତୁମେ ଦାୟୀ ତୁମ ମୃତ୍ୟୁ ପାଇଁ ?”
- ସାହସ ହୋଇ ନି ଆମର, ଏତିକି କହିବା ପାଇଁ
- ବାଡି ଭାଂଗି ନାହିଁ , ସାପ ମରି ନାହିଁ
- ଏଗାର ବର୍ଷ ବିତିଛି ଏହି ସତ୍ୟ ଜାଣିବା ପାଇଁ!
- Photo credit – The Samadrusti